Categories
ଆଜିର ଖବର

ଭୁବନେଶ୍ବରର ଏକ୍ରାମହାଟରେ ଆରମ୍ଭ ହେଲା ଗାନ୍ଧୀ ଶିଳ୍ପ ବଜାର ପ୍ରଦର୍ଶନୀ ୨୦୨୩

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧିନସ୍ତ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର ଉତ୍କଳିକା ଦ୍ଵାରା ବିକାଶ ଆୟୁକ୍ତ (ହସ୍ତଶିଳ୍ପ) ନୂଆଦିଲ୍ଲୀ ଭାରତ ସରକାର ଓ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ, ଓଡ଼ିଶା ଭୁବନେଶ୍ଵରଙ୍କ ଆର୍ଥିକ  ସହାୟତାରେ ଏକ ଦଶଦିନ ବ୍ୟାପି ଜାତୀୟ ସ୍ତରୀୟ ପ୍ରଦର୍ଶନୀ ଗାନ୍ଧୀଶିଳ୍ପ ବଜାର -୨୦୨୩ ଆୟୋଜିତ ହୋଇଛି।

ଏହା ଆସନ୍ତା ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଏକାମ୍ରହାଟ ଭୁବନେଶ୍ଵରଠାରେ ଚାଲିବ। ଏଥିରେ ଓଡ଼ିଶା ସମେତ ବାହାର ୨୧ଟି ରାଜ୍ୟରୁ ମୋଟ ୧୦୦ ଜଣ ଶିଳ୍ପୀ ଏବଂ ହସ୍ତଶିଳ୍ପ କାରିଗର ଭାଗ ନେଇ ସେମାନଙ୍କ ଦ୍ଵାରା ଉତ୍ପାଦିତ ସାମଗ୍ରୀମାନ ପ୍ରଦର୍ଶନୀ କରିବା ସଙ୍ଗେ ସଙ୍ଗେ ବିକ୍ରୟ କରୁଛନ୍ତି।

ଏଥିରେ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ସାମଗ୍ରୀ ଯଥା ଜାମୁ ଓ କାଶ୍ମୀରର ଏମବ୍ରୋଡୋରୀ ପଟ୍ଟଚିତ୍ର, କାଶ୍ମିରୀ ଶାଲ, ରାଜସ୍ଥାନର ଜୁଏଲାରୀ ଚମଡ଼ାଶିଳ୍ପ, ଜାରୀଶିଳ୍ପ, ମଧ୍ୟପ୍ରଦେଶର ଏମବ୍ରୋଡୋରୀ ଜରୀ ଶିଳ୍ପ,ଆଦିବାସୀ ଜୁଏଲାରୀ, ମଣିପୁରର ମଣିପୁରୀ ଶାଢି, ନାଗଲାଣ୍ଡର ପୁଷ୍ପଶିଳ୍ପ ଓ ବୟନ ଶିଳ୍ପ, ଉତ୍ତର ପ୍ରଦେଶର କାର୍ପେଟ ଖୋଦେଇ ଚମଡ଼ାଶିଳ୍ପ, ଜରିଶିଳ୍ପ , ଜୁଏଲାରୀ, ବୟନ ଶିଳ୍ପ, ଲୌହଶିଳ୍ପ, ପଶ୍ଚିମବଙ୍ଗର ଝୋଟ ଶିଳ୍ପ ସାମଗ୍ରୀ,ଏମବ୍ରୋଡୋରୀ, ପେଣ୍ଟିଙ୍ଗ ଶାଢୀ ରହିଛି।

ସେହିପରି ଓଡ଼ିଶାର ପଥର ଖୋଦେଇ କାଠ ଖୋଦେଇ, ଶାମୁକା କାର୍ପେଟ, କଂସା ଓ  ପିତଳ ଢୋକରା, ସିଂଘ, ଝୋଟ କମଭଳି ଅତ୍ୟନ୍ତ ଉଚ୍ଚମାନର ହସ୍ତଶିଳ୍ପ ସମଗ୍ରୀମାନଙ୍କର ପ୍ରଦର୍ଶନ ତଥା ବିକ୍ରୟ କରାଯିବ।

