Categories
ଆଜିର ଖବର

ସମ୍ବଲପୁର ଲୋକସଭା ପାଇଁ ବିଜେଡିର ରଣନୀତି, ଧର୍ମେନ୍ଦ୍ରଙ୍କୁ ଟକ୍କର ଦେବା ପାଇଁ ଛିଡା ହେବେ ବବି ଦାସ !!

ଭୁବନେଶ୍ବର: ଲୋକସଭା ଓ ଓଡିଶା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ବର୍ତ୍ତମାନ ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡିକ ସେମାନଙ୍କର ରଣନୀତି ତିଆରି କରିବାରେ ଲାଗିଛନ୍ତି। ତେବେ ଏଥର ସମ୍ବଲପୁର ଲୋକସଭା ଆସନ ଉପରେ ପୁରା ରାଜ୍ୟର ନଜରରେ ରହୁଛି। ଏହାର କାରଣ ହେଲା ଯେ, ସେହି ଆସନରୁ ଲଢେଇ କରିବାକୁ ସଜବାଜ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ତେବେ ଏକ ବିଶେଷ ସୁତ୍ର ଅନୁସାରେ ଧର୍ମେନ୍ଦ୍ରଙ୍କୁ ଟକ୍କର ଦେବା ପାଇଁ ବିଜେଡିର ଟାଣୁଆ ତଥା ପାୱାରଫୁଲ ନେତା ପ୍ରଣବ ପ୍ରକାଶ ଦାସ ବା ବବି ଦାସଙ୍କୁ ପ୍ରସ୍ତୁତ କରାଯାଉଛି। କାରଣ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟକ୍କର ଦେବା ପାଇଁ ହେଲେ ବିଜେଡିର ଜଣେ ଟାଣୁଆ ନେତାର ଆବଶ୍ୟକ ରହିଛି। ବର୍ତ୍ତମାନ ପରିସ୍ଥିତିରେ ସମ୍ବଲପୁରରେ ସେପରି କେହି ନେତା ଦୃଷ୍ଟିକୁ ଆସୁ ନ ଥିବାରୁ କୁଆଡେ ବବିଙ୍କୁ ଛିଡା ହେବା ପାଇଁ ନିଷ୍ପତି ହେଉଛି ବୋଲି ଜଣାପଡିଛି।

ସେହି ସୁତ୍ର ଅନୁସାରେ ଜଣାପଡିଛି ଯେ, ନିକଟରେ ସମ୍ବଲପୁରରେ ଏକ ରୁଦ୍ଧ ଦ୍ବାର ବୈଠକ କରାଯାଇଥିଲା। ସେଥିରେ ପଶ୍ଚିମ ଓଡିଶାର ଅନ୍ୟତମ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ବରିଷ୍ଠ ନେତାଙ୍କୁ ନେଇ ଏହି ବୈଠକ ବସିଥିଲା। ସେହି ବୈଠକରେ ସମ୍ବଲପୁର ଲୋକସଭା ବା ଧର୍ମେନ୍ଦ୍ର ପ୍ରଧାନଙ୍କୁ କିଏ ଟକ୍କର ଦେବ ସେ ଉପରେ ଆଲୋଚନା ହୋଇଥିଲା। ସେଥିରେ ସମସ୍ତେ ବବି ଦାସ ଛିଡା ହୁଅନ୍ତୁ ବୋଲି କୁଆଡେ ମତ ପ୍ରକାଶ କରିଥିଲେ। ସେହି ଅନୁସାରେ ଦଳ ବବିଙ୍କୁ ଆଗକୁ ଆଣିବ ବୋଲି ଜଣାପଡିଛି।

ଧର୍ମେନ୍ଦ୍ର କେଉଁଠି ଛିଡା ହେବେ ତାହା ଜଣାପଡି ନ ଥିଲେ ମଧ୍ୟ ସେ ନିଶ୍ଚିତ ଭାବେ ଲୋକସଭା ନିର୍ବାଚନରେ ଲଢେଇ କରିବେ ବୋଲି ସ୍ପଷ୍ଟ ହୋଇଛି। ସେଥିପାଇଁ ତାଙ୍କୁ ବିଜେଡି ଏବେଠାରୁ ଟାର୍ଗେଟ କରିବାରେ ଲାଗିଛି। ଖୋଦ ବିଜେଡି ନେତା ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ତାଙ୍କୁ ତୀବ୍ର ସମାଲୋଚନା କରିବାରେ ଲାଗିଛନ୍ତି। ଏପରିକି ତାଙ୍କର ନିଜ ଜିଲ୍ଲାରେ ପାଣ୍ଡିଆନ ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କରିବାରେ ଲାଗିଛନ୍ତି।

