Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ପ୍ରଜ୍ଞାପନ ମେଢକୁ ଆଜି ନୂଆଦିଲ୍ଲୀରେ ଗୃହ ବିଭାଗ ତରଫରୁ ଦିଆଗଲା ପୁରସ୍କାର

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ଓଡିଶାର ପ୍ରଜ୍ଞାପନ ମେଢକୁ ମିଳିଛି ପ୍ରଥମ ପୁରସ୍କାର। ରାଷ୍ଟ୍ରୀୟ ରଂଗଶାଳା ଶିବିରରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ। ଏହି ପୁରସ୍କାରକୁ ଗ୍ରହଣ କରିଛନ୍ତି ଓଡିଶା ସୂଚନା ଓ ଲୋକ ସଂପର୍କ ବିଭାଗର ଅଧିକାରୀ ହରପ୍ରସାଦ ମହାପାତ୍ର ଏବଂ ଏହି ମେଢର ଶିଳ୍ପୀ କିର୍ତ୍ତୀ କିଶୋର ମହାରଣା।

ଜାନୁୟାରୀ 26 ଗଣତନ୍ତ୍ର ଦିବସରେ ଏହି ପ୍ରଜ୍ଞାପନ ମେଢକୁ ଓଡିଶା ତରଫରୁ ପ୍ରଦର୍ଶିତ କରାଯାଇଥିଲା। ଏହାପରେ ସବୁ ରାଜ୍ୟର ମେଢକୁ ପୁରସ୍କାର ପାଇଁ ରଖାଯାଇଥିଲା। ଚୟନ କମିଟ ଏବଂ ଅନଲାଇନ ଭୋଟିଂ ପରେ ଓଡିଶାର ପ୍ରଜ୍ଞାପନ ମେଢ ପ୍ରଥମ ହୋଇଥିଲା। ଏହାପରେ ଗୁଜୁରାଟ ଦ୍ବିତୀୟ ଏବଂ ତାମିଲନାଡୁ ତୃତୀୟ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

୨୦୨୪ ଗଣତନ୍ତ୍ର ଦିବସରେ ସୃଷ୍ଟି ହେବ ନୂଆ ଇତିହାସ: କେବଳ ମହିଳାମାନେ କରିବେ ପରେଡ

ନୂଆଦିଲ୍ଲୀ: ଏଥର ଗଣତନ୍ତ୍ର ଦିବସରେ ଏକ ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉଛି। ସୂଚନା ଅନୁଯାୟୀ, ଜାନୁୟାରୀ ୨୬ ତାରିଖ ୨୦୨୪ରେ କର୍ତ୍ତବ୍ୟ ପଥରେ ମହିଳାଙ୍କ ପ୍ୟାରେଡ୍ ଦେଖିବାକୁ ମିଳିବ। ଏପରିକି ପ୍ୟାରେଡ୍, ମାର୍ଚିଂ ସ୍କ୍ବାଡ୍, ପ୍ରଜ୍ଞାପନ ମେଢ ଏବଂ ସାଂସ୍କୃତିକ ଉପସ୍ଥାପନାରେ କେବଳ ମହିଳାଙ୍କୁ ଦେଖିବାକୁ ମିଳିବ। ପ୍ରତିରକ୍ଷା ମନ୍ତ୍ରଣାଳୟର ବିସ୍ତୃତ ଆଲୋଚନା ପରେ ନିଷ୍ପତ୍ତି ନିଆଯାଇଛି ଯେ, ଗଣତନ୍ତ୍ର ଦିବସ ୨୦୨୪ ରେ ମହିଳାଙ୍କ ଅଂଶଗ୍ରହଣ ହେବ।

ଏହି ପ୍ୟାରେଡିଂ କଣ୍ଟିଜେଣ୍ଟଗୁଡିକରେ ମଧ୍ୟ କଣ୍ଟିଜେଣ୍ଟସ୍ ଅଛି ଯେଉଁଥିରେ ମାର୍ଚିଂ ଏବଂ ବ୍ୟାଣ୍ଡ ପ୍ୟାରେଡ୍ ସମୟରେ ପ୍ରଜ୍ଞାପନ ମେଢ ଏବଂ ପ୍ରଦର୍ଶନ ଅନ୍ତର୍ଭୁକ୍ତ। ଗୃହ ମନ୍ତ୍ରଣାଳୟ, ସଂସ୍କୃତି ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ସୂଚନା ଦେଇଛି।

Categories
ଆଜିର ଖବର ଜାତୀୟ ଖବର

ଏଥର ମଧ୍ୟ ଦିଲ୍ଲୀ ପରେଡରେ ଦେଖିବାକୁ ମିଳିବନି ଓଡିଶାର କଳା ସଂସ୍କୃତି, ବାଦ ପଡିଲା ପ୍ରଜ୍ଞାପନ ମେଢ

