Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶାର ୧୬୯ ଅନୁସୂଚିତ ଜନଜାତିଙ୍କୁ ଏସ୍‍ଟି ତାଲିକାରେ ଅନ୍ତର୍ଭୁକ୍ତ ପାଇଁ ବିଜେଡିର ଦାବୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ସରକାର ସର୍ବଦା ଆଦିବାସୀଙ୍କ ବିକାଶ ଓ କଲ୍ୟାଣ ପାଇଁ କାର୍ଯ୍ୟ କରୁଛନ୍ତି । କିନ୍ତୁ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାର ସର୍ବଦା ଓଡିଶାର ଆଦିବାସୀ ସମ୍ପ୍ରଦାୟକୁ ଅବହେଳା କରି ଆସୁଛନ୍ତି । ସେମାନଙ୍କର ଆଭିମୁଖ୍ୟ ଆଦିବାସୀ ବିରୋଧି, ଗରିବ ବିରୋଧି ଓ ଓଡିଶା ବିରୋଧି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝି ।

ଶ୍ରୀ ମାଝି କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧୧୭ଟି ବ୍ଲକ, ୨୦୨୨ ଗ୍ରାମପଞ୍ଚାୟତ, ୧୮୬୮୭ ଗାଁ ଏବଂ ୧୪.୦୫ ଲକ୍ଷ ଅନୁସୂଚିତ ଜନଜାତି ପରିବାରକୁ ଅନ୍ତର୍ଭୁକ୍ତ କରି ଓଡିଶାର ନଅଟି ଆଦିବାସୀ ବହୁଳ ଜିଲ୍ଲାରେ ୫ ଲକ୍ଷ ଆଦିବାସୀ ବାଳିକାଙ୍କ ପାଇଁ ହଷ୍ଟେଲ, ସ୍ୱତନ୍ତ୍ର ବିକାଶ ପରିଷଦ (ଏସ୍‍ଡିସିଏସ୍‍) ଯୋଗାଇ ଦେଇଛନ୍ତି । କିନ୍ତୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଦିବାସୀଙ୍କୁ ସବୁବେଳେ ଅବହେଳା କରିଆସୁଛି । ୧୬୯ଟି ଅନୁସୂଚିତ ଜନଜାତି ସମ୍ପ୍ରଦାୟକୁ ଓଡିଶାର ଏସ୍‌ଟି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଓଡିଶା ସରକାର ପ୍ରାୟ ୧୬୯ଟି ପ୍ରସ୍ତାବ ଦେଇସାରିଥିବାରୁ ସେ ଏଭଳି ମତ ରଖୁଥିବା ଶ୍ରୀ ମାଝି କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏବଂ ଓଡିଶା ସରକାରଙ୍କ ବାରମ୍ବାର ଚିଠି ସତ୍ତ୍ୱେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ସେମାନଙ୍କୁ ଏସ୍‌ଟି ତାଲିକାରେ ଅନ୍ତର୍ଭୁକ୍ତ କରୁନାହାଁନ୍ତି ଏବଂ ଏବେ ବି ଏହା ବିଚାରାଧୀନ ଅଛି । ୧୬ ସେପ୍ଟେମ୍ବର ୨୦୨୨ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ପଡି ରହିଥିବା ପ୍ରସ୍ତାବ ଉପରେ ବିଚାର ଲାଗି ଅନୁରୋଧ କରିଥିଲେ ।

ପ୍ରସ୍ତାବରେ ଥିବା ସମ୍ପ୍ରଦାୟ ଗୁଡିକ ଯେପରିକି ପାଉରି ଭୂୟାଁ/ପାଉଡି ଭୂୟାଁ (ପିଟିଜି), ଚୁକ୍‍ଟିଆ ଭୁଞ୍ଜିଆ (ପିଟିଜି), ଦୁରୁଆ, ଧୁରୁଆ, ଧୁରଭ, ଉରାମ, ଧାଙ୍ଗରା, ଓରାମ /ଉରାଓଁ, ଓରାଓଁ ମୁଦି (ମୁଦି), କନ୍ଧ କୁମ୍ଭାର / ମୁକ ଦୋରା / ମୁକା ଦୋରା / ନୁକା ଦୋରା/ନୁକ ଦୋରା ଆଦି ଓଡିଶାର ଏସ୍‍ଟି ତାଲିକାରେ ଅନ୍ତର୍ଭୁକ୍ତ ହେବା ପାଇଁ ଅନୁମୋଦନକୁ ଅପେକ୍ଷା କରିଛି କିନ୍ତୁ କେନ୍ଦ୍ର ସେମାନଙ୍କ ଅନ୍ତର୍ଭୂକ୍ତିକୁ ବିଳମ୍ବ କରୁଛି ।

୨୦ ଏପ୍ରିଲ, ୨୦୨୨ରେ ଓଡିଶାରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶକଙ୍କ ନେତୃତ୍ୱରେ ବସିଥିବା ବୈଠକରେ ଓଡିଶା ସରକାର ପୁନର୍ବାର ଓଡିଶାର ଏସ୍‌ଟି ତାଲିକାରେ ଅନ୍ତର୍ଭୁକ୍ତ ହେବା ପାଇଁ ୧୬୯ଟି ବିଚାରାଧୀନ ସମ୍ପ୍ରଦାୟର ପ୍ରସ୍ତାବ ରଖିଥିଲେ । କିନ୍ତୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ଏ କ୍ଷେତ୍ରରେ ବିଳମ୍ବ କରୁଛି । ୨୦୧୪ରେ ଏହି ସମ୍ପ୍ରଦାୟ ଉପରେ ଚାରୋଟି ଭଲ୍ୟୁମ ଟାସ୍କଫୋର୍ସକୁ ଦାଖଲ କରାଯାଇଛି ଏବଂ କେନ୍ଦ୍ରକୁ ପଠାଯାଇଛି।

