ନବ ଦାସ ହତ୍ୟାକାଣ୍ଡରେ ବିଜେଡି ସରକାରଙ୍କୁ ଟାର୍ଗେଟ କଲେ ଲେଖାଶ୍ରୀ

Published: Feb 19, 2023, 6:33 pm IST
BJP

ଭୁବନେଶ୍ୱର: ନବ ଦାସ ହତ୍ୟାକାଣ୍ଡକୁ ନେଇ ଆଜି ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାୟଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ ସାମନ୍ତସିଂହାର ଏହି ଘଟଣାର ସିବିଆଇ ଯାଞ୍ଚ ଦାବୀ କରିଛନ୍ତି।

ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ଯେ, ବିରୋଧୀ ଦଳ ନେତାଙ୍କୁ ହାତ ଉଠାଇ ଦୁର୍ବ୍ୟବହାର କରିଥିବା ଏବଂ ସୁରକ୍ଷା ଏସଓପି ପାଳନ କରିନଥିବା ଜଣେ ଉଦ୍ଧତ ମହିଳା ପୋଲିସ ଆଇଆଇସିଙ୍କ ସମର୍ଥନରେ ବାହାରିବା ପାଇଁ ସଂଘର ଏତେ ଦରଦ କାହିଁକି ? ସମ୍ବଲପୁର ସର୍କିଟ ହାଉସରେ ବିରୋଧୀ ଦଳ ନେତାଙ୍କ ଉପରେ ଆକ୍ରମଣ କରିବା ପାଇଁ ଆସିଥିବା ବିଜେଡି କର୍ମୀଙ୍କ ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ବିଜେଡି ଦ୍ୱାରା ପୋଲିସ ଓ ପ୍ରଶାସନର ରାଜନୀତିକରଣ କରାଯାଇ ଏଭଳି ଅସାମ୍ବିଧାନିକ କାର୍ଯ୍ୟ କରାଯାଉଛି ବୋଲି ଡ.ଲେଖାଶ୍ରୀ କହିଛନ୍ତିି । ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ତଥା ରାଜ୍ୟ ଉପସଭାପତି ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଏବଂ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Related posts