Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବାଲେଶ୍ବର ଲୋକସଭା ନିର୍ବାଚନ, ବିଜେପିର ନନା ବନାମ ବିଜେଡିର ନାନୀ

ଭୁବନେଶ୍ବର: ଶେଷରେ ବିଜେଡି ତାହାର ବାଲେଶ୍ବର ଲୋକସଭା ପାଇଁ ପ୍ରାର୍ଥୀ ଭାବେ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନାମ ଘୋଷଣା କରିଛି। ବିଜେଡି ସମସ୍ତ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିଲେ ମଧ୍ୟ ଏକମାତ୍ର ବାଲେଶ୍ବର ଆସନରେ ପ୍ରାର୍ଥୀ ଦେଇ ନ ଥିଲା। ଲେଖାଶ୍ରୀ ବିଜେପି ଛାଡି ବିଜେଡିରେ ଯୋଗ ଦେବା ପରେ ସେହି ଆସନରେ ସେ ପ୍ରାର୍ଥୀ ହେବେ ବୋଲି ସ୍ପଷ୍ଟ ହେଲା।

ବାଲେଶ୍ବର ଲୋକସଭା ପାଇଁ ଲେଖାଶ୍ରୀ ହିଁ ବିଜେଡିର ଉପଯୁକ୍ତ ପ୍ରାର୍ଥୀ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଗତଥର ସେଠାରେ ବିଜେଡିର ଯେ ସାଂସଦ ପ୍ରାର୍ଥୀ ଥିଲେ ସେ ହେଉଛନ୍ତି ରବିନ୍ଦ୍ର ଜେନା। ହେଲେ ସେ ବିଜେପିର ପ୍ରତାପ ଷଡଙ୍ଗୀଠାରୁ ହାରିଯାଇଥିଲେ। ଏଥର ତାଙ୍କୁ ଦଳ ପ୍ରାର୍ଥୀ ନ କରି ତାଙ୍କର ଧର୍ମପତ୍ନୀଙ୍କୁ ବସ୍ତାରୁ ବିଧାୟକ ପ୍ରାର୍ଥୀ କରିଛି। ତେଣୁ ରବିନ୍ଦ୍ରଙ୍କୁ ଆଉ ଟିକେଟ ମିଳିବ ନାହିଁ ବୋଲି ଜଣାପଡିଥିଲା।

ରବିନ୍ଦ୍ରଙ୍କୁ ଛାଡିଦେଲେ ବାଲେଶ୍ବର ଲୋକସଭା ପାଇଁ ବିଜେଡିର ସେମିତି ଆଖିଦୃଶିଆ ପ୍ରାର୍ଥୀ କେହି ନ ଥିଲେ। ଫଳରେ ବିଜେଡି ଜାଣିଶୁଣି ସେହି ଆସନ ପାଇଁ ଘୋଷଣା ଝୁଲାଇ ରଖିଥିଲା। ବୋଧହୁଏ ସେତେବେଳେ ଲେଖାଶ୍ରୀଙ୍କ ସହିତ ଆଲୋଚନା ଚାଲିଥିଲା ବୋଲି ଅନୁମାନ କରାଯାଉଛି। ନଚେତ ଲେଖାଶ୍ରୀ ବିଜେଡିରେ ଯୋଗ ଦେବାର କିଛିଦିନ ପରେ ତାଙ୍କ ନାମ ଘୋଷଣା ହୋଇ ନ ଥାଆନ୍ତା।

ତେବେ ବାଲେଶ୍ବର ଲୋକସଭା ଆସନ ପାଇଁ ଗୋଡ ଟେକି ବସିଥିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି। ସେ ବିଜେପିରୁ ଇସ୍ତଫା ଦେଇସାରିଛନ୍ତି। ଏ ପର୍ଯ୍ୟନ୍ତ କୌଣସି ଦଳରେ ଯୋଗଦେଇ ନାହାଁନ୍ତି। ହେଲେ ଲେଖାଶ୍ରୀ ଯଦି ବିଜେପି ଛାଡି ବିଜେଡିରେ ଯୋଗ ଦେଇ ନ ଥାଆନ୍ତେ ବୋଧହୁଏ ଦଳ ରଘୁନାଥଙ୍କୁ ସେଠାରେ ପ୍ରାର୍ଥୀ କରିଥାଆନ୍ତା ବୋଲି ନିଷ୍ପତି କରାଯାଇଥିଲା। ଲେଖାଶ୍ରୀଙ୍କ ପାଇଁ ଆଉ ରଘୁଙ୍କୁ ସବୁଜ ସଙ୍କେତ ମିଳିପାରିଲା ନାହିଁ।

ବର୍ତ୍ତମାନ ସେଠାରେ କଂଗ୍ରେସ ତାହାର ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହିଁ। ଗତଥର ସେଠାରୁ ପ୍ରାର୍ଥୀ ଥିଲେ ନିରଂଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ। ହେଲେ ସେତେବେଳେ ରବିନ୍ଦ୍ର ଜେନାଙ୍କ ସହିତ ପ୍ରତାପ ଷଡଙ୍ଗୀଙ୍କ ସହିତ ଟକ୍କର ହୋଇଥିଲା। ତେବେ ବର୍ତ୍ତମାନ ସେଠାରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ତାହା ଘୋଷଣା ହୋଇ ନ ଥିଲେ ମଧ୍ୟ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ନାମ ଚର୍ଚ୍ଚାରେ ରହିଛି।

ବର୍ତ୍ତମାନ ବାଲେଶ୍ବର ଲୋକସଭା ପାଇଁ ବିଜେଡି ଲେଖାଶ୍ରୀ ସାମନ୍ତସିଂହାରଙ୍କ ସହିତ ବିଜେପିର ପ୍ରତାପ ଷଡଙ୍ଗୀଙ୍କ କଡା ଟକ୍କର ହେବ। ଶ୍ରୀକାନ୍ତ ଜେନା ପ୍ରାର୍ଥୀ ହେଲେ ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ଲୋକେ ତାହାକୁ କେତେ ଗ୍ରହଣ କରିବେ ତାହା ସନ୍ଦେହ ଯୁକ୍ତ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡି କାହିଁକି ଏକମାତ୍ର ବାଲେଶ୍ବର ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରି ନାହିଁ

ଭୁବନେଶ୍ବର: ଗତକାଲି ବିଜେଡି ପାଞ୍ଚଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ପୂର୍ବରୁ 15ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। ତେବେ ମୋଟି 21 ଟି ଲୋକସଭା ଆସନରୁ ବିଜେଡି ଏ ପର୍ଯ୍ୟନ୍ତ 20ଟି ଆସନର ପ୍ରାର୍ଥୀ ଘୋଷଣା କରିଛି। ହେଲେ ଏକମାତ୍ର ବାଲେଶ୍ବର ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିପାରି ନାହିଁ।