ଯେଉଁଥିରେ କନ୍ଧକୁମ୍ଭାର, ଝୋଡିଅ । / ଯୋଡିଅ । / ଜଡିଅ । ଏବଂ ଝାଡିଆ, ଚୁକ୍ତିଆଭୁଞ୍ଜିଆ, ସା-ଆ-ରା, ମାଙ୍କଡିଅ ।, ପୋରଜା ଏବଂ ବରେଙ୍ଗଝୋଡିଆପରଜା / ବୁଣ୍ଡାପରୋଜା, ଡୁରୁଆ ଏବଂ ପାହାରିଆ ସମ୍ପ୍ରଦାୟଗୁଡିକ ମଧ୍ୟ ବିଚାର ପାଇଁ ପଠାଯାଇଛି ।
ଆହୁରି ମଧ୍ୟ, ୧୦ ଅକ୍ଟୋବର, ୨୦୨୨ରେ, ୨୦ଟି ସମ୍ପ୍ରଦାୟ ଯଥା ତୋମୋଡିଆଭୁମିଜ୍‌, ତାମାଡିଆଭୁମିଜ୍‌, ତମୁଣ୍ଡିଆଭୁମିଜ୍‌, ତାମୁଲିଆଭୁମିଜ୍‌, ତମୁଦିଡିଆଭୁମିଜ୍‌, ତାନଲାଗାଉଡା, ଡୋରା, ଅନତି ଡୋରା / ଏନାଟି ଡୋରା, ସାରା, କୁଇ (କନ୍ଧ), କାଉର, ରାଜୁଆଲ୍ / ରାଜୁଆଡ, କୋଣ୍ଡା ରେଡ୍ଡି / କୋଣ୍ଡା ରେଡି / ପୁଟିୟା /ପୁଟିଆ/ ଦୁଲିଆ / ଧୁଲିଆ / ପୁଟିଆ ପାଇକ / ଧୂଳିଆ ପାଇକ / ଦୁଲିଆ ପାଇକ, କାଲାଙ୍ଗା, ତାମାଦିଆ, ତମୁଦିଆ, ଭଗତ, ଭୁକତା, ଭୋଗୋତାନାକାସିଆ, ଭଞ୍ଜାପୁରଣ ପ୍ରସ୍ତାବକୁ ସମସ୍ତ ଯଥାର୍ଥତା, ସୂଚନା ଏବଂ ସୁପାରିଶ ସହିତ ଏସ୍‌ଟି ତାଲିକାରେ ଅର୍ନ୍ତଭୁକ୍ତ ପାଇଁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟକୁ ପଠାଯାଇଛି । କିନ୍ତୁ କେନ୍ଦ୍ର ଏହା ଉପରେ ନିରବ ।

ଏହି ସମ୍ପ୍ରଦାୟଗୁଡିକୁ ଏସ୍‍ଟି ତାଲିକାରେ ଅର୍ନ୍ତଭୁକ୍ତ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲଢେଇ ସତ୍ତ୍ୱେ ଆଦିବାସୀ ବିରୋଧୀ ଆଭିମୁଖ୍ୟ ସହିତ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସମସ୍ତ ଉଦ୍ୟମକୁ ବାଧା ଦେଉଛି । ବିଜୁ ଜନତା ଦଳ ତରଫରୁ ଆମେ ଦାବି କରୁଛୁ ଯେ ଏସ୍‌ଟି ତାଲିକାରେ ଅନ୍ତର୍ଭୁକ୍ତ ହେବା ପାଇଁ ଏହି ୧୬୯ଟି ପ୍ରସ୍ତାବକୁ ତୁରନ୍ତ ଅନୁମୋଦନ କରାଯାଉ ଏବଂ ଓଡିଶାର ଏସ୍‌ଟି ତାଲିକାରେ ଅନ୍ତର୍ଭୁକ୍ତ କରାଯାଉ ।

ଏହି ୧୬୯ ସମ୍ପ୍ରଦାୟ ବିଜେପି ଏବଂ ଏହାର ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କ ଆଦିବାସୀ ବିରୋଧୀ ଆଭିମୁଖ୍ୟ ଉପରେ ନଜର ରଖିଛନ୍ତି ଏବଂ ସେମାନଙ୍କର ଦୋମୁହାଁ ନୀତିକୁ ଦେଖୁଛନ୍ତି ଯେଉଁଥିପାଇଁ ସେମାନଙ୍କୁ ସର୍ବଦା ଓଡିଶାରେ ପ୍ରତ୍ୟାଖ୍ୟାନ କରୁଛନ୍ତି । ଏଭଳି ଦୋମୁହାଁ ନୀତି ନିକଟରେ ଅନୁଷ୍ଠିତ ଜିଲ୍ଲା ପରିଷଦ ନିର୍ବାଚନରେ ସମସ୍ତ ୩୦ଟି ଜିଲ୍ଲାରେ ବିଜେପିକୁ ପରାସ୍ତ କରି ବିଜେଡିକୁ ବିଜୟୀ କରାଇଲା।

ଏହା କେବଳ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ବିଜେଡି ସରକାର ଯିଏ ସର୍ବଦା ଆଦିବାସୀଙ୍କ ଅଧିକାର ପାଇଁ ଲଢୁଥିବାବେଳେ ବିଜେପି କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି ଏବଂ ଏସ୍‌ଟି ତାଲିକାରେ ଅନ୍ତର୍ଭୁକ୍ତ ହେବାକୁ ଅପେକ୍ଷା କରିଥିବା ଆଦିବାସୀ ତଥା ସେହି ସମ୍ପ୍ରଦାୟ ପାଇଁ ସେମାନଙ୍କର କୌଣସି ଆନ୍ତରିକତା ନାହିଁ ।

ଆମେ ବିଜେଡି ପକ୍ଷରୁ ଦାବି କରୁଛୁ ଯେ ଏହି ୧୬୯ ସମ୍ପ୍ରଦାୟକୁ ଏସ୍‌ଟି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ତରଫରୁ ତୁରନ୍ତ ପଦକ୍ଷେପ ନିଆଯାଉ ନଚେତ ବିଜେଡି ଏବଂ ଓଡିଶାର ଆଦିବାସୀ ସମ୍ପ୍ରଦାୟ ରାସ୍ତାରେ ଆସି ଅବହେଳା ବିରୋଧରେ ସ୍ୱର ଉତ୍ତୋଳନ କରିବେ । କେନ୍ଦ୍ରର ଏଭଳି ଆଭିମୁଖ୍ୟ ଓଡିଶାର ଆଦିବାସୀ ତଥା ଓଡିଶାରେ ଏସ୍‌ଟି ତାଲିକାରେ ଅନ୍ତର୍ଭୂକ୍ତିକୁ ଅପେକ୍ଷା କରିଥିବା ୧୬୯ ସମ୍ପ୍ରଦାୟ ପ୍ରତି ଅସମ୍ମାନ ଏବଂ ନିରନ୍ତର ଅବହେଳା ବୋଲି ଶ୍ରୀ ମାଝି କହିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡିରେ ସାମିଲ ହେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଦଳର କେତେ ହେବ ଲାଭ !

