Categories
ଆଜିର ଖବର ଜାତୀୟ ଖବର

ଦରଦାମ ବୃଦ୍ଧି ନେଇ ବିମାନ ଭିତରେ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଘେରିଲେ କଂଗ୍ରେସ ନେତ୍ରୀ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ମହିଳା କଂଗ୍ରେସ ସଭାପତି ନେତା ଡି’ସୁଜାଙ୍କ ସହ ମୁହାଁମୁହିଁ ହେବାର ଏକ ଭିଡିଓ ଭାଇରାଲ ହୋଇଛି। ଦୁହେଁ ଗୁଆହାଟୀ ଅଭିମୁଖେ ଯାଉଥିବା ବିମାନ ଭିତରେ ଏହି ଯୁକ୍ତିତର୍କ ହୋଇଥିଲେ। ବିମାନଟି ଯେତେବେଳେ ଅବତରଣ କରି ଯାତ୍ରୀମାନେ ବାହାରୁଥିଲେ ସେତେବେଳେ ଏହି କଥାବାର୍ତ୍ତା ହୋଇଥିଲା।

ଏଙି ଭିଡିଓରେ କଂଗ୍ରେସ ନେତ୍ରୀ ଡି’ସୁଜା କେନ୍ଦ୍ର ମନ୍ତ୍ରୀଙ୍କୁ LPG ର ମୂଲ୍ୟ ବୃଦ୍ଧି ବିଷୟରେ ପଚାରୁଛନ୍ତି। ଯେଉଁଥିରେ ଇରାନୀ ଉତ୍ତର ଦେଇଛନ୍ତି ଯେ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦ୍ର ଗରୀବ ଲୋକଙ୍କୁ ସାହାଯ୍ୟ କରୁଛି। ମହିଳା କଂଗ୍ରେସ ସଭାପତି ପ୍ରଶ୍ନ ପଚାରିଥିବା ବେଳେ ମନ୍ତ୍ରୀ କହିଛନ୍ତି ଯେ ଆପଣ ସମସ୍ତ ଯାତ୍ରୀଙ୍କ ରାସ୍ତା ଅବରୋଧ କରୁଛନ୍ତି।

ଏହା ପରେ ଡି’ସୁଜା କହିଥିଲେ ଯେ ସମସ୍ତେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଇରାନୀ ଉତ୍ତର ଦେଇଛନ୍ତି ଯେ ସରକାର ଦେଶବାସୀଙ୍କୁ ମାଗଣା ରାସନ, 1.83 ବିଲିୟନ ଲୋକଙ୍କୁ ମାଗଣା ଟିକା” ଦେଉଛନ୍ତି।

ବାର୍ତ୍ତାଳାପ ଚାଲିଥିବାବେଳେ ଇରାନି ଏବଂ ଡି’ସୁଜା ଉଭୟ ଏହାକୁ ମୋବାଇଲ୍ ଫୋନରେ ରେକର୍ଡିଂ କରିବା ଆରମ୍ଭ କରିଥିଲେ। ମନ୍ତ୍ରୀ ନିଜେ ଏହି ଘଟଣାର ରେକର୍ଡ ମଧ୍ୟ କରିଛନ୍ତି। ଡି’ସୁଜା ଅଭିଯୋଗ କରିଛନ୍ତି ଯେ ତାଙ୍କୁ ପୁରା ଘଟଣା ରେକର୍ଡ କରିବାକୁ ଅନୁମତି ଦିଆଯାଇ ନାହିଁ।

ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ସାର ଏବଂ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ନେଇ କେନ୍ଦ୍ର ବିରୋଧରେ କଂଗ୍ରେସ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିଛି। ପ୍ରଦେଶ କଂଗ୍ରେସ କମିଟିଙ୍କ ତତ୍ତ୍ବାବଧାନରେ ସାରା ଦେଶର ରାଜ୍ୟ ମୁଖ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ହୁ ହୁ ହୋଇ ବଢିବାରେ ଲାଗିଛି ତୈଳ୍ୟଦର, ପ୍ରଧାନମନ୍ତ୍ରୀଙ୍କୁ ରାହୁଳ ଗାନ୍ଧୀ କଲେ କଡା କଟାକ୍ଷ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ହୁହୁ ହୋଇ ବଢିବାରେ ଲାଗିଛି ପେଟ୍ରୋଲ ଡିଜେଲ ଦର। ଯାହା ଲୋକଙ୍କୁ ହନ୍ତସନ୍ତ କରିସାରିଲାଣି। ଗତ ୧୪ ଦିନ ମଧ୍ୟରେ ଆଜି ୧୨ଥର ପାଇଁ ବଢିଛି ତୈଳଦର। ସୋମବାର ପେଟ୍ରୋଲ ଡିଜେଲ ଲିଟର ପିଛା ୪୦ ପଇସା ବୃଦ୍ଧି ପାଇଛି। ଏହାକୁ ମିଶାଇ ୨ ସପ୍ତାହ ମଧ୍ୟରେ ଉଭୟ ପେଟ୍ରୋଲ ଓ ଡିଜେଲ ପ୍ରାୟ ୮.୪୦ ଟଙ୍କା ବଢିଲାଣି।

ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୩. ୮୧ ଟଙ୍କା ଓ ଡିଜେଲ ଲିଟର ପିଛା ୯୫.୦୭ ଟଙ୍କାରେ ବିକ୍ରି ହେଉଛି । ମୁମ୍ବାଇରେ ସୋମବାର ପେଟ୍ରୋଲ ଲିଟର ପିଛା ୪୨ ପଇସା ବଢିଛି । ଫଳରେ ଏଠାରେ ପେଟ୍ରୋଲ ଲିଟର ୧୧୮.୮୩ ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ଲିଟର ପିଛା ୪୩ ପଇସା ବଢିବାରୁ ଏହାର ଦାମ ୧୦୩.୦୭ ଟଙ୍କା ଛୁଇଁଛି।

ସେହିପରି ଚେନ୍ନାଇରେ ପେଟ୍ରୋଲର ଲିଟର ପିଛା ଦାମ ୧୦୯.୩୪ ଟଙ୍କା ଓ ଡିଜେଲ ୯୯.୪୨ ଟଙ୍କା ରହିଛି । କୋଲକାତାରେ ପେଟ୍ରୋଲ ୪୨ ପଇସା ଓ ଡିଜେଲ ୪୦ ପଇସା ବଢିଛି । ବର୍ଦ୍ଧିତ ଦର ପରେ କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୧୩.୪୫ ଟଙ୍କା ଓ ଡିଜେଲ ୯୩.୨୩ ଟଙ୍କା ହୋଇଛି ।

ଆଜି ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ୨ ପଇସା ଲେଖାଏ ବଢିଛି । ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୧୦.୭୮ ଟଙ୍କା ଓ ଡିଜେଲ ଲିଟର ପିଛା ୧୦୦.୫୩ ଟଙ୍କାରେ ବିକ୍ରି ହେଉଛି । ତେଲ ଦର ହୁ ହୁ ହୋଇ ବଢୁଥିବାରୁ ସବୁ ଜିନିଷ ଉପରେ ଏହାର ପ୍ରଭାବ ପଡୁଛି ।

ତେବେ ଦୀର୍ଘଦିନ ଧରି ଦେଶରେ ତୈଳ୍ୟ ଦର ବଢୁଥିବାରୁ ଏହାକୁ ନେଇ କଂଗ୍ରେସ ନେତା ରାହୁଳ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ‘ଜନଧନ ଲୁଟ ଯୋଜନା‘। ସେତେକି ନୁହେଁ ସେ କେଉଁ ଗାଡିରେ ତେଲ ଭର୍ତ୍ତି କଲେ ବର୍ତ୍ତମାନ କେତେ ପଡିବ ଏବଂ ପୂର୍ବେ କେତେ ଥିଲା ତାହାର ଏକ ହିସାବ ଦେଇଛନ୍ତି।