ବାଲେଶ୍ବରରେ ଗତ ଥର ବିଜେଡି ପାଇଁ ପ୍ରାର୍ଥୀ ହୋଇଥିଲେ ରବିନ୍ଦ୍ର ଜେନା। ଏଥର ଦଳ ତାଙ୍କ ଧର୍ମପତ୍ନୀ ସୁବାସିନୀ ଜେନାଙ୍କୁ ବାଲିଆପାଳ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଛି। ଫଳରେ ରବିନ୍ଦ୍ରଙ୍କୁ ସାଂସଦ ପ୍ରାର୍ଥୀ କରାଯିବ କି ନାହିଁ ସେ ନେଇ ସନ୍ଦେହ ରହିଛି। ଅନ୍ୟପଟେ ବିଜେପି ସେଠାରୁ ବର୍ତ୍ତମାନର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିଛି। ସେହିପରି କଂଗ୍ରେସ ମଧ୍ୟ ଏଥର ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହିଁ। ତେବେ ସେଠାରୁ ହେଭି ୱେଟ ଶ୍ରୀକାନ୍ତ ଜେନାଙ୍କୁ ଟିକେଟ ମିଳିବ ବୋଲି ଚର୍ଚ୍ଚା ଚାଲିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଲେଶ୍ଵର ସାଂସଦ ପ୍ରତାପ ଷଡଙ୍ଗୀ ଅସୁସ୍ଥ: ଆଇସିୟୁରେ ଭର୍ତ୍ତି

ଭୁବନେଶ୍ବର: ବାଲେଶ୍ଵର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ନେଇ ଏକ ବଡ ଖବର ଆସିଛି। ସାଂସଦ ପ୍ରତାପ ଷଡଙ୍ଗୀ ଅସୁସ୍ଥ ହୋଇଥିବା ଖବର ହସ୍ତଗତ ହୋଇଛି। ତାଙ୍କୁ ଆଇୟୁସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଏଫଏମ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।

ସେ ୩ ଦିନ ହେଲା ଥଣ୍ଡା ଆଉ ଜ୍ଵରରେ ପୀଡିତ ଥିଲେ। ଯାହା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା ଆରମ୍ଭ କରିବା ପରେ ସେ ନିମୋନିଆ ରୋଗରେ ପୀଡିତ ବୋଲି ଜଣାପଡିଛି। ବର୍ତ୍ତମାନ ତାଙ୍କୁ ଆଇସିୟୁରେ ଚିକିତ୍ସା କରାଯାଉଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ଆୟୁଷ୍ମାନ ଭାରତ ଲାଗୁ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିଲେ ବିଜେପି ସାଂସଦଗଣ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଏକ ସାଂସଦ ପ୍ରତିନିଧି ମଣ୍ଡଳୀ ଗୁରୁବାର ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମନସୁଖ ମାଣ୍ଡଭୀୟଙ୍କୁ ଭେଟି ଓଡ଼ିଶାରେ ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(ଏବି-ପିଏମଜେଏଓ୍ୱାଇ) ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବାକୁ ଅନୁରୋଧ କରିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଏ ସମ୍ପର୍କୀତ ଏକ ପତ୍ର ପ୍ରଦାନ କରିବା ସହ ଆବଶ୍ୟକ ସ୍ୱାସ୍ଥ୍ୟସେବା ଚାହୁଁଥିବା ୪.୫ କୋଟି ଓଡ଼ିଆଙ୍କ ସମେତ ବାହାରେ କାମ କରୁଥିବା ୧ କୋଟି ପ୍ରବାସୀ ଓଡ଼ିଆ ଲୋକଙ୍କ ବୃହତ ହିତ ଦୃଷ୍ଟିରୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପାଇଁ ସାଂସଦଗଣ ଦାବୀ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀ ମଧ୍ୟରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ସାଂସଦ ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ, ବସନ୍ତ ପଣ୍ଡା, ସୁରେଶ ପୂଜାରୀ, ନିତିଶ ଗଙ୍ଗଦେବ, ଅପରାଜିତା ଷଡଙ୍ଗୀ, ସଙ୍ଗୀତା ସିଙ୍ଗଦେଓ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରତିନିଧି ମଣ୍ଡଳୀ ପକ୍ଷରୁ ଦିଆଯାଇଥିବା ଦାବୀ ପତ୍ରରେ ଉଲ୍ଲେଖ ରହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୨୦୧୮ ମସିହାରେ ଆରମ୍ଭ ହୋଇଥିବା ଆୟୁଷ୍ମାନ ଭାରତ ଯୋଜନା ଏକ ଐତିହାସିକ ପଦକ୍ଷେପ । ଏହି ଯୋଜନାରେ ପ୍ରତ୍ୟେକ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉତ୍ତମ ଚିକିତ୍ସା ସେବାର ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ଦେଶର ପ୍ରାୟ ୨୦.୮୭ କୋଟି ପରିବାର ତଥା ୭୫ କୋଟି ହିତାଧିକାରୀ ଏହି ସୁବିଧାର ଲାଭ ନେଉଛନ୍ତି ।

ଦେଶରେ ପ୍ରାୟ ୨୬,୨୬୭ ତାଲିକାଭୂକ୍ତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ (ଇଏଚସିପି)ର ନେଟଓ୍ୱାର୍କ ମାଧ୍ୟମରେ ୪୮,୯୩୪ କୋଟି ଟଙ୍କା ମୂଲ୍ୟର ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଇଛି, ଯାହା ଏହି ଯୋଜନାର ସଫଳ କାର୍ଯ୍ୟକାରିତାକୁ ଦର୍ଶାଉଛି ।

ଲୋକଙ୍କ କଲ୍ୟାଣ ପାଇଁ ଦେଶର ପ୍ରାୟ ସମସ୍ତ ରାଜ୍ୟ ଗୁଡ଼ିକ ରାଜନୀତିରୁ ଉର୍ଦ୍ଧ୍ୱରେ ରହି କେନ୍ଦ୍ର ସରକାରଙ୍କ ଏହି ସ୍ୱାସ୍ଥ୍ୟ ଯୋଜନାକୁ କାର୍ଯ୍ୟକାରୀ କରୁଥିବା ବେଳେ ଓଡ଼ିଶା ଭଳି ଅଳ୍ପ କିଛି ରାଜ୍ୟ ସର୍ବଭାରତୀୟ ସ୍ୱାସ୍ଥ୍ୟ ଯୋଜନାର ଲାଭରୁ ନାଗରିକଙ୍କୁ ବଞ୍ଚିତ କରୁଛନ୍ତି । ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ନ ହେବା କାରଣରୁ ସ୍ୱାସ୍ଥ୍ୟକ୍ଷେତ୍ରରେ ଓଡ଼ିଶାରେ ସ୍ଥିତି ବିପର୍ଯ୍ୟସ୍ତ ଆଡକୁ ଗତି କରୁଛି, ଯାହା ରାଜ୍ୟ ଏବଂ ରାଜ୍ୟ ବାହାରେ ବସବାସ କରୁଥିବା ଓଡିଆ ଲୋକଙ୍କ ପାଇଁ ଏକ ଅଭିଶାପ ସାବ୍ୟସ୍ତ ହୋଇଛି ।