ନବରଂଗପୁର: ଶେଷରେ ବିଜେଡିରେ ସାମିଲ ହେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ନବରଂଗପୁରରେ ଏକ ମିଶ୍ରଣ ପର୍ବରେ ସେ ଏବଂ ତାଙ୍କର ଶତାଧିକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ତାଙ୍କୁ ଦଳର ସାଂଗଠନିକ ସଂପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ଦଳୀୟ ଉତ୍ତରୀୟ ପିନ୍ଧାଇ ପ୍ରଦୀପ ଦଳରେ ସାମିଲ ହେଲେ ବୋଲି ଘୋଷଣା କରିଥିଲେ। ଏହି ଉତ୍ସବରେ ତାଙ୍କର ପ୍ରତିଦ୍ବନ୍ଦୀ ତଥା ସାଂସଦ ରମେଶ ମାଝୀ ମଧ୍ୟ ଉପସ୍ଥିତ ଥିଲେ।

ପ୍ରଦୀପ ଓ ତାଙ୍କ ସମର୍ଥକମାନେ ନବରଙ୍ଗପୁର ସହର ଚାଉଁରିଆଗୁଡା ଛକଠାରୁ ଏକ ବିଶାଳ ରାଲିରେ ନବରଙ୍ଗପୁର ସହର ପରିକ୍ରମା କରି ମାଝୀଗୁଡାଠାରେ ପହଞ୍ଚିଥିଲେ ।ଏହା ପୂର୍ବରୁ ପ୍ରଦୀପ ନବରଂଗପୁରରେ ଏକ ବିଶାଳ ସମାବେଶ କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ସେତେବେଳେ ସେହି ସଭାରେ ସେ ବିଜେଡିରେ ଯୋଗଦେବେ ବୋଲି ଘୋଷଣା ମଧ୍ୟ କରିଥିଲେ।

ନିକଟରେ ପ୍ରଦୀପ କଂଗ୍ରେସ ଉପରେ ଅସନ୍ତୁଷ୍ଠ ହୋଇ ଇସ୍ତଫା ପ୍ରଦାନ କରିଥିଲେ। ସେ ସୋନିଆ ଗାନ୍ଧୀଙ୍କୁ ତାଙ୍କର ଇସ୍ତଫା ପତ୍ର ପଠାଇଥିଲେ। ସେଥିରେ ସେ ଅଭିମାନ ଭରା କଣ୍ଠେ କଂଗ୍ରେସ ଛାଡୁଛି ବୋଲି କହିଥିଲେ। ମୁଖ୍ୟତଃ କଂଗ୍ରେସରେ ବର୍ତ୍ତମାନ ସେବା କରିବାର ସୁଯୋଗ ନାହିଁ ବୋଲି ସେ ଚିଠିରେ ଉଲ୍ଲେଖ କରିଥିଲେ। ସେ ଇସ୍ତଫା ଦେବା ପରେ ବିଜେଡିରେ ସାମିଲ ହେବେ ବୋଲି କଳ୍ପନ ଜଳ୍ପନା ପ୍ରକାଶ ପାଇଥିଲା।

ପ୍ରଦୀପ ବିଜେଡିରେ ସାମିଲ ହେବା ପରେ ଆସନ୍ତା ବର୍ଷ ତାଙ୍କୁ ରାଜ୍ୟସଭା ପଠାଯିବ ବୋଲି ଦଳ ତରଫରୁ କୁଆଡେ ପ୍ରତିଶୃତି ଦିଆଯାଇଛି। କାରଣ ଆସନ୍ତା ବର୍ଷ ତିନୋଟି ରାଜ୍ୟସଭା ସଦସ୍ୟ ପଦବୀ ଖାଲିପଡୁଛି। ପ୍ରଦୀପଙ୍କର ସାଂସଦରେ ବେଶ ଭଲ ଅଭିଜ୍ଞତା ଥିବାରୁ ତାଙ୍କୁ ରାଜ୍ୟସଭା ପଠାଯିବ ବୋଲି ଦଳ ନିଷ୍ପତି କରିଛି ବୋଲି ଜଣାପଡିଛି।

ପ୍ରଦୀପ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବେ ବୋଲି ପ୍ରଚାର ହେବା ପରେ ନବରଂଗପୁର ବିଜେଡିରେ ଚାପା ଅସନ୍ତୋଷ ସୃଷ୍ଟି ହୋଇଥିଲେ। ଏପରିକି ସାଂସଦ ରମେଶ ମାଝୀ ମଧ୍ୟ ଏହାକୁ ନେଇ କୁଆଡେ ଦଳର ମଙ୍ଗୁଆଳମାନଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ସେସବୁକୁ ପ୍ରଣବ ପ୍ରକାଶ ପରିଚାଳନା କରିବାରେ ସଫଳ ହୋଇଛନ୍ତି। ଯାହା ଫଳରେ ଅସନ୍ତୋଷ ବିଜେଡି ନେତାମାନେ ଏହି ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ।

ତେବେ ପ୍ରଶ୍ନ ଉଠୁଛି ଯେ, ପ୍ରଦୀପ ମାଝିଙ୍କ ବିଜେଡି ସାମିଲ ହେବା ପରେ ଦଳ କେତେ ଦୂର ଲାଭବାନ ହୋଇପାରିବ। କାରଣ ଏମିତିରେ ନବରଂଗପୁରରେ ବିଜେଡିର ସୁଦୃଢ ସଂଗଠନ ରହିଛି। 2014 ମସିହାରୁ ପ୍ରଦୀପ ଆଉ ପାୱାରରେ ନାହାଁନ୍ତି। କେବଳ ସଂଗଠନକୁ ବଞ୍ଚାଇ ରଖିବା ଛଡା ଆଉ କିଛି କରିପାରି ନାହାଁନ୍ତି। ତେବେ ତାଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ହେବ ସେଠାକାର ପୁରୁଣା ବିଜେଡି କର୍ମିଙ୍କୁ ସାଥୀରେ ନେଇ କାମ କରିବା।

ବିଜେଡିର କେତେ ଲାଭ ହେବ ତାହା ଆଗକୁ ଜଣାପଡିବ, ହେଲେ କଂଗ୍ରେସର ନିଶ୍ଚିତ କ୍ଷତି ହେବ ଏଥିରେ ସନ୍ଦେହ ନାହିଁ। କାରଣ ଦକ୍ଷିଣ ଓଡିଶାରେ ଧିରେଧିରେ କଂଗ୍ରେସ ଗଡ ଭୁସୁଡିବାରେ ଲାଗିଛି। ଜଣଙ୍କ ପରେ ଜଣେ କଂଗ୍ରେସ ନେତା ବିଜେଡିରେ ସାମିଲ ହେବାରେ ଲାଗିଛନ୍ତି। ଫଳରେ ଆଗାମୀ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ପାଇଁ ଏହା ବଡ ମହଙ୍ଗା ପଡିବ।

Categories
ବିଶେଷ ଖବର ରାଜ୍ୟ ଖବର

ପ୍ରଦୀପ ମାଝୀଙ୍କ ଇସ୍ତଫା ପରେ ଏକ ବିସ୍ପୋରକ କଥା କହିଲେ ବିଧାୟକ ସୁର ରାଉତରାୟ

ଭୁବନେଶ୍ବର: ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେବା ପରେ ନିଜର ପ୍ରତିକ୍ରୀୟା ରଖିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ। ସେ ଯେଉଁ କଥା କହିଛନ୍ତି ତାହା ରାଜ୍ୟ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି। ତାଙ୍କୁ ଯେତେବେଳେ ପଚରାଗଲା ଯେ, ପ୍ରଦୀପ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ମିଶିବେ। ତାହାର ଉତ୍ତରରେ ସେ ଏକ ବିସ୍ପୋରକ ତଥ୍ୟ କହିଛନ୍ତି।

