Categories
ଆଞ୍ଚଳିକ

ପୋଲସରା: ପାଣିରେ ବୁଡି ମୃତ୍ୟୁ, ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ବିଧାୟକ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ହାତିପାଦପଲି ଗ୍ରାମର ନନ୍ଦିଆ ପରିଡ଼ା ନାମକ ଜଣେ ବ୍ୟକ୍ତିଙ୍କର ପାଣିରେ ବୁଡି ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ପୋଲସରା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରିଛି। ଏହାପରେ ପୋଲିସ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରିଛି। ଏହି ମାମଲାରେ ପୋଲିସ ୧୭/୨୩ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅନ୍ୟ ପକ୍ଷରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଡାକ୍ତରଖାନାରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପିସ୍ତଲ୍ ସହ ଦୁଇ ଯୁବକ ଗିରଫ

କୈଲାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ସଦଳବଳେ ପାଟ୍ରୋଲିଂ କରୁଥିବା ସମୟରେ ରାଆଣ୍ଡି ସ୍ଥିତ ଧନେଇ ଡ଼୍ୟାମ ନିକଟରେ ଏକ ସ୍କୁଟି ଗାଡ଼ିରେ ଦୁଇ ଯୁବକ ଯାଉଥିବା ଦେଖି ସେମାନଙ୍କୁ ସନ୍ଦେହରେ ଅଟକାଇଥିଲେ। ସେମାନଙ୍କୁ ଯାଞ୍ଚ କରିବା ବେଳେ ସେମାନଙ୍କ ଠାରୁ ଗୋଟିଏ ପିସ୍ତଲ୍ ମିଳିଥିଲା। ପରେ ସେମାନଙ୍କୁ ଥାନା କୁ ଆଣି ପଚରାଉଚରା କରିବା ବେଳେ ସେମାନଙ୍କ ଠାରୁ ସନ୍ତୋଷ ଜନକ ଉତ୍ତର ମିଳିଲା ନାହିଁ। ଯାହା ଫଳରେ ପୋଲିସ୍ ପକ୍ଷରୁ କେଶ୍ ନଂ ୨୪୪/୨୩ ଅନୁଯାୟୀ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ଯୁବକ ଦ୍ବୟ ପୋଲସରାରୁ ପାଣ୍ଡିରିପଡା ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଧନେଇ ଡ଼୍ୟାମ ନିକଟରେ ଧରିଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭୋଜି ଖାଇବାକୁ ଆସି ଆକ୍ରମଣର ଶୀକାର ହେଲେ ଦୁଇ ଯୁବକ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଂଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ନିମିନା ଗ୍ରାମରେ ନିମନ୍ତ୍ରଣ ପତ୍ର ପାଇ ଭୋଜି ଖାଇବାକୁ ଆସିଥିବା ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସନ୍ତୋଷ ସାହୁ ଓ ରବି ସାହୁ ନାମକ ଦୁଇ ଯୁବକଙ୍କୁ ହଠାତ୍ କିଛି ଆସି ଖୁରରେ ଆକ୍ରମଣ କରିଛନ୍ତି। ଯାହା ଫଳରେ ଆହତ ଯୁବକ ଦ୍ବୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।
ଅନ୍ୟ ପକ୍ଷରେ ଉକ୍ତ ବିଷୟରେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ବୋଲି ଥାନାଧିକାରୀ ଙ୍କ ଠାରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର

ବାଲ୍ୟବିବାହକୁ ରୋକିଲା ପ୍ରଶାସନ

ହେମାଙ୍ଗ ପ୍ରସାଦ ରାଉଳ 
ବ୍ରହ୍ମପୁର: ରବିବାର ଦିନ ପୋଲସରା ଥାନା ଢ଼ୁଙ୍କାପଡ଼ା ଗ୍ରାମରେ ଏକ ବାଲ୍ୟବିବାହକୁ ପ୍ରଶାସନ ରୋକିବାରେ ସକ୍ଷମ ହୋଇଛି ବୁଗୁଡ଼ା ବ୍ଲକ୍ ଓ ଥାନା ପକ୍ଷରୁ ବାଲ୍ୟବିବାହ ହେଉଥିବା ନେଇ ଖବରପାଇ ବେତାରସିଂ ଗ୍ରାମର ଯୋଗୀ ବେହେରାଙ୍କ ଘରେ ପହଞ୍ଚି ଥିଲେ ମଧ୍ୟ ନାବାଳିକା ଝିଅକୁ ପରିବାର ଲୋକେ କୌଶଳକ୍ରମେ ଢ଼ୁଙ୍କାପଡ଼ା ଗ୍ରାମର ଉପେନ୍ଦ୍ର ବେହେରାଙ୍କ ପୁଅକୁ ବିବାହ ଲାଗି ପଠେଇ ଦେଇଥିଲେ।

ଏହି ଖବର ବୁଗୁଡ଼ା ସିଡ଼ିପିଓ ରଂଜିତା ତ୍ରିପାଠୀ, ପରିଦର୍ଶିକା ତ୍ରିପୁରା ମୋହିନୀ ଦାସ ଜାଣିବା ପରେ ସଠିକ ଖବର ପୋଲସରା ସିଡ଼ିପିଓ କୁନ୍ତଳା ନାୟକଙ୍କୁ ଜଣାଇଥିଲେ। ପୋଲସରା ସିଡ଼ିପିଓ ଓ ଥାନା ଏସ୍‌ଆଇ ପୁରୁଷୋତ୍ତମ ମାଝୀ ଢ଼ୁଙ୍କାପଡ଼ା ଗ୍ରାମକୁ ଯାଇ ଉପେନ୍ଦ୍ର ବେହେରାଙ୍କ ଘରେ ପହଞ୍ଚି ବାଲ୍ୟବିବାହକୁ ବନ୍ଦ କରିବା ସହ ପୁଅର ପିତା ଠାରୁ ଲିଖିତ ସ୍ୱୀକାର ପତ୍ର ଆଣିଥିଲେ। ନାବାଳିକା ଝିଅକୁ ପରିବାରର ସହଯୋଗରେ ବେତାରସିଂ ଗ୍ରାମକୁ ଫେରାଇ ଝିଅଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।