ଭୁବନେଶ୍ୱର: ପୁଣିଥରେ ଓଡିଶାକୁ ଉପେକ୍ଷା କରାଯାଇଛି। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଓଡିଶାର ପ୍ରଜ୍ଞାପନ ମେଢ ମଧ୍ୟ ଦେଖିବାକୁ ମିଳିବନି। ଲଗାତର ୩ ବର୍ଷ ହେଲା ଦିଲ୍ଲୀ ଦରବାରରେ ଓଡ଼ିଶାକୁ ଉପେକ୍ଷା କରାଯାଉଛି।

ଚଳିତ ବର୍ଷ ପାଇଁ ସମସ୍ତ ପ୍ରସ୍ତୁତି ହୋଇଥିଲେ ମଧ୍ୟ ଓଡ଼ିଶାର ପ୍ରଜ୍ଞାପନ ମେଢ ବାଦ ପଡିଛି।  ଏଥର ଓଡ଼ିଶାର କଳା, ସଂସ୍କୃତି ଓ ସ୍ଥାପତ୍ୟକୁ ନେଇ ମେଢ ତିଆରି କରାଯାଇଥିଲା। ଆଗରେ କୋଣାର୍କ ଓଡ଼ିଶାର ଚିହ୍ନ ଥିବା ଅଶ୍ୱ ଓ ତଳେ ଦୁଇଟି କୋଣାର୍କ ଚକ୍ର ରହିଥିଲା। କଳିଙ୍ଗର ଐତିହ୍ୟ ସମ୍ପନ୍ନ କଳାକାରିଗରୀକୁ ମୁକ୍ତେଶ୍ୱର ମନ୍ଦିର ସହ ପ୍ରଦର୍ଶିତ କରାଯାଇଥିଲା। ଏହା ସହିତ ବିଶ୍ୱ ପ୍ରସିଦ୍ଧ ଓଡ଼ିଶାର ନୃତ୍ୟ କଳା ମାହାରୀ ଓ ଘୁମୁରାର ଶିଳ୍ପୀ ମାନଙ୍କୁ ସାମିଲ କରାଯାଇଥିଲା। ହେଲେ ୪ଟି ବୈଠକ ଆଲୋଚନା ପରେ ମଡେଲ ଫାଇନାଲ ସହ ମାହାରୀ ଓ ଘୁମୁରାକୁ ନେଇ ଗୀତ ପାଇଁ କୁହାଯାଇଥିଲା। ଗୀତର ରେକର୍ଡିଂ ମଧ୍ୟ ସରିଥିଲା। ହେଲେ ସବୁ ଶେଷ ହେବା ପରେ ପଞ୍ଚମ ବୈଠକରେ ଡକାଯାଇନଥିବାରୁ ଓଡ଼ିଶାର ଏହି ମଡେଲ ବାଦ୍ ପଡ଼ିଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାର ପ୍ରଜ୍ଞାପନ ମେଢ ଦିଲ୍ଲୀର ସାଧାରଣତଦନ୍ତ୍ର ଦିବସ ପ୍ୟାରେଡ଼ରେ ସ୍ଥାନ ନପାଇବା ପ୍ରତିବାଦରେ ଶୋଭାଯାତ୍ର୍ରା

ଭୁବନେଶ୍ୱର: ଓଡ଼ିଶାର ପ୍ରଜ୍ଞାପନ ମେଢ ଦିଲ୍ଲୀର ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ରେ ସ୍ଥାନ ନ ପାଇବା ପ୍ରତିବାଦରେ ଆଜି ଓଡ଼ିଶା ପାଇକ ଏକାଡ଼େମୀ, ସମରକଳା ଏକାଡ଼େମୀ ଆଦି ବହୁ ଅନୁଷ୍ଠାନ ପକ୍ଷରୁ ରାଜଭବନ ସମ୍ମୁଖରେ ଏକ ପ୍ରତିବାଦ ଧାରଣା, ଶୋଭାଯାତ୍ରା, ସଭା ଓ ପାଇକ ଆଖଡ଼ା ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ପାଇକ ଆଖଡ଼ା ଦଳମାନେ ସେମାନଙ୍କର ସମରକଳା ପ୍ରଦର୍ଶନ କରି ପ୍ରଜ୍ଞାପନ ମେଢକୁ ଦିଲ୍ଲୀର ସାଧାରଣତନ୍ତ୍ର ଦିବସରେ ସ୍ଥାନ ଦେବାକୁ କହିଥିଲେ।

