Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପି ସଭାପତିଙ୍କ ପାଖରେ ନେତ୍ରୀ ସୁରକ୍ଷିତ ନୁହଁନ୍ତି, ସାଘାଂତିକ ଅଭିଯୋଗ କଲେ ଲେଖାଶ୍ରୀ

ଭୁବନେଶ୍ୱର: ଓଡିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୈାଣସି ତଥ୍ୟ ଆଧାରରେ ମିଛ, ଭିତିହୀନ ଏବଂ ନିରାଧାର ଅଭିଯୋଗ ଆଣନ୍ତି, ଯାହା ସେମାନଙ୍କର ଅଭ୍ୟାସ। ୨୦୧୯ ମସିହାରେ ମଧ୍ୟ ଏଭଳି ତଥାକଥିତ ଚାର୍ଜଶିଟ୍ ଓଡିଶା ବିଜେପି ପକ୍ଷରୁ ଅଣାଯାଇଥିଲା, ଯେତେବେଳେ ସେମାନେ ବୁଝିଯାଇଥିଲେ ଯେ, ଅତି ଦୟନୀୟ ଭାବେ ସେମାନେ ହାରିବାକୁ ଯାଉଛନ୍ତି ବୋଲି କହିଛନ୍ତି ବିଜେଡି ନେତ୍ରୀ ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର।

ଡକ୍ଟର ସାମନ୍ତସିଂହାର ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ୨୦୨୪ରେ ମଧ୍ୟ ସେମାନେ ଅତି ଶୋଚନୀୟ ଭାବେ ହାରିବାକୁ ଯାଉଥିବା ଜାଣିସାରିଲେଣି। ଆଉ ସେଥିପାଇଁ ସେମାନେ ବିନା କୈାଣସି ତଥ୍ୟ ପ୍ରମାଣ ଆଧାରରେ ଏଭଳି ମିଛ, ଭିତିହୀନ ଏବଂ ନିରାଧାର ଅଭିଯୋଗ ମାନ ଆଣିଛନ୍ତି। କିଛି ଉଦାହରଣ ଉପରେ ନଜର ପକାନ୍ତୁ, କିଭଳି ଚାର୍ଜଶିଟ୍ ନାଁରେ ଭିତିହୀନ ଏବଂ କପୋଳକଳ୍ପିତ କଥା ଉଲ୍ଲେଖ କରାଯାଇଛି।

କେନ୍ଦ୍ରୀୟ ସଂସ୍ଥାର ରିପୋର୍ଟ ଅନୁସାରେ, ଦେଶରେ ଓଡିଶା ଏକମାତ୍ର ରାଜ୍ୟ, ଯେଉଁଠି ଚାଷୀଙ୍କ ଆୟ ଦୁଇଗୁଣା ହୋଇଛି । ହେଲେ ଓଡିଶାକୁ କୃଷି କ୍ଷେତ୍ରରେ ସମାଲୋଚନା କରାଯାଉଛି। କେନ୍ଦ୍ରୀୟ ସଂସ୍ଥାର ରିପୋର୍ଟ ଅନୁସାରେ, ଦେଶରେ ସବୁଠାରୁ କମ୍ ବେକାରୀ ହାର ଓଡିଶାରେ। ହେଲେ ମିଛ ତଥ୍ୟ ଉପସ୍ଥାପନ କରାଯାଇ, ଓଡିଶାର ଛବିକୁ ମଳିନ କରିବାକୁ ଚେଷ୍ଟା କରାଯାଉଛି।

ମହିଳା ସୁରକ୍ଷା ନେଇ ସେମାନେ ଓଡିଶାକୁ ସମାଲୋଚନା କରୁଛନ୍ତି ଯେତେବେଳେ ବିଜେପି ଶାସିତ ରାଜ୍ୟ ଗୁଡିକରେ ମହିଳାଙ୍କ ବିରୋଧରେ ଅପରାଧ ସଂଖ୍ୟା ଓଡିଶା ତୁଳନାରେ ଢେର୍ ଅଧିକ । ନିଜ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ରାଜ୍ୟର ଛବିକୁ ମଳିନ କରିବା ଓଡିଶା ବିଜେପିର ପୁରୁଣା ଅଭ୍ୟାସ । ବର୍ତମାନର ଓଡିଶା ବିଜେପି ସଭାପତି ଶ୍ରୀ ମନମୋହନ ସାମଲଙ୍କର ନୂଆଦିଲ୍ଲୀ ସ୍ଥିତ ଓଡିଶା ନିବାସର କେଳେଙ୍କାରୀ ବାବଦରେ ସମସ୍ତେ ଜାଣିଛନ୍ତି, ଯେଉଁଥିପାଇଁ ୨୦୦୮ରେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଇଥିଲା। ଏଭଳି ଜଣେ ବ୍ୟକ୍ତି ଯଦି ଓଡିଶା ବିଜେପିର ସଭାପତି ଭାବେ ଦାୟିତ୍ୱ ତୁଲାଇବେ, ତେବେ ଦଳ ଭିତରେ ମହିଳା କେତେ ସୁରକ୍ଷିତ, ଏଥିରୁ ବୁଝିଯାଆନ୍ତୁ।

