Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶାରେ ଡିଜେଲ ଦର କେତେ, ତାହା ଜାଣିଲେ ଆପଣଙ୍କର ମୁଣ୍ଡ ଖରାପ ହୋଇଯିବ

ଭୁବନେଶ୍ବର, ହୁହୁ ହୋଇ ବଢିବାରେ ଲାଗିଛି ତୈଳ୍ୟ ଦର। ଏହି କ୍ଷେତ୍ରରେ ଓଡିଶାରେ ମଧ୍ୟ ଅନୁରୂପ ଭାବେ ତେଲ ଦର ବଢିବାରେ ଲାଗିଛି। ଆପଣ ଆଶ୍ଚର୍ଯ୍ୟ ହେବେ ବର୍ତ୍ତମାନ ଓଡିଶାରେ ଡିଜେଲ ଦର ମଧ୍ୟ ଆକାଶ ଛୁଆଁ ହୋଇଯାଇଛି। ସୋମବାର ଦିନ କୋରାପୁଟରେ ଡିଜେଲ ଦର ୧୦୨ ଟଙ୍କା ୧୩ ପଇସା ରହିଛି।

ତା ପୂର୍ବ ଦିନ ଡିଜେଲ ଦର ୯୯ ଟଙ୍କା ୯୩ ପଇସା ରହିଥିବାବେଳେ ସୋମବାରରେ ଏକାଥରେ ୨ ଟଙ୍କା ୨୦ ପଇସା ବଢିଯାଇଛି। ପୂର୍ବରୁ କୋରାପୁଟରେ ଡିଜେଲ ଦର ସବୁବେଳେ ଶହେ ତଳକୁ ରହୁଥିଲା ହେଲେ ହଠାତ ଏତେ ପଇସା ବଢିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଓଡିଶାରେ ପେଟ୍ରୋଲ ପରି ଡିଜେଲ ମଧ୍ୟ ଶତକ ମାରିଛି।

ସେହିପରି ପେଟ୍ରୋଲ ଦର ମଧ୍ୟ ବୃଦ୍ଧି ପାଇଛି। ପୂର୍ବରୁ ପେଟ୍ରୋଲ ୧୦୨ ଟଙ୍କା ରହିଥିବା ବେଳେ ସୋମବାରରେ ୧୦୨ ଟଙ୍କା ୪୩ ପଇସାରେ ପହଞ୍ଚିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପୁଣି ବଢିଲା ପେଟ୍ରୋଲ ଦର, ମୁମ୍ବାଇରେ ଲିଟର ପିଛା 97 ଟଙ୍କା ଛୁଇଁଲା

ନୂଆଦିଲ୍ଲୀ, ଲଗାତର ଭାବେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଆଜି ଏହା ଲିଟର ପିଛା 90 ଟଙ୍କା ପାର ହୋଇଛି। ସେହିପରି ଡିଜେଲ ଦର ମଧ୍ୟ 80 ଟଙ୍କା ପାରି ହୋଇଛି। ଲଗାତର 12 ଦିନ ଧରି ଦେଶରେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ଆଜି ନୂଆଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା 90 ଟଙ୍କା 58 ପଇସା ଥିବା ବେଳେ ମୁମ୍ବାଇରେ ଏହା 96 ଟଙ୍କା 72 ପଇସା ରହିଛି।

ସେହିପରି ଡିଜେଲ ଦର ମଧ୍ୟ ସମାନୁପାତରେ ବୃଦ୍ଧି ପାଇଛି। ନୂଆଦିଲ୍ଲୀରେ ଡିଜେଲ ଲିଟର ପିଛା 80 ଟଙ୍କା 60 ପଇସା ଥିବା ବେଳେ ମୁମ୍ବାଇରେ 87 ଟଙ୍କା 67 ପଇସା ରହିଛି। ପେଟ୍ରୋଲ ଗତକାଲି ଅପେକ୍ଷା ଆଜି 37 ପଇସା ବୃଦ୍ଧି ପାଇଛି। ଗତ 12 ଦିନ ମଧ୍ୟରେ ପେଟ୍ରୋଲ ଦର 3 ଟଙ୍କା 64 ପଇସା ବୃଦ୍ଧି ପାଇଛି।