Categories
ଆଜିର ଖବର

ଭୁବନେଶ୍ବରର ଏକ୍ରାମହାଟରେ ଆରମ୍ଭ ହେଲା ଗାନ୍ଧୀ ଶିଳ୍ପ ବଜାର ପ୍ରଦର୍ଶନୀ ୨୦୨୩

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧିନସ୍ତ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର ଉତ୍କଳିକା ଦ୍ଵାରା ବିକାଶ ଆୟୁକ୍ତ (ହସ୍ତଶିଳ୍ପ) ନୂଆଦିଲ୍ଲୀ ଭାରତ ସରକାର ଓ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ, ଓଡ଼ିଶା ଭୁବନେଶ୍ଵରଙ୍କ ଆର୍ଥିକ  ସହାୟତାରେ ଏକ ଦଶଦିନ ବ୍ୟାପି ଜାତୀୟ ସ୍ତରୀୟ ପ୍ରଦର୍ଶନୀ ଗାନ୍ଧୀଶିଳ୍ପ ବଜାର -୨୦୨୩ ଆୟୋଜିତ ହୋଇଛି।

ଏହା ଆସନ୍ତା ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଏକାମ୍ରହାଟ ଭୁବନେଶ୍ଵରଠାରେ ଚାଲିବ। ଏଥିରେ ଓଡ଼ିଶା ସମେତ ବାହାର ୨୧ଟି ରାଜ୍ୟରୁ ମୋଟ ୧୦୦ ଜଣ ଶିଳ୍ପୀ ଏବଂ ହସ୍ତଶିଳ୍ପ କାରିଗର ଭାଗ ନେଇ ସେମାନଙ୍କ ଦ୍ଵାରା ଉତ୍ପାଦିତ ସାମଗ୍ରୀମାନ ପ୍ରଦର୍ଶନୀ କରିବା ସଙ୍ଗେ ସଙ୍ଗେ ବିକ୍ରୟ କରୁଛନ୍ତି।

ଏଥିରେ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ସାମଗ୍ରୀ ଯଥା ଜାମୁ ଓ କାଶ୍ମୀରର ଏମବ୍ରୋଡୋରୀ ପଟ୍ଟଚିତ୍ର, କାଶ୍ମିରୀ ଶାଲ, ରାଜସ୍ଥାନର ଜୁଏଲାରୀ ଚମଡ଼ାଶିଳ୍ପ, ଜାରୀଶିଳ୍ପ, ମଧ୍ୟପ୍ରଦେଶର ଏମବ୍ରୋଡୋରୀ ଜରୀ ଶିଳ୍ପ,ଆଦିବାସୀ ଜୁଏଲାରୀ, ମଣିପୁରର ମଣିପୁରୀ ଶାଢି, ନାଗଲାଣ୍ଡର ପୁଷ୍ପଶିଳ୍ପ ଓ ବୟନ ଶିଳ୍ପ, ଉତ୍ତର ପ୍ରଦେଶର କାର୍ପେଟ ଖୋଦେଇ ଚମଡ଼ାଶିଳ୍ପ, ଜରିଶିଳ୍ପ , ଜୁଏଲାରୀ, ବୟନ ଶିଳ୍ପ, ଲୌହଶିଳ୍ପ, ପଶ୍ଚିମବଙ୍ଗର ଝୋଟ ଶିଳ୍ପ ସାମଗ୍ରୀ,ଏମବ୍ରୋଡୋରୀ, ପେଣ୍ଟିଙ୍ଗ ଶାଢୀ ରହିଛି।

ସେହିପରି ଓଡ଼ିଶାର ପଥର ଖୋଦେଇ କାଠ ଖୋଦେଇ, ଶାମୁକା କାର୍ପେଟ, କଂସା ଓ  ପିତଳ ଢୋକରା, ସିଂଘ, ଝୋଟ କମଭଳି ଅତ୍ୟନ୍ତ ଉଚ୍ଚମାନର ହସ୍ତଶିଳ୍ପ ସମଗ୍ରୀମାନଙ୍କର ପ୍ରଦର୍ଶନ ତଥା ବିକ୍ରୟ କରାଯିବ।

