Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗ୍ୟାଙ୍ଗଷ୍ଟାର ହାଇଦରକୁ ଖସାଇବାରେ ବଡ ଷଡଯନ୍ତ୍ର ହୋଇଛି: ପୂର୍ବତନ ଡ଼ିଜିପି ପ୍ରକାଶ ମିଶ୍ର

କଟକ: କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାକୁ ନେଇ ବିଜେପି ନେତା ତଥା ପୂର୍ବତନ ଡ଼ିଜିପି ପ୍ରକାଶ ମିଶ୍ର ଏକ ବଡ ବୟାନ ଦେଇଛନ୍ତି। ହାଇଦର ଫେରାର ନୁହେଁ ତାକୁ ଖସାଯାଇଛି ବୋଲି ପ୍ରକାଶ ଅଭିଯୋଗ କରିଛନ୍ତି। ହାଇଦର ଘଟଣାରେ ବିଜେପି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟସରକାରକୁ କେତୋଟି ପ୍ରଶ୍ନ କରିଛି।

ପ୍ରକାଶ ମିଶ୍ରଙ୍କ ଅଭିଯୋଗ ଅନୁଯାୟୀ, ଏଥିପାଇଁ ଏକ ବଡ ଷଡଯନ୍ତ୍ର ହୋଇଛି। ତାକୁ ବାରମ୍ବାର ସମ୍ବଲପୁରରୁ କଟକ ସ୍ଥାନାନ୍ତରଣ ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ସାଧାରଣ ଲୋକଙ୍କୁ ଏସସିବିରେ ଶଯ୍ୟା ମିଳୁନଥିବା ବେଳେ ହାଇଦରକୁ କ୍ୟାବିନ କେମିତି ମିଳିଲା? କିଡିନୀ ଖରାପ ଥିବା ସତ୍ତ୍ୱେ ତାକୁ କିପରି ବିରିୟାନୀ ଖାଇବାକୁ ଅନୁମତି ଦିଆଗଲା? ଏଥିରେ କିଛି ବଡ ଲୋକଙ୍କ ହାତ ଥାଇପାରେ ବୋଲି ଏଭଳି କିଛି ପ୍ରଶ୍ନ ରଖି ପ୍ରକାଶ ଅଭିଯୋଗ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବୋଥ୍ରାଙ୍କର ପୁଲିସ ପାୱାର ନାହିଁ, ତଦନ୍ତ କେମିତି କରିବେ: ପ୍ରକାଶ

ଭୁବନେଶ୍ୱର: ନୟାଗଡ଼ର ପରୀ ହତ୍ୟା ମାମଲାକୁ ନେଇ ଏବେ ଓଡ଼ିଶା ରାଜନୀତିର ପାଣିପାଗ ସରଗରମ ହୋଇଛି । ଏସଆଇଟି ଏହାର ତଦନ୍ତ କରୁଛି ।  ପରୀକୁ କିଏ ହତ୍ୟା କରିଛି, କାହିଁକି ହତ୍ୟା କରିଛି ଓ ଏହା ପଛର ମୁଖ୍ୟ ଖଳନାୟକ  କିଏ, ତାକୁ ଜାଣିବା ପାଇଁ ସମସ୍ତେ ଉକ୍ରଣ୍ଠାର ସହ ଚାହିଁବସିଛନ୍ତି ।   ତେବେ ଏହାରି ଭିତରେ ଏସଆଇଟି ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଡିଜିପି ତଥା ବିଜେପି ନେତା ପ୍ରକାଶ ମିଶ୍ର ।

ସେ କହିଛନ୍ତି ଯେ, ଏସଆଇଟି ତଦନ୍ତର କୌଣସି ଅସ୍ତିତ୍ୱ ନାହିଁ ।  ସିଆରପିସି ଅନୁସାରେ ଅନୁସନ୍ଧାନ କେବଳ ଥାନା ଓ ପୁଲିସ କରିବ ।  ଅରୁଣ ବୋଥ୍ରା ଏବେ ଓଏସଆରଟିସିର ଏମଡି ଅଛନ୍ତି ।  ତାଙ୍କର କୌଣସି ପୁଲିସ ପାୱାର ନାହିଁ । ସେ ତଦନ୍ତ କେମିତି କରିବେ ।  ଏ ତଦନ୍ତ ପ୍ରତି ଆମେ ପ୍ରଶ୍ନ କରୁଛୁ । ଏହି ମାମଲାର ତଦନ୍ତଭାର ସିବିଆଇକୁ ଦିଆଯାଉ । ଏହି ଘଟଣାରେ ଏସଆଇଟିର ତଦନ୍ତ କରିବାର ଅଧିକାର ନାହିଁ ।  ଏସଆଇଟି ତଦନ୍ତ ଯାହା କରିବ, ତାକୁ କୋର୍ଟ ଗ୍ରହଣ କରିବେ ନାହିଁ ବୋଲି ପ୍ରକାଶ ମିଶ୍ର କହିଛନ୍ତି ।