Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପି ସଭାପତିଙ୍କ ପାଖରେ ନେତ୍ରୀ ସୁରକ୍ଷିତ ନୁହଁନ୍ତି, ସାଘାଂତିକ ଅଭିଯୋଗ କଲେ ଲେଖାଶ୍ରୀ

ଭୁବନେଶ୍ୱର: ଓଡିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୈାଣସି ତଥ୍ୟ ଆଧାରରେ ମିଛ, ଭିତିହୀନ ଏବଂ ନିରାଧାର ଅଭିଯୋଗ ଆଣନ୍ତି, ଯାହା ସେମାନଙ୍କର ଅଭ୍ୟାସ। ୨୦୧୯ ମସିହାରେ ମଧ୍ୟ ଏଭଳି ତଥାକଥିତ ଚାର୍ଜଶିଟ୍ ଓଡିଶା ବିଜେପି ପକ୍ଷରୁ ଅଣାଯାଇଥିଲା, ଯେତେବେଳେ ସେମାନେ ବୁଝିଯାଇଥିଲେ ଯେ, ଅତି ଦୟନୀୟ ଭାବେ ସେମାନେ ହାରିବାକୁ ଯାଉଛନ୍ତି ବୋଲି କହିଛନ୍ତି ବିଜେଡି ନେତ୍ରୀ ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର।

ଡକ୍ଟର ସାମନ୍ତସିଂହାର ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ୨୦୨୪ରେ ମଧ୍ୟ ସେମାନେ ଅତି ଶୋଚନୀୟ ଭାବେ ହାରିବାକୁ ଯାଉଥିବା ଜାଣିସାରିଲେଣି। ଆଉ ସେଥିପାଇଁ ସେମାନେ ବିନା କୈାଣସି ତଥ୍ୟ ପ୍ରମାଣ ଆଧାରରେ ଏଭଳି ମିଛ, ଭିତିହୀନ ଏବଂ ନିରାଧାର ଅଭିଯୋଗ ମାନ ଆଣିଛନ୍ତି। କିଛି ଉଦାହରଣ ଉପରେ ନଜର ପକାନ୍ତୁ, କିଭଳି ଚାର୍ଜଶିଟ୍ ନାଁରେ ଭିତିହୀନ ଏବଂ କପୋଳକଳ୍ପିତ କଥା ଉଲ୍ଲେଖ କରାଯାଇଛି।

କେନ୍ଦ୍ରୀୟ ସଂସ୍ଥାର ରିପୋର୍ଟ ଅନୁସାରେ, ଦେଶରେ ଓଡିଶା ଏକମାତ୍ର ରାଜ୍ୟ, ଯେଉଁଠି ଚାଷୀଙ୍କ ଆୟ ଦୁଇଗୁଣା ହୋଇଛି । ହେଲେ ଓଡିଶାକୁ କୃଷି କ୍ଷେତ୍ରରେ ସମାଲୋଚନା କରାଯାଉଛି। କେନ୍ଦ୍ରୀୟ ସଂସ୍ଥାର ରିପୋର୍ଟ ଅନୁସାରେ, ଦେଶରେ ସବୁଠାରୁ କମ୍ ବେକାରୀ ହାର ଓଡିଶାରେ। ହେଲେ ମିଛ ତଥ୍ୟ ଉପସ୍ଥାପନ କରାଯାଇ, ଓଡିଶାର ଛବିକୁ ମଳିନ କରିବାକୁ ଚେଷ୍ଟା କରାଯାଉଛି।

ମହିଳା ସୁରକ୍ଷା ନେଇ ସେମାନେ ଓଡିଶାକୁ ସମାଲୋଚନା କରୁଛନ୍ତି ଯେତେବେଳେ ବିଜେପି ଶାସିତ ରାଜ୍ୟ ଗୁଡିକରେ ମହିଳାଙ୍କ ବିରୋଧରେ ଅପରାଧ ସଂଖ୍ୟା ଓଡିଶା ତୁଳନାରେ ଢେର୍ ଅଧିକ । ନିଜ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ରାଜ୍ୟର ଛବିକୁ ମଳିନ କରିବା ଓଡିଶା ବିଜେପିର ପୁରୁଣା ଅଭ୍ୟାସ । ବର୍ତମାନର ଓଡିଶା ବିଜେପି ସଭାପତି ଶ୍ରୀ ମନମୋହନ ସାମଲଙ୍କର ନୂଆଦିଲ୍ଲୀ ସ୍ଥିତ ଓଡିଶା ନିବାସର କେଳେଙ୍କାରୀ ବାବଦରେ ସମସ୍ତେ ଜାଣିଛନ୍ତି, ଯେଉଁଥିପାଇଁ ୨୦୦୮ରେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଇଥିଲା। ଏଭଳି ଜଣେ ବ୍ୟକ୍ତି ଯଦି ଓଡିଶା ବିଜେପିର ସଭାପତି ଭାବେ ଦାୟିତ୍ୱ ତୁଲାଇବେ, ତେବେ ଦଳ ଭିତରେ ମହିଳା କେତେ ସୁରକ୍ଷିତ, ଏଥିରୁ ବୁଝିଯାଆନ୍ତୁ।