ଏହିଭଳି ଏକ ଗୌରବମୟ ମେଳାର ଆୟୋଜନ ଓ ପରିଚାଳନା ତଥା ସର୍ବପରୀ ଦୁର୍ଗାପୂଜା ଓ କୁମାର ପୂର୍ଣ୍ଣିମା ଅବସରରେ ଜନ ସାଧରଣଙ୍କ ଆବଶ୍ୟକଟାକୁ ଦୃଷ୍ଟିରେ ରଖାଯାଇ ଆନୁମାନିକ ୩୦ଲକ୍ଷ ଟଙ୍କାର ବ୍ୟବସାୟ ଆକଳନ କରାଯାଇଅଛି ଏବଂ ୨୫-୩୦ ହଜାର ଦର୍ଶକଙ୍କ ଆଗମାନର ସମ୍ଭାବନା ରହିଛି।

ଶ୍ରୀମତୀ ପ୍ରଣତୀ ଛୋଟରାୟ, ନିର୍ଦ୍ଦେଶିକା ହସ୍ତଶିଳ୍ପଏହି ପ୍ରଦର୍ଶନୀର ଶୁଭ ଉଦଘାଟନ କରିଥିଲେ। କୁମାରୀ ଦେବସ୍ମିତା ସାହୁ, ସଭାପତୀ, ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର, ଉପ ସଭାପତୀ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ. ଭୁବନେଶ୍ଵର, ଶ୍ରୀ ବିକ୍ରମାଦିତ୍ଵ ବାରିକ, ଅତିରିକ୍ତ ଶାସନ ସଚିବ, ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ଏବଂ ଶ୍ରୀମତୀ କଲ୍ୟାଣୀ ପଟ୍ଟନାୟକ, ଯୁଗ୍ମ ସଚିବ, ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ, ନିର୍ଦ୍ଦେଶିକା ଉତ୍କଳିକା,ଶ୍ରୀ ଅଶୋକ କୁମାର ହୋତା, ବରିଷ୍ଠ ସହନିର୍ଦ୍ଦେଶକ ବିକାଶ ଆୟୁକ୍ତ (ହସ୍ତଶିଳ୍ପ) ଭୁବନେଶ୍ବର ଓ ଅନ୍ୟାନ୍ୟ ଅଧିକାରୀଗଣ  ଏହି ଉତ୍ସବରେ ଉପସ୍ଥିତ ଥିଲେ।

ଏହି ପ୍ରଦର୍ଶନୀ ପ୍ରତ୍ୟହ ଦିନ ୧୧ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଖୋଲା ରହିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ପୂଜା ଉପଲକ୍ଷେ ସମ୍ବଲପୁରୀ ବସ୍ତ୍ରାଳୟ ତରଫରୁ ଭୁବନେଶ୍ବରରେ ହସ୍ତତନ୍ତ ମେଳା

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଅନୁମୋଦିିତ ବାର୍ଷିକ ତାଲିକା ହିସାବରେ ଏ ବର୍ଷ ସମ୍ବଲପୁରୀ ବସ୍ତ୍ରାଳୟ ଦ୍ୱାରା ଏକ ସ୍ୱତନ୍ତ୍ର ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା-୨୦୨୩ ଭୁବନେଶ୍ୱର ସ୍ଥିତ ଅର୍ବାନ ହାଟ ଠାରେ ଆୟୋଜନ କରାଯାଇଅଛି।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ତନ୍ତବାୟ ସମିତି ଏବଂ ଏସ୍‌ଏଚ୍‌ଜି ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଲୁଗାର ବିକ୍ରୟ ବୃଦ୍ଧି କରି ବୁଣାକାରଙ୍କୁ ନିୟମିତ କାମ ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ପୋହି (Pକ୍ସଓଔ)-୨୦୨୩-୨୪ ଯୋଜନାରେ ଏହା ଅନୁଷ୍ଠିତ ହୋଇଅଛି । ଏହି ମେଳାକୁ ଶୋଭନ କ୍ରୀଷ୍‌ନା ସାହୁ, ଆଇ.ଆର.ଏସ୍‌, ବୟନଶିଳ୍ପ ନିର୍ଦ୍ଦେଶକ, ଓଡିଶା ଗତକାଲି ସଂଧ୍ୟାରେ ଉଦ୍‌ଘାଟନ କରିଥିଲେ।

