Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପୂଜା ଉପଲକ୍ଷେ ସମ୍ବଲପୁରୀ ବସ୍ତ୍ରାଳୟ ତରଫରୁ ଭୁବନେଶ୍ବରରେ ହସ୍ତତନ୍ତ ମେଳା
ଜାତୀୟ ଖବର

ପୂଜା ଉପଲକ୍ଷେ ସମ୍ବଲପୁରୀ ବସ୍ତ୍ରାଳୟ ତରଫରୁ ଭୁବନେଶ୍ବରରେ ହସ୍ତତନ୍ତ ମେଳା

October 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Handloom
ପୂଜା ଉପଲକ୍ଷେ ସମ୍ବଲପୁରୀ ବସ୍ତ୍ରାଳୟ ତରଫରୁ ଭୁବନେଶ୍ବରରେ ହସ୍ତତନ୍ତ ମେଳା

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଅନୁମୋଦିିତ ବାର୍ଷିକ ତାଲିକା ହିସାବରେ ଏ ବର୍ଷ ସମ୍ବଲପୁରୀ ବସ୍ତ୍ରାଳୟ ଦ୍ୱାରା ଏକ ସ୍ୱତନ୍ତ୍ର ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା-୨୦୨୩ ଭୁବନେଶ୍ୱର ସ୍ଥିତ ଅର୍ବାନ ହାଟ ଠାରେ ଆୟୋଜନ କରାଯାଇଅଛି।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ତନ୍ତବାୟ ସମିତି ଏବଂ ଏସ୍‌ଏଚ୍‌ଜି ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଲୁଗାର ବିକ୍ରୟ ବୃଦ୍ଧି କରି ବୁଣାକାରଙ୍କୁ ନିୟମିତ କାମ ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ପୋହି (Pକ୍ସଓଔ)-୨୦୨୩-୨୪ ଯୋଜନାରେ ଏହା ଅନୁଷ୍ଠିତ ହୋଇଅଛି । ଏହି ମେଳାକୁ ଶୋଭନ କ୍ରୀଷ୍‌ନା ସାହୁ, ଆଇ.ଆର.ଏସ୍‌, ବୟନଶିଳ୍ପ ନିର୍ଦ୍ଦେଶକ, ଓଡିଶା ଗତକାଲି ସଂଧ୍ୟାରେ ଉଦ୍‌ଘାଟନ କରିଥିଲେ।

ଉକ୍ତ ଉତ୍ସବରେ ସଂବିତ କୁମାର ଆଚାର୍ଯ୍ୟ, ସଭାପତି, ସମ୍ବଲପୁରୀ ବସ୍ତ୍ରାଳୟ, ବରଗଡ, ଦେବଜୀତ ନନ୍ଦି, ଯୁଗ୍ମ ନିର୍ଦ୍ଦେଶକ ବୟନଶିଳ୍ପ, ଭୁବନେଶ୍ୱର, ଓ ହେମନ୍ତ କୁମାର ମିଶ୍ର, ବାଣିଜ୍ୟ ଅଧିକାରୀ, ସମ୍ବଲପୁରୀ ବସ୍ତ୍ରାଳୟ, ବରଗଡ ଉପସ୍ଥିତ ଥିଲେ। ଏହି ମେଳାରେ ସମ୍ବଲପୁରୀ ବସ୍ତ୍ରାଳୟ ସହ ରାଜ୍ୟର ବରଗଡ, କଟକ, ସୋନପୁର, ଆଠଗଡ, ବାରିପାଦା, ବାଲେଶ୍ୱର, ପାଟଣାଗଡ, ନୟାଗଡ, ଖୋର୍ଦ୍ଧା ଓ ବୌଦ୍ଧ ବୟନ ମଣ୍ଡଳ ମାନଙ୍କରୁ ୩୩ଗୋଟି ତନ୍ତବାୟ ସମିତି ଏବଂ ଏସ୍‌ଏଚ୍‌ଜିର ବୁଣାକାର ସେମାନଙ୍କର ଉତ୍ପାଦିତ ଲୁଗାର ପ୍ରଦର୍ଶନୀ ଓ ବିକ୍ରୟ କରିବାପାଇଁ ଯୋଗଦାନ କରିଛନ୍ତି। ଏଥି ସକାଶେ ସେମାନଙ୍କୁ ୩୪ଗୋଟି ଦେୟମୁକ୍ତ ଷ୍ଟଲ ପ୍ରଦାନ କରାଯାଇଅଛି ।