ସେ କହିଛନ୍ତି ଯେ ନବୀନବାବୁ ମୋତେ ମଧ୍ୟ ବିଜେଡିରେ ମିଶିବା ପାଇଁ ଅଫର ଦେଇଥିଲେ। ସେ ନବୀନ ନିବାସକୁ ଡାକି ବିଜେଡିରେ ମିଶିବା ପାଇଁ କହିଥିଲେ। ଏଥିରେ ତାଙ୍କୁ ଭୁବନେଶ୍ବର କିମ୍ବା ଜଟଣୀ, ଯେଉଁଠାରୁ ଚାହିଁବେ ଛିଡା ହୋଇପାରିବେ ବୋଲି ଅଫର ଦେଇଥିଲେ। ହେଲେ ସେତେବେଳେ ମୁଁ ନବୀନବାବୁଙ୍କୁ ମନା କରିଥିଲି। ତାଙ୍କୁ କହିଥିଲି ମୁଁ ମରିବା ପର୍ଯ୍ୟନ୍ତ କଂଗ୍ରେସରେ ରହିବି। ଏହାପରେ ନବୀନବାବୁ ମୋତେ ଥ୍ୟାଙ୍କ୍ ୟୁ କହିଥିଲେ।

ସୁର ରାଉତରାୟଙ୍କର ଏପରି ବୟାନରେ କେତେ ସତ କେତେ ମିଛ ଅଛି ତାହା ଜଣାପଡି ନାହିଁ। ହେଲେ ଏପରି ବୟାନକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। ବିଶେଷ କରି ଜଟଣୀ ଓ ଖୋର୍ଦ୍ଧା ବିଜେଡିରେ ଏହାକୁ ନେଇ ବେଶ ଆଲୋଚନା ଚାଲିଛି। କାରଣ ରାଜ୍ୟର ବିଭିନ୍ନ ଦଳର ନେତାମାନେ ବର୍ତ୍ତମାନ ବିଜେଡିରେ ଯୋଗ ଦେବାରେ ଲାଗିଛନ୍ତି। ଏପରି କ୍ଷେତ୍ରରେ କାଳେ ସୁର ରାଉତରାୟ ବିଜେଡି ଆସିଯିବେ ସେ ନେଇ ସନ୍ଦେହ ସୃଷ୍ଟି କରିଛନ୍ତି ସ୍ଥାନୀୟ ନେତା।

ତେବେ ପ୍ରଦୀପ ମାଝୀଙ୍କ ଇସ୍ତଫା ନେଇ ତୀବ୍ର ବିରୋଧ କରିଛନ୍ତି ସୁର ରାଉତରାୟ। ସେ କହିଛନ୍ତି ଯେ ପ୍ରଦୀପ କଂଗ୍ରେସ ଦଳକୁ ଧୋକା ଦେଇଛନ୍ତି। କାରଣ କଂଗ୍ରେସ ତାଙ୍କୁ ରାଜ୍ୟରେ ପରିଚିତ କରାଇଥିଲା। ସେ ଏମପି ହୋଇଥିଲେ, ସେ ଦଳର ଉଚ୍ଚ ପଦବୀରେ କାର୍ଯ୍ୟ କରୁଥିଲେ। ଦଳ ଏପରି ଦାନ କରିବା ସତ୍ବେ ସେ ଦଳ ଛାଡିବା ଧୋକାବାଜ ବୋଲି ସୁର ରାଉତରାୟ କହିଛନ୍ତି।

ଏଥିସହିତ ସେ ଆହୁରି କହିଛନ୍ତି ଯେ, ପ୍ରଦୀପଙ୍କର ପାୱାର ଏବଂ ପଇସା ଦରକାର। ସେଥିପାଇଁ ସେ ଦଳ ଛାଡିଛନ୍ତି। ସେ ଦଳ ଛାଡିବେ ବୋଲି ମୁଁ ଆଠମାସ ଆଗରୁ ଜାଣିଥିଲି। ସେଥିପାଇଁ ସେତେବେଳେ ତାଙ୍କୁ କହିଥିଲି ଯଦି ଯିବା କଥା ଯାଅ। ସେଥିରେ କିଛି ଫରକ ପଡିବ ନାହିଁ। ବର୍ତ୍ତମାନ ତାଙ୍କର ଇସ୍ତଫା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସୁର ରାଉତରାୟ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେବା ପରେ କଣ କହିଲେ ତାରା ବାହିନୀପତି, ଜାଣନ୍ତୁ

ଭୁବନେଶ୍ବର: କଂଗ୍ରେସର ବରିଷ୍ଠ ନେତା ତଥା ନବରଂଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଆଜି ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି। ତେବେ ସେ ଇସ୍ତଫା ଦେବା ପରେ କଂଗ୍ରେସ ବିଧାୟକ ତାରା ବାହିନୀପତି ତାଙ୍କର ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି ଯେ, ପ୍ରଦୀପ ମାଝୀ କଂଗ୍ରେସରେ ନ ଥିଲେ। ସେ ଦଳ ଛାଡିବେ ବୋଲି ସମସ୍ତେ ଜାଣିଥିଲେ। ସେଥିପାଇଁ ତାଙ୍କୁ ଦଳରୁ ବହିସ୍କାର କରାଯିବାର ଥିଲା। ତାହା ସେ ଜାଣିପାରି ତାଙ୍କ ଆଡୁ ଇସ୍ତଫା ଦେଇଛନ୍ତି। ତେବେ ତାଙ୍କର ଇସ୍ତଫାରେ ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ତାଙ୍କୁ ଦଳ ଭଲ କ୍ଷମତା ଦେଇଥିଲା, ହେଲେ ତାହା ଦଳ ପାଇଁ କୌଣସି କାର୍ଯ୍ୟରେ ଆସିଲା ନାହିଁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସରିଲା ନିଷ୍ପତି : ବିଜେଡିରେ ଯୋଗଦେବେ କଂଗ୍ରେସ ନେତା ପ୍ରଦୀପ ମାଝୀ, ଦିଆଗଲା ଭଲ ଅଫର

ଭୁବନେଶ୍ବର : ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝି ବିଜେଡିରେ ଯୋଗଦେବେ। ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ଉଭୟ ବିଜେଡି ଏବଂ ପ୍ରଦୀପ ରାଜି ହୋଇଛନ୍ତି। ଯାହା ଜଣାପଡୁଛି ଆସନ୍ତା 24 ତାରିଖରେ ସେ ବିଜେଡିରେ ଯୋଗ ଦେବେ।

ତେବେ ସେ ଭୁବନେଶ୍ବରରେ ଯୋଗ ନ ଦେଇ ନବରଙ୍ଗପୁରରେ ମହାସମାରୋହରେ ଯୋଗ ଦେବେ ବୋଲି ଜଣାପଡିଛି। ତେବେ ମୁଖ୍ୟମନ୍ତ୍ରୀ ଅରାଜି ହେଲେ ଭୁବନେଶ୍ବରରେ ଏହି ମିଶ୍ରଣ ପର୍ବ କରାଯିବ ବୋଲି ନିଷ୍ପତି ହୋଇଛି। ପ୍ରଦୀପଙ୍କ ସହିତ ଚିତ୍ରକୋଣ୍ଡାର ପୂର୍ବତନ ବିଧାୟିକା ମମତା ମାଢୀ ମଧ୍ୟ ବିଜେଡିରେ ଯୋଗଦେବାର ସମ୍ଭାବନା ରହିଛି।