ସମସ୍ତେ ଜାଣିଛନ୍ତି ଓଡ଼ିଶାର ହାଇସ୍କୁଲ ଗୁଡ଼ିକର ଶ୍ରେଣୀ ଗୃହ, ଓଡିଶାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଶ୍ରେଣୀ ଗୃହଠାରୁ ଯଥେଷ୍ଟ ଉନ୍ନତ ମାନର । ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଅଛନ୍ତି, କିନ୍ତୁ ନିଜ ଗାଁରେ ଗୋଟିଏ ବି ସ୍ମାର୍ଟ କ୍ଲାସରୁମ୍ କରିବାରେ ବିଫଳ ହୋଇଛନ୍ତି। ଅନ୍ୟପଟେ ଓଡ଼ିଶା ସରକାର ରାଜ୍ୟରେ ୭୦୦୦ ସ୍କୁଲର ରୂପାନ୍ତରଣ କରିଛନ୍ତି।କେନ୍ଦ୍ର ସରକାର ସ୍ୱୀକାର କରିଛନ୍ତି ଯେ, ଗତ ଦୁଇ ବର୍ଷ ଧରି ବିତ୍ତୀୟ ପରିଚାଳନାରେ ଓଡିଶା ଶ୍ରେଷ୍ଠ ରାଜ୍ୟ ତଥାପି, ଏଭଳି ମିଛ ଦସ୍ତାବିଜ ଉପସ୍ଥାପନ କରାଯାଇ, ରାଜ୍ୟର ଛବିରେ ଆଞ୍ଚ ଅଣାଯାଉଛି ।

ବିଦ୍ୟୁତୀକରଣ ସମ୍ପର୍କରେ ମଧ୍ୟ ମିଛ କୁହାଯାଇଛି। ଗୋଟିଏ ରାଜ୍ୟରୁ ଆଉ ଏକ ରାଜ୍ୟକୁ ବିଦ୍ୟୁତ୍ ଯୋଗାଣ କରାଯାଇପାରିବ ନାହିଁ। ଏହା କେବଳ କେନ୍ଦ୍ରର ନିଷ୍ପତି ଦ୍ୱାରା ସମ୍ଭବ। ଏ କ୍ଷେତ୍ରରେ ମଧ୍ୟ ଓଡ଼ିଶାକୁ ମିଛରେ ରାଜ୍ୟ ବିଜେପି ଟାର୍ଗେଟ୍ କରୁଛି।

ସମସ୍ତେ ଜାଣନ୍ତି ନିଜ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମିଛ ଅଭିଯୋଗ କରିବାରେ ଓ ସମ୍ବେଦନଶୀଳ ପ୍ରସଙ୍ଗକୁ ରାଜନୀତିକରଣ କରିବାରେ ମାହିର। ସେ ଶିଶୁଙ୍କ ଅପରାଧ ହେଉ ଅବା ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧ। ଏଭଳି ନେତାଙ୍କୁ ପ୍ରଶ୍ରୟ ଦେଉଥିବା ଦଳ ଅନ୍ୟକୁ ଉପଦେଶ ଦେବାର କୌଣସି ନୈତିକତା ନାହିଁ। ଏଭଳି ଭିତିହୀନ ଏବଂ ମିଛ କହିବାକୁ ଅନେକ ବିରୋଧ କରିଥିବା କଥା ମୁଁ ଦଳରେ ଥିବା ସମୟରୁ ଜାଣିଥିଲି। ହେଲେ ସେତେବେଳେ ସେମାନେ ଚାପ ସୃଷ୍ଟି କରିବା ସହ କହୁଥିଲେ, ଆମେ ନିର୍ବାଚନ ହାରିବାକୁ ଯାଉଛୁ, ତେଣୁ ଏଭଳି କରିବାକୁ ହିଁ ପଡିବ।

ପୁଣି ଥରେ ଏହାକୁ ଦୋହରାଇବା କିଛି ଆଶ୍ଚର୍ଯ୍ୟର କଥା ନୁହେଁ କାରଣ ଓଡିଶା ବିଜେପି ଭଲ ଭାବେ ଜାଣିଛି, ୨୦୨୪ ନିର୍ବାଚନ ସେମାନେ ହାରିବାକୁ ଯାଉଛନ୍ତି। ଏଭଳି ମିଛ ଏବଂ ଭିତିହୀନ ଅଭିଯୋଗ ଆଣିବାର ଅଭ୍ୟାସ ପାଇଁ ହିଁ ଓଡିଶା ବିଜେପି ଓଡିଶାରେ ଆଗକୁ ବଢିପାରୁନାହିଁ ବୋଲି ଡକ୍ଟର ସାସନ୍ତସିଂହାର କହିଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବାଲେଶ୍ବର ଲୋକସଭା ଆସନରେ ପ୍ରଚାର ଜୋରଦାର କଲେ ଲେଖାଶ୍ରୀ, ବିଜେପିକୁ ମାରିଲେ ବାଣ

ବାଲେଶ୍ବର: ମହିଳାମାନଙ୍କୁ ପ୍ରକୃତରେ ବିଜେପି ସମ୍ମାନ ଦିଏ ନାହିଁ। ମହିଳା ସଂରକ୍ଷଣ ବିଲ ପାଶ କରିବା ଏକ ଲୋକ ଦେଖିଣିଆ କଥା। ବର୍ତ୍ତମାନ ଓଡିଶାରେ ବିଜେପି ଲୋକସଭା ପାଇଁ ଯେଉଁ ପ୍ରାର୍ଥୀ ଦେଇଛି ସେଥିରେ କେତେ ମହିଳା ଅଛନ୍ତି ? ଏହିପରି କିଛି ବାଣରେ ବିଜେପିକୁ ଘାଇଲା କରିଛନ୍ତି ବିଜେଡି ନେତ୍ରୀ ତଥା ବାଲେଶ୍ବର ଲୋକସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର।

ବାଲେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳିର ଏକ ପ୍ରଚାର ସଭାରେ ଲେଖାଶ୍ରୀ କହିଛନ୍ତି ଯେ, ବର୍ତ୍ତମାନ ବିଜେପି ଓଡିଶାରେ ଯେଉଁ ପ୍ରାଥୀ ଦେଇଛି ତାହା ମାତ୍ର ସାତ ପ୍ରତିଶତ। କୁଆଡେ କହିଲା ମହିଳା ସଂରକ୍ଷଣ ବିଲ, କୁଆଡେ ଗଲା 33 ପ୍ରତିଶତ ସଂରକ୍ଷଣ ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ। ମୁଁ ଜଣେ ମହିଳା ହୋଇଥିବାରୁ ଦଳ ମୋତେ ବହୁ ପୂର୍ବରୁ ପର କରିସାରିଥିଲା। ଯେତେବେଳେ ମୁଁ ଜାଣିଲି ବିଜେପିରେ ମହିଳାମାନଙ୍କ ସ୍ଥାନ ନାହିଁ ସେତେବେଳେ ଦଳ ଛାଡିବି ବୋଲି ନିଷ୍ପତି କଲି। ଏହା କହିଛନ୍ତି ଲେଖାଶ୍ରୀ।

ସେହିପରି ସେ କହିଛନ୍ତି ଯେ, ବିଜେପି ପାଇଁ ମୁଁ କଣ ନ କରିଛି। ମୋର ସୀମାହ୍ରଦ ଡେଇଁ ଦଳ ପାଇଁ ସବୁକିଛି ତ୍ୟାଗ କରିଥିଲି। ହେଲେ ଦଳ ମୋତେ ପଚାରିଲା ନାହିଁ। କାରଣ ମୁଁ ଜଣେ ମହିଳା। ସେ କହିଛନ୍ତି ଯେ, ଧନ୍ୟବାଦ ଦେବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ମୋତେ ତାଙ୍କ ଦଳରେ ସାମିଲ କଲେ। ମୁଁ କେବେ ବି ଭାବି ନ ଥିଲି ଯେ, ନବୀନ ପଟ୍ଟନାୟକ ମୋତେ ତାଙ୍କ ଦଳରେ ନେବେ ବୋଲି। ଦେଖନ୍ତୁ ନବୀନ ପଟ୍ଟନାୟକଙ୍କ କିପରି ବିଶାଳ ହୃଦୟ, ସେ ମୋତେ ତାଙ୍କ ଦଳରେ ସାମିଲ କଲେ।

ବାଲେଶ୍ବରରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବେ ବୋଲି ଦଳ ଚିନ୍ତା କରି ସେ ଆସନରେ ପ୍ରାର୍ଥୀ ଦେଇ ନ ଥିଲେ। ଜଣେ ମହିଳା ପ୍ରାର୍ଥୀ ମିଳିବା ପରେ ବିଜେଡି ବାଲେଶ୍ବରରେ ମୋତେ ପ୍ରାର୍ଥୀ କରିଛି। ସେଥିପାଇଁ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି। ପ୍ରକୃତରେ ବିଜେଡି ହେଉଛି ମହିଳାଙ୍କ ବଳ। ବିଜୁ ଜନତା ଦଳ ମହିଳାଙ୍କ ବଳ ବୋଲି ଲେଖାଶ୍ରୀ ଜନସଭାକୁ କହିଥିଲେ।

ଲେଖାଶ୍ରୀ ବର୍ତ୍ତମାନ ବାଲେଶ୍ବର ଲୋକସଭା ଆସନ ପାଇଁ ପ୍ରଚାର ଜୋରଦାର କରିଛନ୍ତି। ସେମାନଙ୍କୁ ଧିରେ ଧିରେ ବିଜେଡି କର୍ମି ଆଦରି ନେବାରେ ଲାଗିଛନ୍ତି। ଆଗକୁ ସେ ଏହି ପ୍ରଚାରକୁ ଆହୁରି ତୀବ୍ର କରିବେ ବୋଲି ଜଣାପଡିଛି। ଏପରିକି ତାଙ୍କ ପାଇଁ ପ୍ରଚାର କରିବାକୁ ଭୁବନେଶ୍ବରରୁ ପ୍ରମୁଖ ନେତାମାନେ ଯିବେ ବୋଲି ବିଜେଡି ରଣନୀତି ତିଆରି କରୁଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବାଲେଶ୍ବର ଲୋକସଭା ନିର୍ବାଚନ, ବିଜେପିର ନନା ବନାମ ବିଜେଡିର ନାନୀ

ଭୁବନେଶ୍ବର: ଶେଷରେ ବିଜେଡି ତାହାର ବାଲେଶ୍ବର ଲୋକସଭା ପାଇଁ ପ୍ରାର୍ଥୀ ଭାବେ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନାମ ଘୋଷଣା କରିଛି। ବିଜେଡି ସମସ୍ତ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିଲେ ମଧ୍ୟ ଏକମାତ୍ର ବାଲେଶ୍ବର ଆସନରେ ପ୍ରାର୍ଥୀ ଦେଇ ନ ଥିଲା। ଲେଖାଶ୍ରୀ ବିଜେପି ଛାଡି ବିଜେଡିରେ ଯୋଗ ଦେବା ପରେ ସେହି ଆସନରେ ସେ ପ୍ରାର୍ଥୀ ହେବେ ବୋଲି ସ୍ପଷ୍ଟ ହେଲା।

