Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବାଲେଶ୍ବର ଲୋକସଭା ନିର୍ବାଚନ, ବିଜେପିର ନନା ବନାମ ବିଜେଡିର ନାନୀ
ଜାତୀୟ ଖବର

ବାଲେଶ୍ବର ଲୋକସଭା ନିର୍ବାଚନ, ବିଜେପିର ନନା ବନାମ ବିଜେଡିର ନାନୀ

April 12, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଲେଶ୍ବର ଲୋକସଭା ନିର୍ବାଚନ, ବିଜେପିରୁ ନନା ବନାମ ବିଜେଡିର ନାନୀ

ଭୁବନେଶ୍ବର: ଶେଷରେ ବିଜେଡି ତାହାର ବାଲେଶ୍ବର ଲୋକସଭା ପାଇଁ ପ୍ରାର୍ଥୀ ଭାବେ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନାମ ଘୋଷଣା କରିଛି। ବିଜେଡି ସମସ୍ତ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିଲେ ମଧ୍ୟ ଏକମାତ୍ର ବାଲେଶ୍ବର ଆସନରେ ପ୍ରାର୍ଥୀ ଦେଇ ନ ଥିଲା। ଲେଖାଶ୍ରୀ ବିଜେପି ଛାଡି ବିଜେଡିରେ ଯୋଗ ଦେବା ପରେ ସେହି ଆସନରେ ସେ ପ୍ରାର୍ଥୀ ହେବେ ବୋଲି ସ୍ପଷ୍ଟ ହେଲା।

ବାଲେଶ୍ବର ଲୋକସଭା ପାଇଁ ଲେଖାଶ୍ରୀ ହିଁ ବିଜେଡିର ଉପଯୁକ୍ତ ପ୍ରାର୍ଥୀ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଗତଥର ସେଠାରେ ବିଜେଡିର ଯେ ସାଂସଦ ପ୍ରାର୍ଥୀ ଥିଲେ ସେ ହେଉଛନ୍ତି ରବିନ୍ଦ୍ର ଜେନା। ହେଲେ ସେ ବିଜେପିର ପ୍ରତାପ ଷଡଙ୍ଗୀଠାରୁ ହାରିଯାଇଥିଲେ। ଏଥର ତାଙ୍କୁ ଦଳ ପ୍ରାର୍ଥୀ ନ କରି ତାଙ୍କର ଧର୍ମପତ୍ନୀଙ୍କୁ ବସ୍ତାରୁ ବିଧାୟକ ପ୍ରାର୍ଥୀ କରିଛି। ତେଣୁ ରବିନ୍ଦ୍ରଙ୍କୁ ଆଉ ଟିକେଟ ମିଳିବ ନାହିଁ ବୋଲି ଜଣାପଡିଥିଲା।

ରବିନ୍ଦ୍ରଙ୍କୁ ଛାଡିଦେଲେ ବାଲେଶ୍ବର ଲୋକସଭା ପାଇଁ ବିଜେଡିର ସେମିତି ଆଖିଦୃଶିଆ ପ୍ରାର୍ଥୀ କେହି ନ ଥିଲେ। ଫଳରେ ବିଜେଡି ଜାଣିଶୁଣି ସେହି ଆସନ ପାଇଁ ଘୋଷଣା ଝୁଲାଇ ରଖିଥିଲା। ବୋଧହୁଏ ସେତେବେଳେ ଲେଖାଶ୍ରୀଙ୍କ ସହିତ ଆଲୋଚନା ଚାଲିଥିଲା ବୋଲି ଅନୁମାନ କରାଯାଉଛି। ନଚେତ ଲେଖାଶ୍ରୀ ବିଜେଡିରେ ଯୋଗ ଦେବାର କିଛିଦିନ ପରେ ତାଙ୍କ ନାମ ଘୋଷଣା ହୋଇ ନ ଥାଆନ୍ତା।