ଉକ୍ତ ଉତ୍ସବରେ ସଂବିତ କୁମାର ଆଚାର୍ଯ୍ୟ, ସଭାପତି, ସମ୍ବଲପୁରୀ ବସ୍ତ୍ରାଳୟ, ବରଗଡ, ଦେବଜୀତ ନନ୍ଦି, ଯୁଗ୍ମ ନିର୍ଦ୍ଦେଶକ ବୟନଶିଳ୍ପ, ଭୁବନେଶ୍ୱର, ଓ ହେମନ୍ତ କୁମାର ମିଶ୍ର, ବାଣିଜ୍ୟ ଅଧିକାରୀ, ସମ୍ବଲପୁରୀ ବସ୍ତ୍ରାଳୟ, ବରଗଡ ଉପସ୍ଥିତ ଥିଲେ। ଏହି ମେଳାରେ ସମ୍ବଲପୁରୀ ବସ୍ତ୍ରାଳୟ ସହ ରାଜ୍ୟର ବରଗଡ, କଟକ, ସୋନପୁର, ଆଠଗଡ, ବାରିପାଦା, ବାଲେଶ୍ୱର, ପାଟଣାଗଡ, ନୟାଗଡ, ଖୋର୍ଦ୍ଧା ଓ ବୌଦ୍ଧ ବୟନ ମଣ୍ଡଳ ମାନଙ୍କରୁ ୩୩ଗୋଟି ତନ୍ତବାୟ ସମିତି ଏବଂ ଏସ୍‌ଏଚ୍‌ଜିର ବୁଣାକାର ସେମାନଙ୍କର ଉତ୍ପାଦିତ ଲୁଗାର ପ୍ରଦର୍ଶନୀ ଓ ବିକ୍ରୟ କରିବାପାଇଁ ଯୋଗଦାନ କରିଛନ୍ତି। ଏଥି ସକାଶେ ସେମାନଙ୍କୁ ୩୪ଗୋଟି ଦେୟମୁକ୍ତ ଷ୍ଟଲ ପ୍ରଦାନ କରାଯାଇଅଛି ।

ଏହି ସ୍ୱତନ୍ତ୍ର ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ଚାଳୁ ରହିବ। ଏହି ଏକାମ୍ର ହାଟରେ ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗଙ୍କ ପ୍ରଚେଷ୍ଠାରେ ଚଳିତ ବର୍ଷ ଅକ୍ଟୋବର୨୩ ସୁଦ୍ଧା ରାଜ୍ୟର ହସ୍ତତନ୍ତ ବୁଣାକାର ସଂସ୍ଥା ଓ ହସ୍ତଶିଳ୍ପ କାରିଗର ଭାଗ ନେଇ ଯଥାକ୍ରମେ ୨୭୮ ଲକ୍ଷ ଟଙ୍କା ଓ ୧୨୫ ଲକ୍ଷ ମୋଟ ୪୦୩ ଲକ୍ଷ ଟଙ୍କାର କାରବାର କରି ପାରିଛନ୍ତି। ଯାହାକି ଏକ ଯୁଗାନ୍ତକାରୀ ପଦକ୍ଷେପ ଅଟେ।

ଉକ୍ତ ଅବଧି ମଧ୍ୟରେ ଏକାମ୍ର ହାଟ ମଧ୍ୟକୁ ୨ ଲକ୍ଷ ଲୋକ ଆଗମନ କରିଛନ୍ତି।ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ମେଳାରେ ଗ୍ରାହକମାନେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଉପିାଦିତ ହସ୍ତତନ୍ତ ଲୁଗା ସୁଲଭ ମୂଲ୍ୟରେ ୧୦ ପ୍ରତିଶତ ସରକାରୀ ରିହାତିରେ କିଣିପାରିବେ। ପୂଜା ସମୟରେ ଏହାର ସୁଯୋଗ ନେବାପାଇଁ ସମିତି ତରଫରୁ ଗ୍ରାହକ ମାନଙ୍କୁ ଅନୁରୋଧ କରାଯାଉଅଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

‘ରଜ ମହୋତ୍ସବ’ ଉପଲକ୍ଷେ ‘ବୟନିକା’ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ହସ୍ତତନ୍ତ ମେଳା ଉଦ୍‌ଘାଟିତ