ଏହିଭଳି ଏକ ଗୌରବମୟ ମେଳାର ଆୟୋଜନ ଓ ପରିଚାଳନା ତଥା ସର୍ବପରୀ ଦୁର୍ଗାପୂଜା ଓ କୁମାର ପୂର୍ଣ୍ଣିମା ଅବସରରେ ଜନ ସାଧରଣଙ୍କ ଆବଶ୍ୟକଟାକୁ ଦୃଷ୍ଟିରେ ରଖାଯାଇ ଆନୁମାନିକ ୩୦ଲକ୍ଷ ଟଙ୍କାର ବ୍ୟବସାୟ ଆକଳନ କରାଯାଇଅଛି ଏବଂ ୨୫-୩୦ ହଜାର ଦର୍ଶକଙ୍କ ଆଗମାନର ସମ୍ଭାବନା ରହିଛି।

ଶ୍ରୀମତୀ ପ୍ରଣତୀ ଛୋଟରାୟ, ନିର୍ଦ୍ଦେଶିକା ହସ୍ତଶିଳ୍ପଏହି ପ୍ରଦର୍ଶନୀର ଶୁଭ ଉଦଘାଟନ କରିଥିଲେ। କୁମାରୀ ଦେବସ୍ମିତା ସାହୁ, ସଭାପତୀ, ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର, ଉପ ସଭାପତୀ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ. ଭୁବନେଶ୍ଵର, ଶ୍ରୀ ବିକ୍ରମାଦିତ୍ଵ ବାରିକ, ଅତିରିକ୍ତ ଶାସନ ସଚିବ, ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ଏବଂ ଶ୍ରୀମତୀ କଲ୍ୟାଣୀ ପଟ୍ଟନାୟକ, ଯୁଗ୍ମ ସଚିବ, ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ, ନିର୍ଦ୍ଦେଶିକା ଉତ୍କଳିକା,ଶ୍ରୀ ଅଶୋକ କୁମାର ହୋତା, ବରିଷ୍ଠ ସହନିର୍ଦ୍ଦେଶକ ବିକାଶ ଆୟୁକ୍ତ (ହସ୍ତଶିଳ୍ପ) ଭୁବନେଶ୍ବର ଓ ଅନ୍ୟାନ୍ୟ ଅଧିକାରୀଗଣ  ଏହି ଉତ୍ସବରେ ଉପସ୍ଥିତ ଥିଲେ।

ଏହି ପ୍ରଦର୍ଶନୀ ପ୍ରତ୍ୟହ ଦିନ ୧୧ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଖୋଲା ରହିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ପୂଜା ଉପଲକ୍ଷେ ସମ୍ବଲପୁରୀ ବସ୍ତ୍ରାଳୟ ତରଫରୁ ଭୁବନେଶ୍ବରରେ ହସ୍ତତନ୍ତ ମେଳା

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଅନୁମୋଦିିତ ବାର୍ଷିକ ତାଲିକା ହିସାବରେ ଏ ବର୍ଷ ସମ୍ବଲପୁରୀ ବସ୍ତ୍ରାଳୟ ଦ୍ୱାରା ଏକ ସ୍ୱତନ୍ତ୍ର ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା-୨୦୨୩ ଭୁବନେଶ୍ୱର ସ୍ଥିତ ଅର୍ବାନ ହାଟ ଠାରେ ଆୟୋଜନ କରାଯାଇଅଛି।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ତନ୍ତବାୟ ସମିତି ଏବଂ ଏସ୍‌ଏଚ୍‌ଜି ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଲୁଗାର ବିକ୍ରୟ ବୃଦ୍ଧି କରି ବୁଣାକାରଙ୍କୁ ନିୟମିତ କାମ ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ପୋହି (Pକ୍ସଓଔ)-୨୦୨୩-୨୪ ଯୋଜନାରେ ଏହା ଅନୁଷ୍ଠିତ ହୋଇଅଛି । ଏହି ମେଳାକୁ ଶୋଭନ କ୍ରୀଷ୍‌ନା ସାହୁ, ଆଇ.ଆର.ଏସ୍‌, ବୟନଶିଳ୍ପ ନିର୍ଦ୍ଦେଶକ, ଓଡିଶା ଗତକାଲି ସଂଧ୍ୟାରେ ଉଦ୍‌ଘାଟନ କରିଥିଲେ।

