ନୂଆଦିଲ୍ଲୀ, ଦିଲ୍ଲୀରୁ ପ୍ରକାଶିତ ହେଉଥିବା ହିନ୍ଦି ପତ୍ରିକା ଫେମ ଇଣ୍ଡିଆ ତରଫରୁ ଭାରତର ବିଭିନ୍ନ ବର୍ଗର ଶ୍ରେଷ୍ଠ ବିଧାୟକ ଚୟନ କରାଯାଇଛି। ଏଥିରେ ଭାରତରୁ ବଛାଯାଇଥିବା 50 ଜଣ ବିଧାୟକଙ୍କ ମଧ୍ୟରୁ ଓଡିଶାର ଦୁଇଜଣ ବିଧାୟକ ସ୍ଥାନିତ ହୋଇଛନ୍ତି। ସେମାନେ ହେଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ପ୍ରଣବ ପ୍ରକାଶ ଫେମ ଇଣ୍ଡିଆ ଶ୍ରେଷ୍ଠ ଅଭିଳାଷୀ ବିଧାୟକ ଭାବେ ମନୋନିତ ହୋଇଛନ୍ତି। ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ଶ୍ରେଷ୍ଠ ବାକ୍ ଦକ୍ଷତା ବିଧାୟକ ଭାବେ ମନୋନିତ କରାଯାଇଛି।
Tag: ପ୍ରଣବ ପ୍ରକାଶ ଦାସ
ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି, ରାଜ୍ୟ ଶାସକ ଦଳ ବିଜେଡିର ସାଂଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ଦଳୀୟ ସଂଗଠନ ଉପରେ ଗୁରୁତ୍ୱ ଦେଇଛନ୍ତି। ଆଗାମୀ ଦିନରେ ବିଜେଡି ସଂଙ୍ଗଠନକୁ ମଜବୁତ କରିବା ପାଇଁ ଖସଡା ପ୍ରସ୍ତୁତ କରିବା ସହ ନିର୍ବାଚିତ ପ୍ରତିନିଧି ତଥା ସ୍ଥାନୀୟ ନେତାମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି।
ମଙ୍ଗଳବାର ଦିନ ସକାଳେ ଜୁନାଗଡ ବିଧାୟକ ତଥା ଶକ୍ତି ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସହିତ ଜୁନାଗଡ ଇନଡୋର ଷ୍ଟାଡିୟମ ପରିଦର୍ଶନ କରିଥିଲେ। ସେଠାରେ ଉପସ୍ଥିତ ଜୁନାଗଡ ସହରର ବିଭିନ୍ନ ବର୍ଗର ନେତାଙ୍କ ସହିତ ଆଲୋଚନା କରିଥିଲେ। ସେଠାରୁ ଫେରି ସତ୍ୟମ ସିନେମା ହଲ ପାଖରେ ବିଜେଡି ଜିଲ୍ଲା ମୂଖ୍ୟ କାର୍ଯ୍ୟାଳୟକୁ ଉଦଗାଟନ କରିଥିଲେ।
ରାଜ୍ୟସଭା ସଦସ୍ୟ ସୂଜିତ କୁମାର, ଧର୍ମଗଡ ବିଧାୟକ ମୌଷଧି ବାଗ ଓ ଲାଂଜିଗଡ ବିଧାୟକ ପ୍ରଦୀପ ଦିଶାରୀଙ୍କ ସମେତ ମହିଳା ବିଜେଡି ସଭାପତି କଲ୍ୟାଣୀ ନାଏକ, ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ଉପସଭାପତି ଭବାନୀ ଶଙ୍କର ମିଶ୍ର, ପ୍ରଦୀପ ମୁଣ୍ଡ, ଜିତେନ୍ଦ୍ର ମହାନ୍ତି, ଛାତ୍ର ବିଜେଡି ସଭାପତି ଅବିନାଶ ଠାକୁର, ସଂଗୀତ ନାଟକ ଏକାଡେମୀ ସଂପାଦକ ପ୍ରବୋଧ ରଥ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଚିତରଂଜନ ମଣ୍ଡଳ ପ୍ରମୂଖଙ୍କ ଉପସ୍ଥିତିରେ ସାଂଗଠନିକ ବ୍ୟବସ୍ଥା ଉପରେ ଆଲୋଚନା କରିବା ସହିତ ଆଗାମୀ ପୌର ଓ ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୃତ ରହିବାକୁ ତାଗିଦ କରିଥିବା ଜଣାପଡିଛି। ଏଥି ସହିତ ଜାତୀୟ ରାଜପଥ କଡରେ ଥିବା ରିଷିଗାଁ ପାଖରେ ପ୍ରଣବ ପ୍ରକାଶ ଦାସ ଜିଲ୍ଲା କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ବାରିପଦା, ନିଜର ଜନ୍ମ ଦିନରେ ବିଧାୟକ, ବିଜେଡି ସାଧାରଣ ସମ୍ପାଦକ ଏବଂ ମୟୁରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ବାରିପଦା ରଘୁନାଥପୁର ହରିହର ମନ୍ଦିର ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି।
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଣବ ପ୍ରବକାଶ ଦାସଙ୍କୁ ନୂତନ ଦାୟିତ୍ବ ଦେଇଛନ୍ତି । ବିଜେଡିର ନୂତନ ସଂଗଠନ ସମ୍ପାଦକ ଭାବରେ ପ୍ରଣବ ପ୍ରକାଶ ଦାସଙ୍କୁ ଦାୟିତ୍ବ ଦିଆଯାଇଛି । ଭୁବନେଶ୍ବରର ଦଳୀୟ କାର୍ଯ୍ୟାଳୟ ଠାରେ ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ଦଳର ସମସ୍ତ ସାଙ୍ଗଠନିକ କାର୍ଯ୍ୟର ଦାୟିତ୍ବ ପ୍ରଣବ ପ୍ରକାଶ ଦାସ ନେବେ । ୨୦୧୪ ଓ ୨୦୧୯ ନିର୍ବାଚନରେ ପ୍ରଣବଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ବିଜେପୁର ଓ ପାଟକୁରା ଉପନିର୍ବାଚନରେ ବି ଦଳ ପାଇଁ ଦାୟିତ୍ବ ନେଇଥିଲେ ପ୍ରଣବ ।