ନବୀନ ନିବାସ ଘେରାଉ କଲା ପ୍ରଦେଶ ଛାତ୍ର କଂଗ୍ରେସ

Published: Oct 29, 2022, 11:59 pm IST

ଭୁବନେଶ୍ବର: ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେତୃତ୍ୱରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ବହିସ୍କାର ଏବଂ ଗିରଫ ଦାବିରେ ନବୀନ ନିବାସ ଘେରାଉ କରାଯାଇଥିଲା । ପ୍ରଥମେ ଛାତ୍ର କଂଗ୍ରେସ କର୍ମକର୍ତାମାନେ ଶିଶୁଭବନ ଛକଠାରୁ ଏକ ର‌୍ୟାଲିରେ ଯାଇ ଫରେଷ୍ଟପାର୍କ ବାଟଦେଇ ନବୀନ ନିବାସ ଆଡ଼କୁ ଅଗ୍ରସର ହୋଇଥିଲେ ।

ସେଠାରେ ଉପସ୍ଥିତ ଛାତ୍ର କଂଗ୍ରେସର କର୍ମକର୍ତା, ନେତୃମଣ୍ଡଳୀ ମାନଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ନୱାଜ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳଙ୍କିତ ଗଣଶିକ୍ଷାମନ୍ତ୍ରୀ ସମୀର ଦାସଙ୍କୁ ସୁରକ୍ଷା ଦେଉଛନ୍ତି। ଏହି ରାଜ୍ୟର ଛାତ୍ର ସମାଜକୁ ଏଭଳି ଜଣେ ନିନ୍ଦିତ ଶିକ୍ଷାମନ୍ତ୍ରୀ କି ଦିଗଦର୍ଶନ ଦେବେ। ଏ ରାଜ୍ୟର ଅଭିଭାବକ, ବୁଦ୍ଧିଜୀବି, ସାମାଜିକ ଅନୁଷ୍ଠାନ ଏଭଳି ଜଣେ ଶିକ୍ଷାମନ୍ତ୍ରୀଙ୍କୁ ଆଉ ଦିନଟିଏ ତାଙ୍କ ପଦବୀରେ ରହିବାକୁ ବରଦାସ୍ତ କରୁନାହାନ୍ତି। ମାତ୍ର ପ୍ରଶାସନକୁ କୁପଥଗାମୀ କରିଥିବା ମୁଖ୍ୟମନ୍ତ୍ରୀ, ସମୀର ଦାଶଙ୍କୁ ଘଂଟ ଘୋଡ଼ାଇ ରଖିଛନ୍ତି।

ଆନ୍ଦୋଳନକାରୀ ନବୀନ ନିବାସ ଆଡକୁ ଆଗ୍ରସର ହେଉଥିବା ବେଳେ ପୋଲିସ ସେମାନଙ୍କୁ ବାଧା ଦେଇଥିଲା।

Related posts