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ଓଡିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିଃ (ବୟନିକା), ଓଡିଶା ହସ୍ତତନ୍ତ ଉଦ୍ୟୋଗର ସର୍ବପୁରାତନ ତଥା ଏକମାତ୍ର ଶୀର୍ଷ ବିପଣନ ସଂସ୍ଥା ଯାହାକି ଦୀର୍ଘ ୬୬ ବର୍ଷ ଧରି ଓଡିଶା ହସ୍ତତନ୍ତ କଳାର ପ୍ରଚାର, ପ୍ରସାର ତଥା ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିଆସୁଅଛି। ଓଡିଶାର ହଜାର ହଜାର ବୁଣାକାରଙ୍କ ଜୀବିକା ନିର୍ବାହର ମୁଖ୍ୟ ପାଥେୟ ସେମାନଙ୍କ ଦ୍ୱାରା ଉପିାଦିତ ହସ୍ତତନ୍ତ ବସ୍ତ୍ରର ଉତ୍ତମ ବିପଣନ। ଏହି ବିପଣନକୁ ତ୍ୱରାନ୍ୱିତ କରିବା ପାଇଁ ହସ୍ତତନ୍ତ ଉନ୍ନୟନ ଆୟୋଗ ବସ୍ତ୍ର ମନ୍ତ୍ରଣାଳୟ, ଭାରତ ସରକାର, ବିଭିନ୍ନ ରାଜ୍ୟର ଶୀର୍ଷର୍ ହସ୍ତତନ୍ତ ସମବାୟ ସଂସ୍ଥା ଜରିଆରେ ‘ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳା’ର ଆୟୋଜନ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଥାଆନ୍ତି। ଏହି ଯୋଜନାରେ ‘ବୟନିକା’ ଦ୍ୱାରା ଏକାମ୍ର ହାଟ, ଭୁବନେଶ୍ୱର ଠାରେ ଏକ ରାଜ୍ୟସ୍ତରୀୟ ହସ୍ତତନ୍ତ ମେଳାର ଆୟୋଜନ କରାଯାଉଅଛି। ଏହି ‘ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳା’ ଜୁନ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ।

ଆଜି ସନ୍ଧ୍ୟାରେ ଏହି ମେଳାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ଉଦ୍‌ଘାଟନ କରିଛନ୍ତି। ଏହି ଉସିବରେ ସମ୍ମାନିତ ଅତିଥି ରୂପେ ବୟନିକାର ସଭାପତି ପ୍ରକାଶ ଚନ୍ଦ୍ର ମେହେର, ବୟନିକାର ପରିଚାଳନା ନିର୍ଦ୍ଦେଶକ ପ୍ରଣତି ଛୋଟରାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସରୋଜ କୁମାର ପଟେଲ, ବୟନଶିଳ୍ପ ଯୁଗ୍ମ ନିର୍ଦ୍ଦେଶକ ଦେବଜିତ ନନ୍ଦୀ, ସିଡାକ୍‌ର ସଦସ୍ୟ ସଚିବ ଶିଶିର କୁମାର ରଥ, ବୟନିକାର ପରିଚାଳନା ନିର୍ଦ୍ଦେଶକ ମିଲି ସାମନ୍ତରାୟ ଏବଂ ଅନ୍ୟାନ୍ୟ ପଦାଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।

ଏହି ମେଳାରେ ସମୁଦାୟ ୬୦ ଗୋଟି ପ୍ରାଥମିକ ସମବାୟ ସମିତି ଯୋଗଦାନ କରିଛନ୍ତି। ଏଥି ମଧ୍ୟରୁ ୪୦ ଗୋଟି ଓଡିଶାର ବିଭିନ୍ନ ହସ୍ତତନ୍ତ ସଂସ୍ଥା ଓ ସମିତିମାନଙ୍କ ପାଇଁ ଉଦ୍ଦିଷ୍ଟ। ଅବଶିଷ୍ଟ ୨୦ ଗୋଟି ସଂସ୍ଥା/ସମିତି ବିଭିନ୍ନ ରାଜ୍ୟରୁ ଯୋଗଦାନ କରିଛନ୍ତି। ଏହି ମେଳାରେ ଉତ୍ତରପ୍ରଦେଶ, ଜାମ୍ମୁକାଶ୍ମୀର, ରାଜସ୍ଥାନ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ବିହାର, କର୍ଣ୍ଣାଟକ, ହରିୟାନା ଏବଂ ଓଡିଶାର ବିଭିନ୍ନ ସଂସ୍ଥା/ସମିତି ଅଂଶଗ୍ରହଣ କରି ସେମାନଙ୍କର ବିଭିନ୍ନ ହସ୍ତତନ୍ତ ବସ୍ତ୍ର ଓ ପରିଧାନର ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି । ଏହି ପ୍ରଦର୍ଶନୀରେ ଓଡିଶାର ବାନ୍ଧବସ୍ତ୍ର ସହ ପଶ୍ଚିମବଙ୍ଗର ଜାମଦାନି ଓ ଟାଙ୍ଗାଇଲ୍‌, ଗୁଜୁରାଟର ପଟୋଲା, ଲକ୍ଷ୍ମୋðର ଚିକେନ କାରୀ, ଜାମ୍ମୁ କାଶ୍ମୀରର ପଶ୍ମିନା-ସାଲ, ଦିଲ୍ମୀ, ହରିୟାନାର ଫର୍ନିସିଙ୍ଗ୍‌ ବସ୍ତ୍ର ଓ କର୍ଣ୍ଣାଟକର ସିá ଶାଢି ଆଦି ହସ୍ତତନ୍ତ ବସ୍ତ୍ର ଗ୍ରାହକଙ୍କ ପାଇଁ ଉପଲବ୍ଧ ହେଉଛି।