ଏହାଦ୍ବାରା ସ୍ପଷ୍ଟ ହୋଇଛି ଯେ, କୌଣସି ପ୍ରକାରରେ ଧର୍ମେନ୍ଦ୍ରଙ୍କ ବିଜୟକୁ ବିଜେଡି ରୋକିବା ପାଇଁ ସମସ୍ତ କଳ ବଳ କୌଶଳ ପ୍ରୟୋଗ କରିବ। ଯେପରିକି ଗତ ନିର୍ବାଚନରେ ବୈଜୟନ୍ତ ପଣ୍ଡାଙ୍କୁ କରିଥିଲେ। ବର୍ତ୍ତମାନ ବିଜେଡି ଚାହୁଁ ନାହିଁ ଯେ, ଧର୍ମେନ୍ଦ୍ର ପ୍ରଧାନ କୌଣସି ପ୍ରକାରରେ ବିଜୟ ହୋଇ ପୁଣି କେନ୍ଦ୍ରରେ ମନ୍ତ୍ରୀ ହୁଅନ୍ତୁ। ସେଥିପାଇଁ ବିଜେଡି ବର୍ତ୍ତମାନଠାରୁ ଧର୍ମେନ୍ଦ୍ରଙ୍କ ବିଜୟ ରାସ୍ତାକୁ ରୁନ୍ଧିବାରେ ଲାଗିଛି।

ପୂର୍ବରୁ ବବିଙ୍କୁ ବିଜେଡିର ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଫଳରେ ପର୍ଯ୍ୟବେକ୍ଷକଙ୍କ ନାମରେ ସେ ଲୋକସଂପର୍କ ରଖିବା କାର୍ଯ୍ୟ ମଧ୍ୟ ଆରମ୍ଭ କରିଦେଇଛନ୍ତି। ଅନ୍ୟପକ୍ଷରେ ପାଣ୍ଡିଆନ ମଧ୍ୟ ସମ୍ବଲପୁରକୁ ଗସ୍ତ କରି ସେଠାକାର ଲୋକସଂପର୍କକୁ ମଜବୁତ କରିବାରେ ଲାଗିଛନ୍ତି। ସେଥିପାଇଁ ବବି ଦାସ ସମ୍ବଲପୁର ଲୋକସଭା ପାଇଁ ଉପଯୁକ୍ତ ପ୍ରାର୍ଥୀ ହେବେ ବୋଲି ଦଳ ନିଷ୍ପତି କରିଛି।

ଅନ୍ୟପକ୍ଷରେ ବବି ଦାସ ବା ପ୍ରଣବ ପ୍ରକାଶ ଦାସ ହେଉଛନ୍ତି ବିଜେଡିର ଜଣେ ଟାଣୁଆ ତଥା ତୃତୀୟ କ୍ଷମତା କେନ୍ଦ୍ର ନେତା। ଦଳରେ ନବୀନ ପଟ୍ଟନାୟକଙ୍କ ପରେ ପାଣ୍ଡିଆନ ଏବଂ ଏହାପରେ ବବି ଦାସ ହିଁ ହେଉଛନ୍ତି ଦଳର ହର୍ତ୍ତାକର୍ତ୍ତା। ଉଭୟ ପାଣ୍ଡିଆନ ଏବଂ ବବି ଆଜି ପର୍ଯ୍ୟନ୍ତ ବିଭିନ୍ନ ନିର୍ବାଚନ ଓ ଉପନିର୍ବାଚନରେ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି। ସେଥିପାଇଁ ବବି ହିଁ ବିଜେଡିର ଉପଯୁକ୍ତ ପ୍ରାର୍ଥୀ ହେବେ ବୋଲି ନିଷ୍ପତି କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଶୁଭେଚ୍ଛା

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ବିଜେଡିର ସାଂଗଠନିକ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଶୁଭେଚ୍ଛା ଜଣାଇଛନ୍ତି। ଏକ ଶୁଭେଚ୍ଛା ବାର୍ତ୍ତାରେ ସେ ନିଜର ବାର୍ତ୍ତା ପଠାଇଛନ୍ତି।

ସେ କହିଛନ୍ତି ଯେ, ‘ନୂଆ ଓଡ଼ିଶାର ରୂପକାର, ଆମ କଳା, ସଂସ୍କୃତି ଓ ଐତିହ୍ୟର ରକ୍ଷକ ସମସ୍ତଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବନ ପଟ୍ଟନାୟକଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କ ଦୀର୍ଘାୟୁ ଜୀବନ କାମନା କରୁଛି। ମହାପ୍ରଭୁଙ୍କ କୃପାରୁ ପ୍ରତିଟି ଲୋକଙ୍କ ଉନ୍ନତିରେ ଓଡ଼ିଶାର ବିକାଶ ଆହୁରି ତ୍ୱରାନ୍ୱିତ ହେଉ।’
Categories
ଆଜିର ଖବର ରାଜ୍ୟ ଖବର

ବବି ହେବେ ଉପମୁଖ୍ୟମନ୍ତ୍ରୀ, ସୋସିଆଲ ମିଡିଆରେ ଘୁରି ବୁଲୁଛି ଏହି ଖବର

ଭୁବନେଶ୍ବର, ବବି ଦାସ ହେବେ ଓଡିଶାର ଉପମୁଖ୍ୟମନ୍ତ୍ରୀ। ଏପରି ଲେଖାଥିବା ଏକ ସୁନ୍ଦର ବ୍ୟାନର ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏ ଖବରର କୌଣସି ସତ୍ୟତା ନ ଥିଲେ ମଧ୍ୟ ହେଲେ ରାଜ୍ୟ ରାଜନୀତିରେ ଏହା ବେଶ୍ ଚର୍ଚ୍ଚା ବିଷୟ ପାଲଟିଛି। ବର୍ତ୍ତମାନ ଏପରି ବ୍ୟାନର ଯେଉଁ ଫେସବୁକ ପେଜରେ ସେୟାର ହୋଇଛି ତାହାର ନାମ ହେଲା ବବି ଭାଇ ଫ୍ୟାନ କ୍ଲବ। ଏହି ଗ୍ରୁପର ଜଣେ ଫ୍ୟାନ ଏପରି ପୋଷ୍ଟିଂ କରିଛନ୍ତି। ଆଉ ଏହାକୁ ବହୁ ଲୋକ ସେୟାର କରିବା ସହିତ ଲାଇକ ମଧ୍ୟ କରିଛନ୍ତି।

ବର୍ତ୍ତମାନ ଓଡିଶା ରାଜନୀତିରେ ବବି ତଥା ପ୍ରଣବ ପ୍ରକାଶ ଦାସ ମୁଖ୍ୟ ଭୂମିକାରେ ଅବତିର୍ଣ୍ଣ ହୋଇଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପରେ କାହା କଥା ଚିନ୍ତା କରାଯାଏ ତେବେ ସେ ହେଉଛନ୍ତି ବବି ଦାସ। ବିଜୁ ଜନତା ଦଳର ବର୍ତ୍ତମାନ ସେ ହିଁ ହର୍ତ୍ତାକର୍ତ୍ତା। କୁହାଯାଏ ଯଦି ବବି ଚାହିଁବେ ଉପମୁଖ୍ୟମନ୍ତ୍ରୀ ହେବାକୁ ତେବେ ଏଥିରେ ସୁପ୍ରିମୋ ଅରାଜି ହେବାର ସମ୍ଭାବନା ନାହିଁ। ଏପରି ପରିସ୍ଥିତିରେ ସୋସିଆଲ ମିଡିଆରେ ଏପରି ଖବର ଘୁରି ବୁଲିବା ଏହି ସନ୍ଦେହକୁ ଆହୁରି ଦୃଢିଭୂତ କରିବାରେ ଲାଗିଛି।