ବାଲେଶ୍ବର ଲୋକସଭା ପାଇଁ ଲେଖାଶ୍ରୀ ହିଁ ବିଜେଡିର ଉପଯୁକ୍ତ ପ୍ରାର୍ଥୀ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଗତଥର ସେଠାରେ ବିଜେଡିର ଯେ ସାଂସଦ ପ୍ରାର୍ଥୀ ଥିଲେ ସେ ହେଉଛନ୍ତି ରବିନ୍ଦ୍ର ଜେନା। ହେଲେ ସେ ବିଜେପିର ପ୍ରତାପ ଷଡଙ୍ଗୀଠାରୁ ହାରିଯାଇଥିଲେ। ଏଥର ତାଙ୍କୁ ଦଳ ପ୍ରାର୍ଥୀ ନ କରି ତାଙ୍କର ଧର୍ମପତ୍ନୀଙ୍କୁ ବସ୍ତାରୁ ବିଧାୟକ ପ୍ରାର୍ଥୀ କରିଛି। ତେଣୁ ରବିନ୍ଦ୍ରଙ୍କୁ ଆଉ ଟିକେଟ ମିଳିବ ନାହିଁ ବୋଲି ଜଣାପଡିଥିଲା।

ରବିନ୍ଦ୍ରଙ୍କୁ ଛାଡିଦେଲେ ବାଲେଶ୍ବର ଲୋକସଭା ପାଇଁ ବିଜେଡିର ସେମିତି ଆଖିଦୃଶିଆ ପ୍ରାର୍ଥୀ କେହି ନ ଥିଲେ। ଫଳରେ ବିଜେଡି ଜାଣିଶୁଣି ସେହି ଆସନ ପାଇଁ ଘୋଷଣା ଝୁଲାଇ ରଖିଥିଲା। ବୋଧହୁଏ ସେତେବେଳେ ଲେଖାଶ୍ରୀଙ୍କ ସହିତ ଆଲୋଚନା ଚାଲିଥିଲା ବୋଲି ଅନୁମାନ କରାଯାଉଛି। ନଚେତ ଲେଖାଶ୍ରୀ ବିଜେଡିରେ ଯୋଗ ଦେବାର କିଛିଦିନ ପରେ ତାଙ୍କ ନାମ ଘୋଷଣା ହୋଇ ନ ଥାଆନ୍ତା।

ତେବେ ବାଲେଶ୍ବର ଲୋକସଭା ଆସନ ପାଇଁ ଗୋଡ ଟେକି ବସିଥିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି। ସେ ବିଜେପିରୁ ଇସ୍ତଫା ଦେଇସାରିଛନ୍ତି। ଏ ପର୍ଯ୍ୟନ୍ତ କୌଣସି ଦଳରେ ଯୋଗଦେଇ ନାହାଁନ୍ତି। ହେଲେ ଲେଖାଶ୍ରୀ ଯଦି ବିଜେପି ଛାଡି ବିଜେଡିରେ ଯୋଗ ଦେଇ ନ ଥାଆନ୍ତେ ବୋଧହୁଏ ଦଳ ରଘୁନାଥଙ୍କୁ ସେଠାରେ ପ୍ରାର୍ଥୀ କରିଥାଆନ୍ତା ବୋଲି ନିଷ୍ପତି କରାଯାଇଥିଲା। ଲେଖାଶ୍ରୀଙ୍କ ପାଇଁ ଆଉ ରଘୁଙ୍କୁ ସବୁଜ ସଙ୍କେତ ମିଳିପାରିଲା ନାହିଁ।

ବର୍ତ୍ତମାନ ସେଠାରେ କଂଗ୍ରେସ ତାହାର ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହିଁ। ଗତଥର ସେଠାରୁ ପ୍ରାର୍ଥୀ ଥିଲେ ନିରଂଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ। ହେଲେ ସେତେବେଳେ ରବିନ୍ଦ୍ର ଜେନାଙ୍କ ସହିତ ପ୍ରତାପ ଷଡଙ୍ଗୀଙ୍କ ସହିତ ଟକ୍କର ହୋଇଥିଲା। ତେବେ ବର୍ତ୍ତମାନ ସେଠାରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ତାହା ଘୋଷଣା ହୋଇ ନ ଥିଲେ ମଧ୍ୟ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ନାମ ଚର୍ଚ୍ଚାରେ ରହିଛି।

ବର୍ତ୍ତମାନ ବାଲେଶ୍ବର ଲୋକସଭା ପାଇଁ ବିଜେଡି ଲେଖାଶ୍ରୀ ସାମନ୍ତସିଂହାରଙ୍କ ସହିତ ବିଜେପିର ପ୍ରତାପ ଷଡଙ୍ଗୀଙ୍କ କଡା ଟକ୍କର ହେବ। ଶ୍ରୀକାନ୍ତ ଜେନା ପ୍ରାର୍ଥୀ ହେଲେ ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ଲୋକେ ତାହାକୁ କେତେ ଗ୍ରହଣ କରିବେ ତାହା ସନ୍ଦେହ ଯୁକ୍ତ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରର ପୋଲିସ ଅଧିକାରୀଙ୍କ ବଦଳି ପାଇଁ ବିଜେପିର ଦାବୀପତ୍ର, ଜାଣନ୍ତୁ ସେମାନଙ୍କ ନାମ

ଭୁବନେଶ୍ୱର: ଆଗକୁ ଲୋକସଭା ଓ ବିଧାନସଭା ନିର୍ବାଚନ। ଏହି ନିର୍ବାଚନରେ ସରକାରୀ ଦଳ କଳ ବଳର ଅପପ୍ରୟୋଗ କରି ନିର୍ବାଚନ ଜିତିବାକୁ ଚାହୁଁଛି। ପୋଲିସ ପ୍ରଶାସନ, ସାମ୍ବିଧାନିକ ବିଧିବ୍ୟବସ୍ଥା ଏବଂ ଅନୁଷ୍ଠାନମାନଙ୍କୁ ବ୍ୟବହାର କରିି ଜନମତକୁ ବିଭ୍ରାନ୍ତ କରୁଥିବାର ଏବେ ଠାରୁ ବହୁ ଅଭିଯୋଗ ଓ ପ୍ରମାଣ ଆସିଲାଣି।