ରାହୁଳ ଗାନ୍ଧୀ ଏ ସବୁ ନିଜ ଟୁଇଟରେ ଉଲ୍ଲେଖ କରିଛନ୍ତି। ଏହାକୁ ନେଇ ବିଜେପି ଟ୍ରୋଲ ବାହିନୀ ଜବାବ ଦେବା ପାଇଁ ଲାଗିପଡିଛନ୍ତି। କେତେକ ବର୍ତ୍ତମାନ ବିଜେପି ଶାସିତ ରାଜ୍ୟରେ ତେଲ ଦର କେତେ ଅଛି ଆଉ କଂଗ୍ରେସ ଶାସିତ ରାଜ୍ୟରେ କେତେ ତାହାର ହିସାବ ଦେଇଛନ୍ତି।

Categories
ବିଶେଷ ଖବର ବ୍ୟବସାୟ

BREAKING: ଓଡିଶା ସରକାର ମଧ୍ୟ ପେଟ୍ରୋଲ ଓ ଡିଜେଲରୁ ହ୍ରାସ କଲେ ଭାଟ

ଭୁବନେଶ୍ବର: ଗତକାଲି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲରୁ ଟାକ୍ସ ହ୍ରାସ କରିବା ପରେ ଆଜି ଓଡିଶା ମଧ୍ୟ ସେ ଦିଗରେ ପଦକ୍ଷେପ ନେଇଛି। ଓଡିଶାରେ ମଧ୍ୟ ପେଟ୍ରୋଲ ଓ ଡିଜେଲରେ 3 ଟଙ୍କା ଲେଖାଏଁ ଭାଟ ହ୍ରାସ କରାଯାଇଛି। ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ହ୍ରାସ ମୂଲ୍ୟ 5 ତାରିଖ ମଧ୍ୟ ରାତ୍ରୀରୁ ଲାଗୁ ହେବ ବୋଲି ଘୋଷଣା କରାଯାଇଛି।

ଗତକାଲି କେନ୍ଦ୍ର ସରକାର ପେଟ୍ରୋଲରେ 5 ଟଙ୍କା ଏବଂ ଡିଜେଲରେ 10 ଟଙ୍କ ଟାକ୍ସ ଛାଡ କରିଥିଲେ। ଏହାପରେ ପରେ ଆଜି ବିଭିନ୍ନ ରାଜ୍ୟ ସରକାର ମଧ୍ୟ ସେମାନଙ୍କର ଟାକ୍ସ ହ୍ରାସ ଦିଗରେ ପଦକ୍ଷେପ ଗ୍ରହଣ କରିଥିଲେ। ବିଶେଷ କରି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହି ଟାକ୍ସ ହ୍ରାସ କରିଥିଲେ। ଏହାପରେ ଆଜି ନବୀନ ମଧ୍ୟ ଏ ଦିଗରେ ପଦକ୍ଷେପ ନେଇଛନ୍ତି।

ରାଜ୍ୟରେ ଏହି ଭାଟ ହ୍ରାସ ହେଲେ ପ୍ରତିବର୍ଷ ରାଜସ୍ୱର କ୍ଷତି 1400 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହା ସହିତ ଭ୍ୟାଟ୍ ସଂଗ୍ରହରେ କ୍ଷତି ହେଉଛି ଲିଟର ପିଛା 1 ଟଙ୍କା 6 ପଇସା ପେଟ୍ରୋଲ ଉପରେ ଏବଂ  ଲିଟର ପିଛା 2 ଟଙ୍କା 8 ପଇସା ଡିଜେଲ ଉପରେ ରହିଛି। ସେହିପରି ଭାରତ ସରକାରଏକ୍ସାଇଜ୍ ଡ୍ୟୁଟି ହ୍ରାସ କଲେ ରାଜ୍ୟ ସମୁଦାୟ 700 କୋଟି ଟଙ୍କା କ୍ଷତି ସହିବ। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରାୟ 2000 କୋଟି ଟଙ୍କା ବହନ କରିବାର ସମ୍ଭାବନା ରହିଛି। ଏହି ହ୍ରାସ ସହିତ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଦେଶରେ ସର୍ବନିମ୍ନତମ ହେବାର ସମ୍ଭାବନା ରହିଛି।