ଉକ୍ତ ଉତ୍ସବରେ ସଂବିତ କୁମାର ଆଚାର୍ଯ୍ୟ, ସଭାପତି, ସମ୍ବଲପୁରୀ ବସ୍ତ୍ରାଳୟ, ବରଗଡ, ଦେବଜୀତ ନନ୍ଦି, ଯୁଗ୍ମ ନିର୍ଦ୍ଦେଶକ ବୟନଶିଳ୍ପ, ଭୁବନେଶ୍ୱର, ଓ ହେମନ୍ତ କୁମାର ମିଶ୍ର, ବାଣିଜ୍ୟ ଅଧିକାରୀ, ସମ୍ବଲପୁରୀ ବସ୍ତ୍ରାଳୟ, ବରଗଡ ଉପସ୍ଥିତ ଥିଲେ। ଏହି ମେଳାରେ ସମ୍ବଲପୁରୀ ବସ୍ତ୍ରାଳୟ ସହ ରାଜ୍ୟର ବରଗଡ, କଟକ, ସୋନପୁର, ଆଠଗଡ, ବାରିପାଦା, ବାଲେଶ୍ୱର, ପାଟଣାଗଡ, ନୟାଗଡ, ଖୋର୍ଦ୍ଧା ଓ ବୌଦ୍ଧ ବୟନ ମଣ୍ଡଳ ମାନଙ୍କରୁ ୩୩ଗୋଟି ତନ୍ତବାୟ ସମିତି ଏବଂ ଏସ୍‌ଏଚ୍‌ଜିର ବୁଣାକାର ସେମାନଙ୍କର ଉତ୍ପାଦିତ ଲୁଗାର ପ୍ରଦର୍ଶନୀ ଓ ବିକ୍ରୟ କରିବାପାଇଁ ଯୋଗଦାନ କରିଛନ୍ତି। ଏଥି ସକାଶେ ସେମାନଙ୍କୁ ୩୪ଗୋଟି ଦେୟମୁକ୍ତ ଷ୍ଟଲ ପ୍ରଦାନ କରାଯାଇଅଛି ।

ଏହି ସ୍ୱତନ୍ତ୍ର ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ଚାଳୁ ରହିବ। ଏହି ଏକାମ୍ର ହାଟରେ ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗଙ୍କ ପ୍ରଚେଷ୍ଠାରେ ଚଳିତ ବର୍ଷ ଅକ୍ଟୋବର୨୩ ସୁଦ୍ଧା ରାଜ୍ୟର ହସ୍ତତନ୍ତ ବୁଣାକାର ସଂସ୍ଥା ଓ ହସ୍ତଶିଳ୍ପ କାରିଗର ଭାଗ ନେଇ ଯଥାକ୍ରମେ ୨୭୮ ଲକ୍ଷ ଟଙ୍କା ଓ ୧୨୫ ଲକ୍ଷ ମୋଟ ୪୦୩ ଲକ୍ଷ ଟଙ୍କାର କାରବାର କରି ପାରିଛନ୍ତି। ଯାହାକି ଏକ ଯୁଗାନ୍ତକାରୀ ପଦକ୍ଷେପ ଅଟେ।

ଉକ୍ତ ଅବଧି ମଧ୍ୟରେ ଏକାମ୍ର ହାଟ ମଧ୍ୟକୁ ୨ ଲକ୍ଷ ଲୋକ ଆଗମନ କରିଛନ୍ତି।ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ମେଳାରେ ଗ୍ରାହକମାନେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଉପିାଦିତ ହସ୍ତତନ୍ତ ଲୁଗା ସୁଲଭ ମୂଲ୍ୟରେ ୧୦ ପ୍ରତିଶତ ସରକାରୀ ରିହାତିରେ କିଣିପାରିବେ। ପୂଜା ସମୟରେ ଏହାର ସୁଯୋଗ ନେବାପାଇଁ ସମିତି ତରଫରୁ ଗ୍ରାହକ ମାନଙ୍କୁ ଅନୁରୋଧ କରାଯାଉଅଛି।