୨୦୧୯-୨୦ ଆର୍ଥିକ ବର୍ଷରେ ସାମଗ୍ରିକ ସ୍ୱାସ୍ଥ୍ୟାବସ୍ଥା ପ୍ରଦର୍ଶନ ତୁଳନାରେ ୧୯ଟି ପ୍ରମୁଖ ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ୧୪ତମ ସ୍ଥାନରେ ଥିଲା, ଯାହା ପଡୋଶୀ ଝାଡଖଣ୍ଡ ଏବଂ ଛତିଶଗଡ ରାଜ୍ୟ ଠାରୁ ମଧ୍ୟ କମ୍ । ୨୦୧୪ ପର ଠାରୁ ନବଜାତ ମୃତ୍ୟୁହାର, ୫ ବର୍ଷରୁ କମ୍ ମୃତ୍ୟୁ ହାର, ଶିଶୁ, କିଶୋର,ମହିଳାଙ୍କ ମଧ୍ୟରେ ରକ୍ତହୀନତାରେ ଓଡ଼ିଶାର ପ୍ରଦର୍ଶନ ନୈରାଶଜନକ ।

ଏହାବ୍ୟତିତ ଓଡ଼ିଶାରେ ମେଡିକାଲ ପାଇଁ ଉଯୁପକ୍ତ ସମ୍ବଳ ନଥିବାରୁ ରାଜ୍ୟରେ ସାର୍ବଜନୀନ ସ୍ୱାସ୍ଥ୍ୟାବସ୍ଥା ନାହିଁ । ଗାଁରେ ଦୁର୍ବଳ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି, ମେଡିକାଲ ଏବଂ ପାରାମେଡିକ କର୍ମଚାରୀଙ୍କ ମଧ୍ୟରେ ଦୂରତା ସ୍ୱାସ୍ଥ୍ୟସେବା ପ୍ରଦାନ କରିବାର ଏକ ପ୍ରମୁଖ ଆହ୍ୱାନ । ଗ୍ରାମୀଣ ସ୍ୱାସ୍ଥ୍ୟ ପରିସଂଖ୍ୟାନ ୨୦୨୧ ଅନୁସାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ପଦବୀ ୩୧ ପ୍ରତିଶତ ଖାଲି ପଡିଛି ।

ରାଜ୍ୟରେ ଚିକିତ୍ସା କର୍ମଚାରୀ ଏବଂ ପ୍ରଶାସନିକ ପଦବୀରେ କାର୍ଯ୍ୟରତ ଲୋକଙ୍କ ସଂଖ୍ୟା ମଧ୍ୟ ବହୁତ କମ୍ ଅଛି । ଦେଶରେ ମୁଣ୍ଡ ପିଛା ଡାକ୍ତର ଏବଂ ହସ୍ପିଟାଲ ମଧ୍ୟ ଓଡ଼ିଶାରେ ବହୁତ କମ୍ ରହିଛି । ରାଜ୍ୟ ସରକାରଙ୍କ ନିଜସ୍ୱ ସ୍ୱାସ୍ଥ୍ୟ ଯୋଜନାରେ ସ୍ୱାସ୍ଥାସେବା ମିଳିବା ଅଳ୍ପ କିଛିରେ ସୀମିତ ଅଛି । ରାଜ୍ୟ ସ୍ୱାସ୍ଥ୍ୟ ବୀମା ଯୋଜନା ଥିବା ସତ୍ତ୍ୱେ ମଧ୍ୟ ବେସରକାରୀ ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ ହିତାଧିକାରୀମାନେ ଅନିଚ୍ଛା ପ୍ରକାଶ କରୁଛନ୍ତି ।

ରାଜ୍ୟରେ ଥିବା ଚିକିତ୍ସା ସୁବିଧା ଓଡ଼ିଶାର ସାଢେ ଚାରି କୋଟି ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବାରେ ଅସମର୍ଥ । କଟକରେ ସରକାରୀ ଏମସିଏଚ୍ ସହ ଭୁବନେଶ୍ୱର ଓ କଟକ ଟ୍ୱିନ ସିଟିରେ ଥିବା କିଛି ହସ୍ପିଟାଲ ବ୍ୟତିତ ଅଧିକାଂଶ ଓଡ଼ିଆ ଲୋକମାନେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ କୋଲକାତା, ଭେଲ୍ଲୋର, ମୁମ୍ବାଇ, ଭାଇଜାଗ ଓ ଦିଲ୍ଲୀ ଯାଉଛନ୍ତି ।

ସେହିପରି ଓଡ଼ିଶାରୁ ୩୩.୪୫ ପ୍ରତିଶତ ପରିବାର କାମ ଅନ୍ୱେଷଣରେ ବାହାର ରାଜ୍ୟକୁ ଯାଉଛନ୍ତି । ଓଡ଼ିଶାର ପ୍ରାୟ ୧ କୋଟି ଲୋକମାନେ ଜୀବନଜୀବିକା ପାଇଁ ବାହାରେ କାମ କରୁଥିବା ଆକଳନ କରାଯାଇଛି । ଏହି ପ୍ରବାସୀ ଓଡ଼ିଆ ଲୋକମାନେ ନିଜ ଆୟର ୩୩ ପ୍ରତିଶତ ଖର୍ଚ୍ଚ ନିଜ ପରିବାରର ଚିକିତ୍ସା ପାଇଁ ଖର୍ଚ୍ଚ କରନ୍ତି । ଆୟୁଷ୍ମାନ ଭାରତ ଯୋଜନା କ୍ରିୟାନ୍ୱୟନ ନ ହେବା କାରଣରୁ ଅଧିକାଂଶ ପ୍ରବାସୀ ଓଡ଼ିଆ ଲୋକମାନେ ସ୍ୱାସ୍ଥ୍ୟବୀମାର ଲାଭ ନେବାରୁ ବଞ୍ଚିତ ହେଉଛନ୍ତି ।

ସମସ୍ତଙ୍କୁ ସେବା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଭାରତ ସରକାର ନିକଟରେ ଘୋଷଣା କରିଛନ୍ତି ଯେ, ରାଜ୍ୟ ସରକାରଙ୍କ ନିଜସ୍ୱ ସ୍ୱାସ୍ଥ୍ୟବୀମା ଯୋଜନା ସମେତ ଆୟୁଷ୍ମାନ ଭାରତ ଯୋଜନା ମଧ୍ୟ ଲାଗୁ କରିପାରିବେ । ଆୟୁଷ୍ମାନ ଭାରତର ସଂଶୋଧିତ ବ୍ୟବସ୍ଥା ଅନୁସାରେ ହିତାଧିକାରୀମାନେ ଆୟୁଷ୍ମାନ ଭାରତର କାର୍ଡକୁ ଆୟୁଷ୍ମାନ ଭାରତ ଏବଂ ରାଜ୍ୟ ଯୋଜନାରେ ବି ବ୍ୟବହାର କରିପାରିବେ । କାର୍ଯ୍ୟକାରୀ ଯୋଜନା ଅନ୍ତର୍ଗତ ଯଦି ରାଜ୍ୟ ସରକାରମାନେ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସୁବିଧା ପ୍ରଦାନ କରିବା ପାଇଁ ଚାହାନ୍ତି ତେବେ କେନ୍ଦ୍ର ସରକାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହଯୋଗ ପ୍ରଦାନ କରିବେ । ଯଦି ୨୦୧୧ ସାମାଜିକ, ଆର୍ଥିକ ଓ ଜାତିଭିତିକ ଗଣନା ବ୍ୟତିତ ଅତିରିକ୍ତ ହିତାଧିକାରୀ ଅଛନ୍ତି, ସେମାନେ ମଧ୍ୟ ଏହି କାର୍ଡର ଉପଯୋଗ କରିପାରିବେ ।