ଅର୍ଥବ୍ୟବସ୍ଥାକୁ ଆହୁରି ପ୍ରୋତ୍ସାହନ ଦେବା ଲାଗି ଭାରତ ସରକାର ଗତକାଲି ଡିଜେଲ ଏବଂ ପେଟ୍ରୋଲ ଉପରୁ ଉତ୍ପାଦ ଶୁଳ୍କରେ ଜରୁରି ହ୍ରାସ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ ପାଇବା ଫଳରେ ତୈଳ ଇନ୍ଧନର ଉପଯୋଗ ବୃଦ୍ଧି ପାଇବ ଏବଂ ମୁଦ୍ରାସ୍ଫିତୀ ଚାପ ହ୍ରାସ ପାଇବ।

ଏହାଦ୍ବାରା ଗରିବ ଏବଂ ମଧ୍ୟବିତ୍ତ ବର୍ଗ ଲାଭବାନ ହେବେ। ଆଜିର ନିଷ୍ପତ୍ତି ଦେଶର ସାମଗ୍ରିକ ଆର୍ଥିକ ଚକ୍ରକୁ ଆହୁରି ଗତିଶୀଳ କରିବ ବୋଲି ଆଶା କରାଯାଉଛି। ଉପଭୋକ୍ତାମାନଙ୍କୁ ଆଶ୍ବସ୍ତି ପ୍ରଦାନ ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ହ୍ରାସ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟମାନଙ୍କୁ ନିବେଦନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ କରିବା ପାଇଁ ପଦକ୍ଷେପ ନିଅନ୍ତୁ ସରକାର- ନରସିଂହ ମିଶ୍ର

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ଭାବେ ବୃଦ୍ଧି ପାଇଛି। ଏହା ଦ୍ୱାରା ଜନସାଧାରଣ ହନ୍ତସନ୍ତ ହେଉଛନ୍ତି। ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର।

ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ୨୦୧୪ ମସିହା ଆଗରୁ ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ସେତେବେଳେ କହିଥିଲେ ଯେ ଯିଏ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ରୋକି ପାରୁ ନାହିଁ ସେ ହେଉଛି ଦେଶଦ୍ରୋହୀ। ଆଜି ସେହି ଲୋକ ଦେଶର ଶାସନ କ୍ଷମତାରେ ଅଛନ୍ତି। ତା ହେଲେ ଏବେ ଦେଶଦ୍ରୋହୀ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି।

ଶ୍ରୀ ମିଶ୍ର କହିଛନ୍ତି ଯେ ପେଟ୍ରୋଲିୟମ ମନ୍ତ୍ରୀ ବର୍ତ୍ତମାନ କହୁଛନ୍ତି ଯେ ଏହାକୁ ଜିଏସଟି ମଧ୍ୟରେ ଅଣା ଯିବା ଆବଶ୍ୟକ। ଯଦି ଆବଶ୍ୟକ ତା ହେଲେ ଏହି କାମ କରିବ କିଏ। ସେ ନିଜେ ସରକାରରେ ଅଛନ୍ତି। ତେଣୁ ଏହାକୁ କରିବାର ଦାୟିତ୍ୱ ତାଙ୍କର। କେବଳ କହିଲେ କଣ ହେବ ବୋଲି ସେ କହିଛନ୍ତିା

ଅନ୍ୟ ପକ୍ଷରେ ବିଜେପି ବିଧାୟକ ଦଳର ଉପ ନେତା ବିଷ୍ଣୁ ସେଠୀ କହିଥିଲେ ଯେ, ଗୃହରେ ନାମ ନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରା ଯାଇଛି। ସେ କହିଥିଲେ ଯେ ଡୋକଲାମରେ ଯିଏ ଚୀନର ସୈନିକ ମାନଙ୍କୁ ରୋକିଲା ସେ ଦେଶଦ୍ରୋହୀ ନା ଯିଏ ଚୀନକୁ ଜମି ଦେଇ ଦେଲା ସେ ଦେଶଦ୍ରୋହୀ। ଯିଏ ଆକ୍ରମଣର ଶୀକାର ହେବା ପରେ ଚୁପ ରହୁଥିଲା ସେ ଦେଶଦ୍ରୋହୀ ନା ଯିଏ ପାକିସ୍ତାନରେ ପଶି ସର୍ଜିକାଲ ଷ୍ଟ୍ରାଇକ କଲା ସେ ଦେଶ ଦ୍ରୋହୀ ବୋଲି ସେ ପ୍ରଶ୍ନ କରିଥିଲେ।