ସମସ୍ତେ ଜାଣିଛନ୍ତି ଓଡ଼ିଶାର ହାଇସ୍କୁଲ ଗୁଡ଼ିକର ଶ୍ରେଣୀ ଗୃହ, ଓଡିଶାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଶ୍ରେଣୀ ଗୃହଠାରୁ ଯଥେଷ୍ଟ ଉନ୍ନତ ମାନର । ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଅଛନ୍ତି, କିନ୍ତୁ ନିଜ ଗାଁରେ ଗୋଟିଏ ବି ସ୍ମାର୍ଟ କ୍ଲାସରୁମ୍ କରିବାରେ ବିଫଳ ହୋଇଛନ୍ତି। ଅନ୍ୟପଟେ ଓଡ଼ିଶା ସରକାର ରାଜ୍ୟରେ ୭୦୦୦ ସ୍କୁଲର ରୂପାନ୍ତରଣ କରିଛନ୍ତି।କେନ୍ଦ୍ର ସରକାର ସ୍ୱୀକାର କରିଛନ୍ତି ଯେ, ଗତ ଦୁଇ ବର୍ଷ ଧରି ବିତ୍ତୀୟ ପରିଚାଳନାରେ ଓଡିଶା ଶ୍ରେଷ୍ଠ ରାଜ୍ୟ ତଥାପି, ଏଭଳି ମିଛ ଦସ୍ତାବିଜ ଉପସ୍ଥାପନ କରାଯାଇ, ରାଜ୍ୟର ଛବିରେ ଆଞ୍ଚ ଅଣାଯାଉଛି ।

ବିଦ୍ୟୁତୀକରଣ ସମ୍ପର୍କରେ ମଧ୍ୟ ମିଛ କୁହାଯାଇଛି। ଗୋଟିଏ ରାଜ୍ୟରୁ ଆଉ ଏକ ରାଜ୍ୟକୁ ବିଦ୍ୟୁତ୍ ଯୋଗାଣ କରାଯାଇପାରିବ ନାହିଁ। ଏହା କେବଳ କେନ୍ଦ୍ରର ନିଷ୍ପତି ଦ୍ୱାରା ସମ୍ଭବ। ଏ କ୍ଷେତ୍ରରେ ମଧ୍ୟ ଓଡ଼ିଶାକୁ ମିଛରେ ରାଜ୍ୟ ବିଜେପି ଟାର୍ଗେଟ୍ କରୁଛି।

ସମସ୍ତେ ଜାଣନ୍ତି ନିଜ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମିଛ ଅଭିଯୋଗ କରିବାରେ ଓ ସମ୍ବେଦନଶୀଳ ପ୍ରସଙ୍ଗକୁ ରାଜନୀତିକରଣ କରିବାରେ ମାହିର। ସେ ଶିଶୁଙ୍କ ଅପରାଧ ହେଉ ଅବା ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧ। ଏଭଳି ନେତାଙ୍କୁ ପ୍ରଶ୍ରୟ ଦେଉଥିବା ଦଳ ଅନ୍ୟକୁ ଉପଦେଶ ଦେବାର କୌଣସି ନୈତିକତା ନାହିଁ। ଏଭଳି ଭିତିହୀନ ଏବଂ ମିଛ କହିବାକୁ ଅନେକ ବିରୋଧ କରିଥିବା କଥା ମୁଁ ଦଳରେ ଥିବା ସମୟରୁ ଜାଣିଥିଲି। ହେଲେ ସେତେବେଳେ ସେମାନେ ଚାପ ସୃଷ୍ଟି କରିବା ସହ କହୁଥିଲେ, ଆମେ ନିର୍ବାଚନ ହାରିବାକୁ ଯାଉଛୁ, ତେଣୁ ଏଭଳି କରିବାକୁ ହିଁ ପଡିବ।