ଏହି ସ୍ୱତନ୍ତ୍ର ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ଚାଳୁ ରହିବ। ଏହି ଏକାମ୍ର ହାଟରେ ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗଙ୍କ ପ୍ରଚେଷ୍ଠାରେ ଚଳିତ ବର୍ଷ ଅକ୍ଟୋବର୨୩ ସୁଦ୍ଧା ରାଜ୍ୟର ହସ୍ତତନ୍ତ ବୁଣାକାର ସଂସ୍ଥା ଓ ହସ୍ତଶିଳ୍ପ କାରିଗର ଭାଗ ନେଇ ଯଥାକ୍ରମେ ୨୭୮ ଲକ୍ଷ ଟଙ୍କା ଓ ୧୨୫ ଲକ୍ଷ ମୋଟ ୪୦୩ ଲକ୍ଷ ଟଙ୍କାର କାରବାର କରି ପାରିଛନ୍ତି। ଯାହାକି ଏକ ଯୁଗାନ୍ତକାରୀ ପଦକ୍ଷେପ ଅଟେ।

ଉକ୍ତ ଅବଧି ମଧ୍ୟରେ ଏକାମ୍ର ହାଟ ମଧ୍ୟକୁ ୨ ଲକ୍ଷ ଲୋକ ଆଗମନ କରିଛନ୍ତି।ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ମେଳାରେ ଗ୍ରାହକମାନେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଉପିାଦିତ ହସ୍ତତନ୍ତ ଲୁଗା ସୁଲଭ ମୂଲ୍ୟରେ ୧୦ ପ୍ରତିଶତ ସରକାରୀ ରିହାତିରେ କିଣିପାରିବେ। ପୂଜା ସମୟରେ ଏହାର ସୁଯୋଗ ନେବାପାଇଁ ସମିତି ତରଫରୁ ଗ୍ରାହକ ମାନଙ୍କୁ ଅନୁରୋଧ କରାଯାଉଅଛି।

DurgaPuja ପ୍ରଦର୍ଶନୀ ହସ୍ତତନ୍ତ ପ୍ରଦର୍ଶନୀ ହସ୍ତତନ୍ତ ମେଳା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି କେଉଁ ଷ୍ଟକ୍‌ରେ ରହିବ ବଜାରର ନଜର? ବଡ଼ ଘୋଷଣା ପରେ ଚର୍ଚ୍ଚାରେ ୭ କମ୍ପାନୀ

June 23, 2026

କଲ୍ୟାଣସିଂହପୁର ନିର୍ଯାତନା ଘଟଣାରେ ଜାତୀୟ ମହିଳା କମିସନଙ୍କ କଡ଼ା ପଦକ୍ଷେପ

June 23, 2026

ମନ୍ଦିରରେ ବିଗ୍ରହ ପ୍ରତିଷ୍ଠାକୁ ନେଇ ତୀବ୍ର ବିବାଦ: ୧୬୩ ଧାରା ଜାରି

June 23, 2026

ଶେଷ ପର୍ଯ୍ୟାୟରେ ରାଜ୍ୟବ୍ୟାପୀ ଚାଲିଥିବା ଏସଆଇଆର କାର୍ଯ୍ୟକ୍ରମ

June 23, 2026
Latest News

ଆଜି କେଉଁ ଷ୍ଟକ୍‌ରେ ରହିବ ବଜାରର ନଜର? ବଡ଼ ଘୋଷଣା ପରେ ଚର୍ଚ୍ଚାରେ ୭ କମ୍ପାନୀ

June 23, 2026

କଲ୍ୟାଣସିଂହପୁର ନିର୍ଯାତନା ଘଟଣାରେ ଜାତୀୟ ମହିଳା କମିସନଙ୍କ କଡ଼ା ପଦକ୍ଷେପ

June 23, 2026

ମନ୍ଦିରରେ ବିଗ୍ରହ ପ୍ରତିଷ୍ଠାକୁ ନେଇ ତୀବ୍ର ବିବାଦ: ୧୬୩ ଧାରା ଜାରି

June 23, 2026

ଶେଷ ପର୍ଯ୍ୟାୟରେ ରାଜ୍ୟବ୍ୟାପୀ ଚାଲିଥିବା ଏସଆଇଆର କାର୍ଯ୍ୟକ୍ରମ

June 23, 2026

ଟ୍ରକକୁ ପଛପଟୁ ଧକ୍କା ଦେଲା ବାଇକ୍‌, ଦୁଇ ଭାଇଙ୍କ ମୃତ୍ୟୁ

June 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.