Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର

ସ୍ଵାମୀ-ସ୍ତ୍ରୀର ପରିଚୟ ଦେଇ ଥାନାରେ ପହଞ୍ଚିଲେ ପୋଲିସ ଅଧିକାରୀ: ତଦାରଖ କଲେ ଆଇନ ବ୍ୟବସ୍ଥା

ମୁମ୍ବାଇ: ଗତ କିଛି ଦିନ ହେଲା କର୍ମଚାରୀଙ୍କ କାର୍ଯ୍ୟକଳାପ ପାଇଁ ମହାରାଷ୍ଟ୍ର ପୋଲିସ ପ୍ରଶାସନର ଛବି ଖରାପ ହେବାରେ ଲାଗିଛି। କିନ୍ତୁ ଏହାକୁ ଦେଖି ଆଉ କିଛି ଅଧିକାରୀ ପୋଲିସର ଛବି ବଦଳାଇବା ପାଇଁ ଲାଗିପଡିଛନ୍ତି। ଲୋକମାନଙ୍କ ପ୍ରତି ପୋଲିସର କର୍ତ୍ତବ୍ୟ ଏବଂ ଦାୟିତ୍ଵାଧୀନତା ତଦାରଖ କରିବା ପାଇଁ କିଛି ଅଧିକାରୀ ଅଭିନବ ପ୍ରୟାସ କରିଛନ୍ତି। କିଛି ପୋଲିସ ଅଧିକାରୀ ନିଜର ବେଶ ବଦଳାଇ ବିଭିନ୍ନ ଥାନା ତଦାରଖ କରିଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ପିମ୍ପରୀ-ଚିଞ୍ଚୱଡ଼ ପୋଲିସ କମିଶନର କୃଷ୍ଣ ପ୍ରକାଶ ଏଭଳି ଏକ ନିଆରା ପ୍ରୟାସ କରିଛନ୍ତି। ମହିଳା ଆରକ୍ଷୀ ଅଧିକ୍ଷକଙ୍କ ସହ ମିଶି ପୋଲିସ କମିଶନର ପ୍ରକାଶ ସ୍ବାମୀ-ସ୍ତ୍ରୀ ଭାବେ ପରିଚୟ ଦେଇ ବିଭିନ୍ନ ଥାନାକୁ ଯାଇ କିଛି ଅଭିଯୋଗ କରିଥିଲେ।

ଏହି ସମୟରେ ସମ୍ପୃକ୍ତ ଥାନାର ପୋଲିସକର୍ମୀମାନଙ୍କ କାର୍ଯ୍ୟକଳାପକୁ ପରଖି ଥିଲେ। ଏହା ସହ ସହରର ଆଇନ ବ୍ୟବସ୍ଥାକୁ ମଧ୍ୟ ତଦାରଖ କରିଥିଲେ। କମିଶନର କୃଷ୍ଣ ପ୍ରକାଶ କୁର୍ତ୍ତା ଏବଂ ଜିନ୍ସ ପ୍ୟାଣ୍ଟ ସାଥିରେ ଦାଢି କରି ନିଜ ବେଶ ବଦଳାଇଥିଲେ। ସେ ନିଜକୁ ଜମାଲ କମାଲ ଖାନ ନାଁରେ ନିଜକୁ ପରିଚୟ ଦେଇଥିଲେ।

ତେବେ କମିଶନର ପ୍ରକାଶ ତିନୋଟି ଥାନାରେ ମହିଳା ଆରକ୍ଷୀଙ୍କୁ ନିଜର ପତ୍ନୀର ପରିଚୟ ଦେଇ ଭିନ୍ନ ଭିନ୍ନ ଲିଖିତ ଅଭିଯୋଗ କରିଥିଲେ। ଗୋଟିଏ ଥାନାରେ ମାରପିଟ ଅଭିଯୋଗ କରିଥିବା ବେଳେ ଆଉ ଗୋଟିଏ ଥାନାରେ ସୁନା ଚେନ ସ୍ନେଚିଙ୍ଗ ଏବଂ ତୃତୀୟ ଥାନାରେ ଆମ୍ବୁଲାନ୍ସ ଡ୍ରାଇଭର ଦ୍ଵାରା ଅଧିକ ଟଙ୍କା ନେଇଥିବା ଅଭିଯୋଗ ଆଣିଥିଲେ।

ଏହାକୁ ନେଇ ପୋଲିସ କମିଶନର ପ୍ରକାଶ କେତେଜଣ ପୋଲିସ କର୍ମୀଙ୍କ କର୍ତ୍ତବ୍ୟର ଅବହେଳା କରିଥିବା ଦେଖିବାକୁ ପାଇଥିଲେ। ତେଣୁ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର ପ୍ରକାଶ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜଧାନୀରେ ନାଇଟ କର୍ଫ୍ୟୁ ପାଳନର ତଦାରଖ କଲେ ଖୋଦ ପୋଲିସ କମିଶନର

ଭୁବନେଶ୍ବର, ଆଜି ଉଭୟ କଟକ ଓ ଭୁବନେଶ୍ବରରେ ନାଇଟ କର୍ଫୁ ଜାରି କରାଯାଇଛି। ରାତି 9ଟାରୁ ସକାଳ 5ଟା ପର୍ଯ୍ୟନ୍ତ ଏହି କର୍ଫୁ ବଳବତ୍ତର ରହିବ। ସେଥିପାଇଁ ପୋଲିସ କମିଶନରେଟ ତରଫରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇଛି। ଖୋଦ ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ରାଜଧାନୀର ବିଭିନ୍ନ ସ୍ଥାନକୁ ଯାଇ କଟକଣାକୁ ତଦାରଖ କରିଛନ୍ତି। ଲୋକମାନଙ୍କୁ କୋଭିଡ ନିୟମ ମାନି ଚଳିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି।