ପୁଣି ଥରେ ଏହାକୁ ଦୋହରାଇବା କିଛି ଆଶ୍ଚର୍ଯ୍ୟର କଥା ନୁହେଁ କାରଣ ଓଡିଶା ବିଜେପି ଭଲ ଭାବେ ଜାଣିଛି, ୨୦୨୪ ନିର୍ବାଚନ ସେମାନେ ହାରିବାକୁ ଯାଉଛନ୍ତି। ଏଭଳି ମିଛ ଏବଂ ଭିତିହୀନ ଅଭିଯୋଗ ଆଣିବାର ଅଭ୍ୟାସ ପାଇଁ ହିଁ ଓଡିଶା ବିଜେପି ଓଡିଶାରେ ଆଗକୁ ବଢିପାରୁନାହିଁ ବୋଲି ଡକ୍ଟର ସାସନ୍ତସିଂହାର କହିଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବାଲେଶ୍ବର ଲୋକସଭା ଆସନରେ ପ୍ରଚାର ଜୋରଦାର କଲେ ଲେଖାଶ୍ରୀ, ବିଜେପିକୁ ମାରିଲେ ବାଣ

ବାଲେଶ୍ବର: ମହିଳାମାନଙ୍କୁ ପ୍ରକୃତରେ ବିଜେପି ସମ୍ମାନ ଦିଏ ନାହିଁ। ମହିଳା ସଂରକ୍ଷଣ ବିଲ ପାଶ କରିବା ଏକ ଲୋକ ଦେଖିଣିଆ କଥା। ବର୍ତ୍ତମାନ ଓଡିଶାରେ ବିଜେପି ଲୋକସଭା ପାଇଁ ଯେଉଁ ପ୍ରାର୍ଥୀ ଦେଇଛି ସେଥିରେ କେତେ ମହିଳା ଅଛନ୍ତି ? ଏହିପରି କିଛି ବାଣରେ ବିଜେପିକୁ ଘାଇଲା କରିଛନ୍ତି ବିଜେଡି ନେତ୍ରୀ ତଥା ବାଲେଶ୍ବର ଲୋକସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର।

ବାଲେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳିର ଏକ ପ୍ରଚାର ସଭାରେ ଲେଖାଶ୍ରୀ କହିଛନ୍ତି ଯେ, ବର୍ତ୍ତମାନ ବିଜେପି ଓଡିଶାରେ ଯେଉଁ ପ୍ରାଥୀ ଦେଇଛି ତାହା ମାତ୍ର ସାତ ପ୍ରତିଶତ। କୁଆଡେ କହିଲା ମହିଳା ସଂରକ୍ଷଣ ବିଲ, କୁଆଡେ ଗଲା 33 ପ୍ରତିଶତ ସଂରକ୍ଷଣ ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ। ମୁଁ ଜଣେ ମହିଳା ହୋଇଥିବାରୁ ଦଳ ମୋତେ ବହୁ ପୂର୍ବରୁ ପର କରିସାରିଥିଲା। ଯେତେବେଳେ ମୁଁ ଜାଣିଲି ବିଜେପିରେ ମହିଳାମାନଙ୍କ ସ୍ଥାନ ନାହିଁ ସେତେବେଳେ ଦଳ ଛାଡିବି ବୋଲି ନିଷ୍ପତି କଲି। ଏହା କହିଛନ୍ତି ଲେଖାଶ୍ରୀ।

ସେହିପରି ସେ କହିଛନ୍ତି ଯେ, ବିଜେପି ପାଇଁ ମୁଁ କଣ ନ କରିଛି। ମୋର ସୀମାହ୍ରଦ ଡେଇଁ ଦଳ ପାଇଁ ସବୁକିଛି ତ୍ୟାଗ କରିଥିଲି। ହେଲେ ଦଳ ମୋତେ ପଚାରିଲା ନାହିଁ। କାରଣ ମୁଁ ଜଣେ ମହିଳା। ସେ କହିଛନ୍ତି ଯେ, ଧନ୍ୟବାଦ ଦେବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ମୋତେ ତାଙ୍କ ଦଳରେ ସାମିଲ କଲେ। ମୁଁ କେବେ ବି ଭାବି ନ ଥିଲି ଯେ, ନବୀନ ପଟ୍ଟନାୟକ ମୋତେ ତାଙ୍କ ଦଳରେ ନେବେ ବୋଲି। ଦେଖନ୍ତୁ ନବୀନ ପଟ୍ଟନାୟକଙ୍କ କିପରି ବିଶାଳ ହୃଦୟ, ସେ ମୋତେ ତାଙ୍କ ଦଳରେ ସାମିଲ କଲେ।