ଭାରତ ସରକାର ସାମାଜିକ, ଆର୍ଥିକ ଓ ଜାତିଭିତ୍ତିକ ଗଣନା ଅନୁସାରେ ଚୟନ ହୋଇଥିବା ହିତାଧିକାରୀଙ୍କୁ ପ୍ରଦାନ କରାଯିବା ପାଇଁ ଥିବା କାର୍ଡ ପାଇଁ ଆର୍ଥିକ ସହାୟତା କେନ୍ଦ୍ର ସରକାର ପ୍ରଦାନ କରିବେ । ଏହାବ୍ୟତିତ ଗଣନା ବାହାରେ କେନ୍ଦ୍ର ଦ୍ୱାରା ଯୋଗ୍ୟ ବିବେଚିତ ହୋଇଥିବା ଥିବା ହିତାଧିକାରୀ ମଧ୍ୟ ଏହି ଯୋଜନାର ଲାଭ ପାଇପାରିବେ । ଦେଶର ୨୦ଟି ରାଜ୍ୟରେ ଆୟୁଷ୍ମାନ ଯୋଜନା ସମେତ ରାଜ୍ୟର ନିଜସ୍ୱ ଯୋଜନା ସମାନ୍ତରାଳ ଭାବେ କାର୍ଯ୍ୟକାରୀ ହେଉଛି ।

ଏହା ଦ୍ୱାରା ଏସଇସିସି ପରିଧି ବାହାରେ ଥିବା ଲୋକମାନେ ସ୍ୱାସ୍ଥ୍ୟବୀମାର ଲାଭ ପାଇପାରିବା ସହ ୫ ଲକ୍ଷରୁ ଅଧିକ ଆର୍ଥିକ ସହାୟତା ପାଇଛନ୍ତି । ଏହି ସବୁ ବ୍ୟବସ୍ଥା ସତ୍ତ୍ୱେ ରାଜନୈତିକ ଅଭିସନ୍ଧି କାରଣରୁ ଓଡ଼ିଶା ସରକାର ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ ଇଚ୍ଛାପ୍ରକାଶ କରୁନାହାନ୍ତି, ଯାହା ଓଡ଼ିଆ ଲୋକଙ୍କ ପାଇଁ ବଡ ଚିନ୍ତାର ବିଷୟ ବୋଲି ସାଂସଦମାନେ ପତ୍ରରେ ଉଲ୍ଲେଖ କରିଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

ଆଜି ଅନୁଷ୍ଠିତ ହେବ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ, କଣ ରହିବ ମୁଖ୍ୟ ପ୍ରସଂଗ

ଭୁବନେଶ୍ୱର, ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଅନୁଷ୍ଠିତ ହେବ । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ଯୋଗ ଦେବେ। ଏଥିସହିତ ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଏବଂ ସହ ପ୍ରଭାରୀ ବିଜୟ ପାଲ ସିଂ ତୋମର ମଧ୍ୟ ଉପସ୍ଥିତ ରହିବେ।

ସମସ୍ତ ସାଂସଦ ଓ ବିଧାୟକ, ରାଜ୍ୟ ପଦାଧିକାରୀ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରମୁଖ ଯୋଗ ଦେବେ। କରୋନା ସଂକ୍ରମଣ ଏବଂ ଏହା ଜନିତ କଟକଣା କାରଣରୁ ଏହି ବୈଠକ ଭିଡିଓ କନଫରେନ୍ସ ଜରିଆରେ ଅନଷ୍ଠିତ ହେବ । ସମସ୍ତ ନେତୃବୃନ୍ଦ ଓ କାର୍ଯ୍ୟକର୍ତାମାନେ ନିଜ ନିଜ ଅଂଚଳରେ ରହି ଭିଡିଓ କନଫରେନ୍ସ ଜରିଆରେ ଯୋଡି ହେବେ ବୋଲି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ସୁଚନା ଦେଇ କହିଛନ୍ତି ।

ଏହି ପରିପ୍ରେକ୍ଷୀରେ ରବିବାର ସଂଧ୍ୟାରେ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଛି । ବିଶେଷ ଭାବେ ରାଜ୍ୟରେ କ୍ରମଶଃ ବୃଦ୍ଧି ପାଉଥିବା ଉତ୍କଟ ଆଇନଶୃଙ୍ଖଳା ପରିସ୍ଥିତି, ଧାନମଣ୍ଡି ଓ କୃଷକ ସମସ୍ୟା, ମହିଳା ଏବଂ ଶିଶୁ ନିର୍ଯ୍ୟାତନା ବୃଦ୍ଧି ପାଇବା, ଡିଏମଏଫ ଓ କାମ୍ପା ଫଣ୍ଡ ଦୁର୍ନୀତି, ମହାମାରୀ କୋଭିଡ କୁପରିଚାଳନା ଓ ଦୁର୍ନୀତି, ବାଲି ଦୁର୍ନୀତି, ସୀମା ବିବାଦ, ତୃଟିପୂର୍ଣ୍ଣ ଶିକ୍ଷା ନୀତି, ପାନୀୟ ଜଳ ସମସ୍ୟା, ଗୋସୁରକ୍ଷା ଆଦି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ନେଇ ଆଜିର ଏହି ପଦାଧିକାରୀ ବୈଠକରେ ଚିନ୍ତା ପ୍ରକଟ କରାଯିବା ସହ ବିସ୍ତୃତ ଆଲୋଚନା କରାଯାଇଥିଲା ।

ଆଗାମୀ ପଂଚାୟତ ଓ ପୈାର ନିର୍ବାଚନ ପରିପ୍ରେକ୍ଷୀରେ ଆଜିର ପଦାଧିକାରୀ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି ବୋଲି ହରିଚନ୍ଦନ କହିଛନ୍ତି । କୋଭିଡ୍ ମହାମାରୀ ସମୟରେ ମୋଦି ସରକାରଙ୍କ ବଳିଷ୍ଠ ନେତୃତ୍ୱ ଓ ପଦକ୍ଷେପ କାରଣରୁ ଭାରତବର୍ଷ ସମଗ୍ର ବିଶ୍ୱରେ ପ୍ରଶଂସାର ଅଧିକାରୀ ହୋଇଛି । କୋଭିଡ୍ ମହାମାରୀ ସମୟରେ ମୋଦି ସରକାରଙ୍କ ଗରୀବକଲ୍ୟାଣ ଯୋଜନା କାରଣରୁ କୋଟି କୋଟି ଦେଶବାସୀ ଉପକୃତ ହୋଇଛନ୍ତି ।

କୋଭିଡ୍ ଟୀକାକରଣରେ ଭାରତବର୍ଷ ଆଜି ବିଶ୍ୱର ନେତୃତ୍ୱ ନେବା ଆମ ସମସ୍ତଙ୍କ ପାଇଁ ନିଶ୍ଚିତ ଗର୍ବର ବିଷୟ ଏବଂ ଏହାର ମୁଖ୍ୟ ଶ୍ରେୟ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଶୈାଚାଳୟ ନିର୍ମାଣ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡିଶା ପାଇଁ ମୋଦିଙ୍କର ନିଷ୍ଠା ଓ ପ୍ରତିବଦ୍ଧତା ପାଇଁ ଆଜିକାର ବୈଠକରେ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । ଆସନ୍ତା କାଲିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏ ସମସ୍ତ ପ୍ରସଙ୍ଗରେ ବିସ୍ଟୃତ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ହରିଚନ୍ଦନ କହିଛନ୍ତି ।

ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପଦାଧିକାରୀ ବୈଠକରେ ଯୋଗ ଦେଇ ଉପସ୍ଥିତ ସମସ୍ତ ପଦାଧିକାରୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ମତାମତ ପ୍ରଦାନ କରିଥିଲେ । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି,ପୁରନ୍ଦେଶ୍ୱରୀ, ସହପ୍ରଭାରୀ ଶ୍ରୀ ବିଜୟ ପାଲ୍ ସିଂ ତୋମାର ପ୍ରମୁଖ ଭିଡିଓ କନଫରେନ୍ସିଂ ଜରିଆରେ ଯୋଡି ହୋଇଥିଲେ ।

ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ବରିଷ୍ଠ ନେତା କେ.ଭି.ସିଂହଦେଓ, ମନମୋହନ ସାମଲ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡା, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଓ ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ପ୍ରମୁଖ ରାଜ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ । ଅନ୍ୟ ସମସ୍ତ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଏବଂ ଜିଲ୍ଲା ପ୍ରଭାରୀ, ସମସ୍ତ ମୋର୍ଚ୍ଚା ସଭାପତିମାନେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଡି ହୋଇଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରତାପ ଷଡଙ୍ଗୀ: ଭୁବନେଶ୍ବର ଏମ୍ସରେ ଡାକ୍ତରଙ୍କ ଅଭାବ ଦର୍ଶାଇଲେ

ନୂଆଦିଲ୍ଲୀ/ ଭୁବନେଶ୍ବର: ବାଲେଶ୍ଵର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଆଜି କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଭେଟିଛନ୍ତି। ଭୁବନେଶ୍ବର ଏମ୍ସ ପାଇଁ ସ୍ଵତନ୍ତ୍ର ପାଣ୍ଠି ଦେବାକୁ ଶ୍ରୀ ଷଡଙ୍ଗୀ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏମ୍ସର ଭିତ୍ତିଭୂମୀକୁ ସୁଦୃଢ କରିବା ପାଇଁ ସେ ଅନୁରୋଧ କରିଛନ୍ତି।

ଏହା ସହ ଏମ୍ସରେ ଡାକ୍ତର ଏବଂ କର୍ମଚାରୀଙ୍କ ଅଭାବ ଯୋଗୁଁ ଓପିଡି ବନ୍ଦ ରହୁଥିବା ଅଭିଯୋଗ ମଧ୍ୟ କରିଛନ୍ତି। ବିଭିନ୍ନ ବିଭାଗ ପାଇଁ ସୁପର ସ୍ପେଶିଆଲିଟି ଡାକ୍ତରଙ୍କ ଅଭାବ ମଧ୍ୟ ଦର୍ଶାଇଛନ୍ତି। ତେଣୁ ଲୋକେ ଏମ୍ସ ଠାରୁ ଉପଯୁକ୍ତ ସୁବିଧା ପାଇପାରୁନାହାନ୍ତି। ଯାହାଫଳରେ ଲୋକେ ଖର୍ଚ୍ଚାନ୍ତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଏତଦବ୍ୟତିତ ବାଲେଶ୍ଵର ସାଟେଲାଇଟ୍ କେନ୍ଦ୍ରର ଭିତ୍ତିଭୂମି ସୁଦୃଢ କରିବା ପାଇଁ ଅନୁରୋଧ କରିଛନ୍ତି।

Categories
ଫଟୋ ଖବର

ଟ୍ରେନ ଯୋଗେ ଖଡଗପୁରରୁ ସମ୍ବଲପୁର ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ଟ୍ରେନ ଯୋଗେ ଖଡଗପୁରରୁ ସମ୍ବଲପୁର ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

Categories
ଆଞ୍ଚଳିକ

କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଦିନିକିଆ ବ୍ରହ୍ମପୁର ଗସ୍ତ: ସିଟିଟିସି ସଂପ୍ରସାରଣ କେନ୍ଦ୍ର ଉଦ୍‌ଘାଟିତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ, ମତ୍ସ୍ୟ ଓ ପଶୁସଂପଦ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଦିନିକିଆ ବ୍ରହ୍ମପୁର ଗସ୍ତରେ ଆସି ସରକାରୀ ଆଇଟିଆଇରେ ଏକ ସିଟିଟିସି ସଂପ୍ରସାରଣ କେନ୍ଦ୍ରକୁ ଉଦ୍‌ଘାଟିତ କରିଥିଲେ। ୨୦ କୋଟି ବ୍ୟୟରେ ନିର୍ମିତ ଏହି ଦକ୍ଷତା ବିକାଶ ସିଟିଟିସି କେନ୍ଦ୍ରଟି ଉଦ୍‌ଘାଟିତ ହେବା ଦ୍ୱାରା ଆଗାମୀ ଦିନରେ ଯୁବ ସମାଜ ଓ ଶିଳ୍ପ କ୍ଷେତ୍ରର ପ୍ରଶିକ୍ଷଣରେ ଏହା ସହାୟ ହୋଇପାରିବ। ଏଠାରେ ଏକମାସଠାରୁ ଏକ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ବିଷୟରେ ବିଦ୍ୟାର୍ଥୀମାନେ ଅଧ୍ୟୟନ କରିପାରିବେ। ଶିଳ୍ପକ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିବା ସହ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନେ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଗ୍ରହଣ କରିପାରିବେ।

ଏହି ଅବସରରେ ବିଭାଗୀୟ ମୁଖ୍ୟ ଏଲ୍‌. ରାଜଶେଖର, ଏମ୍‌ଏସ୍‌ଏମ୍‌ଇର ମ୍ୟାନେଜର ଡ. ଏସ୍‌କେ କରଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଓ ବିଜେପିର ବହୁ ନେତା ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇଥିଲେ। ପୂର୍ବରୁ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଆର୍‌. ଉଦୟଗିରିରୁ ଅପରାହ୍ନ ୩ ଘଣ୍ଟା ସମୟରେ ବ୍ରହ୍ମପୁରକୁ ଆସି ସର୍କିଟ ହାଉସ୍‌ରେ ପହଞ୍ଚିଥିଲେ। ଏହି ଅବସରରେ ଗଂଜାମ ଜିଲ୍ଲା ବିଜେପି ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବରିଷ୍ଠ ନେତା ତଥା ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗ୍ୟୁ ବକ୍ସିପାତ୍ର, ଗଂଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନାଙ୍କ ସମେତ ବହୁ କର୍ମକର୍ତ୍ତା ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଶ୍ରୀ ଷଡ଼ଙ୍ଗୀ ଭାରତୀୟ ଜନତା ପାର୍ଟିକୁ ଜିଲ୍ଲାରେ କିଭଳି ମଜଭୁତ କରାଯାଇପାରିବ ସେ ନେଇ ନେତା ଓ କର୍ମୀଙ୍କ ସହ ଆଲୋଚନା କରିବା ସହ ଗୁରୁମନ୍ତ୍ର ମଧ୍ୟ ପ୍ରଦାନ କରିଥିଲେ।

