ପୁଣି ବଢିଲା ପେଟ୍ରୋଲ ଦର, ମୁମ୍ବାଇରେ ଲିଟର ପିଛା 97 ଟଙ୍କା ଛୁଇଁଲା

Published: Feb 20, 2021, 11:31 am IST

ନୂଆଦିଲ୍ଲୀ, ଲଗାତର ଭାବେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଆଜି ଏହା ଲିଟର ପିଛା 90 ଟଙ୍କା ପାର ହୋଇଛି। ସେହିପରି ଡିଜେଲ ଦର ମଧ୍ୟ 80 ଟଙ୍କା ପାରି ହୋଇଛି। ଲଗାତର 12 ଦିନ ଧରି ଦେଶରେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ଆଜି ନୂଆଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା 90 ଟଙ୍କା 58 ପଇସା ଥିବା ବେଳେ ମୁମ୍ବାଇରେ ଏହା 96 ଟଙ୍କା 72 ପଇସା ରହିଛି।

ସେହିପରି ଡିଜେଲ ଦର ମଧ୍ୟ ସମାନୁପାତରେ ବୃଦ୍ଧି ପାଇଛି। ନୂଆଦିଲ୍ଲୀରେ ଡିଜେଲ ଲିଟର ପିଛା 80 ଟଙ୍କା 60 ପଇସା ଥିବା ବେଳେ ମୁମ୍ବାଇରେ 87 ଟଙ୍କା 67 ପଇସା ରହିଛି। ପେଟ୍ରୋଲ ଗତକାଲି ଅପେକ୍ଷା ଆଜି 37 ପଇସା ବୃଦ୍ଧି ପାଇଛି। ଗତ 12 ଦିନ ମଧ୍ୟରେ ପେଟ୍ରୋଲ ଦର 3 ଟଙ୍କା 64 ପଇସା ବୃଦ୍ଧି ପାଇଛି।

Related posts