Categories
ଆଞ୍ଚଳିକ

ବାଣପୁର: ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ, ତଦନ୍ତ ଆରମ୍ଭ କଲା ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ପ୍ରତାପ ଗ୍ରାମରେ ଏକ ଆତ୍ମହତ୍ୟା ଜନିତ ମାମଲା ସାମ୍ନାକୁ ଆସିଛି। ଉକ୍ତ ଗ୍ରାମର ଯୁଗଳ କିଶୋର ସ୍ୱାଇଁଙ୍କ ପୁତ୍ର ସୁମିତ ସ୍ୱାଇଁ (୨୫) ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି।

ସୂଚନା ମୁତାବକ ଆଜି ରାତିରେ ଚିକୁଙ୍କୁ ତାଙ୍କ ପରିବାରବର୍ଗ ଗୁରୁତର ଅବସ୍ଥାରେ ବାଣପୁର ମେଡିକାଲ ଆଣିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହା ଆତ୍ମହତ୍ୟା ମାମଲା ହୋଇଥିବାର ଅନୁମାନ କରାଯାଉଛି। ଚିକୁଙ୍କ ବେକରେ ଦାଗ ଥିବାହେତୁ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।

ତେବେ ଶବ ବ୍ୟବଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଡାକ୍ତର କହିଛନ୍ତି। ମେଡିକାଲରେ ବର୍ତ୍ତମାନ ବାଣପୁର ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଦେଇଛି।

Categories
ଆଞ୍ଚଳିକ

ବାଣପୁର: ପ୍ରତାପଶ୍ୱର ଦେବଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ସୀତାରାମ ଅଗ୍ରୱାଲ
ବାଣପୁର: ବାଣପୁର ଅନର୍ଗତ ତୁମୁରାପୁଟ ଗ୍ରାମପଞ୍ଚାୟତ ଅଧିନସ୍ଥ ପ୍ରତାପ ଗ୍ରାମରେ ନୂତନ ଭାବେ ଦୀର୍ଘ ଆଠ ବର୍ଷ ଧରି ନିର୍ମାଣଧୀନ ଶ୍ରୀ ଶ୍ରୀ ବାବା ପ୍ରତାପଶ୍ୱର ଦେବଙ୍କ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ ମହାଡ଼ମ୍ବରରେ ପାଳିତ ହୋଇଯାଇଛି। ଉକ୍ତ ପ୍ରତିଷ୍ଠା ଉତ୍ସବ ଗତ ଶନିବାର ଠାରୁ ଆରମ୍ଭ ହୋଇ ଗୁରୁବାର ଯଂଜ୍ଞାହୂତି ଏବଂ ବିଗ୍ରହ ସ୍ଥାପନ ପରେ ସମାପନ କରାଯାଇଛି।

ଶନିବାର ଅଙ୍କୁରରୋପଣ, ରବିବାର କଳସ ଯାତ୍ରା ଓ ବ୍ରାହ୍ମଣ ଦେବତାବରଣ ପରେ ଯଂଜ୍ଞ ଆରମ୍ଭ କରାଯାଇଥିଲା। ସୋମବାର ସୂର୍ଯ୍ୟପୂଜା, ଚଣ୍ଡୀପାଠ, ଅଭିଷେକ ପରେ ଯଂଜ୍ଞାହୂତିର ପ୍ରାରମ୍ଭ ହୋଇଥିଲା। ବୁଧବାର ଦେବଦେବୀ ପୂଜା ନୂତନ ବିଗ୍ରହଙ୍କ ମହାସ୍ନାନ ଓ ଶୟନ କାର୍ଯ୍ୟ ସମାପନ କରାଯାଇଥିଲା। ଗୁରୁବାର ଅନ୍ତିମ ଦିବସରେ ସୂର୍ଯ୍ୟପୂଜା ଦେବତା ମାନଙ୍କ ମନ୍ଦିର ପରିକ୍ରମା, ମନ୍ଦିରରେ ତ୍ରିଶୂଳ ଓ ଧୂଜା ସ୍ଥାପନ, ବିଗ୍ରହ ମାନଙ୍କ ଆସନ ବିରାଜମାନ ସହ ଯଂଜ୍ଞରେ ପୂର୍ଣ୍ଣାହୁତି ଦିଆଯାଇଥିଲା।

ମନ୍ଦିର ପ୍ରତିଷ୍ଠା ଉତ୍ସବ ପୁରୋହିତ ଭାବରେ ପୁରୀ ମୁକ୍ତିମଣ୍ଡପର ବ୍ରାହ୍ମଣ ସୁଦର୍ଶନ ଷଡ଼ଙ୍ଗୀଙ୍କ ତତ୍ୱାବଧାନରେ ସମାପନ ହୋଇଥିଲା। ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠାରେ ବୀରଭଦ୍ର ସ୍ୱାଇଁ ଏବଂ ତାଙ୍କର ସହଧର୍ମିଣୀ ଯଂଜ୍ଞ କର୍ତ୍ତା ଭାବରେ ଉପବିଶନ ହୋଇଥିଲେ। ପ୍ରତାପ ଗ୍ରାମବାସୀଙ୍କ ଦୀର୍ଘଦିନର ଆଶା ଆକାଂକ୍ଷା ମନ୍ଦିର ପ୍ରତିଷ୍ଠା ପରେ ପୂର୍ଣ୍ଣ ହୋଇଛି ବୋଲି ଗ୍ରାମବାସୀ ମତବ୍ୟକ୍ତ କରିଥିଲେ।

ଦୀର୍ଘ ଆଠବର୍ଷ ଧରି ଗ୍ରାମବାସୀଙ୍କ ଶ୍ରମ ଓ ଅର୍ଥ ଦାନରେ ଏହିଭଳି ଏକ ବିରାଟ ମନ୍ଦିର ନିର୍ମାଣ ସମସ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳାଇଦେଇଛି। ମନ୍ଦିର ପ୍ରତିଷ୍ଠାରେ ଆବାଳବୃଦ୍ଧ ସମସ୍ତଙ୍କର ସହଯୋଗରେ ହୋଇଛି ବୋଲି ଗ୍ରାମବାସୀ କୁହନ୍ତି। ମନ୍ଦିର ନିର୍ମାଣରେ ପ୍ରାୟ ପାଞ୍ଚକୋଟି ଟଙ୍କା ଖର୍ଚ୍ଚ ହୋଇଥିବାର ଆକଳନ କରାଯାଇଛି।

ଉକ୍ତ ଅଞ୍ଚଳରେ ଏହିଭଳି ଏକ ମନ୍ଦିର ନିର୍ମାଣକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ପରିଲକ୍ଷିତ ହେବା ସହ ସମସ୍ତ ରାଜନୈତକ, ବୁଦ୍ଧିଜୀବୀ, ସମାଜସେବୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସମୂହ ଏବଂ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।