ନିର୍ବାଚନ ପରିଚାଳନାକୁ ଅବାଧ ଓ ନିରପେକ୍ଷ କରାଇବା ଦାୟୀତ୍ୱ ହେଉଛି ନିର୍ବାଚନ କମିଶନଙ୍କର, ଆଉ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକୁ ପାଳନ କରିବା ଦାୟୀତ୍ୱ ହେଉଛି ରାଜ୍ୟ ସରକାରଙ୍କର। ସେଥିପାଇଁ ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଅବସ୍ଥାପିତ ଥିବା ବିଭିନ୍ନ ବିଭାଗର ଅଧିକାରୀଙ୍କୁ ତୁରନ୍ତ ବଦଳି କରାଯାଉ ବୋଲି ରାଜ୍ୟ ଉପସଭାନେତ୍ରୀ ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେପିର ଏକ ପ୍ରତିିନିଧି ଦଳ ଦାବୀ ଜଣାଇଛି।

ଭୁବନେଶ୍ୱରରେ ଦୀର୍ଘ ବର୍ଷ ଧରି ଅଥବା ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅବସ୍ଥାପିତ ଥିବା ବହୁ ଅଧିକାରୀ ଦୃଷ୍ଟିଗୋଚର ହେଉଛନ୍ତି। ସେମାନେ ହେଲେ ପୋଲିସ ଅଧିକାରୀଗଣ ଯଥା, ଡିଏସ୍‌ପି ରଜତ ରାୟ, ଏସିପି ମାନସ ଗଡନାୟକ, ବାନାମ୍ବର ସେଠୀ ଓ ସଞ୍ଜୀବ ଶତପଥୀ, ଏଏସ୍‌ପି ଅଶୋକ ପାଣିଗ୍ରାହୀ, ହିମାଂଶୁ ସ୍ୱାଇଁ ଓ ଗିରିଜା ଶଙ୍କର ଚକ୍ରବର୍ତୀ, ଆଇଆଇସି ତୃପ୍ତି ରଞ୍ଜନ ନାୟକ, ଏସ୍‌ଆଇ ବିଜୟ ଦାସ ଓ ଷ୍ଟାଲିନ୍‌ଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀମାନଙ୍କୁ ତୁରନ୍ତ ବଦଳି କରାଯାଉ।

ଏପରିକି ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ସରକାରୀ ଅଧିକାରୀମାନେ ନିଜ ଗୃହ ଜିଲ୍ଲାରେ ମଧ୍ୟ ଅବସ୍ଥାପିତ ହୋଇପାରିବେ ନାହିଁ। ଏପରି ଆହୁରି ଅନେକ ଅଧିକାରୀ ଗୋଟିଏ ସ୍ଥାନରେ ଏବଂ ଗୋଟିଏ ପଦରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି । ଦଳୀୟ କାର୍ଯ୍ୟରେ ଏମାନଙ୍କୁ ରାଜ୍ୟ ସରକାର ଜାଣିଶୁଣି ବ୍ୟବହାର କରୁଥିବାର ଅନେକ ନଜିର ରହିଛି। ଏହା ଦ୍ୱାରା ଅବାଧ ଓ ନିରପେକ୍ଷ ନିର୍ବାଚନରେ ବାଧା ସୃଷ୍ଟି ହେବାରେ ଆଶଙ୍କା ରହିଛି।

ସରକାରୀ ଅଧିକାରୀମାନେ ନିଜ କର୍ତବ୍ୟ ଓ ଦାୟିତ୍ୱ ଭୁଲି ଶାସକ ଦଳର ଏଜେଂଟ ଭାବେ କାର୍ଯ୍ୟ କରିବା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଏବଂ ଅଣସାମ୍ବିଧାନିକ । ତେଣୁ ଯଥାଶୀଘ୍ର ସେମାନଙ୍କୁ ବଦଳି କରାଯାଉ ବୋଲି ଡ.ଲେଖାଶ୍ରୀ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି।

ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ନବ ଦାସ ହତ୍ୟାକାଣ୍ଡରେ ବିଜେଡି ସରକାରଙ୍କୁ ଟାର୍ଗେଟ କଲେ ଲେଖାଶ୍ରୀ

ଭୁବନେଶ୍ୱର: ନବ ଦାସ ହତ୍ୟାକାଣ୍ଡକୁ ନେଇ ଆଜି ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାୟଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ ସାମନ୍ତସିଂହାର ଏହି ଘଟଣାର ସିବିଆଇ ଯାଞ୍ଚ ଦାବୀ କରିଛନ୍ତି।

ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ଯେ, ବିରୋଧୀ ଦଳ ନେତାଙ୍କୁ ହାତ ଉଠାଇ ଦୁର୍ବ୍ୟବହାର କରିଥିବା ଏବଂ ସୁରକ୍ଷା ଏସଓପି ପାଳନ କରିନଥିବା ଜଣେ ଉଦ୍ଧତ ମହିଳା ପୋଲିସ ଆଇଆଇସିଙ୍କ ସମର୍ଥନରେ ବାହାରିବା ପାଇଁ ସଂଘର ଏତେ ଦରଦ କାହିଁକି ? ସମ୍ବଲପୁର ସର୍କିଟ ହାଉସରେ ବିରୋଧୀ ଦଳ ନେତାଙ୍କ ଉପରେ ଆକ୍ରମଣ କରିବା ପାଇଁ ଆସିଥିବା ବିଜେଡି କର୍ମୀଙ୍କ ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ବିଜେଡି ଦ୍ୱାରା ପୋଲିସ ଓ ପ୍ରଶାସନର ରାଜନୀତିକରଣ କରାଯାଇ ଏଭଳି ଅସାମ୍ବିଧାନିକ କାର୍ଯ୍ୟ କରାଯାଉଛି ବୋଲି ଡ.ଲେଖାଶ୍ରୀ କହିଛନ୍ତିି । ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ତଥା ରାଜ୍ୟ ଉପସଭାପତି ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଏବଂ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେପିର ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ନେଇ ଏମିତି ଟିପ୍ପଣୀ ଦେଲେ ବିଜେଡି ନେତ୍ରୀ