ପ୍ରଦୀପ ମାଝି ବିଜେଡିରେ ଯୋଗ ଦେବା ପରେ ତାଙ୍କୁ ରାଜ୍ୟସଭା ପଠାଯିବ ବୋଲି ନିଷ୍ପତି ହୋଇଛି। ଏହି ନିର୍ଭର ପ୍ରତିଶୃତି ବିଜେଡି ତରଫରୁ ପ୍ରଦାନ କରାଯାଇଛି। କାରଣ ଆସନ୍ତା ବର୍ଷ ତିନୋଟି ରାଜ୍ୟସଭା ଆସନ ଖାଲି ହେଉଛି। ସେଗୁଡିକ ହେଲା ପ୍ରସନ୍ନ ଆଚାର୍ଯ୍ୟ, ସସ୍ମିତ ପାତ୍ର ଏବଂ ଏନ ଭାସ୍କର ରାଓ। ଏହି ତିନୋଟିରୁ ଗୋଟିଏ ପ୍ରଦୀପ ନେବେ।

ତେବେ ପ୍ରଦୀପ ମାଝି ବହୁ ପୂର୍ବରୁ ବିଜେଡିରେ ସାମିଲ ହେବାର ଥିଲା। ହେଲେ ନବରଂଗପୁର ବିଜେଡି ତରଫରୁ ଏହାକୁ ବିରୋଧ କରାଯିବାରୁ ତାହା ସ୍ଥଗିତ ଥିଲା। ବିଶେଷ କରି ନବରଂଗପୁର ସାଂସଦ ରମେଶ ମାଝି ଏହାକୁ ନେଇ କୁଆଡେ ଅସନ୍ତୁଷ୍ଠ ଥିଲେ। ପରେ ତାଙ୍କୁ ଏବଂ ଜିଲ୍ଲା ନେତାଙ୍କୁ ଦଳ ତରଫରୁ ବୁଝାବୁଝି କରିବା ପରେ ଏହି ମିଶ୍ରଣ ଚୁଡାନ୍ତ ହୋଇଛି।

ନିକଟରେ କଂଗ୍ରେସର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝି ବିଜେଡିରେ ଯୋଗ ଦେଇଛନ୍ତି। ସେ ଗତ ନିର୍ବାଚନରେ କୋଟପାଡରୁ ମନ୍ତ୍ରୀ ପଦ୍ମନୀ ଦିଆନଙ୍କଠାରୁ ହାରିଥିଲେ। ବର୍ତ୍ତମାନ ପ୍ରଦୀପ ମାଝି ଯୋଗଦେବା ପରେ ନବରଂଗପୁର ଜିଲ୍ଲାରେ କଂଗ୍ରେସ ଦୁର୍ଗ ଭୁଷୁଡି ପଡିଛି। ଅନ୍ୟପକ୍ଷରେ ବିଜେଡିର ଦୁର୍ଗ ଦୃଢରୁ ସୁଦୃଢ ହୋଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ବାତ୍ୟା କ୍ଷତିଗସ୍ତ ଲୋକଙ୍କ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରନ୍ତୁ, ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ତଥା ପିସିସି ‘ୟାସ’ ଟାସ୍କ ଫୋର୍ସ କମିଟି ଅଧ୍ୟକ୍ଷ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଭଦ୍ରକ, ବାଲେଶ୍ୱର ଜିଲ୍ଲାର ୟାସ କ୍ଷତିଗ୍ରସ୍ତ ଅଂଚଳ ଗସ୍ତକରି ଏହି ଉପଲକ୍ଷେ ରାଜ୍ୟ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା ।

ଏଥିରେ ସେମାନେ ଅଭିଯୋଗ କରିଛନ୍ତି ଯେ, ୟାସ ବାତ୍ୟାର ପୂର୍ବାନୁମାନ ପ୍ରାୟ ମେ ମାସ ୨୦ ତାରିଖ ରୁ ଜଣା ପଡ଼ିଥିଲା। ହେଲ ରାଜ୍ୟ ସରକାରଙ୍କ ଖାମଖିଆଲି ମନୋଭାବ ଓ ପ୍ରାକ୍ ପ୍ରସ୍ତୁତିରେ ବ୍ୟାପକ ଅବହେଳା ଯୋଗୁଁ ଲକ୍ଷ ଲକ୍ଷ ଲୋକ ଆଜି ଗୁରୁତର ସମସ୍ୟାର ସମ୍ମୁଖିନ ହୋଇଛନ୍ତି । ଉଭୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ମହାଶୟ ଆକାଶମାର୍ଗରୁ ୟାସ କ୍ଷତିଗ୍ରସ୍ତ ଜିଲ୍ଲା ପରିଦର୍ଶନ କରିଥିଲେ ବି କ୍ଷତିଗ୍ରସ୍ତ ଲୋକଙ୍କ ନିକଟରେ ସରକାର ପଂହଚି ନ ପାରିବା ଅତ୍ୟନ୍ତ ଦୁଃଖଦାୟକ ଘଟଣା ବୋଲି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି ।

ସରକାରୀ କର୍ମଚାରୀମାନେ ଶାସକ ଦଳର କର୍ମୀ ଓ ଜନପ୍ରତିନିଧିଙ୍କ ହାତବାରିସି ସାଜି ରିଲିଫ ସାମଗ୍ରୀ ଦଳୟୀ ପ୍ରିୟାପ୍ରତି ଆଧାରରେ ବଂଟନ କରିବା ଅତ୍ୟନ୍ତ ଦୁଃଖଦାୟକ ଅଟେ। ଦୁଇ ଜିଲ୍ଲାର ହଜାର ହଜାର ହେକ୍ଟର ଜମିରେ ଲୁଣାପାଣି ପ୍ରବେଶ କରି ଲୋକମାନଙ୍କର ମୀନ, ପାନ ଓ ଧାନକ୍ଷେତକୁ ସଂପୂର୍ଣ୍ଣ ନଷ୍ଟ କରିଦେଇଥିବା ବେଳେ ରାଜ୍ୟ ସରକାର ମାତ୍ର ୧୫୧ ହେକ୍ଟର ଲୁଣା ପାଣିରେ ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ତଥ୍ୟ କେନ୍ଦ୍ରକୁ ପ୍ରଦାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମାଝୀ କ୍ଷୋଭ ପକାଶ କରିଛନ୍ତି ।