ସର୍କିଟ ହାଉସ୍‌ରେ ବିଭିନ୍ନ ସମସ୍ୟା ନେଇ ଆସିଥିବା ବ୍ୟକ୍ତିବିଶେଷମାନେ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀଙ୍କୁ ସାକ୍ଷାତ କରି ନିଜ ଅଂଚଳର ସମସ୍ୟା ବିଷୟରେ କହିଥିଲେ। ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଶାନ୍ତ ଭାବେ ସମସ୍ତ ସମସ୍ୟା ଶୁଣିବା ପରେ ସେମାନଙ୍କ ଦାବିପତ୍ରଗୁଡ଼ିକୁ ଗ୍ରହଣ ମଧ୍ୟ କରିଥିଲେ।

ପରେ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ବିଜେପି ବରିଷ୍ଠ ନେତା ତଥା ପୂର୍ବତନ ବିଜେପି ଜିଲ୍ଲା ସଭାପତି କାହ୍ନୁଚରଣ ପତିଙ୍କ ଗାନ୍ଧିନଗର ସ୍ଥିତ ବାସଭବନକୁ ଆସି ସ୍ୱର୍ଗତ ଶ୍ରୀମତୀ ପତିଙ୍କ ପଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ସମବେଦନା ଜଣାଇଥିଲେ। ଏହିଭଳି ଘଟଣାକୁ ନେଇ ସେ ମର୍ମାହତ, ଦୁଃଖିତ ବୋଲି କହିଥିଲେ। ଏହି ସମୟରେ ଜିଲ୍ଲା ସଭାପତି ଶ୍ରୀ ଜେନା ଏବଂ ବରିଷ୍ଠ ନେତା ଭୃଗୁବକ୍ସିପାତ୍ର ମଧ୍ୟ ଉପସ୍ଥିତ ଥିଲେ।

ଏହାସହ କୋର୍ଟପେଟା ଛକଠାରେ ବିଜେପି ନେତା ରାମକୁମାର ପାତ୍ରଙ୍କ ନେତୃତ୍ୱରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ୱାଗତ କରାଯାଇଥିଲା। ଏହାସହ ଜିଲ୍ଲାର ବହୁ ମତ୍ସ୍ୟଜୀବୀ ଏବଂ କିଆଫୁଲ ଚାଷୀ ମନ୍ତ୍ରୀଙ୍କୁ ସାକ୍ଷାତ କରି ସେମାନଙ୍କ ସୁବିଧା ଅସୁବିଧା ଗୁଡ଼ିକ ଜଣାଇଥିଲେ।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳରେ ଓଡିଶାରୁ ଆଉ ଜଣେ ମନ୍ତ୍ରୀ ହେବା ସମ୍ଭାବନା, ଚର୍ଚ୍ଚାରେ ଦୁଇ ଜଣ

ଭୁବନେଶ୍ବର, ଆସନ୍ତା ବଜେଟ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବ ବୋଲି ଜାତୀୟ ଗଣମାଧ୍ୟମରେ ଚାଲିଛି ଚର୍ଚ୍ଚା। ତେବେ ଏହାକୁ ନେଇ ଓଡିଶାର ରାଜନୀତି ପାଣିପାଗ ମଧ୍ୟ ବେଶ ଗରମ ହୋଇଯାଇଛି। ଏହି ଅଦଳବଦଳ ବେଳେ ଓଡିଶାରେ ଆଉ ଜଣେ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଛି। ତେବେ ଓଡିଶାରୁ କିଏ ହେବେ ମନ୍ତ୍ରୀ ସେ ନେଇ ମଧ୍ୟ ଚର୍ଚ୍ଚା ଜୋରଦାର ହେବାରେ ଲାଗିଛି। ଏଥିରେ କେବଳ ଦୁଇ ଜଣଙ୍କ ନାମ ବର୍ତ୍ତମାନ ଦିଲ୍ଲୀ ଦରବାରରେ ବେଶ୍ ଆଲୋଚନା ଚାଲିଛି।

ବର୍ତ୍ତମାନ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଦୁଇ ଜଣ ମନ୍ତ୍ରୀ ଅଛନ୍ତି। ସେମାନେ ହେଲେ କ୍ୟାବିନେଟରେ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରତାପ ଷଡଙ୍ଗୀ। ହେଲେ କେନ୍ଦ୍ର ନେତୃତ୍ବ ଅନୁଭବ କରିସାରିଲେଣି ଯେ, ଉଭୟଙ୍କ ନେତୃତ୍ବରେ ଓଡିଶାରେ ଫେଲ ମାରୁଛି। ବିଶେଷ କରି ବାଲେଶ୍ବର ଉପ ନିର୍ବାଚନରେ ହାରିବା କେନ୍ଦ୍ର ବିଜେପି ନେତୃତ୍ବଙ୍କୁ ବହୁ ବ୍ୟଥିତ କରିଦେଇଛି। କାରଣ ବାଲେଶ୍ବରରେ ସମବେଦନା ଭୋଟ ସହିତ ବିଜେଡିର ଦୃଢ ପ୍ରାର୍ଥୀ ନ ଥିଲେ। ଏହାକୁ ନେଇ ସେଠାରେ ବିଜେପି ଜିତିବା ନିଶ୍ଚିତ ଥିଲେ ମଧ୍ୟ ତାହା ହେଲା ନାହିଁ।

ବାଲେଶ୍ବର ଉପନିର୍ବାଚନକୁ ନେଇ କେନ୍ଦ୍ର ନେତୃତ୍ବ ବେଶ୍ ତନାଘନା ମଧ୍ୟ କରିଛନ୍ତି। ସେମାନେ ଅନୁଭବ କରିସାରେଲେଣି ଯେ, ବର୍ତ୍ତମାନ ବିଜେପିର ଯେଉଁମାନେ ମଙ୍ଗୁଆଳ ସାଜିଛନ୍ତି ସେମାନଙ୍କ ଦ୍ବାରା 2024 ନିର୍ବାଚନ ସମ୍ମୁଖୀନ ହେବା ଉଚିତ ହେବ ନାହିଁ। ଏପରିକି ତା ପୂର୍ବରୁ ପଞ୍ଚାୟତ ଏବଂ ନଗରପାଳ ନିର୍ବାଚନ ମଧ୍ୟ ତାଙ୍କ ହାତରେ ଟେକି ହେବ ନାହିଁ। ସେଥିପାଇଁ ଓଡିଶାରେ ବିଜେପି କୁଆଡେ ଏକ ବିକଳ୍ପ ମଙ୍ଗୁଆଳ ତିଆରି କରିବା ପାଇଁ ମନସ୍ଥ କରିଥିବାର କୁହାଯାଉଛି।