ତେବେ ବାଲେଶ୍ବର ଲୋକସଭା ଆସନ ପାଇଁ ଗୋଡ ଟେକି ବସିଥିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି। ସେ ବିଜେପିରୁ ଇସ୍ତଫା ଦେଇସାରିଛନ୍ତି। ଏ ପର୍ଯ୍ୟନ୍ତ କୌଣସି ଦଳରେ ଯୋଗଦେଇ ନାହାଁନ୍ତି। ହେଲେ ଲେଖାଶ୍ରୀ ଯଦି ବିଜେପି ଛାଡି ବିଜେଡିରେ ଯୋଗ ଦେଇ ନ ଥାଆନ୍ତେ ବୋଧହୁଏ ଦଳ ରଘୁନାଥଙ୍କୁ ସେଠାରେ ପ୍ରାର୍ଥୀ କରିଥାଆନ୍ତା ବୋଲି ନିଷ୍ପତି କରାଯାଇଥିଲା। ଲେଖାଶ୍ରୀଙ୍କ ପାଇଁ ଆଉ ରଘୁଙ୍କୁ ସବୁଜ ସଙ୍କେତ ମିଳିପାରିଲା ନାହିଁ।

ବର୍ତ୍ତମାନ ସେଠାରେ କଂଗ୍ରେସ ତାହାର ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହିଁ। ଗତଥର ସେଠାରୁ ପ୍ରାର୍ଥୀ ଥିଲେ ନିରଂଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ। ହେଲେ ସେତେବେଳେ ରବିନ୍ଦ୍ର ଜେନାଙ୍କ ସହିତ ପ୍ରତାପ ଷଡଙ୍ଗୀଙ୍କ ସହିତ ଟକ୍କର ହୋଇଥିଲା। ତେବେ ବର୍ତ୍ତମାନ ସେଠାରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ତାହା ଘୋଷଣା ହୋଇ ନ ଥିଲେ ମଧ୍ୟ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ନାମ ଚର୍ଚ୍ଚାରେ ରହିଛି।

ବର୍ତ୍ତମାନ ବାଲେଶ୍ବର ଲୋକସଭା ପାଇଁ ବିଜେଡି ଲେଖାଶ୍ରୀ ସାମନ୍ତସିଂହାରଙ୍କ ସହିତ ବିଜେପିର ପ୍ରତାପ ଷଡଙ୍ଗୀଙ୍କ କଡା ଟକ୍କର ହେବ। ଶ୍ରୀକାନ୍ତ ଜେନା ପ୍ରାର୍ଥୀ ହେଲେ ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ଲୋକେ ତାହାକୁ କେତେ ଗ୍ରହଣ କରିବେ ତାହା ସନ୍ଦେହ ଯୁକ୍ତ।

odishaelection2024 ପ୍ରତାପ ଷଡଙ୍ଗୀ ବାଲେଶ୍ବର ଲୋକସଭା ଲେଖାଶ୍ରୀ ସାମନ୍ତସିଂହାର
Share. Facebook Twitter LinkedIn Email WhatsApp Copy Link

Related Posts

ଭୋଟ ପୂର୍ବରୁ ଝଟକା: ନୁସରତ ଜାହାନଙ୍କୁ ସମନ

April 21, 2026

ମଣିପରୁରେ ଭୂମିକମ୍ପ

April 21, 2026

ସତ୍ୟନଗର ଆକ୍ସିସ ବ୍ୟାଙ୍କ ଏଟିଏମରେ ଅଗ୍ନିକାଣ୍ଡ

April 21, 2026

ଭୋଟର ତାଲିକାରୁ ବାଦ ପଡିଥିବା ଭୋଟରଙ୍କ ଯାଞ୍ଚ ନିର୍ଦ୍ଦେଶ

April 21, 2026
Latest News

ଭୋଟ ପୂର୍ବରୁ ଝଟକା: ନୁସରତ ଜାହାନଙ୍କୁ ସମନ

April 21, 2026

ମଣିପରୁରେ ଭୂମିକମ୍ପ

April 21, 2026

ଯୁଦ୍ଧ ବନ୍ଦ କରିବ ରୁଷ ! ପୁଟିନଙ୍କ ମନ୍ତ୍ରୀ ଏବଂ ଆରାଘଚିଙ୍କ ମଧ୍ୟରେ ଆଲୋଚନା

April 21, 2026

ସତ୍ୟନଗର ଆକ୍ସିସ ବ୍ୟାଙ୍କ ଏଟିଏମରେ ଅଗ୍ନିକାଣ୍ଡ

April 21, 2026

EMI ଦେବାରେ ଅସମର୍ଥ କି, ବ୍ୟାଙ୍କ ଲଗାଇପାରେ ତାଲା, ଜାଣନ୍ତୁ ଆଇନ ବିଷୟରେ

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.