ସଚିନ ପାଇଲଟ ଜଣେ ବିଶ୍ଵାସଘାତକ: ଅଶୋକ ଗେହଲୋଟ୍

Published: Nov 24, 2022, 6:04 pm IST

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ପୁଣି ଥରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ଟାର୍ଗେଟ କରିଛନ୍ତି। ସଚିନ ପାଇଲଟଙ୍କୁ ସମାଲୋଚନା କରି ଅଶୋକ ଗେହଲୋଟ ତାଙ୍କୁ ଗଦ୍ଦାର ବୋଲି କହିଛନ୍ତି। ସେ କହିଛନ୍ତି ଯେ, “ଜଣେ ଗଦ୍ଦାର ମୁଖ୍ୟମନ୍ତ୍ରୀ ହୋଇପାରିବ ନାହିଁ। ହାଇକମାଣ୍ଡ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରି ପାରିବେ ନାହିଁ। ଯେଉଁ ବ୍ୟକ୍ତିଙ୍କର ୧୦ ଜଣ ବିଧାୟକ ନାହାଁନ୍ତି, ଯିଏ ବିଦ୍ରୋହ କରିଛନ୍ତି, ଦଳ ପ୍ରତି ବିଶ୍ୱାସଘାତକତା କରିଛନ୍ତି, ସେ ଗଦ୍ଦାର।”

୨୦୨୦ ର ରାଜନୈତିକ ସଙ୍କଟ ସମ୍ପର୍କରେ ଅଶୋକ ଗେହଲୋଟ୍ କହିଛନ୍ତି ଯେ, ଦେଶର ଇତିହାସରେ ଏହା ପ୍ରଥମ ଥର ପାଇଁ ଘଟିଥଲା ଯେ ଦଳର ସଭାପତି ତାଙ୍କ ସରକାରକୁ ହଟାଇବାକୁ ଚେଷ୍ଟା କରିଥିଲେ। ଏଥିପାଇଁ ବିଜେପି ଟଙ୍କା ଦେଇଥିଲା ବୋଲି ସେ କହିଛନ୍ତି। ବିଜେପିର ଦିଲ୍ଲୀ କାର୍ଯ୍ୟାଳୟରୁ ୧୦ କୋଟି ଟଙ୍କା ଆସିଥିଲା, ମୋ ପାଖରେ ପ୍ରମାଣ ଅଛି। କାହାକୁ କେତେ ଟଙ୍କା ଦିଆଗଲା ମୁଁ ଜାଣେ ନାହିଁ।

Related posts