ବାଲେଶ୍ବରରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବେ ବୋଲି ଦଳ ଚିନ୍ତା କରି ସେ ଆସନରେ ପ୍ରାର୍ଥୀ ଦେଇ ନ ଥିଲେ। ଜଣେ ମହିଳା ପ୍ରାର୍ଥୀ ମିଳିବା ପରେ ବିଜେଡି ବାଲେଶ୍ବରରେ ମୋତେ ପ୍ରାର୍ଥୀ କରିଛି। ସେଥିପାଇଁ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି। ପ୍ରକୃତରେ ବିଜେଡି ହେଉଛି ମହିଳାଙ୍କ ବଳ। ବିଜୁ ଜନତା ଦଳ ମହିଳାଙ୍କ ବଳ ବୋଲି ଲେଖାଶ୍ରୀ ଜନସଭାକୁ କହିଥିଲେ।

ଲେଖାଶ୍ରୀ ବର୍ତ୍ତମାନ ବାଲେଶ୍ବର ଲୋକସଭା ଆସନ ପାଇଁ ପ୍ରଚାର ଜୋରଦାର କରିଛନ୍ତି। ସେମାନଙ୍କୁ ଧିରେ ଧିରେ ବିଜେଡି କର୍ମି ଆଦରି ନେବାରେ ଲାଗିଛନ୍ତି। ଆଗକୁ ସେ ଏହି ପ୍ରଚାରକୁ ଆହୁରି ତୀବ୍ର କରିବେ ବୋଲି ଜଣାପଡିଛି। ଏପରିକି ତାଙ୍କ ପାଇଁ ପ୍ରଚାର କରିବାକୁ ଭୁବନେଶ୍ବରରୁ ପ୍ରମୁଖ ନେତାମାନେ ଯିବେ ବୋଲି ବିଜେଡି ରଣନୀତି ତିଆରି କରୁଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବାଲେଶ୍ବର ଲୋକସଭା ନିର୍ବାଚନ, ବିଜେପିର ନନା ବନାମ ବିଜେଡିର ନାନୀ

ଭୁବନେଶ୍ବର: ଶେଷରେ ବିଜେଡି ତାହାର ବାଲେଶ୍ବର ଲୋକସଭା ପାଇଁ ପ୍ରାର୍ଥୀ ଭାବେ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନାମ ଘୋଷଣା କରିଛି। ବିଜେଡି ସମସ୍ତ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିଲେ ମଧ୍ୟ ଏକମାତ୍ର ବାଲେଶ୍ବର ଆସନରେ ପ୍ରାର୍ଥୀ ଦେଇ ନ ଥିଲା। ଲେଖାଶ୍ରୀ ବିଜେପି ଛାଡି ବିଜେଡିରେ ଯୋଗ ଦେବା ପରେ ସେହି ଆସନରେ ସେ ପ୍ରାର୍ଥୀ ହେବେ ବୋଲି ସ୍ପଷ୍ଟ ହେଲା।

ବାଲେଶ୍ବର ଲୋକସଭା ପାଇଁ ଲେଖାଶ୍ରୀ ହିଁ ବିଜେଡିର ଉପଯୁକ୍ତ ପ୍ରାର୍ଥୀ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଗତଥର ସେଠାରେ ବିଜେଡିର ଯେ ସାଂସଦ ପ୍ରାର୍ଥୀ ଥିଲେ ସେ ହେଉଛନ୍ତି ରବିନ୍ଦ୍ର ଜେନା। ହେଲେ ସେ ବିଜେପିର ପ୍ରତାପ ଷଡଙ୍ଗୀଠାରୁ ହାରିଯାଇଥିଲେ। ଏଥର ତାଙ୍କୁ ଦଳ ପ୍ରାର୍ଥୀ ନ କରି ତାଙ୍କର ଧର୍ମପତ୍ନୀଙ୍କୁ ବସ୍ତାରୁ ବିଧାୟକ ପ୍ରାର୍ଥୀ କରିଛି। ତେଣୁ ରବିନ୍ଦ୍ରଙ୍କୁ ଆଉ ଟିକେଟ ମିଳିବ ନାହିଁ ବୋଲି ଜଣାପଡିଥିଲା।