ଭୁବନେଶ୍ୱର: ଓଡିଶା ବିଜେପି ମୁଖପାତ୍ର ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର ୨୦୧୪ ରେ ଖୋଲାଖୋଲି ଭାବେ ନବୀନ ନିବାସକୁ ଆସି ୨୦୧୪ ନିର୍ବାଚନ ପାଇଁ ବିଜେଡି ଟିକେଟ ମାଗିଥିଲେ। ୨୦୧୯ ରେ ସେ ପୁନର୍ବାର ଲୁଚିଛପି ନବୀନ ନିବାସ ଆସି ବିଜେଡି ପାର୍ଟି ଟିକେଟ ମାଗିଥିଲେ। ଆମେ ଜାଣୁ ସେ ପୁଣି ୨୦୨୪ ରେ ଲୁଚିଛପି ଆସି ବିଜେଡି ପାର୍ଟି ଟିକେଟ ମାଗିବେ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବରେ ବିଜେଡି ପ୍ରବକ୍ତା ସୁଶ୍ରୀ ସାହୁ କହିଛନ୍ତି ଯେ ଲେଖାଶ୍ରୀ ଜଣେ ଆତ୍ମ-ଘୋଷିତ ତଦନ୍ତକାରୀ ଅଧିକାରୀ ଏବଂ ଫରେନସିକ୍ ବିଶେଷଜ୍ଞ ଯାହାଙ୍କୁ ତାଙ୍କ ଦଳର କିଛି ଲୋକ ମାମଲାର ତଦନ୍ତ ଉପରେ ଆଲୋଚନା କରିବାକୁ ନିୟୋଜିତ କରିଛନ୍ତି। ସେ ଘଟଣା ସଂକ୍ରାନ୍ତରେ କିଛି ନବୁଝି ନସୁଝି ମତ ରଖନ୍ତି। ତେଣୁ ସେ ଲୋକଙ୍କ ଆଖିରେ ସବୁବେଳେ ଜୋକର ହୋଇଥାନ୍ତି।

ଜଣେ ମହିଳା ଭାବରେ ତାଙ୍କୁ କ’ଣ ତାଙ୍କ ବରିଷ୍ଠ ଦଳର ବିଧାୟକ ତଥା ବିରୋଧୀ ଦଳର ନେତା ଶ୍ରୀ ଜୟନାରାୟଣ ମିଶ୍ର ଜଣେ କର୍ତ୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ଯେଭଳି ମାଡ ମାରିଲେ ତାହା ଦିଶୁ ନାହିଁ କି ବୋଲି ସୁଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି। ସେ ଏ ବିଷୟରେ ଚୁପ୍ ରହିଛନ୍ତି କାରଣ ସେ ଭୟ କରୁଛନ୍ତି ଯେ ତାଙ୍କୁ ମଧ୍ୟ ଶ୍ରୀ ଜୟ ନାରାୟଣ ମିଶ୍ର ଚପଲରେ ମାରି ପାରନ୍ତି ଯେପରି ସେ ଓଡିଶା ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କୁ ମାରିଥିଲେ।

ଗଣମାଧ୍ୟମ ଆଗରେ ଏପରି ପୂର୍ବ ପ୍ରସ୍ତୁତ କାହାଣୀ ଉପସ୍ଥାପନ କରିବା ପୂର୍ବରୁ ଆମେ ତାଙ୍କୁ ପୋଲିସର କିଛି ତଦନ୍ତ ଏବଂ ଫରେନସିକ୍ ପାଠ୍ୟକ୍ରମ ପଢିବା ଲାଗି ଅନୁରୋଧ ସହିତ ପୋଲିସକୁ ତାହାର ତଦନ୍ତ ଏବଂ ନ୍ୟାୟପାଳିକାକୁ ସେମାନଙ୍କର କାର୍ଯ୍ୟ କରିବାକୁ ଅନୁମତି ଦିଅନ୍ତୁ ବୋଲି ବିଜେଡି ପ୍ରବକ୍ତା ସୁଶ୍ରୀ ସାହୁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପଦ୍ମପୁରର ଅଫିସରଙ୍କୁ ବିଜେପିର ଧମକ ବିରୋଧରେ ସିଇଓଙ୍କୁ ଭେଟିଲା ବିଜେଡି

ଭୁବନେଶ୍ବର: ପଦ୍ମପୁରରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ବିଜେପି ଧମକ ଦେଉଥିବାର ଅଭିଯୋଗ ଆଣିଛି ବିଜେଡି। ଏ ନେଇ ଦଳ ତରଫରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗପତ୍ର ପ୍ରଦାନ କରାଯାଇଛି।