ଏହି ମେଳା ପ୍ରତ୍ୟହ ଦିବା ୧୧.୦୦ ଘଟିକାଠାରୁ ରାତ୍ର ୯.୦୦ ଘଟିକା ପର୍ଯ୍ୟନ୍ତ ଚାଲିବ। ମେଳାରେ ଓଡିଶାର ପ୍ରତ୍ୟେକ ଷ୍ଟଲରେ ପ୍ରତ୍ୟେକ ବସ୍ତ୍ର ବିକ୍ରି ଉପରେ ସ୍ୱତନ୍ତ୍ର ରିହାତି ଦେବାର ବ୍ୟବସ୍ଥା କରାଯାଇଅଛି। ଏହି ମେଳାରେ ବହୁ ସଂଖ୍ୟାରେ ପଦାର୍ପଣ କରି ସରକାରୀ ରିହାତିର ସୁବିଧା ସହ ହସ୍ତତନ୍ତ ବସ୍ତ୍ର କ୍ରୟ କରି ବୁଣାକାରମାନଙ୍କୁ ଉସିାହିତ କରିବାକୁ ବିଭଗ ପକ୍ଷରୁ ଅନୁରୋଧ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଏକାମ୍ର ବଜାରରେ ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳା ଉଦ୍‌ଘାଟିତ

ଭୁବନେଶ୍ୱର: ଓଡିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିଃ (ବୟନିକା), ଓଡିଶା ହସ୍ତତନ୍ତ ଉଦ୍ୟୋଗର ସର୍ବପୁରାତନ ତଥା ଏକମାତ୍ର ଶୀର୍ଷ ବିପଣନ ସଂସ୍ଥା ଯାହାକି ଦୀର୍ଘ ୬୬ ବର୍ଷ ଧରି ଓଡିଶା ହସ୍ତତନ୍ତ କଳାର ପ୍ରଚାର, ପ୍ରସାର ତଥା ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିଆସୁଅଛି। ଓଡିଶାର ହଜାର ହଜାର ବୁଣାକାରଙ୍କ ଜୀବିକା ନିର୍ବାହର ମୁଖ୍ୟ ପାଥେୟ ସେମାନଙ୍କ ଦ୍ୱାରା ଉପିାଦିତ ହସ୍ତତନ୍ତ ବସ୍ତ୍ରର ଉତ୍ତମ ବିପଣନ। ଏହି ବିପଣନକୁ ତ୍ୱରାନ୍ୱିତ କରିବା ପାଇଁ ହସ୍ତତନ୍ତ ଉନ୍ନୟନ ଆୟୋଗ ବସ୍ତ୍ର ମନ୍ତ୍ରଣାଳୟ, ଭାରତ ସରକାର, ବିଭିନ୍ନ ରାଜ୍ୟର ଶୀର୍ଷର୍ ହସ୍ତତନ୍ତ ସମବାୟ ସଂସ୍ଥା ଜରିଆରେ ‘ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳା’ର ଆୟୋଜନ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଥାଆନ୍ତି। ଏହି ଯୋଜନାରେ ବୟନିକା ଦ୍ୱାରା ଏକାମ୍ର ହାଟ, ଭୁବନେଶ୍ୱରଠାରେ ଏକ ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳାର ଆୟୋଜନ କରାଯାଉଅଛି। ଏହି ‘ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳାନ୍ତ ଚଳିତ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ।

