ବାଲ୍ୟବିବାହକୁ ରୋକିଲା ପ୍ରଶାସନ

Published: Feb 22, 2021, 9:33 pm IST

ହେମାଙ୍ଗ ପ୍ରସାଦ ରାଉଳ 
ବ୍ରହ୍ମପୁର: ରବିବାର ଦିନ ପୋଲସରା ଥାନା ଢ଼ୁଙ୍କାପଡ଼ା ଗ୍ରାମରେ ଏକ ବାଲ୍ୟବିବାହକୁ ପ୍ରଶାସନ ରୋକିବାରେ ସକ୍ଷମ ହୋଇଛି ବୁଗୁଡ଼ା ବ୍ଲକ୍ ଓ ଥାନା ପକ୍ଷରୁ ବାଲ୍ୟବିବାହ ହେଉଥିବା ନେଇ ଖବରପାଇ ବେତାରସିଂ ଗ୍ରାମର ଯୋଗୀ ବେହେରାଙ୍କ ଘରେ ପହଞ୍ଚି ଥିଲେ ମଧ୍ୟ ନାବାଳିକା ଝିଅକୁ ପରିବାର ଲୋକେ କୌଶଳକ୍ରମେ ଢ଼ୁଙ୍କାପଡ଼ା ଗ୍ରାମର ଉପେନ୍ଦ୍ର ବେହେରାଙ୍କ ପୁଅକୁ ବିବାହ ଲାଗି ପଠେଇ ଦେଇଥିଲେ।

ଏହି ଖବର ବୁଗୁଡ଼ା ସିଡ଼ିପିଓ ରଂଜିତା ତ୍ରିପାଠୀ, ପରିଦର୍ଶିକା ତ୍ରିପୁରା ମୋହିନୀ ଦାସ ଜାଣିବା ପରେ ସଠିକ ଖବର ପୋଲସରା ସିଡ଼ିପିଓ କୁନ୍ତଳା ନାୟକଙ୍କୁ ଜଣାଇଥିଲେ। ପୋଲସରା ସିଡ଼ିପିଓ ଓ ଥାନା ଏସ୍‌ଆଇ ପୁରୁଷୋତ୍ତମ ମାଝୀ ଢ଼ୁଙ୍କାପଡ଼ା ଗ୍ରାମକୁ ଯାଇ ଉପେନ୍ଦ୍ର ବେହେରାଙ୍କ ଘରେ ପହଞ୍ଚି ବାଲ୍ୟବିବାହକୁ ବନ୍ଦ କରିବା ସହ ପୁଅର ପିତା ଠାରୁ ଲିଖିତ ସ୍ୱୀକାର ପତ୍ର ଆଣିଥିଲେ। ନାବାଳିକା ଝିଅକୁ ପରିବାରର ସହଯୋଗରେ ବେତାରସିଂ ଗ୍ରାମକୁ ଫେରାଇ ଝିଅଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

Related posts