ରବିନ୍ଦ୍ରଙ୍କୁ ଛାଡିଦେଲେ ବାଲେଶ୍ବର ଲୋକସଭା ପାଇଁ ବିଜେଡିର ସେମିତି ଆଖିଦୃଶିଆ ପ୍ରାର୍ଥୀ କେହି ନ ଥିଲେ। ଫଳରେ ବିଜେଡି ଜାଣିଶୁଣି ସେହି ଆସନ ପାଇଁ ଘୋଷଣା ଝୁଲାଇ ରଖିଥିଲା। ବୋଧହୁଏ ସେତେବେଳେ ଲେଖାଶ୍ରୀଙ୍କ ସହିତ ଆଲୋଚନା ଚାଲିଥିଲା ବୋଲି ଅନୁମାନ କରାଯାଉଛି। ନଚେତ ଲେଖାଶ୍ରୀ ବିଜେଡିରେ ଯୋଗ ଦେବାର କିଛିଦିନ ପରେ ତାଙ୍କ ନାମ ଘୋଷଣା ହୋଇ ନ ଥାଆନ୍ତା।

ତେବେ ବାଲେଶ୍ବର ଲୋକସଭା ଆସନ ପାଇଁ ଗୋଡ ଟେକି ବସିଥିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି। ସେ ବିଜେପିରୁ ଇସ୍ତଫା ଦେଇସାରିଛନ୍ତି। ଏ ପର୍ଯ୍ୟନ୍ତ କୌଣସି ଦଳରେ ଯୋଗଦେଇ ନାହାଁନ୍ତି। ହେଲେ ଲେଖାଶ୍ରୀ ଯଦି ବିଜେପି ଛାଡି ବିଜେଡିରେ ଯୋଗ ଦେଇ ନ ଥାଆନ୍ତେ ବୋଧହୁଏ ଦଳ ରଘୁନାଥଙ୍କୁ ସେଠାରେ ପ୍ରାର୍ଥୀ କରିଥାଆନ୍ତା ବୋଲି ନିଷ୍ପତି କରାଯାଇଥିଲା। ଲେଖାଶ୍ରୀଙ୍କ ପାଇଁ ଆଉ ରଘୁଙ୍କୁ ସବୁଜ ସଙ୍କେତ ମିଳିପାରିଲା ନାହିଁ।

ବର୍ତ୍ତମାନ ସେଠାରେ କଂଗ୍ରେସ ତାହାର ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହିଁ। ଗତଥର ସେଠାରୁ ପ୍ରାର୍ଥୀ ଥିଲେ ନିରଂଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ। ହେଲେ ସେତେବେଳେ ରବିନ୍ଦ୍ର ଜେନାଙ୍କ ସହିତ ପ୍ରତାପ ଷଡଙ୍ଗୀଙ୍କ ସହିତ ଟକ୍କର ହୋଇଥିଲା। ତେବେ ବର୍ତ୍ତମାନ ସେଠାରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ତାହା ଘୋଷଣା ହୋଇ ନ ଥିଲେ ମଧ୍ୟ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ନାମ ଚର୍ଚ୍ଚାରେ ରହିଛି।

ବର୍ତ୍ତମାନ ବାଲେଶ୍ବର ଲୋକସଭା ପାଇଁ ବିଜେଡି ଲେଖାଶ୍ରୀ ସାମନ୍ତସିଂହାରଙ୍କ ସହିତ ବିଜେପିର ପ୍ରତାପ ଷଡଙ୍ଗୀଙ୍କ କଡା ଟକ୍କର ହେବ। ଶ୍ରୀକାନ୍ତ ଜେନା ପ୍ରାର୍ଥୀ ହେଲେ ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ଲୋକେ ତାହାକୁ କେତେ ଗ୍ରହଣ କରିବେ ତାହା ସନ୍ଦେହ ଯୁକ୍ତ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେପି ଛାଡିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି, ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା

ଭୁବନେଶ୍ବର: ଆଜି ବିଜେପିରୁ ଇସ୍ତଫା ପ୍ରଦାନ କରିଛନ୍ତି ବରିଷ୍ଠ ନେତା ରଘୁନାଥ ମହାନ୍ତି। ସେ ତାଙ୍କର ଇସ୍ତଫା ପତ୍ର ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଦେଇଛନ୍ତି। ସେଥିରେ ସେ ଦଳର ପ୍ରାଥମିକ ସଦସ୍ୟ ପଦବୀରୁ ଇସ୍ତଫା ଦେଲି ବୋଲି ଉଲ୍ଲେଖ କରିଛନ୍ତି। ତେବେ ସେ ଖୁବଶିଘ୍ର ବିଜେଡିରେ ସାମିଲ ହେବେ ବୋଲି ଜଣାପଡିଛି।

