ବବି ହେବେ ଉପମୁଖ୍ୟମନ୍ତ୍ରୀ, ସୋସିଆଲ ମିଡିଆରେ ଘୁରି ବୁଲୁଛି ଏହି ଖବର

Published: Sep 11, 2020, 4:51 pm IST

ଭୁବନେଶ୍ବର, ବବି ଦାସ ହେବେ ଓଡିଶାର ଉପମୁଖ୍ୟମନ୍ତ୍ରୀ। ଏପରି ଲେଖାଥିବା ଏକ ସୁନ୍ଦର ବ୍ୟାନର ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏ ଖବରର କୌଣସି ସତ୍ୟତା ନ ଥିଲେ ମଧ୍ୟ ହେଲେ ରାଜ୍ୟ ରାଜନୀତିରେ ଏହା ବେଶ୍ ଚର୍ଚ୍ଚା ବିଷୟ ପାଲଟିଛି। ବର୍ତ୍ତମାନ ଏପରି ବ୍ୟାନର ଯେଉଁ ଫେସବୁକ ପେଜରେ ସେୟାର ହୋଇଛି ତାହାର ନାମ ହେଲା ବବି ଭାଇ ଫ୍ୟାନ କ୍ଲବ। ଏହି ଗ୍ରୁପର ଜଣେ ଫ୍ୟାନ ଏପରି ପୋଷ୍ଟିଂ କରିଛନ୍ତି। ଆଉ ଏହାକୁ ବହୁ ଲୋକ ସେୟାର କରିବା ସହିତ ଲାଇକ ମଧ୍ୟ କରିଛନ୍ତି।

ବର୍ତ୍ତମାନ ଓଡିଶା ରାଜନୀତିରେ ବବି ତଥା ପ୍ରଣବ ପ୍ରକାଶ ଦାସ ମୁଖ୍ୟ ଭୂମିକାରେ ଅବତିର୍ଣ୍ଣ ହୋଇଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପରେ କାହା କଥା ଚିନ୍ତା କରାଯାଏ ତେବେ ସେ ହେଉଛନ୍ତି ବବି ଦାସ। ବିଜୁ ଜନତା ଦଳର ବର୍ତ୍ତମାନ ସେ ହିଁ ହର୍ତ୍ତାକର୍ତ୍ତା। କୁହାଯାଏ ଯଦି ବବି ଚାହିଁବେ ଉପମୁଖ୍ୟମନ୍ତ୍ରୀ ହେବାକୁ ତେବେ ଏଥିରେ ସୁପ୍ରିମୋ ଅରାଜି ହେବାର ସମ୍ଭାବନା ନାହିଁ। ଏପରି ପରିସ୍ଥିତିରେ ସୋସିଆଲ ମିଡିଆରେ ଏପରି ଖବର ଘୁରି ବୁଲିବା ଏହି ସନ୍ଦେହକୁ ଆହୁରି ଦୃଢିଭୂତ କରିବାରେ ଲାଗିଛି।

Related posts