ସେଥିପାଇଁ ଦଳ ବର୍ତ୍ତମାନ ଦୁଇଜଣ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରୁ ଜଣଙ୍କୁ ବାହାର କରି ଆଉ ଜଣେ ନୂଆଙ୍କୁ ନେବେ ବୋଲି ଦିଲ୍ଲୀରେ ଚର୍ଚ୍ଚା ଚାଲିଛି। ହେଲେ ଆଉ କେତେକଙ୍କ ମତରେ ଏହି ଦୁଇ ଜଣଙ୍କ ସହିତ ଆଉ ଜଣଙ୍କୁ ମନ୍ତ୍ରୀ ଭାବେ ମୋଦୀ ନେବେ ବୋଲି କୁଆଡେ ସୂଚନା ମିଳିଛି। ଅର୍ଥାତ ଓଡିଶାରୁ ତିନିଜଣ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହେବେ। ତେବେ ସେହି  ନୂଆ ବ୍ୟକ୍ତି ଜଣଙ୍କ କିଏ ସେ ସେ ନେଇ ଜୋରଦାର ଆଲୋଚନା ଚାଲିଛି।  ସେହି ମଧ୍ୟରେ ଦୁଇ ଜଣଙ୍କ ନାମ ଆଗକୁ ଆସୁଛି। ଜଣେ ହେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ଆଉ ଜଣେ ହେଲେ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ।

ବର୍ତ୍ତମାନ ଓଡିଶା ରାଜନୀତିରେ ଅପରାଜିତା ଷଡଙ୍ଗୀ ଏକକ ନେତୃତ୍ବରେ ଏକ ଦୃଢ ସଂଗଠନ ତିଆରି କରିବାରେ ଲାଗିଲେଣି। ସେଥିପାଇଁ ଧର୍ମେନ୍ଦ୍ର କ୍ୟାମ୍ପ ଛାଡି ଅନେକ ନେତା ଅପରାଜିତା କ୍ୟାମ୍ପରେ ପ୍ରବେଶ ମଧ୍ୟ କଲେଣି। କାରଣ ଗତ ଖୋର୍ଦ୍ଧା ବିଜେପି ସଭାପତି ନିଯୁକ୍ତି ନେଇ ଯେପରି ଟକ୍କରା ଟକ୍କରି ଚାଲିଲା ତାହା ଓଡିଶା ରାଜନୀତିରେ ବେଶ ହଟଚମଟ ସୃଷ୍ଟି କରିଛି। ଏଥିରେ ଦିଲ୍ଲୀ ଦରବାରରେ ଅପରାଜିତାଙ୍କ କ୍ଷମତା କେତେ ତାହା ପ୍ରମାଣିତ ହେଲା। ତେଣୁ ଦିଲ୍ଲୀ ଲିଙ୍କରେ ଅପରାଜିତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ ବୋଲି ବହୁ ସମ୍ଭାବନା ସୃଷ୍ଟି ହୋଇଛି।

ତେବେ ଅଶ୍ବନୀ ବୈଷ୍ଣବଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବା ପାଇଁ ଯେଉଁମାନେ କହୁଛନ୍ତି ସେମାନଙ୍କର ଯୁକ୍ତି ମଧ୍ୟ ଠିକ। ଏମାନଙ୍କର ଯୁକ୍ତି ହେଲା ଯେ, ଦୁଇ ଜଣଙ୍କର କଳିରେ ତୃତୀୟ ଜଣଙ୍କର ଲାଭ ନ୍ୟାୟରେ ଅଶ୍ବନୀ ମନ୍ତ୍ରୀ ହୋଇପାରନ୍ତି। ଅପରାଜିତାଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ ନ କରି ଜଣେ ନିରପେକ୍ଷ ଲୋକଙ୍କୁ ସାମିଲ କଲେ ଭବିଷ୍ୟତରେ କାଦୁଅ ଫିଙ୍ଗା ଖେଳ ହେବ ନାହିଁ। ଅନ୍ୟପକ୍ଷରେ ଅଶ୍ବନୀଙ୍କ ରାଷ୍ଟ୍ରୀୟ ବିଜେପିରେ ଯେପରି ଦବଦବା ରହିଛି ତାହା ଆଉ କାହାର ନାହିଁ। ସେଥିପାଇଁ ଅଶ୍ବନୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବା ନେଇ ଚର୍ଚ୍ଚା ଯୋର ଧରିଛି।

Categories
ଫଟୋ ଖବର

ବାଲେଶ୍ବର ଉପନିର୍ବାଚନ ପ୍ରଚାର ମଇଦାନରେ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ବାଲେଶ୍ବର, ବାଲେଶ୍ବର ଉପନିର୍ବାଚନ ପ୍ରଚାର ମଇଦାନରେ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଧାନସଭା ଉପନିର୍ବାଚନ, ବାଲେଶ୍ବରରେ ପ୍ରତାପ, ରବି ଏବଂ ନବଜ୍ୟୋତିଙ୍କ ମଧ୍ୟରେ ହେବ ପ୍ରକୃତ ଲଢେଇ

ସଂପଦ ଦଳାଇ

ଭୁବନେଶ୍ବର, ଖୁବ ଶିଘ୍ର ଓଡିଶାରେ ଦୁଇଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ। ଏହି ଦୁଇଟି ଆସନ ହେଲା ତିର୍ତ୍ତୋଲ ଏବଂ ବାଲେଶ୍ବର ସଦର ଆସନ। ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଧାୟକ ଥିବା ବିଷ୍ଣୁ ଦାସ ଏବଂ ବାଲେଶ୍ବର ସଦରର ବିଧାୟକ ଥିବା ମଦନମୋହନ ଦତ୍ତଙ୍କ ପରଲୋକ ହୋଇଛି। ଫଳରେ ଉଭୟ ଆସନ ବର୍ତ୍ତମାନ ଖାଲିପଡିଥିବାରୁ ଉପନିର୍ବାଚନ ହେବ। ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ରାଜ୍ୟ ରାଜନୀତିରେ ଏହି ଉପନିର୍ବାଚନକୁ ନେଇ ବେଶ୍ ତତ୍ପରତା ପ୍ରକାଶ ପାଇଲାଣି।

ତେବେ ଏହି ଦୁଇ ନିର୍ବାଚନ ମଣ୍ଡଳୀ ମଧ୍ୟରୁ ବାଲେଶ୍ବର ସଦର ଆସନଟିକୁ ନେଇ ବର୍ତ୍ତମାନ ତିନିଦଳ ମଧ୍ୟରେ ବେଶ୍ ବଳକଶା ହେବାର ସମ୍ଭାବନା ସୃଷ୍ଟି ହୋଇଛି। କାରଣ ହେଲା ଏହି ନିର୍ବାଚନ ମଣ୍ଡଳିର ଯେଉଁ ଲୋକସଭା ଆସନଟି ଅଛି ସେହି ଆସନର ତିନି ଦଳର ଲୋକସଭା ନେତା ହେଉଛନ୍ତି ବେଶ୍ ପ୍ରଭାବଶାଳୀ। ସେମାନେ ହେଲେ ବିଜେଡିର ରବିନ୍ଦ୍ର ଜେନା, କଂଗ୍ରେସର ନବଜ୍ୟୋତି ପଟ୍ଟନାୟକ ଏବଂ ବିଜେପିର କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ।