ରଘୁନାଥ ବାଲେଶ୍ବର ବସ୍ତା ନିର୍ବାଚନ ମଣ୍ଡଳିରୁ ପାଞ୍ଚଥର ବିଧାୟକ ଭାବେ ନିର୍ବାଚିତ ହୋଇ ଆସିଥିଲେ। ସେ ଜନତା ଦଳରୁ ଦୁଇଥର ଏବଂ ବିଜେଡିରୁ ତିନିଥର ନିର୍ବାଚିତ ହୋଇଛନ୍ତି। ସେ ଦଳର ମୁଖ୍ୟ ସଚେତକ ଏବଂ ବହୁ ବିଭାଗର ମନ୍ତ୍ରୀ ମଧ୍ୟ ରହିଥିଲେ।

ସେ ବଧୂ ନିର୍ଯ୍ୟାତନା ଅଭିଯୋଗରେ ଜେଲ ଯିବା ପରେ ତାଙ୍କୁ ବିଜେଡି ବହିସ୍କାର କରିଦେଲା। ଏହାପରେ ସେ ବିଜେପିରେ ସାମିଲ ହୋଇ 2019ରେ ବିଜେପିରୁ ଲଢେଇ କରି ହାରିଯାଇଥିଲେ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡି ଫେରିବେ ବରିଷ୍ଠ ନେତା ରଘୁନାଥ ମହାନ୍ତି, ବାଲେଶ୍ବର ଲୋକସଭା ପ୍ରାର୍ଥି ହେବା ନେଇ ଚର୍ଚ୍ଚା !!!

ଭୁବନେଶ୍ବର: ସବୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବାଲେଶ୍ବର ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ ବିଜେଡି। କେଉଁ କାରଣ ପାଇଁ ବିଜେଡି ସେଠାରେ ପ୍ରାର୍ଥୀ ଘୋଷଣା କରୁ ନାହିଁ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ତେବେ ବିଶେଷ ସୁତ୍ର ଅନୁସାରେ ବିଜେପିର ବରିଷ୍ଠ ନେତା ରଘୁ ମହାନ୍ତି କୁଆଡେ ଘର ବାହୁଡା କରିବେ। ଅର୍ଥାତ ସେ ପୁଣି ବିଜେଡି ଫେରିବେ। ଏହାପରେ ତାଙ୍କୁ ଲୋକସଭା ପ୍ରାର୍ଥୀ କରାଯିବ ବୋଲି ରାଜ୍ୟ ରାଜନୀତିରେ ଚର୍ଚ୍ଚା ଚାଲିଛି।

ବିଜେଡିରୁ ଲଗାତର ବାଲେଶ୍ବର ବସ୍ତାରୁ ପାଞ୍ଚଥର ବିଧାୟକ ହୋଇଥିବା ରଘୁ ମହାନ୍ତିଙ୍କ ଦଳରେ ଏକଡା ବଡ ଦବଦବା ରହିଥିଲା। ହେଲେ ପୁଅବୋହୂଙ୍କ ବିବାଦ ପାଇଁ ସେ ଜେଲ ଯିବା ପରେ ବିଜେଡି ତାଙ୍କୁ ଦଳରୁ ବହିସ୍କାର କରିଥିଲା। ପରେ ସେ ବିଜେପିରେ ସାମିଲ ହୋଇ ଗତଥର ଟିକେଟ ପାଇଥିଲେ ମଧ୍ୟ ହାରିଯାଥିଲେ।

ଏଥର ରଘୁ ମହାନ୍ତିଙ୍କୁ ବିଜେପି କୌଣସି ସ୍ଥାନ ପାଇଁ ଟିକେଟ ଦେଇ ନାହିଁ। ଏପଟେ ବିଜେଡି ବାଲେଶ୍ବର ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ। ଫଳରେ ରଘୁନାଥ ପୁଣି ବିଜେଡିକୁ ଫେରି ବାଲେଶ୍ବର ରାଜନୀତିରେ ସକ୍ରିୟ ରହିବେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଗତଥର ବାଲେଶ୍ବର ଏମପି ପ୍ରାର୍ଥୀ ଥିବା ରବିନ୍ଦ୍ର ଜେନାଙ୍କୁ ବିଜେଡି ଏଥର ଟିକେଟ ଦେଇ ନାହିଁ। ବରଂ ତାଙ୍କ ଧର୍ମପତ୍ନୀ ସୁଭାଶିନୀ ଜେନାଙ୍କୁ ବସ୍ତାର ବିଧାୟକ ପ୍ରାର୍ଥୀ କରିଛି।

