ପୁରୀ ଉପରେ ଲେଖାଶ୍ରୀଙ୍କର ଅରୁଚିକର ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା

Published: Nov 17, 2020, 12:27 am IST

ଭୁବନେଶ୍ବର, ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଅରୁଚିକର ମନ୍ତବ୍ୟକୁ ନେଇ ସାରା ଓଡିଶାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଲେଖାଶ୍ରୀ କହିଛନ୍ତି ଯେ, ସମ୍ବିତ ପାତ୍ର ପୁରୀରେ ଛିଡା ହେବାରୁ ବାହାର ଲୋକେ ଜାଣିଲେ ଯେ ପୁରୀ ଓଡିଶାରେ ଅଛି। ଏପରି ମନ୍ତ୍ରବ୍ୟକୁ ନେଇ ବିଭିନ୍ନ ସ୍ଥାନରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଜଗତର ନାଥ ଜଗନ୍ନାଥଙ୍କ ପାଇଁ ସାରା ବିଶ୍ବରେ ପୁରୀ ପରିଚିତ। ହେଲେ ଓଡିଶାର ହୋଇ ଲେଖାଶ୍ରୀ କିପରି ଏପରି ମନ୍ତବ୍ୟ ଦେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ତେବେ ଏହାର ପ୍ରତିକିୟାରେ ଲେଖାଶ୍ରୀ କହିଛନ୍ତି ଯେ ଗଣମାଧ୍ୟମରେ ତାଙ୍କ ମନ୍ତବ୍ୟକୁ ଠିକ ଭାବେ ଉପସ୍ଥାପିତ କରାଯାଇ ନାହିଁ। ତେବେ ଲେଖାଶ୍ରୀ ଜାଣିପାରୁ ନାହାଁନ୍ତି ଯେ ସେ ଯାହା କହିଛନ୍ତି ତାହା କ୍ୟାମେରାରେ ରେକର୍ଡ ହୋଇଛି। ତେବ ତାଙ୍କର ଏପରି ବକ୍ତବ୍ୟ ପାଇଁ ସେ କ୍ଷମା ମାଗନ୍ତୁ ବୋଲି କଂଗ୍ରେସ ଦାବୀ କରିଛି। ସେହିପରି ପୁରୀରେ ଜଗନ୍ନାଥ ସେନା ମଧ୍ୟ ଏହାର ତୀବ୍ର ବିରୋଧ କରିଛି।

Related posts