ଆଜି ସନ୍ଧ୍ୟାରେ ଏହି ମେଳାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଡ. ପାଢ଼ୀ କହିଲେ ଯେ ହସ୍ତତନ୍ତ ଆମ ସଂସ୍କୃତିର ପରିଚୟ। ହସ୍ତତନ୍ତ ପ୍ରତି ଲୋକମାନଙ୍କ ଆଦୃତି ବୃଦ୍ଧି ନିମନ୍ତେ ହସ୍ତତନ୍ତ ମେଳାର ଆୟୋଜନ କରାଯାଇଛି। ହସ୍ତତନ୍ତର ପ୍ରୋତ୍ସାହନ ସହ ବୁଣାକାରମାନଙ୍କୁ ସମ୍ମାନ ଜଣାଇବା ପାଇଁ ଆମେ ହସ୍ତତନ୍ତ ବସ୍ତ୍ର ପରିଧାନ କଲେ ସେମାନଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୋଇପାରିବ। ହସ୍ତତନ୍ତର ମାନ ବୃଦ୍ଧି ପାଇଁ ଓଡ଼ିଶାର ୯ଟି ହସ୍ତତନ୍ତ ବସ୍ତ୍ରକୁ ଜିଆଇଟ୍ୟାଗ୍‌ ମିଳିସାରିଛି। ରାଜ୍ୟ ସରକାର ବୁଣାକାରମାନଙ୍କ କଲ୍ୟାଣ ନିମନ୍ତେ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ବୟନିକା ପକ୍ଷରୁ ଆୟୋଜିତ ଏହି ରାଜ୍ୟସ୍ତରୀୟ ହସ୍ତତନ୍ତ ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ବୁଣାକାରମାନେ ସେମାନଙ୍କର ହସ୍ତତନ୍ତ ସାମଗ୍ରୀର ବିକି୍ରବଟା କରିବା ସହିତ ହସ୍ତତନ୍ତର ପ୍ରଚାରପ୍ରସାର ହୋଇପାରିବ ବୋଲି ଡ. ପାଢ଼ୀ ପ୍ରକାଶ କରିଥିଲେ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅବସରରେ ବୟନ ଶିଳ୍ପ ଓ ହସ୍ତତନ୍ତ ନିର୍ଦ୍ଦେଶକ ଶ୍ରୀ ଶୋଭନ କୃଷ୍ଣ ସାହୁ, ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ତଥା ପରିଚାଳନା ନିର୍ଦ୍ଦେଶକ, ବୟନିକା ଶ୍ରୀକାନ୍ତ ପୃଷ୍ଟି, ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର ଏବଂ ଅନ୍ୟାନ୍ୟ ପଦାଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।

ଏହି ମେଳାରେ ସମୁଦାୟ ୬୦ ଗୋଟି ପ୍ରାଥମିକ ସମବାୟ ସମିତି ଯୋଗଦାନ କରିଛନ୍ତି। ଏଥି ମଧ୍ୟରୁ ୪୦ ଗୋଟି ଓଡିଶାର ବିଭିନ୍ନ ହସ୍ତତନ୍ତ ସଂସ୍ଥା ଓ ସମିତିମାନଙ୍କ ପାଇଁ ଉଦ୍ଦିଷ୍ଟ। ଅନ୍ୟ ୨୦ ଗୋଟି ସଂସ୍ଥା/ସମିତି ବିଭିନ୍ନ ରାଜ୍ୟରୁ ଯୋଗଦାନ କରିଛନ୍ତି। ଏହି ମେଳାରେ ଉତ୍ତରପ୍ରଦେଶ, ଜାମ୍ମୁକାଶ୍ମୀର, ରାଜସ୍ଥାନ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ବିହାର, କର୍ଣ୍ଣାଟକ, ହରିୟାନା ଏବଂ ଓଡିଶାର ବିଭିନ୍ନ ସଂସ୍ଥା/ସମିତି ଅଂଶଗ୍ରହଣ କରି ସେମାନଙ୍କର ବିଭିନ୍ନ ହସ୍ତତନ୍ତ ବସ୍ତ୍ର ଓ ପରିଧାନର ପ୍ରଦର୍ଶନ ସହ ବିକ୍ରୟ କରୁଛନ୍ତି। ଏହି ପ୍ରଦର୍ଶନୀରେ ଓଡିଶାର ବାନ୍ଧବସ୍ତ୍ର ସହ ପଶ୍ଚିମବଙ୍ଗର ଜାମଦାନି ଓ ଟାଙ୍ଗାଇଲ୍‌, ଗୁଜୁରାଟର ପଟୋଲା, ଲକ୍ଷ୍ମୋðର ଚିକେନକାରୀ, ଜାମ୍ମୁକାଶ୍ମୀରର ପଶ୍ମିନା-ସାଲ, ଦିଲ୍ମୀ, ହରିୟାନାର ଫର୍ନିସିଙ୍ଗ୍‌ ବସ୍ତ୍ର, ପଞ୍ଜାବର କମ୍ବଳ ଓ କର୍ଣ୍ଣାଟକର ସିଲ୍‌କ ଶାଢି ଆଦି ହସ୍ତତନ୍ତ ବସ୍ତ୍ର ଗ୍ରାହକଙ୍କ ପାଇଁ ଉପଲବ୍ଧ ହେଉଛି।