ଯେହେତୁ ଏହି ଆସନଟି ଗତ ବିଧାନସଭା ନିର୍ବାଚନରେ ବିଜେଡି ହାତରୁ ବିଜେପି ଛଡାଇ ନେଇଥିଲା, ଏଥର ମଧ୍ୟ ଦଳ ବିଜୟ ଲାଭ କରିବ ବୋଲି ଆଶା ରଖିଛି। ତେବେ ବିଜେପିର ଅନ୍ୟ ଏକ ବଡ ଅସ୍ତ୍ର ଅଛି ତାହା ହେଲେ ସେହି ବିଧାନସଭା ଆସନର ଲୋକସଭା ସାଂସଦ ହେଉଛନ୍ତି ପ୍ରତାପ ଷଡଙ୍ଗୀ। ପ୍ରତାପ କେନ୍ଦ୍ରମନ୍ତ୍ରୀ ଥିବାରୁ ତାଙ୍କର ପ୍ରଭାବ ସେହି ବିଧାନସଭା ଆସନରେ ନିଶ୍ଚିତ ପରିଲକ୍ଷିତ ହେବ।

ଅନ୍ୟପଟେ କଂଗ୍ରେସ କଥା ଯଦି ବିଚାର କରାଯାଏ ତେବେ ଏହି ଲୋକସଭା ଆସନରୁ ପ୍ରାର୍ଥୀ ଥିଲେ ନବଜ୍ୟୋତି ପଟ୍ଟନାୟକ। କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକଙ୍କ ପୁତ୍ର ନବଜ୍ୟୋତିଙ୍କ ମଧ୍ୟ ସେହି ଅଞ୍ଚଳରେ ସଂଗଠନ ରହିଛି। ଲୋକସଭା ପରି ବିଧାନସଭା ଉପନିର୍ବାଚନରେ ମଧ୍ୟ ଦଳ ଭଲ ପରିଶ୍ରମ କରିବ ବୋଲି ଜଣାପଡିଲାଣି।

ସେହିପରି ବିଜେଡି କଥା ଯଦି ଚିନ୍ତା କରାଯାଏ ତେବେ ବାଲେଶ୍ବର ଲୋକସଭା ପ୍ରାର୍ଥୀ ରବି ଜେନାଙ୍କ ମଧ୍ୟ ବେଶ୍ ଦବଦବା ରହିଛି। ଏହି ଉପନିର୍ବାଚନ ବାଲେଶ୍ବର ଅଞ୍ଚଳର ବିଜେଡିର ଶକ୍ତିଶାଳି ନେତା ରବି ଜେନାଙ୍କ ସମ୍ମାନର ପ୍ରଶ୍ନ ହେବ। କାରଣ ସେ ଲୋକସଭାରେ ହାରିଯିବା ପରେ ବର୍ତ୍ତମାନ ଦଳରେ ସେ ଏକ କଣଠୋସା ହେଲା ପରି ରହିଛନ୍ତି।

ବର୍ତ୍ତମାନ ବାଲେଶ୍ବର ସଦର ବିଧାନସଭା ଉପନିର୍ବାଚନ ପାଇଁ କେଉଁ ଦଳରୁ କିଏ ସେ ପ୍ରାର୍ଥୀ ହେବେ ତାହା ଭିନ୍ନ କଥା। ହେଲେ ପ୍ରକୃତ ଲଢେଇ କିନ୍ତୁ ଗତ ନିର୍ବାଚନରେ ତିନି ଦଳର ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ହେବ ତାହା ନିଶ୍ଚିତ।

ଏହି ବିଧାନସଭା ଆସନ ପାଇଁ କଂଗ୍ରେସରୁ କୁଆଡେ ଖୋଦ ନବଜ୍ୟୋତି ପଟ୍ଟନାୟକ ପ୍ରାର୍ଥୀ ହେବେ ବୋଲି ଶୁଣାଯାଉଛି। ସେପଟେ ବିଜେଡି ମଧ୍ୟ କୁଆଡେ ରବି ଜେନାଙ୍କୁ ମଧ୍ୟ ପ୍ରାର୍ଥୀ କରିପାରେ ବୋଲି ସମ୍ଭାବନା ରହିଛି। ହେଲେ ବିଜେପି ସମବେଦନା ଭୋଟ ହାତେଇବା ପାଇଁ ହୁଏତ ଦିବଙ୍ଗତ ବିଧାୟକଙ୍କ ପୁଅ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରିପାରେ ବୋଲି ଜଣାପଡିଛି।

ଗତ ଲୋକସଭାରେ ବିପୁଳ ପଇସା ଖର୍ଚ୍ଚ କରି କଂଗ୍ରେସ ଏବଂ ବିଜେଡିର ଏହି ଦୁଇ ପ୍ରାର୍ଥୀ ହାରିବେ ପରେ ବର୍ତ୍ତମାନ ବିଧାନସଭା ପାଇଁ ମଧ୍ୟ ଲାଳାୟିତ। ସେଥିପାଇଁ ଏହି ଦୁଇଜଣଙ୍କର ପ୍ରାର୍ଥୀ ହେବା ବହୁ ସମ୍ଭାବନା ରହିଛି ବୋଲି ଚର୍ଚ୍ଚା ଚାଲିଛି। ତେବେ ଏହା ନିଶ୍ଚିତ ଯେ, ବାଲେଶ୍ବର ଉପ ନିର୍ବାଚନ ସବୁଠାରୁ ବ୍ୟୟ ବହୁଳ ଉପନିର୍ବାଚନ ହେବ ଏଥିରେ ସନ୍ଦେହ ନାହିଁ।

ସେହିପରି ତିର୍ତ୍ତୋଲ ବିଧାନସଭା ଆସନଟି ବିଜେଡି ହାତରେ ଥିଲା। ଏହି ଆସନରେ ଦିବଙ୍ଗତ ନେତା ବିଷ୍ଣୁ ଦାସଙ୍କର ଦଖଲ ମଧ୍ୟ ବେଶ ରହିଥିଲା। ବିଜେଡିର ଯେଉଁ ଗଣିତ ତାହା ହେଲା ସମବେଦନା ଭୋଟ ହାତେଇବା ପାଇଁ ତାଙ୍କ ପରିବାରରୁ ଜଣଙ୍କୁ ପ୍ରାର୍ଥୀ କରିବା। ସେହି ଅନୁସାରେ ଏହି ଆସନରେ ବିଷ୍ଣୁ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସ ପ୍ରାର୍ଥୀ ହେବାର ସମ୍ଭାବନା ଅଧିକ ରହିଛି।

ତେବେ ରାଜ୍ୟରେ ଗତ ୨୦ ବର୍ଷ ଧରି ଶାସନ ଗାଦିରେ ଥିବା ବିଜେଡି ଦୁଇଟି ଉପନିର୍ବାଚନକୁ ଛାଡିଦେଲେ ଆଉ ସବୁଥିରେ ବିଜୟ ଲାଭ କରିଛି। ସେ ଦୁଇଟି ହେଲା ଲକ୍ଷ୍ମୀପୁର ଓ ତଲସରା ବିଧାନସଭା ଉପନିର୍ବାଚନ। ସେହି ଦୃଷ୍ଟିରୁ ଏଥର ଉପନିର୍ବାଚନରେ ମଧ୍ୟ  ବିଜେଡି ବାଲେଶ୍ୱର ଓ ତିର୍ତ୍ତୋଲକୁ ଦଖଲ କରିବ ବୋଲି ନିଶ୍ଚିତ ହୋଇ ରହିଛି।