ସେଥିପାଇଁ ବାଲେଶ୍ବର ରାଜନୀତିରେ ବର୍ତ୍ତମାନ ରଘୁନାଥ ଫାକ୍ଟର ବଡ ଚର୍ଚ୍ଚାର ପରିସରକୁ ଆସିଛି। ଅନ୍ୟଏକ ସୁତ୍ର ଅନୁସାରେ କୁଆଡେ ରଘୁନାଥ ସାଂସଦ ପ୍ରାର୍ଥୀ ହେବା ଅପେକ୍ଷା ବସ୍ତାରୁ ଲଢେଇ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଯଦି ଦଳ ତାଙ୍କ କଥାକୁ ବିଚାର କରେ ତେବେ ସୁଭାଶିନୀଙ୍କୁ ବାଲେଶ୍ବର ଲୋକସଭା ପାଇଁ ପ୍ରାର୍ଥୀ କରି ରଘୁନାଥଙ୍କୁ ବସ୍ତା ବିଧାୟକ ପ୍ରାର୍ଥି କରାଯିବ ବୋଲି ଚର୍ଚ୍ଚା ଚାଲିଛି।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସ ତାଲିକା !! ବାଲେଶ୍ବର ଲୋକସଭାରୁ ଶ୍ରୀକାନ୍ତ ଜେନା, ପୁରୀରୁ ପ୍ରସାଦ ହରିଚନ୍ଦନ, ଭୁବନେଶ୍ବରରୁ..

ଭୁବନେଶ୍ବର: କଂଗ୍ରେସ ତାହାର ପ୍ରାର୍ଥୀ ଘୋଷଣା କରିବା ପାଇଁ ଦୀର୍ଘଦିନ ଧରି କସରତ ଆରମ୍ଭ କରିଛି। ହେଲେ ଏ ପର୍ଯ୍ୟନ୍ତ କୌଣସି ଚୁଡାନ୍ତ ନିଷ୍ପତି ହୋଇପାରୁ ନାହିଁ। ହେଲେ ବିଶେଷ ସୁତ୍ର ଅନୁସାରେ କଂଗ୍ରେସ ପ୍ରଥମେ ଲୋକସଭା ତାଲିକା ପ୍ରସ୍ତୁତ କରିଛି। ସେହି ସୁତ୍ର ଅନୁସାରେ ବାଲେଶ୍ବରରୁ କୁଆଡେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପ୍ରାର୍ଥୀ ହେବେ ବୋଲି ଜଣାପଡିଛି।

ସେହିପରି ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଆସନ ପୁରୀ ପାଇଁ କଂଗ୍ରେସ ପ୍ରସାଦ ହରିଚନ୍ଦନଙ୍କ ନାମକୁ ମୋହର ମାରିବ ବୋଲି ଜଣାପଡିଛି। ପୁରୀ ଲୋକସଭା ପାଇଁ ପୂର୍ବରୁ କଂଗ୍ରେସ ସୁଚରିତା ମହାନ୍ତିଙ୍କୁ ପ୍ରାର୍ଥୀ କରିବ ବୋଲି ଚିନ୍ତା କରିଥିଲା। ହେଲେ ପରବର୍ତ୍ତି ସମୟରେ ପ୍ରସାଦ ହରିଚନ୍ଦନଙ୍କ ନାମ ବିଚାରକୁ ନିଆଯାଇଛି। ସେହିପରି ଭୁବନେଶ୍ବର ଆସନ ପାଇଁ ଦଳ ଜଣେ ଯୁବ ନୂଆ ଚେହେରାକୁ ପ୍ରାର୍ଥୀ କରିବ ବୋଲି ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରୁ ଟିକେଟ ପାଇବା ପାଇଁ ଦୁଇଟି ସିଟ୍ କୁ ସଂରକ୍ଷିତ ରଖିଲେ ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ

ଭୁବନେଶ୍ବର: ରେଳମନ୍ତ୍ର ଅଶ୍ବିନୀ ବୈଷ୍ଣବ ବର୍ତ୍ତମାନ କେନ୍ଦ୍ର ସରକାରଙ୍କର ଜଣେ ଟାଣୁଆ ତଥା ବିଶ୍ବସ୍ଥ ମନ୍ତ୍ରୀ। ମୋଦିଙ୍କର ଅତି ଘନିଷ୍ଠ ଲୋକ ବୋଲି ସମସ୍ତେ ଜାଣନ୍ତି। ତାଙ୍କର ରାଜସ୍ଥାନ ଜନ୍ମଭୂମି ହୋଇଥିଲେ ମଧ୍ୟ କର୍ମଭୂମି ହେଉଛି ଓଡିଶା। ଏହି ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ସେ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ।

