ଏଥର ମଧ୍ୟ ଦିଲ୍ଲୀ ପରେଡରେ ଦେଖିବାକୁ ମିଳିବନି ଓଡିଶାର କଳା ସଂସ୍କୃତି, ବାଦ ପଡିଲା ପ୍ରଜ୍ଞାପନ ମେଢ

Published: Dec 21, 2022, 12:22 pm IST

ଭୁବନେଶ୍ୱର: ପୁଣିଥରେ ଓଡିଶାକୁ ଉପେକ୍ଷା କରାଯାଇଛି। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଓଡିଶାର ପ୍ରଜ୍ଞାପନ ମେଢ ମଧ୍ୟ ଦେଖିବାକୁ ମିଳିବନି। ଲଗାତର ୩ ବର୍ଷ ହେଲା ଦିଲ୍ଲୀ ଦରବାରରେ ଓଡ଼ିଶାକୁ ଉପେକ୍ଷା କରାଯାଉଛି।

ଚଳିତ ବର୍ଷ ପାଇଁ ସମସ୍ତ ପ୍ରସ୍ତୁତି ହୋଇଥିଲେ ମଧ୍ୟ ଓଡ଼ିଶାର ପ୍ରଜ୍ଞାପନ ମେଢ ବାଦ ପଡିଛି।  ଏଥର ଓଡ଼ିଶାର କଳା, ସଂସ୍କୃତି ଓ ସ୍ଥାପତ୍ୟକୁ ନେଇ ମେଢ ତିଆରି କରାଯାଇଥିଲା। ଆଗରେ କୋଣାର୍କ ଓଡ଼ିଶାର ଚିହ୍ନ ଥିବା ଅଶ୍ୱ ଓ ତଳେ ଦୁଇଟି କୋଣାର୍କ ଚକ୍ର ରହିଥିଲା। କଳିଙ୍ଗର ଐତିହ୍ୟ ସମ୍ପନ୍ନ କଳାକାରିଗରୀକୁ ମୁକ୍ତେଶ୍ୱର ମନ୍ଦିର ସହ ପ୍ରଦର୍ଶିତ କରାଯାଇଥିଲା। ଏହା ସହିତ ବିଶ୍ୱ ପ୍ରସିଦ୍ଧ ଓଡ଼ିଶାର ନୃତ୍ୟ କଳା ମାହାରୀ ଓ ଘୁମୁରାର ଶିଳ୍ପୀ ମାନଙ୍କୁ ସାମିଲ କରାଯାଇଥିଲା। ହେଲେ ୪ଟି ବୈଠକ ଆଲୋଚନା ପରେ ମଡେଲ ଫାଇନାଲ ସହ ମାହାରୀ ଓ ଘୁମୁରାକୁ ନେଇ ଗୀତ ପାଇଁ କୁହାଯାଇଥିଲା। ଗୀତର ରେକର୍ଡିଂ ମଧ୍ୟ ସରିଥିଲା। ହେଲେ ସବୁ ଶେଷ ହେବା ପରେ ପଞ୍ଚମ ବୈଠକରେ ଡକାଯାଇନଥିବାରୁ ଓଡ଼ିଶାର ଏହି ମଡେଲ ବାଦ୍ ପଡ଼ିଥିବା ଜଣାପଡିଛି।

Related posts