ଏହି ମେଳା ପ୍ରତ୍ୟହ ଦିବା ୧୧.୦୦ ଘଟିକାଠାରୁ ରାତ୍ର ୯.୦୦ ଘଟିକା ପର୍ଯ୍ୟନ୍ତ ଚାଲିବ। ଏହି ମେଳାରେ ଓଡିଶାର ପ୍ରତ୍ୟେକ ଷ୍ଟଲରେ ପ୍ରତ୍ୟେକ ବସ୍ତ୍ର ବିକ୍ରି ଉପରେ ସ୍ୱତନ୍ତ୍ର ରିହାତି ଦେବାର ବ୍ୟବସ୍ଥା କରାଯାଇଅଛି। ଏହି ମେଳାରେ ବହୁ ସଂଖ୍ୟାରେ ପଦାର୍ପଣ କରି ସରକାରୀ ରିହାତିର ସୁବିଧା ସହ ହସ୍ତତନ୍ତ ବସ୍ତ୍ର କ୍ରୟ କରି ବୁଣାକାରମାନଙ୍କୁ ଉସିାହିତ କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଭୁବନେଶ୍ବରରେ ଚାଲିଥିବା ଜାତୀୟ ହସ୍ତତନ୍ତ ମେଳାର ସମୟ ବଢିଲା

ଭୁବନେଶ୍ବର: ବର୍ତ୍ତମାନ ଭୁବନେଶ୍ବରର ଇଡକୋ ପ୍ରଦର୍ଶନୀ ପଡିଆରେ ଚାଲିଥିବା ଜାତୀୟ ହସ୍ତତନ୍ତ ମେଳାର ସମୟ ବୃଦ୍ଧି କରାଯାଇଛି। ଏହି ମେଳା ଆଜି ଶେଷ ହେବାର ଥିଲା। ହେଲେ ବର୍ଷା ପାଇଁ ବ୍ୟବସାୟ ମାନ୍ଦା ପଡିଥିବାରୁ ଏହାର ସମୟ ବଢାଇ ଦିଆଯାଇଛି। ଫଳରେ ଏହି ମେଳା ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ଚାଲିବ।

ଏହି ମେଳାରେ 16 ଟି ରାଜ୍ୟରୁ ହସ୍ତତନ୍ତ ସାମଗ୍ରୀ ପ୍ରଦର୍ଶିତ ହେଉଛି। ରାଜ୍ୟ ସରକାରଙ୍କ ବୟନ ଓ ହସ୍ତତନ୍ତ ବିଭାଗ ଅଧିନରେ ଥିବା ବୟନିକା ତରଫରୁ ଏହାକୁ ଆୟୋଜନ କରାଯାଇଛି। ଏହି ମେଳାରେ ହସ୍ତତନ୍ତ ସହିତ ଫୁଡ ପାର୍କ ଏବଂ ପିଲାଙ୍କ ଖେଳିବା ପାଇଁ ବ୍ୟବସ୍ଥା କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜାତୀୟ ହସ୍ତତନ୍ତ ମେଳାରେ ସେପ୍ଟେମ୍ବର ୨୨ ତାରିଖ ସୁଦ୍ଧା ୧ କୋଟି ୫୦ ଲକ୍ଷରୁ ଊର୍ଦ୍ଧ ବ୍ୟବସାୟ