ପ୍ରାୟ ୫୦୦ ରୁ ୭୦୦ କୋଟି ଟଙ୍କାର ଚିଙ୍ଗୁଡ଼ି ଚାଷୀମାନେ କ୍ଷତିଗସ୍ତ ହୋଇଥିବା ବେଳେ ଧାନ, ପନିପରିବା ଓ ପାନଚାଷୀଙ୍କର ପ୍ରାୟ ୧୦୦ କୋଟି ଟଙ୍କା ପ୍ରାୟ କ୍ଷତି ହୋଇଥିବା ରାଜ୍ୟ କଂଗ୍ରେସ ଟାସ୍କଫୋର୍ସ କମିଟି ଆକଳନ କରିଛି । କ୍ଷତିଗ୍ରସ୍ତ ଚିଙ୍ଗୁଡି ଚାଷୀ, ପାନଚାଷୀ, ପନିପରିବା ଚାଷୀ, ଧାନଚାଷୀଙ୍କ ଲାଗି ରାଜ୍ୟ ସରକାର ଅବିଳମ୍ବେ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ପିସିସି କାର୍ଯ୍ୟକାରୀ ସଭାପତି ମାଝୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଜୀବନର ସୁରକ୍ଷା ଲାଗି ଲୋକେ ନିଜେ ନିଜେ ବାତ୍ୟା ଆଶ୍ରୟସ୍ଥଳୀ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ କୋଠଘରେ ଆଶ୍ରୟ ନେଇଥିବା ବେଳେ ସରକାର କିପରି ୬ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରିବାର ମିଥ୍ୟା ଡିଣ୍ଡିମ ପିଟି ଓ ଏ ବାବଦରେ ଅର୍ଥ ହଡ଼ପ କରିବାର ଅପୂର୍ବ ସୁଯୋଗରେ ସରକାରୀ କର୍ମଚାରୀ ଓ ଅଫିସରଙ୍କୁ ଲିପ୍ତ ରହିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମାଝି ଦର୍ଶାଇଛନ୍ତି ।

୧୨୮ଟି ଗ୍ରାମ ପାଣି ଘେରରେ ରହିଥିବାର ସରକାର ତଥ୍ୟ ଦର୍ଶାଇଥିବା ବେଳେ ଉକ୍ତ ଅଂଚଳରେ ଲୋକମାନେ ପାନୀୟ ଜଳ, ଶୁଖିଲା ଖାଦ୍ୟ, ପଲିଥିନ, ରନ୍ଧାଖାଦ୍ୟ ଓ ବିଦ୍ୟୁତ ସେବା ପାଇବାରେ ବହୁ ହଇରାଣ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ୭ଦିନର ରିଲଫ ଘୋଷଣାକୁ ଅନ୍ୟୁନ ୧୫ ଦିନ ଲାଗି ବୃଦ୍ଧି କରିବାକୁ ମାଝୀ ଦୃଢ଼ ଦାବୀ କରିଛନ୍ତି ।

୬ଲକ୍ଷ ଲୋକଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆଶ୍ରୟ ନେବା ଘଟଣାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲୋକଙ୍କୁ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ଥାୟୀ ବାସଗୃହ ଯୋଗାଇବାରେ କେତେ ସକ୍ଷମ ଏହା ସ୍ପଷ୍ଟ ଅନୁମେୟ କରାଯାଇପାରେ ? କଂଗ୍ରେସ ସରକାର ଅମଳରେ ସୃଷ୍ଟ ହେନ୍ତାଳ ବନକୁ ସୁରକ୍ଷିତ ରଖିବାରେ ଓ ନୂତନ ହେନ୍ତାଳ ବନ ସୃଷ୍ଟି କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ।

ଭୋଗରାଇର ଉଦୟପୁର ଠାରୁ ଦହମୁଣ୍ଡା, କିର୍ତନିଆ ଠାରୁ ଭୁଷଣ୍ଡେଶ୍ୱରର ଗଣ୍ଡାମୁହଁ (କୁମ୍ଭୀରଗଡ଼ି), ବାଲିଆପାଳର କଙ୍କଡାପାଳଠାରୁ ଚଉମୁଖ ପର୍ଯ୍ୟନ୍ତ, ବାହାନଗା ବ୍ଲକ ତାଳପଦା ମୁହାଣରୁ ଖରାସାହାପୁର, ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ମାଝୀ ଛକରୁ ବାହାବଳପୁର ମୁହାଣ ପର୍ଯ୍ୟନ୍ତ ଉନ୍ନତ ମାନର ପଥର ବନ୍ଧ ନିର୍ମାଣ କରିବାକୁ କଂଗ୍ରେସ ଦଳ ଦୃଢ଼ ଦାବୀ ଉପସ୍ଥାପନ କରୁଅଛି । ସରକାର ଅବିଳମ୍ବେ ଉକ୍ତ ଅଂଚଳରେ ବୈଷୟିକ କମିଟି ପଠାଇ ଏହାର ଅନୁଧ୍ୟାନ କରି ଯୁଦ୍ଧକାଳୀନ ଭାବେ ୬ ମାସ ମଧ୍ୟରେ କାର୍ଯ୍ୟ ସାରିବାକୁ ପିସିସି କାର୍ଯ୍ୟକାରୀ ସଭାପତି ମାଝୀ ଦୃଢ଼ ଦାବୀ କରିଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

କୋଭିଡ ପରିଚାଳନାରେ ସରକାର ସଂପୂର୍ଣ୍ଣ ବିଫଳ ବୋଲି କହିଲେ କଂଗ୍ରେସ ନେତା ପ୍ରଦୀପ ମାଝୀ

ଭୁବନେଶ୍ୱର, ଓଡ଼ିଶା ସରକ।ରଙ୍କର କୋଭିଡ ରୋଗୀଙ୍କ ପ।ଇଁ ସେବ।ର ପରିଚ।ଳନା ଅତି ନୈର।ଶ୍ୟଜନକ ବୋଲି ପ୍ରଦେଶ କଂଗ୍ରେସ କମିଟି କ।ର୍ଯ୍ୟକ।ରୀ ସଭ।ପତି ପ୍ରଦୀପ ମ।ଝୀ  ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସରକ।ରଙ୍କ ସହ।ୟତ। ତୁଳନ।ରେ ପ୍ରଚ।ର ଅଧିକ ଏବଂ କୋଭିଡ ସେବ। ପରିଚାଳନ।ରେ ର।ଜ୍ୟ ସରକ।ର କେବଳ ପ୍ରଚ।ର ସର୍ବସ୍ୱ ହୋଇଛନ୍ତି ବୋଲି ମ।ଝୀ ଅଭିଯୋଗ କରିଛନ୍ତି।