ଦୁଇ ମହାନଗରରେ ଏହି ଆଇନକୁ କଡାକଡି କରିବା ପାଇଁ 10 ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଏଥିସହିତ 60ରୁ ଅଧିକ ଅଫିସର ଏହାର ତଦାରଖ କରୁଛନ୍ତି। ଲୋକଙ୍କୁ ଯାଞ୍ଚ କରିବା ପାଇଁ ବିଭିନ୍ନ ସ୍ଥାନରେ 25ଟି ଚେକିଂ ପଏଣ୍ଟ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ତେଲେଙ୍ଗନାରୁ ଗିରଫ ହେଲା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର

ଭୁବନେଶ୍ଵର: କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ଗିରଫ ହୋଇଥିବା ସୂଚନା ରହିଛି। ତେଲେଙ୍ଗନାରୁ ଗ୍ୟାଙ୍ଗଷ୍ଟାର ହାଇଦର ଗିରଫ ହୋଇଥିବା ସୂଚନା ରହିଛି। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏନେଇ ସୂଚନା ଦେଇଛନ୍ତି।

ହାଇଦର କଟକ ଏସସିବିରୁ ଗତ ୧୦ ତାରିଖରେ ଫେରାର ହୋଇଥିଲା। ଫଳରେ ଏନେଇ ବହୁ ପ୍ରଶ୍ନ ଉଠିଥିଲା।ହାଇଦରକୁ ଧରିବା ପାଇଁ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ଟିମ ଲାଗିରହିଥିଲା। ଫଳରେ ଆଜି ତେଲେଙ୍ଗନା ପୋଲିସ ସହାୟତାରେ ଗ୍ୟାଙ୍ଗଷ୍ଟାରକୁ କଟକ ପୋଲିସ ଧରିବାରେ ସକ୍ଷମ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ବରିଷ୍ଠ ଆଇପିଏସ ସ୍ତରରେ ଅଦଳ ବଦଳ: ଟୁଇନ୍ ସିଟିର ନୂଆ ପୋଲିସ କମିଶନର ହେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ

ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ଆଇପିଏସ ସ୍ତରରେ ଅଦଳ ବଦଳ କରିଛନ୍ତି। ୧୯୯୫ ବ୍ୟାଚର ବରିଷ୍ଠ ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଟୁଇନ୍ ସିଟିର ନୂଆ ପୋଲିସ କମିଶନର ଭାବେ ଦାୟିତ୍ଵ ଦିଆଯାଇଛି। ସେ ଏବେ କ୍ରାଇମବ୍ରାଞ୍ଚ ଏଡିଜି ଅଛନ୍ତି। ଦୀର୍ଘ ଦେଢ ବର୍ଷ ଧରି ସୁଧାଂଶୁ ଷଡଙ୍ଗୀ ଟୁଇନ୍ ସିଟିର ପୋଲିସ୍‌ କମିଶନର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

ସୁଧାଂଶୁ ଷଡଙ୍ଗୀଙ୍କୁ ଏବେ ଗୃହ ନିର୍ମାଣ ବିଭାଗର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ।ପୋଲିସ୍‌ କମିଶନର ହେବା ପୂର୍ବରୁ ସେ ଗୃହ ନିର୍ମାଣ ବିଭାଗର ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ। ସେହିପରି ଏମ. ଅକ୍ଷୟଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ଦାୟିତ୍ଵ ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ମାଲ୍ ପରିବହନରେ କୌଣସି ବାଧା ନାହିଁ: ପୋଲିସ କମିଶନର

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର: ଲକ୍‌ଡାଉନ ବେଳେ ମାଲ୍ ପରିବହନରେ କୌଣସି ବାଧା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଖୁଚୁରା ବ୍ୟବସାୟୀଙ୍କ ଗାଡ଼ିକୁ ପୋଲିସ ଅନୁମତି ଦେଉନଥିବାର ଖବର ପ୍ରସାରିତ ହେବା ପରେ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ପୋଲିସ କମିଶନର। ତେଜରାତୀ ଓ ପରିବା ବ୍ୟବସାୟୀଙ୍କୁ ଏହି ସୂଚନା ଜଣାଇବା ନିମନ୍ତେ ଗଣମାଧ୍ୟମକୁ ଅନୁରୋଧ କରି ଟୁଇଟ୍‌ କରିଛନ୍ତି।  ଲକ୍‌ଡାଉନ ବେଳେ ମାଲ୍ ପରିବହନ ପ୍ରସଙ୍ଗରେ କୌଣସି ବାଧା ନାହିଁ ବୋଲି ଟୁଇଟ୍‌ କରିଛନ୍ତି ପୋଲିସ୍‌ କମିଶନର।

ପୋଲିସ ଅଧିକାରୀ ଏହି ଗୁଜବର ସତ୍ୟାସତ୍ୟା ପରଖିବାକୁ ବାଙ୍କି, ଆଠଗଡ଼, ଖୁଣ୍ଟୁଣୀ ଯାଇଥିଲେ। ଆମେ ମାଲ୍ ପରିବହନ ସୁଗମ କରିବାକୁ ସମସ୍ତ ବ୍ୟବସ୍ଥା କରୁଛୁ ବୋଲି ପୋଲିସ କମିଶନର କହିଛନ୍ତି। ତେବେ ଏମ୍ପର୍କିତ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ବ୍ୟବସାୟୀମାନେ ୧୦୦ ଡାଏଲ୍ କରିପାରିବେ ବୋଲି ପୋଲିସ୍ କମିସନର କହିଛନ୍ତି।