ତେବେ ସେ ଏଥର ଲୋକସଭା ନିର୍ବାଚନ ଲଢିବେ। କାରଣ ପରବର୍ତ୍ତି ନୂଆ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ କୌଣସି ରାଜ୍ୟସଭା ସଦସ୍ୟଙ୍କୁ ନିଆଯିବ ନାହିଁ। ସେଥିପାଇଁ ଅଶ୍ବିନୀଙ୍କୁ ଲୋକସଭା ନିର୍ବାଚନ ଲଢେଇ କରିବା ପାଇଁ କୁହାଯାଇଛି। ଆଉ ସେହି ନିର୍ଦ୍ଦେଶ ଅନୁସାରେ ଅଶ୍ବିନୀ ବର୍ତ୍ତମାନ ଓଡିଶାରେ ଡେରା ପକାଇଛନ୍ତି।

ଅଶ୍ବନୀ ବୈଷ୍ଣବ ଓଡିଶାରୁ ଟିକେଟ ପାଇବା ପାଇଁ ସେ ଦୁଇଟି ସିଟ୍ କୁ ହାତରେ ରଖିଛନ୍ତି। ଗୋଟିଏ ହେଲା କଟକ ଓ ଅନ୍ୟଟି ହେଲା ବାଲେଶ୍ବର। ଅର୍ଥାତ ସେ ଉଭୟ କଟକ ଓ ବାଲେଶ୍ବର ଆସନରୁ ଗୋଟିଏରେ ଛିଡା ହେବେ ବୋଲି ଆଗ୍ରହ ପ୍ରକାଶ କରିଛନ୍ତି। କାରଣ ତାଙ୍କର ସର୍ଭେ ଅନୁସାରେ ଉଭୟ ଆସନ ତାଙ୍କ ପାଇଁ କୁଆଡେ ସୁରକ୍ଷିତ।

ସେଥିପାଇଁ ଅଶ୍ବିନୀ ବୈଷ୍ଣବ ପୁରା ପୂର୍ବତଟ ରେଳବାଇକୁ କଟକ ଓ ବାଲେଶ୍ବର ଷ୍ଟେସନର ଉନ୍ନତିକରଣ କାର୍ଯ୍ୟ ଜୋରଦାର କରିବା ପାଇଁ କହିଛନ୍ତି। ସେହି ଅନୁସାରେ ରେଳ ବିଭାଗ  କିଛିଦିନ ଧରି କଟକ ଏବଂ ବାଲେଶ୍ବର ଷ୍ଟେସନ ପାଇଁ ନୂଆ ନୂଆ ଉଦଘାଟନ କରିବାରେ ଲାଗିଛନ୍ତି। ଷ୍ଟେସନରେ ଦୋକାନ ଘର ଶୁଭାରମ୍ଭଠାରୁ ଆରମ୍ଭ କରି ଅନେକ ଭୂମିପୂଜନ କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି।

ସେତେକି ନୁହେଁ ଉଭୟ ନିର୍ବାଚନ ମଣ୍ଡଳୀରେ ଥିବା ବିଭିନ୍ନ ଧର୍ମନୁଷ୍ଠାନଗୁଡିକୁ ମଧ୍ୟ ସେ ଦର୍ଶନ କରିବାରେ ଲାଗିଛନ୍ତି। ନିକଟରେ ସେ କଟକ ଧବଳେଶ୍ବର ସହିତ ବାଲେଶ୍ବର ରେମୁଣା ଗୋପୀନାଥ ମନ୍ଦିରରେ ପୂଜା ଅର୍ଚ୍ଚନା କରି ଫେରିଛନ୍ତି। ଆଗାମୀ ଦିନରେ ଆହୁରି ଅନେକ ମନ୍ଦିରକୁ ଯାଇ ଠାକୁର ଦର୍ଶନ କରିବାର କାର୍ଯ୍ୟକ୍ରମ ଅଛି ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡିଛି।

ତେବେ ନରେନ୍ଦ୍ର ମୋଦୀ ରେଳମନ୍ତ୍ରୀଙ୍କ ଟିକେଟ କନଫ୍ରମ କରି ନ ଥିବାରୁ ତାହା ଏବେ ୱେଟିଂ ଲିଷ୍ଟରେ ଝୁଲି ରହିଛି।