ଏହି ଅବସରରେ ଓଡ଼ିଶା ପାଇକ ଏକାଡ଼େମୀର ସଭାପତି ତାଙ୍କର ପ୍ରତିକ୍ରିୟାରେ କହିଥିଲେ ଯେ, ଓଡ଼ିଶାର କଳା, ସଂସ୍କୃତି ଓ ସାମାରିକ ପରମ୍ପରା ସମଗ୍ର ଭାରତ କେବଳ ନୁହେଁ ବିଶ୍ୱରେ ପରିଚିତ। ତେଣୁ ଦିଲ୍ଲୀର ସାଧାରଣତନ୍ତ୍ର ମେଢରେ ଓଡ଼ିଶାର ପ୍ରଜ୍ଞାପନ ମେଢକୁ ଦେଖିବାକୁ ଦେଶ ବିଦେଶରେ ଥିବା ଓଡ଼ିଆଭାଇମାନେ ଉତ୍ସୁକତାର ସହିତ ଅପେକ୍ଷା କରିଥାନ୍ତି। ଚଳିତବର୍ଷ ସ୍ୱାଧୀନତାର ୭୫ତମ ପୂର୍ତ୍ତି ଉତ୍ସବ ପାଳନ କରାଯାଉଥିବାରୁ ସ୍ୱାଧୀନତା ସଂଗ୍ରାମ ସମ୍ପର୍କିତ ପ୍ରଜ୍ଞାପନ ମେଢ ପଠାଇବା ପାଇଁ ବିଭିନ୍ନ ରାଜ୍ୟକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟରୁ ନିମନ୍ତ୍ରଣ କରାଯାଇଥିଲା।

ସେହି ଅନୁସାରେ ଓଡ଼ିଶାରୁ ଅନ୍ୟାନ୍ୟ ଚାରୋଟି ପ୍ରଜ୍ଞାପନ ମେଢର ଚିତ୍ର ସହ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ସଂଗଠିତ ପାଇକ ବିଦ୍ରୋହର ବୃତ୍ତଚିତ୍ର ପ୍ରଦାନ କରାଯାଇଥିଲା ଏବଂ ଏହାକୁ ଦିଲ୍ଲୀର ଚୟନ କମିଟି ତୃତୀୟ ରାଉଣ୍ଡ ପର୍ଯ୍ୟନ୍ତ ନେଇ ଏହା ଆକର୍ଷଣୀୟ ବୋଲି ମତାମତ ଦେଇଥିବା ବେଳେ ହଠାତ୍ ଏହାକୁ ବାଦ୍ ଦିଆଗଲା। ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଓ ପରିତାପର ବିଷୟ। ଏହା ରାଜ୍ୟର ସ୍ୱାଭିମାନ ଓ ଅସ୍ମିତା ପ୍ରତି କୁଠାରଘାତ କରିଛି। ତେଣୁ ଓଡ଼ିଶାର ଏହି ପ୍ରଜ୍ଞାପନ ମେଢକୁ ସାଧାରଣତନ୍ତ୍ର ଦିବସରେ କେନ୍ଦ୍ର ସରକାର ସ୍ଥାନ ଦେବା ପାଇଁ ପୁର୍ନବିଚାର ନକଲେ ଏହାର ଦୃଢ ପ୍ରତିବାଦ ଓଡ଼ିଶାର କୋଣ ଅନୁକୋଣରେ ଚାଲୁ ରହିବ ବୋଲି ଡଃ ଶ୍ରୀଚନ୍ଦନ ଚେତାବନୀ ଦେଇଛନ୍ତି। ସେହିପରି ରାଜ୍ୟ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଏ ସମ୍ପର୍କରେ ଲେଖିବା ପାଇଁ ସେ ଅନୁରୋଧ କରିଛନ୍ତି।

ଏହି ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ନିୟୁ ଥିଙ୍କିଙ୍ଗ ଫୋରମର ସଭାପତି ନରେନ୍ଦ୍ର ପୃଷ୍ଟି, ବିଶିଷ୍ଟ ସମାଜସେବୀ ଗଣେଶ ସାମନ୍ତ ଏବଂ ପ୍ରଧ୍ୟାପକ ନିରୋଦ ଖୁଣ୍ଟିଆ, ଅବନୀ ଜେନା, ଅଜୟ ଗୁମାନସିଂ ପ୍ରମୁଖ ବହୁ ବୁଦ୍ଧିଜୀବୀ ଓ ସମାଜସେବୀ ଉପସ୍ଥିତ ରହି ସେମାନଙ୍କର ପ୍ରତିକ୍ରିୟା ପ୍ରକାଶ କରିଥିଲେ।