ଏଥିରେ କୁହାଯାଇଛି ଯେ, ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀ କରି ପଦ୍ମପୁର ଅଫିସରଙ୍କୁ ଧମକ ଦେଇଛନ୍ତି। ସେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପରି ଅଫିସରଙ୍କୁ ଧମକଚମକ ଦେଉଛନ୍ତି। ଏହା ବିରୋଧରେ ସିଇଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିଜେଡି ଦାବୀ କରିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନ ବେଳେ ଲେଖାଶ୍ରୀଙ୍କ ବିବାଦୀୟ ମନ୍ତବ୍ୟ, ବିଜେପି ପାଇଁ ଏକ ଶକ୍ତ ଧକ୍କା

ଭୁବନେଶ୍ୱର: ଶ୍ରୀକ୍ଷେତ୍ରର ସମ୍ମାନ ହାନୀ ସହ ଓଡିଶାକୁ ନିନ୍ଦିତ କରି ଭୋଟ ରାଜନୀତିର ଭିନ୍ନ ପନ୍ଥାକୁ ଧରିଲେଣି ପଦ୍ମ ଦଳର ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ଯେ, ତାହା ଅତ୍ୟନ୍ତ ହାସ୍ୟାସ୍ପଦ ଓ ଲଜ୍ଜାଜନକ। ଲେଖାଶ୍ରୀଙ୍କ ମନ୍ତବ୍ୟକୁ ନେଇ ଚାରିଆଡେ ବିରୋଧ କରାଯାଉଛି। ଲେଖାଶ୍ରୀ କହିଲେ ଶ୍ରୀମନ୍ଦିର ପୁରୀରେ ବୋଲି ସମ୍ବିତ ପାତ୍ର ସାଂସଦ ପ୍ରାର୍ଥୀ ହେବା ପରେ ଲୋକ ଜାଣିଲେ। ଆଗରୁ କୁଆଡେ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର କୋଲକାତାରେ ବୋଲି ଲୋକଙ୍କ ଧାରଣା ଥିଲା। ଏପରି ଋଚିହୀନ ତଥ୍ୟ ଦେଇ ଲେଖାଶ୍ରୀ କାହାକୁ ବଡ଼ ଦେଖାଇବାକୁ ଚେଷ୍ଟା କରିଛନ୍ତି ଜଣାପଡୁ ନାହିଁ।

ଶ୍ରୀଜଗନ୍ନାଥ, ଶ୍ରୀମନ୍ଦିର, ଶ୍ରୀକ୍ଷେତ୍ର ନା ସମ୍ବିତ ପାତ୍ରଙ୍କୁ ଲେଖାଶ୍ରୀ ମହାନ ବୋଲି ମନେ କରିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗୋଟେ ଜାତି ଓ ତାର ଆରାଧ୍ୟ ଦେବତାଙ୍କୁ ନ୍ୟୁନ କରି ଭୋଟ ପାଇଁ ମାଟିର ମର୍ଯ୍ୟାଦା ହାନୀ କରିବା ନିହାତି ନିନ୍ଦନୀୟ। କାରଣ, କାହିଁ କେଉଁ କାଳରୁ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କୁ ବିଶ୍ୱବାସୀ ଜାଣିଛନ୍ତି। ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ ପ୍ରଭୁ ଶ୍ରୀଜଗନାଥଙ୍କ ପ୍ରତି ସମସ୍ତଙ୍କ ଭକ୍ତି ଓ ଶ୍ରଦ୍ଧା ରହିଛି। ହେଲେ ରାଜନୈତିକ ଅଭିସନ୍ଧି ରଖି ପୁରୀକୁ ନିନ୍ଦିତ କରିବାକୁ ରାଜନୀତି କୁହାଯାଇପାରିବ ନାହିଁ।

ଆଗକୁ ପିପିଲି ଉପନିର୍ବାଚନ। ତେଣୁ ୨୦୧୯ ସାଧାରଣ ନିର୍ବାଚନରେ ପୁରୀରେ ବିଜେପି ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାଜୟବରଣ କରିଥିବା ସମ୍ବିତ ପାତ୍ର ଏବେ ପୁରୀରେ ଡେରା ପକାଉଛନ୍ତି। ସେଦିନ ସେ ଲେଖାଶ୍ରୀଙ୍କ ମନ୍ତବ୍ୟରୁ କଣ ବୁଝିଲେ କେଜାଣି, ସେ ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ ନ କରି ଚୁପ ବସି ଏପରି ପ୍ରଶଂସାର ମଜା ନେଲେ। ରାଜନୀତିରେ ଆରୋପ ପ୍ରତ୍ୟାରୋପ ଅଛି, ଏହାର ଅର୍ଥ ନୁହେଁ ଯେ, ଗୋଟିଏ ଜାତିର ସ୍ୱାଭିମାନକୁ ତଳେ ପକାଇ ଭୋଟ ହାତେଇବା।

ଓଡ଼ିଶାରେ ସଦ୍ୟ ସମାପ୍ତ ହୋଇଥିବା ଦୁଇଟି ଆସନର ଉପନିର୍ବାଚନ ଫଳାଫଳ କେବଳ ବିଜେଡି ସପକ୍ଷରେ ଥିଲା। ସାଧାରଣ ନିର୍ବାଚନରେ ଏହି ଦୁଇ ବିଧାନସଭା ଆସନ ମଧ୍ୟରୁ ଗୋଟିଏ ବିଜେଡି ହାତରେ ଥିଲାବେଳେ ଉପନିର୍ବାଚନ ଆଉ ଗୋଟିଏ ଆସନ ବିଜେଡିକୁ ଦେଲା। କାରଣ ବାଲେଶ୍ୱର ସଦର ଆସନଟି ବିଜେପିର ଥିଲା ବେଳେ ତିର୍ତ୍ତୋଲ ଥିଲା ବିଜେଡି ହାତରେ। କିନ୍ତୁ ଉପନିର୍ବାଚନ ଜନମତ ଦୁଇଟି ଆସନ ବିଜେଡିକୁ ଦେଇଦେଲା।