ସଂକ୍ରମଣ ଅତି ଦ୍ରୁତ ଗତିରେ ଗାଁ ମୁହାଁ ହୋଇପଡ଼ିଛି । ର।ଜ୍ୟର ୫୭ ପ୍ରତିଶତ ଗ୍ର।ମାଞ୍ଚଳରେ ସଂକ୍ରମଣ ପଂହଚିଗଲ।ଣି। ମୁଖ୍ୟମନ୍ତ୍ରୀ ଏହି ପରିସ୍ଥିତିରେ ସରପଂଚ ମ।ନଙ୍କୁ ଜିଲ୍ଲ।ପ।ଳର ଦ।ୟିତ୍ୱ ଦେଇ ଏକ ପ୍ରହେଳିକା ସୃଷ୍ଟି କରିଛନ୍ତି । ଗତ କରୋନା ମହ।ମ।ରୀ ସମୟରେ ସରପଂଚମ।ନେ କେତେ ଅସହ।ୟ ଥିଲେ ଏବଂ କରୋନା ପୀଡ଼ିତଙ୍କ ପ।ଇଁ ସେମ।ନଙ୍କ ଦ୍ୱାରା କୃତ ବ୍ୟବସ୍ଥ। କେତେ ସଫଳ ହୋଇପ।ରିଥିଲ। ତ।ହ। ଓଡ଼ିଶ।ବ।ସୀ ଅଙ୍ଗେ ନିଭ।ଇଛନ୍ତି। ସରପଂଚମ।ନଙ୍କୁ ଖ।ଲି ସରକ।ରୀ ଘୋଷଣ। ମ।ଧ୍ୟମରେ ଜିଲ୍ଲ।ପ।ଳର କ୍ଷମତ। ଦିଆଯ।ଇଛି। ମ।ତ୍ର ସେମ।ନଙ୍କ ପ।ଖରେ ଏପରି ପ୍ରସ୍ତୁତି ନ।ହିଁ ।

ସରକ।ର ମଧ୍ୟ ସରପଂଚଙ୍କ କୋଭିଡ ସେବ।ର ତଦ।ରଖ ଏବଂ ପରିଚ।ଳନ। କରିବା ପ।ଇଁ ଉପଯୁକ୍ତ ବ୍ୟବସ୍ଥା କରି ନ।ହାଁନ୍ତି । ଗ୍ରାମାଞ୍ଚଳ ଗୁଡ଼ିକରେ ସଙ୍ଗରୋଧ ସେବା କେନ୍ଦ୍ର ହୋଇପ।ରିଲା ନ।ହିଁ। ଟେଷ୍ଟିଂ ବୃଦ୍ଧି ନୈରାଶଜନକ। ଏପ୍ରିଲ ୧୫ରୁ ମହ।ମାରୀ ଭୟାବହ ରୂପ ନେଉଥିବା ବେଳେ ଏବଂ ପଡ଼ୋଶୀ ର।ଜ୍ୟର ୧୦ ଟି ଜିଲ୍ଳ।ରେ ଅନିୟନ୍ତ୍ରିତ ହୋଇଥିଲା ବେଳେ ଏହ।କୁ ଗୁରୁତ୍ୱର ସହ ଗ୍ରହଣ କରିନ।ହାନ୍ତି।

ଆଜି ବଣ୍ଡା ଜନଜ।ତି ଏବଂ ସୁଦୁର ବଣ ଜଙ୍ଗଲରେ ବ।ସକରୁଥିବ। ଜନଜ।ତି କରୋନ। ଆକ୍ରାନ୍ତ ହୋଇଥିଲା ବେଳେ ସରକ।ର ଏଥିପ୍ରତି ଉପଯୁକ୍ତ ତତ୍ପରତା ପ୍ରଦର୍ଶନ କରିନ।ହାଁନ୍ତି । ବିଶେଷକରି ୮ଟି ହସପିଟ।ଲ ବୁଲି ଚିକିତ୍ସ। ସୁବିଧ। ପ।ଇପ।ରି ନ ଥିବ। ବ।ଲିପ।ଟଣ।ର ୨୫ବର୍ଷିଆ କୋଭିଡ ରୋଗୀ ସ୍ୱର୍ଣ୍ଣଲତା ପ।ଳର ମୃତ୍ୟୁ ଘଟଣ। ନବୀନ ସରକାର ବିଫଳତ। ଏବଂ ମ।ଆକୁ ସମ୍ମ।ନ ବଦଳରେ ମ।ତୃଜ।ତି ପ୍ରତି କେତେ ସମ୍ମ।ନ ତ।ହ। ଜଣ।ପଡ଼ୁଛି ।

କୌଣସି ମେଡିକ।ଲ ରୋଗୀଙ୍କୁ ଫେର।ଇ ପ।ରିବେ ନ।ହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବ। ସ୍ୱତେ ସ୍ୱର୍ଣ୍ଣଲତା ପ।ଲଙ୍କୁ ୮ଟି ହସପିଟ।ଲ ଫେର।ଇ ଦେବ। ଠିକ ଥିଲା କି ବୋଲି ପ୍ରଶ୍ନ କରିଛନ୍ତି ମ।ଝୀ । ମହିଳା ଜଣକ ଷ୍ଟେଟିଂ କରିବା ପ।ଇଁ ୮ ଘଂଟା ବୁଲିବ। ପରେ ଟେଷ୍ଠିଂ କରିବ। ୧୦ ମିନିଟ ପରେ ତ।ଙ୍କର ମୃତ୍ୟୁ ହୋଇଥିଲ।।

ଭୁବନେଶ୍ୱରର ପ।ଖ ଅଂଚଳରେ ଯଦି ଏହି ଅବସ୍ଥ। ତ।ହ।ହେଲେ ସମଗ୍ର ଓଡ଼ିଶ। ଗ୍ର।ମାଞ୍ଚଳରେ କିପିରି ସ୍ଥିତି ଥିବ ଏଥିରୁ ଅନୁମେୟ । ସ୍ୱର୍ଣ୍ଣଲତ। ପ।ଲଙ୍କୁ କ।ହିଁକି ଚିକିତ୍ସ। ମିଳିଲା ନ।ହିଁ । ବ।ଲିଅନ୍ତା ହସପିଟ।ଲ ଓ କ୍ୟ।ପିଟ।ଲ ହସପିଟ।ଲରେ କ।ହିଁକି ତ।ଙ୍କର ଟେଷ୍ଠିଂ କର।ଗଲ। ନ।ହିଁ । ସରକ।ରଙ୍କୁ ଠ।ରୁ ଉତ୍ତର ଆମେ ଦ।ବି ଚ।ହୁଁଛୁ ବୋଲି ଶ୍ରୀ ମ।ଝୀ କହିଥିଲେ।

ସେହିପରି ବିଧ।ୟକ ସୁରେଶ କୁମାର ର।ଉତର।ୟ ଯୋଗଦେଇ ସ୍ୱର୍ଣ୍ଣଲତ।ଙ୍କ ମୁତ୍ୟୁପରି ର।ଜ୍ୟରେ ବିଶେଷକରି ଭୁବନେଶ୍ୱର ଜଟଣୀ ଅଂଚଳରେ ଅନେକ ଗୁଡ଼ିଏ ରୋଗୀ ମୃତ୍ୟୁବରଣ କରୁଛନ୍ତି । ଯାହାର ହିସ।ବ ସରକ।ର ଲୁଚ।ଉଛନ୍ତି। ଏଥିପ।ଇଁ ସରକ।ରଙ୍କୁ ସମାଲୋଚନା କରିଥିଲେ ର।ଉତର।ୟ ।

ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡ।କିଲେ । ଆମେ ବିଧ।ୟକମ।ନେ ଯୋଗ ଦେଇଥିଲୁ। ମୁଖ୍ୟମନ୍ତ୍ରୀ ଘରେ ରହି ର।ଜ୍ୟରେ କୋଭିଡ ପରିଚ।ଳନ।କୁ ନେଇ ନିଜର ବକ୍ତବ୍ୟ ରଖିଥିଲେ କିନ୍ତୁ ଆମମ।ନଙ୍କୁ କିଛି କହିବ।କୁ ସୁଯୋଗ ଦେଲେ ନ।ହିଁ । ତେବେ ଏହି ପ୍ରେସ ବିଜ୍ଞପ୍ତି ଜରିଆରେ ର।ଜ୍ୟ ସରକ।ର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି ସଠିକ ରୂପରେ କୋଭିଡ ପରିଚ।ଳନ। କରନ୍ତୁ, ଆୟୁସିୟୁ ବେଡ ସଂଖ୍ୟ। ବଢ଼।ନ୍ତୁ, ଠିକରେ ଟେଷ୍ଟିଂ ପରୀକ୍ଷ।, ଟୀକା ଦେବା, ଆମ୍ବୁଲ।ନ୍ସ ସେବ। ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଅନ୍ତୁ।

ଅନ୍ୟମ।ନଙ୍କ ମଧ୍ୟରେ ଭୁବନେଶ୍ୱର ଜିଲ୍ଲ। କଂଗ୍ରେସ ସଭ।ପତି ଶ୍ରୀ ବିଶ୍ୱଜିତ ଦ।ଶ ଯୋଗଦେଇ ର।ଜଧ।ନୀ ବ।ସୀଙ୍କୁ ଟୀକ।ଦ।ନ,କରୋନ। ରୋଗୀଙ୍କ ପରୀକ୍ଷ। ର।ଜଧ।ନୀରେ ଯେଉଁ ସ୍ୱ।ସ୍ଥ୍ୟ କେନ୍ଦ୍ର ମ।ନଙ୍କରେ କର।ଯ।ଉଛି ସେଥିରେ ମଧ୍ୟ ପ।ତର ଅନ୍ତର ହେଉଛି ବୋଲି ସେ ଅଭିଯୋଗ କରିଥିଲେ ।

ସେ କହିଥିଲେ ଯେ ପ୍ରତି ୱ।ର୍ଡରେ ଥିବା ସ୍ୱ।ସ୍ଥ୍ୟ କେନ୍ଦ୍ରରେ ର।ଜନୀତି କରଣ କର।ଯ।ଉଛି। ବିଜେଡ଼ିର ପ୍ରତିନିଧିମ।ନେ ନିଜ ଲୋକଙ୍କୁ ପ୍ରଥମେ ଟୀକ।କରଣ କରାଉଛନ୍ତି ଯ।ହ।କୁ ନେଇ ର।ଜଧ।ନୀ ବାସୀ ଅସନ୍ତୋଷ ପ୍ରକ।ଶ କରୁଛନ୍ତି। ଏହ।କୁ ଆମ କଂଗ୍ରେସ ଦଳ ଦୃଢ଼ ନିନ୍ଦା କରୁଛି ଏବଂ ସରକ।ର କୋଭିଡ ପରିଚ।ଳନ। କ୍ଷେତ୍ରରେ ଦୃଢ଼ ପଦକ୍ଷେପ ନିଅନ୍ତୁ ବୋଲି ଦ।ବି କରୁଛି ନଚେତ କଂଗ୍ରେସ ଦଳ ଆନ୍ଦୋଳନ ପନ୍ଥ। ଗ୍ରହଣ କରିବ।କୁ ବ।ଧ୍ୟ ହେବ ବୋଲି କଂଗ୍ରେସ ଧମକ ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ଚନ୍ଦ୍ରାଣୀଙ୍କ ସମ୍ପର୍କରେ ପ୍ରଦୀପଙ୍କ ବଡ଼ ବୟାନ, ଜାଣନ୍ତୁ କ’ଣ

ଭୁବନେଶ୍ୱର:  ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଫେକ ଭିଡିଓକୁ ନେଇ ପୁଲିସର ତତ୍ପରତା ପ୍ରସଙ୍ଗରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏକ ବଡ଼ ବୟାନ ଦେଇଛନ୍ତି। ଚନ୍ଦ୍ରାଣୀଙ୍କ ସରଳତାର ସୁଯୋଗ ନେଇ ତାଙ୍କୁ ବ୍ୟବହାର କରାଯାଉଛି ବୋଲି ଶ୍ରୀ ମାଝୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି ଯେ, ବିଭିନ୍ନ ସମୟରେ ଚନ୍ଦ୍ରାଣୀଙ୍କ ସରଳତାର ସୁଯୋଗ ନେଇ ତାଙ୍କୁ ବ୍ୟବହାର କରାଯାଉଛି। ଏହା ଉପରେ ଆଦିବାସୀ ସମାଜ କଠୋର ଅଭିମୁଖ୍ୟ ନେବାକୁ ନିଷ୍ପତ୍ତି ନେଇଛି। ଆଗାମୀ ଦିନରେ ନବୀନ ନିବାସ ଘେରାଉ ପାଇଁ ଆଦିବାସୀ ସମାଜ ପକ୍ଷରୁ  ନିଷ୍ପତ୍ତି  ନିଆଯାଇଛି।  ଚନ୍ଦ୍ରମା ଭୂମିଆ ଓ ଚନ୍ଦ୍ରାଣୀ ମୁର୍ମୁଙ୍କୁ ନ୍ୟାୟ ଦେବାକୁ ନବୀନ ନିବାସ ଘେରାଉ ନିଷ୍ପତ୍ତି  ନିଆଯାଇଥିବା କଥା ଶ୍ରୀ ମାଝୀ କହିଛନ୍ତି। ସେହିପରି ଗଣମାଧ୍ୟମ ପ୍ରତି ଆକ୍ରୋଶମୂଳକ ପଦକ୍ଷେପକୁ ପ୍ରଦୀପ ମାଝୀ ନାପସନ୍ଦ କରି କହିଛନ୍ତି ଯେ, ଆଇନ ପରିସରରେ ରହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ଫେକ ଭିଡିଓ କିଏ କରିଥିଲା ତାକୁ ଧରାଯିବା ଉଚିତ। ଫେକ ଭିଡିଓ ମୂଳ ପର୍ଯ୍ୟନ୍ତ ଓଡ଼ିଶା ପୁଲିସ ଏଯାଏଁ ପହଞ୍ଚି ପାରିନଥିବା ଶ୍ରୀ ମାଝୀ କହିଛନ୍ତି।