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ‘ବୟନିକା’ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ସେପେଫମ୍ବର ୧୨ ତାରିଖଠାରୁ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା ଆରମ୍ଭ ହୋଇଛି। ଏହି ମେଳାରେ ଓଡ଼ିଶା ସମେତ ୧୫ଟି ରାଜ୍ୟ ଅଂଶଗ୍ରହଣ କରିଛନ୍ତି। ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାରେ ୨୧୫ଟି ଷ୍ଟଲ ଖୋଲାଯାଇଛି । ଏଥି ମଧ୍ୟରୁ ୧୧୫ଟି ଷ୍ଟଲ ଓଡ଼ିଶାର ବିଭିନ୍ନ ସଂସ୍ଥା ଓ ସମିତିମାନଙ୍କ ପାଇଁ ଉଦ୍ଦିଷ୍ଟ। ଅବଶିଷ୍ଟ ୧୦୦ଟି ଷ୍ଟଲ ଅନ୍ୟ ୧୫ଟି ରାଜ୍ୟକୁ ଆବଣ୍ଟିତ କରାଯାଇଛି।

ଏହି ମେଳାରେ ଓଡ଼ିଶାର ବାନ୍ଧବସ୍ତ୍ର ସହ ପଶ୍ଚିମବଙ୍ଗର ଜାମଦାନି ଓ ଟାଙ୍ଗାଇଲ୍‌, ଗୁଜୁରାଟର ପଟୋଲା, ଲକ୍ଷ୍ନୌର ଚିକେନକାରୀ, ଜାମ୍ମୁ ଓ କାଶ୍ମୀରର ପଶମିନା ସାଲ୍‌, ତାମିଲନାଡ଼ୁର କାଂଜିବରମ୍‌ ପାଟଶାଢ଼ି, ଦିଲ୍ଲୀ ଓ ହରିୟାନାର ଫର୍ନିସିଙ୍ଗ ବସ୍ତ୍ର, ପଞ୍ଜାବର କମ୍ବଳ ଓ କର୍ଣ୍ଣାଟକର ସିଲକ୍‌ ଶାଢ଼ି ଆଦି ହସ୍ତତନ୍ତ ବସ୍ତ୍ର ଗ୍ରାହକମାନଙ୍କ ନିମନ୍ତେ ଉପଲବ୍ଧ ହେଉଛି। କୋଭିଡ୍‌୩ ଲକ୍‌ଡାଉନ୍‌ ପାଳନ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।

ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ସେପେଫମ୍ବର ୨୩ ତାରିଖ ଦିନ ଯୁବ ଉଦୀୟମାନ କଣ୍ଠଶିଳ୍ପୀମାନଙ୍କର ସଂଗୀତ କାର୍ଯ୍ୟକ୍ରମ, ସେପେଫମ୍ବର ୨୫ ତାରିଖ ଦିନ ମୁମ୍ବାଇ ନାଇଟ୍‌, ସେପେଫମ୍ବର ୨୮ ତାରିଖ ଦିନ ରାଜ୍ୟର ପ୍ରଥିତଯଶା କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ସଂଗୀତ କାର୍ଯ୍ୟକ୍ରମ, ସେପେଫମ୍ବର ୩୦ ତାରିଖ ଦିନ ସଂଗୀତ କାର୍ଯ୍ୟକ୍ରମ, ଅକେଫାବର ୧ ଠାରୁ ୬ ତାରିଖ ପର୍ଯ୍ୟନ୍ତ ଦାଣ୍ଡିଆ ନୃତ୍ୟ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି।

ଛୋଟ ପିଲାମାନଙ୍କର ମନୋରଞ୍ଜନ ପାଇଁ ଦୋଳି, ଚକି୍ର, ମିକିମାଉସ୍‌ ଇତ୍ୟାଦିର ବ୍ୟବସ୍ଥା କରାଯାଇଛି। ସମସ୍ତ ଷ୍ଟଲଗୁଡ଼ିକରେ ବିଭିନ୍ନ ପ୍ରକାରର ବସ୍ତ୍ର ଉପରେ ଆକର୍ଷଣୀୟ ରିହାତିର ବ୍ୟବସ୍ଥା ରହିଛି । ବର୍ଷା ସତ୍ତେ୍ୱ ମେଳାରେ ସେପେଫମ୍ବର ୨୨ ତାରିଖ ସୁଦ୍ଧା ୧ କୋଟି ୫୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ବ୍ୟବସାୟ ହୋଇଛି।
ଏହି ଜାତୀୟ ସ୍ତରୀୟ ମେଳା ପ୍ରତ୍ୟହ ଦିନ ୧୧ଟା ୩୦ରୁ ରାତି ୯ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଖୋଲା ରହୁଛି। ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା ଅକେଫାବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ।