Categories
ଆଜିର ଖବର ରାଜ୍ୟ ଖବର

ନବୀନ ନିବାସ ଘେରାଉ କଲା ପ୍ରଦେଶ ଛାତ୍ର କଂଗ୍ରେସ

ଭୁବନେଶ୍ବର: ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେତୃତ୍ୱରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ବହିସ୍କାର ଏବଂ ଗିରଫ ଦାବିରେ ନବୀନ ନିବାସ ଘେରାଉ କରାଯାଇଥିଲା । ପ୍ରଥମେ ଛାତ୍ର କଂଗ୍ରେସ କର୍ମକର୍ତାମାନେ ଶିଶୁଭବନ ଛକଠାରୁ ଏକ ର‌୍ୟାଲିରେ ଯାଇ ଫରେଷ୍ଟପାର୍କ ବାଟଦେଇ ନବୀନ ନିବାସ ଆଡ଼କୁ ଅଗ୍ରସର ହୋଇଥିଲେ ।

ସେଠାରେ ଉପସ୍ଥିତ ଛାତ୍ର କଂଗ୍ରେସର କର୍ମକର୍ତା, ନେତୃମଣ୍ଡଳୀ ମାନଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ନୱାଜ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳଙ୍କିତ ଗଣଶିକ୍ଷାମନ୍ତ୍ରୀ ସମୀର ଦାସଙ୍କୁ ସୁରକ୍ଷା ଦେଉଛନ୍ତି। ଏହି ରାଜ୍ୟର ଛାତ୍ର ସମାଜକୁ ଏଭଳି ଜଣେ ନିନ୍ଦିତ ଶିକ୍ଷାମନ୍ତ୍ରୀ କି ଦିଗଦର୍ଶନ ଦେବେ। ଏ ରାଜ୍ୟର ଅଭିଭାବକ, ବୁଦ୍ଧିଜୀବି, ସାମାଜିକ ଅନୁଷ୍ଠାନ ଏଭଳି ଜଣେ ଶିକ୍ଷାମନ୍ତ୍ରୀଙ୍କୁ ଆଉ ଦିନଟିଏ ତାଙ୍କ ପଦବୀରେ ରହିବାକୁ ବରଦାସ୍ତ କରୁନାହାନ୍ତି। ମାତ୍ର ପ୍ରଶାସନକୁ କୁପଥଗାମୀ କରିଥିବା ମୁଖ୍ୟମନ୍ତ୍ରୀ, ସମୀର ଦାଶଙ୍କୁ ଘଂଟ ଘୋଡ଼ାଇ ରଖିଛନ୍ତି।

ଆନ୍ଦୋଳନକାରୀ ନବୀନ ନିବାସ ଆଡକୁ ଆଗ୍ରସର ହେଉଥିବା ବେଳେ ପୋଲିସ ସେମାନଙ୍କୁ ବାଧା ଦେଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଏନ୍‌.ଏସ.ୟୁ. ଆଇ. ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଏନ୍‌.ଏସ.ୟୁ. ଆଇ. ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସୀର ନୱାଜଙ୍କ ସଭାପତିତ୍ୱରେ ପତାକା ଉତୋଳନ କାର୍ଯ୍ୟକ୍ରମ ହୋଇଥିଲା। ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ ।

ଏହି ପରିପ୍ରେକ୍ଷୀରେ ଶ୍ରୀ ନୱାଜ କହିଥିଲେ ଯେ ପୂର୍ବତନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏନ.ଏସ.ୟୁ.ଆଈ. ୧୯୭୧ ମସିହାରେ ପ୍ରତିଷ୍ଠା କରିଥିଲେ । ଛାତ୍ର କଂଗ୍ରେସର ଲକ୍ଷ୍ୟ ଛାତ୍ର ସମାଜକୁ ସଶକ୍ତ କରିବା । ଦାୟୀତ୍ୱବାନ ନାଗରିକ ଓ ନେତା ମଧ୍ୟ ସୃଷ୍ଟି କରିବା ଛାତ୍ର କଂଗ୍ରେସର କାର୍ଯ୍ୟର ଅଂଶ ବିଶେଷ ମାତ୍ର ସେମାନଙ୍କର ଗଣତାନ୍ତ୍ରୀକ, ଧର୍ମ ନିରପେକ୍ଷତା, ସମାନତା ଏବଂ ସୁଗୁଣ ରହିଥିବା ଦରକାର ।

ଶ୍ରୀ ନୱାଜ କହିଲେ ଓଡ଼ିଶାର ଛାତ୍ର କଂଗ୍ରେସ ଉଭୟ ନବୀନ ସରକାର ଓ ମୋଦୀ ସରକାରର ଭ୍ରଷ୍ଟାଚାର ବିରୋଧରେ ସଂଗ୍ରାମ କରୁଛି । ଚାକିରୀ ବିକିରୀର ପ୍ରତିବାଦ କରିଛି । ନାରୀ ନିର୍ଯ୍ୟାତନା ଓ ହତ୍ୟା, ଦରଦାମ ବୃଦ୍ଧି ପ୍ରସଙ୍ଗରେ ଉଭୟ ସରକାରକୁ ଜୋରଦାର ଘେରିଛି ।

ଆଜିର ଏହି କାର୍ଯ୍ୟକ୍ରମରେ ଲିଙ୍ଗରାଜ ସାହୁ, ମିହିର ଆଚାର୍ଯ୍ୟ, ରଞ୍ଜିତ ପାତ୍ର, ନିହାର ରଂଜନ ବେହେରା, ନଳିନୀକାନ୍ତ ନାୟକ, କାର୍ତିକେଶ୍ୱର କାଣ୍ଡି, ଅଖିଳେଷ ଯାଦବ, ବିଶ୍ୱଭୂଷଣ ମହାପାତ୍ର, ଏମଡି ସମ୍‌ୟୁଇଲ, ଭାଗ୍ୟଶ୍ରୀ ମହାନ୍ତି, ଜଗଦିଶ ଗଜେନ୍ଦ୍ର, ଅହମ୍ମଦ ଖାନ, ଏସ୍‌କେ ସାହାରୁଖ, ନିତେଶ ରଂଜନ ବେହେରା, ନିୟାଜୁଲ ଇସ୍‌ଲାମ, ଉଦିତ ପ୍ରଧାନ, ଜିତେନ୍ଦ୍ର ମଲ୍ଲିକ, ସନ୍ତୋଷ କୁମାର ଭୋଳ, କୁମାର ସୌରପ, ତୋଫାନ ସେଠୀ, ଅରସଦ ଅନସାରୀ, ମିର ରିୟାଜୁଦିନ, ଆରିୟାନ ଦାସ, ଆଶିଷ ଦାସ, ଶୁଭକାନ୍ତ ବେହେରା, ରୋସନ କୁମାର କିରଣ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଛାତ୍ର କଂଗ୍ରେସ ପକ୍ଷରୁ “ଜବାହର ବାଲମଂଚ”, “ଶିକ୍ଷା ବଂଚାଅ, ଦେଶ ବଂଚାଅ” କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଭୁବନେଶ୍ୱର: ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ଅଧ୍ୟକ୍ଷତାରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ “ଜବାହର ବାଲମଂଚ” ଏବଂ “ଶିକ୍ଷା ବଂଚାଅ, ଦେଶ ବଂଚାଅ” କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ “ଜବାହର ବାଲମଂଚ” ର ରାଷ୍ଟ୍ରୀୟ ସଭାପତି ବି.ଭି.ହରି କହିଲେ ଯେ ଏହା ଏଆଇସିସିର ଏକ ନୂଆ ବିଭାଗ । ଏଥିରେ ୭ ରୁ ୧୮ ବର୍ଷ ଭିତରେ ଛାତ୍ରଛାତ୍ରୀମାନେ ଅନ୍ତର୍ଭୁକ୍ତ ହେବେ । ପିଲମାନଙ୍କ ମଧ୍ୟରେ ଅତି କୋମଳ ଅବସ୍ଥାରୁ ବିଷମଞ୍ଜି ବୁଣି ଦିଆଯାଉଛି । ତାହାକୁ ପ୍ରତିହତ କରିବା ଏହି ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ ।

ବିଭିନ୍ନତା ମଧ୍ୟରେ ଏକତା, ସମାନତା, ନ୍ୟାୟ, ଗଣତନ୍ତ୍ର ଏବଂ ଧର୍ମନିରପେକ୍ଷତାର ବାସ୍ତବ ମନ୍ତ୍ର ସମ୍ବନ୍ଧରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବା । ବିଶେଷ କରି ସମ୍ବିଧାନର ମୂଲ୍ୟକୁ ମଜବୁତ କରିବାପାଇଁ ସଂକଳ୍ପ ନେବା ଏହି ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ । ବର୍ତମାନ ସ୍ୱାଧୀନତା ସଂଗ୍ରାମର ଇତିହାସକୁ ବିକୃତ କରିବା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ମିଥ୍ୟା କାହାଣି ସୃଷ୍ଟି କରାଯାଇ ସେମାନଙ୍କୁ ବଦନାମ କରାଯାଉଛି । ଏହାକୁ ପ୍ରତିହତ କରିବା ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ ।

ଏହି କାର୍ଯ୍ୟକ୍ରମରେ “ଜବାହର ବାଲମଂଚ”ର ଓଡ଼ିଶା କୋଅଡିନେଟର ମାନସ ମିଶ୍ର ଯୋଗଦେଇ କହିଲେ ଯେ ଭାରତର ସ୍ୱାଧୀନତା ସଂଗ୍ରାମ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ବିରୋଧରେ ହେଉଥିବା ଅପପ୍ରଚାରକୁ ରୋକିବା ଏବଂ ସାମନା କରିବା ପାଇଁ ଧର୍ମନିରପେକ୍ଷତା ଓ ଶାନ୍ତି ସହିତ ଦେଶକୁ ଗଠନ କରିବା ଏ ସଂଗଠନର ଲକ୍ଷ ।

ଏହି କାର୍ଯ୍ୟକ୍ରମରେ ବିସ୍ମୟ ମହାପାତ୍ର, ପ୍ରକାଶ ମିଶ୍ର, ଅମିୟ ପାଣ୍ଡବ, ନିହାର ବେହେରା, ବିଶ୍ୱଭୂଷଣ ମହାପାତ୍ର, ଅଖିଳେଷ ଯାଦବ, କାର୍ତିକେଶ୍ୱର କାଣ୍ଡି, ଅଭିରାମ ଗୌଡ଼, ସାହରୁଖ ଖାନ, ଭାଗ୍ୟଶ୍ରୀ ମହାନ୍ତି, ସୌମ୍ୟ ଷଣ୍ଢ, ପ୍ରିତିସ୍ମିତା ଜେନା, ପ୍ରମୁଖ ଉପସ୍ଥିତ ରହିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଦେଶ ଛାତ୍ର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଗତକାଲି ପ୍ରଦେଶ ଛାତ୍ର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ସଭାପତି ୟାସୀର ନୱାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ସଭାପତି ଶ୍ରୀ ନୱାଜ କହିଥିଲେ ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ରସଂସଦ ନିର୍ବାଚନ ବନ୍ଦ କରି ନବୀନ ପଟ୍ଟନାୟକ ଗଣତନ୍ତ୍ରକୁ ହତ୍ୟା କରିଛନ୍ତି। ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ଛାତ୍ର କଂଗ୍ରେସ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ।

ଅନ୍ୟ ପକ୍ଷରେ ଓଡ଼ିଶା ଷ୍ଟାଫ ସିଲେକ୍ସନ ନିଯୁକ୍ତି ଦୁର୍ନୀତି ପ୍ରସଙ୍ଗକୁ ନେଇ ଛାତ୍ର କଂଗ୍ରେସ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଆଗରେ ବିକ୍ଷୋଭ କରିବ। ନବୀନ ସରକାରର ଚାକିରୀ ବିକ୍ରି ନୀତି ବିରୁଦ୍ଧରେ ଆନ୍ଦୋନ କରିବ। ନବୀନ ସରକାର ବର୍ଷକୁ ୨ ଲକ୍ଷ ନିଯୁକ୍ତି ଦେବେ ବୋଲି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଧୂଆଁବାଣ ବୋଲି ଛାତ୍ରଛାତ୍ରୀଙ୍କୁ ଜାଗ୍ରତ କରାଇବ। ବେକାରୀ ସମସ୍ୟା ଓ ସ୍ଥାନୀୟ ନିଯୁକ୍ତି ପ୍ରସଙ୍ଗରେ ସାରା ରାଜ୍ୟର କୋଣ ଅନୁକୋଣରେ ଦୁର୍ବାର ଆନ୍ଦୋଳନ କରାଯିବ। ଅନ୍ୟ ପକ୍ଷରେ ପାଠ ପଢିବା ପାଇଁ ଯେଉଁ ଛାତ୍ରଛାତ୍ରୀମାନେ ସମସ୍ୟାରେ ପଡୁଛନ୍ତି ସେମାନଙ୍କୁ ପାଠ ପଢିବା ପାଇଁ ସାହାଯ୍ୟ କରାଯିବ।

ଛାତ୍ରକଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ସୁଶ୍ରୀ ଅନୁଲେଖା ବୋଷା ‘ମହାତ୍ମା ଗାନ୍ଧୀଙ୍କୁ କିଏ ଓ କାହିଁକି ହତ୍ୟା କରିଥିଲା’ ପ୍ରସଙ୍ଗରେ ଅନଲାଇନ ମାଧ୍ୟମରେ ହୋଇଥିବା ବକ୍ତୃତା ପ୍ରତିଯୋଗିତାରେ ଅନୁଷ୍କା ଶର୍ମାଙ୍କୁ ପ୍ରଥମ ରଞ୍ଜିତା ପଟ୍ଟନାୟକ ଦ୍ୱିତୀୟ ଓ ସୋହାନୀ ନାୟକଙ୍କୁ ତୃତୀୟ ସ୍ଥାନ ପାଇଥିବାର ଘୋଷଣା କରିଥିଲେ। ଏହି ପ୍ରତିଯୋଗିତାରେ ଯେଉଁମାନେ ଅଧିକ ପଞ୍ଜୀକରଣ କରିଥିଲେ ସେମାନଙ୍କ ମଧ୍ୟରୁ ଝାରସୁଗୁଡ଼ା ସଭାପତି ନବନୀତା କଭରଙ୍କୁ ପ୍ରଥମ, କଟକ ସହର ସଭାପତି ସୌମ୍ୟରଞ୍ଜନ ଦାଶଙ୍କୁ ଦ୍ୱିତୀୟ ଓ କେଉଁଝର ଜିଲ୍ଲା ସଭାପତି ଶୁଭମାଜଙ୍କୁ ତୃତୀୟ ସ୍ଥାନ ଦିଆଯାଇଥିଲା । ଗତ ଛଅମାସ ମଧ୍ୟରେ ଯେଉଁ ଜିଲ୍ଲା ଛାତ୍ରକଂଗ୍ରେସ କମିଟି ଛାତ୍ର ସ୍ୱାର୍ଥ ଓ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଭ୍ରଷ୍ଟାଚାର ଓ ଦୁର୍ନୀତି ପ୍ରସଙ୍ଗରେ ସଫଳ କାର୍ଯ୍ୟକ୍ରମ କରିଥିଲେ, ସେମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶ୍ରୀ ବିକାଶ ପଶୁପାଳକ, ବଲାଙ୍ଗୀର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ, ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଗୌରବ ପତି ଆଜାଦ ଏବଂ ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଲୁଲୁ ପାଣିଗ୍ରାହୀ ପୁରସ୍କୃତ ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ମାନସ ଚୌଧୁରୀ, ରଜତ ଚୌଧୁରୀ, ଅଜୟ ସାହୁ ପ୍ରମୁଖ ଅଭିଭାଷଣ ଦେଇ ଛାତ୍ର କଂଗ୍ରେସ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ। ଉପସଭାପତି ଆଦିତ୍ୟ ପ୍ରୀତମ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜଧାନୀର ଡ୍ରେନ ପାଣିରେ ଛାତ୍ର ନିଖୋଜ, ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଜାଗମରା ରାସ୍ତା ଅବରୋଧ

ଭୁବନେଶ୍ୱର: ଆଜି ଶତାବ୍ଦୀ କଲୋନୀ ଠାରୁ ଜାଗମରା ନୂଆ ରୋଡ଼ ରାସ୍ତାକୁ ସଂଯୋଗ କରୁଥିବା ଖୋଲା ଡ୍ରେନରେ ୧୫ ବର୍ଷର ଛାତ୍ର ଭାସି ନିଖୋଜ ହୋଇଯାଇଛି। ଛାତ୍ରଜଣଙ୍କ ଡ୍ରେନ ପାରି ହେଉଥିବା ବେଳେ ଗୋଡ ଖସି ଯାଇଥିଲା। ହେଲେ ଡ୍ରେନରେ ପ୍ରବାଳ ସ୍ପୋତ ଥିବାରୁ ପିଲାଟିକୁ ଉଦ୍ଧାର କରିବା ସମ୍ଭବ ନ ଥିଲା। ପରେ ଦମକଳ ବାହିନୀ ଆସିଥିଲେ ମଧ୍ୟ ପିଲାଟିକ ଏ ପର୍ଯ୍ୟନ୍ତ ଉଦ୍ଧାର କରାଯାଇପାରି ନାହିଁ।

ଏହି ଘଟଣା ନେଇ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେତୃତ୍ୱରେ
ଜାଗମରା ନୂଆ ରୋଡ଼ ଠାରେ ତିନି ଘଂଟା ଧରି ରାସ୍ତା ଅବରୋଧ କରାଯିବା ସହ ନିଖୋଜ ଛାତ୍ରର ପରିବାରକୁ ସରକାର ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବି କରାଯାଇଥିଲା।
ନୱାଜ କହିଥିଲେ ଯେ ଯାଜପୁର, ଭଦ୍ରକ, ବାଲେଶ୍ୱର ଭଳି ବର୍ଷାରେ ଭୁବନେଶ୍ୱରର ମୁଖ୍ୟ ରାସ୍ତାରେ ବନ୍ୟା ସୃଷ୍ଟି ହୋଉଛି । ସରକାର ତୁରନ୍ତ ଏହାର ସ୍ଥାୟୀ ପ୍ରତିକାର କରିବାକୁ ଛାତ୍ର କଂଗ୍ରେସ ଦାବି କରିଥିଲା।