ଏବେ ପିପିଲି ଉପନିର୍ବାଚନ ପାଳି, ଏହା ପୁଣି ଦିବଙ୍ଗତ ନେତା ପୂର୍ବତନ ମନ୍ତ୍ରୀ, ବିଧାୟକ ପ୍ରଦୀପ ମହାରଥୀଙ୍କ ଗଡ଼। ଯେଉଁଠି କେବଳ ଶଙ୍ଖ ଧ୍ୱନୀ, ସେଠାରେ ଉପନିର୍ବାଚନରେ ପଦ୍ମ ଫୁଟାଇବା ଆଦୌ ସହଜ ନୁହେଁ। ସକଳ କସରତ ସତ୍ତ୍ୱେ ବିଜେଡିର ଭୋଟ ଗଣିତ ବିଜେପି ପାଖରେ ନାହିଁ, ଏହା ବାରମ୍ବାର ପ୍ରମାଣ ହୋଇ ସାରିଛି। ତେଣୁ ରାଜ୍ୟର ଲୋକପ୍ରିୟ, ଭରସାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଗୌଣ କରି ପିପିଲିରେ ବିଜେପି ଜିତିବା ସମ୍ଭବ ନୁହେଁ ବୋଲି ଚର୍ଚ୍ଚା ହେଉଛି।

ବର୍ତ୍ତମାନ ପିପିଲି ଉପନିର୍ବାଚନ ପାଇଁ ଲେଖାଶ୍ରୀ ଦଳ ପାଇଁ ଗୋଟିଏ ପେଞ୍ଚ ଛାଡିଦେଲେ। ବିରୋଧୀ ଏହାକୁ ନେଇ ରାଜନୀତି କରିବା ପାଇଁ ଏକ ଭଲ ସୁଯୋଗ ଆଣିଲେ ଲେଖାଶ୍ରୀ। ଏହି ନିଶ୍ଚିତ ଯେ ଲେଖାଶ୍ରୀଙ୍କ ଏହି ମନ୍ତ୍ରବ୍ୟ ପାଇଁ ଦଳ ନିଶ୍ଚିତ ହରଡଘଣାରେ ପଡିବ। ଏଥର ନୁହେଁ, ଅନେକ ଥର ଲେଖାଶ୍ରୀଙ୍କ ବିବାଦୀୟ ବୟାନ ବିଜେପି ପାଇଁ ଭାରୀ ପଡିଛି। ତ୍ରୁଣମୂଳରେ କର୍ମୀମାନେ ଯେପରି ପରିଶ୍ରମ କରି ଦଳକୁ ଆଗକୁ ନେଉଛନ୍ତି, ଏଥିରେ ଲେଖାଶ୍ରୀଙ୍କ ପରି ଚରିତ୍ର ଦଳକୁ ସେତିକି ପଛକୁ ଟାଣୁଛନ୍ତି। ଏପରି କ୍ଷେତ୍ରରେ ବିଜେପି କେତେ ଫାଇଦା ହାସଲ କରୁଛି କି ନାହିଁ ତାହାର ସମୀକ୍ଷା କରି ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁରୀ ଉପରେ ଲେଖାଶ୍ରୀଙ୍କର ଅରୁଚିକର ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା

ଭୁବନେଶ୍ବର, ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଅରୁଚିକର ମନ୍ତବ୍ୟକୁ ନେଇ ସାରା ଓଡିଶାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଲେଖାଶ୍ରୀ କହିଛନ୍ତି ଯେ, ସମ୍ବିତ ପାତ୍ର ପୁରୀରେ ଛିଡା ହେବାରୁ ବାହାର ଲୋକେ ଜାଣିଲେ ଯେ ପୁରୀ ଓଡିଶାରେ ଅଛି। ଏପରି ମନ୍ତ୍ରବ୍ୟକୁ ନେଇ ବିଭିନ୍ନ ସ୍ଥାନରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଜଗତର ନାଥ ଜଗନ୍ନାଥଙ୍କ ପାଇଁ ସାରା ବିଶ୍ବରେ ପୁରୀ ପରିଚିତ। ହେଲେ ଓଡିଶାର ହୋଇ ଲେଖାଶ୍ରୀ କିପରି ଏପରି ମନ୍ତବ୍ୟ ଦେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ତେବେ ଏହାର ପ୍ରତିକିୟାରେ ଲେଖାଶ୍ରୀ କହିଛନ୍ତି ଯେ ଗଣମାଧ୍ୟମରେ ତାଙ୍କ ମନ୍ତବ୍ୟକୁ ଠିକ ଭାବେ ଉପସ୍ଥାପିତ କରାଯାଇ ନାହିଁ। ତେବେ ଲେଖାଶ୍ରୀ ଜାଣିପାରୁ ନାହାଁନ୍ତି ଯେ ସେ ଯାହା କହିଛନ୍ତି ତାହା କ୍ୟାମେରାରେ ରେକର୍ଡ ହୋଇଛି। ତେବ ତାଙ୍କର ଏପରି ବକ୍ତବ୍ୟ ପାଇଁ ସେ କ୍ଷମା ମାଗନ୍ତୁ ବୋଲି କଂଗ୍ରେସ ଦାବୀ କରିଛି। ସେହିପରି ପୁରୀରେ ଜଗନ୍ନାଥ ସେନା ମଧ୍ୟ ଏହାର ତୀବ୍ର ବିରୋଧ କରିଛି।