Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ପ୍ରତାପଶ୍ୱର ଦେବଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ
ଆଞ୍ଚଳିକ

ବାଣପୁର: ପ୍ରତାପଶ୍ୱର ଦେବଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ

June 1, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ବାଣପୁର: ବାଣପୁର ଅନର୍ଗତ ତୁମୁରାପୁଟ ଗ୍ରାମପଞ୍ଚାୟତ ଅଧିନସ୍ଥ ପ୍ରତାପ ଗ୍ରାମରେ ନୂତନ ଭାବେ ଦୀର୍ଘ ଆଠ ବର୍ଷ ଧରି ନିର୍ମାଣଧୀନ ଶ୍ରୀ ଶ୍ରୀ ବାବା ପ୍ରତାପଶ୍ୱର ଦେବଙ୍କ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ ମହାଡ଼ମ୍ବରରେ ପାଳିତ ହୋଇଯାଇଛି। ଉକ୍ତ ପ୍ରତିଷ୍ଠା ଉତ୍ସବ ଗତ ଶନିବାର ଠାରୁ ଆରମ୍ଭ ହୋଇ ଗୁରୁବାର ଯଂଜ୍ଞାହୂତି ଏବଂ ବିଗ୍ରହ ସ୍ଥାପନ ପରେ ସମାପନ କରାଯାଇଛି।

ଶନିବାର ଅଙ୍କୁରରୋପଣ, ରବିବାର କଳସ ଯାତ୍ରା ଓ ବ୍ରାହ୍ମଣ ଦେବତାବରଣ ପରେ ଯଂଜ୍ଞ ଆରମ୍ଭ କରାଯାଇଥିଲା। ସୋମବାର ସୂର୍ଯ୍ୟପୂଜା, ଚଣ୍ଡୀପାଠ, ଅଭିଷେକ ପରେ ଯଂଜ୍ଞାହୂତିର ପ୍ରାରମ୍ଭ ହୋଇଥିଲା। ବୁଧବାର ଦେବଦେବୀ ପୂଜା ନୂତନ ବିଗ୍ରହଙ୍କ ମହାସ୍ନାନ ଓ ଶୟନ କାର୍ଯ୍ୟ ସମାପନ କରାଯାଇଥିଲା। ଗୁରୁବାର ଅନ୍ତିମ ଦିବସରେ ସୂର୍ଯ୍ୟପୂଜା ଦେବତା ମାନଙ୍କ ମନ୍ଦିର ପରିକ୍ରମା, ମନ୍ଦିରରେ ତ୍ରିଶୂଳ ଓ ଧୂଜା ସ୍ଥାପନ, ବିଗ୍ରହ ମାନଙ୍କ ଆସନ ବିରାଜମାନ ସହ ଯଂଜ୍ଞରେ ପୂର୍ଣ୍ଣାହୁତି ଦିଆଯାଇଥିଲା।

ମନ୍ଦିର ପ୍ରତିଷ୍ଠା ଉତ୍ସବ ପୁରୋହିତ ଭାବରେ ପୁରୀ ମୁକ୍ତିମଣ୍ଡପର ବ୍ରାହ୍ମଣ ସୁଦର୍ଶନ ଷଡ଼ଙ୍ଗୀଙ୍କ ତତ୍ୱାବଧାନରେ ସମାପନ ହୋଇଥିଲା। ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠାରେ ବୀରଭଦ୍ର ସ୍ୱାଇଁ ଏବଂ ତାଙ୍କର ସହଧର୍ମିଣୀ ଯଂଜ୍ଞ କର୍ତ୍ତା ଭାବରେ ଉପବିଶନ ହୋଇଥିଲେ। ପ୍ରତାପ ଗ୍ରାମବାସୀଙ୍କ ଦୀର୍ଘଦିନର ଆଶା ଆକାଂକ୍ଷା ମନ୍ଦିର ପ୍ରତିଷ୍ଠା ପରେ ପୂର୍ଣ୍ଣ ହୋଇଛି ବୋଲି ଗ୍ରାମବାସୀ ମତବ୍ୟକ୍ତ କରିଥିଲେ।

ଦୀର୍ଘ ଆଠବର୍ଷ ଧରି ଗ୍ରାମବାସୀଙ୍କ ଶ୍ରମ ଓ ଅର୍ଥ ଦାନରେ ଏହିଭଳି ଏକ ବିରାଟ ମନ୍ଦିର ନିର୍ମାଣ ସମସ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳାଇଦେଇଛି। ମନ୍ଦିର ପ୍ରତିଷ୍ଠାରେ ଆବାଳବୃଦ୍ଧ ସମସ୍ତଙ୍କର ସହଯୋଗରେ ହୋଇଛି ବୋଲି ଗ୍ରାମବାସୀ କୁହନ୍ତି। ମନ୍ଦିର ନିର୍ମାଣରେ ପ୍ରାୟ ପାଞ୍ଚକୋଟି ଟଙ୍କା ଖର୍ଚ୍ଚ ହୋଇଥିବାର ଆକଳନ କରାଯାଇଛି।

ଉକ୍ତ ଅଞ୍ଚଳରେ ଏହିଭଳି ଏକ ମନ୍ଦିର ନିର୍ମାଣକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ପରିଲକ୍ଷିତ ହେବା ସହ ସମସ୍ତ ରାଜନୈତକ, ବୁଦ୍ଧିଜୀବୀ, ସମାଜସେବୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସମୂହ ଏବଂ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।

ପ୍ରତାପ ଗ୍ରାମ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଅଗ୍ନିକାଣ୍ଡ କ୍ଷତିଗସ୍ତ ପରିବାରଙ୍କୁ ସାକ୍ଷାତ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

May 29, 2026

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026

ବାଣପୁର ବ୍ଲକ ପରିସରରେ ଆଇନ ସଚେତନତା ଶିବିର

May 27, 2026
Latest News

ପାରାଦୀପ ପୌରାଧ୍ୟକ୍ଷଙ୍କ ଘର ଉପରକୁ ବୋମାମାଡ଼

May 30, 2026

ଆୟୁଷ୍ମାନ କାର୍ଡକୁ ନେଇ ବଡ ଅପଡେଟ, ଜାଣନ୍ତୁ କଣ

May 30, 2026

କେନ୍ଦ୍ରାପଡାରେ ବ୍ଳାଙ୍କ ଫାୟାରିଂ

May 30, 2026

ଓଡ଼ିଶାର ଅମ୍ଳୀୟ ମାଟିରେ ହେବ ୧୦-୧୫% ଡିଏପି ସଞ୍ଚୟ

May 30, 2026

ହେଲେଇ କ୍ରସର ବନ୍ଦ ଦାବିର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରାଉ

May 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.