Categories
ଆଜିର ଖବର ଜାତୀୟ ଖବର

ଭାରତକୁ ଜ୍ଞାନର କେନ୍ଦ୍ର ବନାଇବାରେ ଏନଇପିର ଭୂମିକାକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱୀକାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜାତୀୟ ଶିକ୍ଷା ନୀତିର ତୃତୀୟ ବର୍ଷପୂର୍ତ୍ତି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଲିଖିତ ‘ୱାନ୍ସ ଏଗେନ୍‌, ଏ ନଲେଜ୍ ହବ୍‌’ ଆଲେଖ୍ୟକୁ ସେୟାର କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍ କରି କହିଛି ଯେ, ‘ଜାତୀୟ ଶିକ୍ଷା ନୀତିର ତୃତୀୟ ବର୍ଷପୂର୍ତ୍ତି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ଯେ, ଭାରତକୁ ଉଦୀୟମାନ ପ୍ରଯୁକ୍ତିବିଦ୍ୟା କେନ୍ଦ୍ରରେ ପରିଣତ କରିବା ପାଇଁ କିପରି ଏହି ନୀତି ପ୍ରସ୍ତୁତ କରାଯାଇଛି’।

Categories
ଆଜିର ଖବର ଜାତୀୟ ଖବର

ରାଜସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ସମ୍ପର୍କରେ ପିଏମଓର ଟୁଇଟ୍‌

ନୂଆଦିଲ୍ଲୀ: ରାଜସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ସମ୍ପର୍କରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସିକର ଗସ୍ତରେ ଆସିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍ କରି କହିଛି ଯେ, ‘ଶ୍ରୀ ଅଶୋକ ଗେହଲଟ୍ ଜୀ,

ପ୍ରୋଟୋକଲ ଅନୁଯାୟୀ ଆପଣଙ୍କୁ ଉପଯୁକ୍ତ ଭାବେ ନିମନ୍ତ୍ରଣ କରାଯାଇଛି ଏବଂ ଆପଣଙ୍କ ଭାଷଣ ମଧ୍ୟ ନିର୍ଦ୍ଧାରିତ ହୋଇଛି। କିନ୍ତୁ ଆପଣଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଆପଣ ସାମିଲ ହୋଇପାରିବେ ନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବ କାର୍ଯ୍ୟକ୍ରମଗୁଡ଼ିକରେ ମଧ୍ୟ ଆପଣଙ୍କୁ ସର୍ବଦା ନିମନ୍ତ୍ରଣ କରାଯାଇଛି ଏବଂ ଆପଣ ଉପସ୍ଥିତ ରହି ସେହି କାର୍ଯ୍ୟକ୍ରମଗୁଡ଼ିକର ଶୋଭା ବଢ଼ାଇଛନ୍ତି।

ଆଜିର କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବା ନିମନ୍ତେ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ କରାଯାଉଛି। ବିକାଶର ଅନେକ କାର୍ଯ୍ୟ ଫଳକରେ ମଧ୍ୟ ଆପଣଙ୍କ ନାଁ ରହିଛି।

ଯଦି ଶାରୀରିକ ଭାବେ ଆପଣଙ୍କୁ କୌଣସି ଅସୁବିଧା ନ ଥାଏ ତେବେ ଆପଣଙ୍କ ଉପସ୍ଥିତିକୁ ବେଶ୍ ମହତ୍ତ୍ୱ ମିଳିବ।’

Categories
ଆଜିର ଖବର ଜାତୀୟ ଖବର

ମୋଦୀଙ୍କ ପାଖରେ କେତେ ଟଙ୍କା ଅଛି?, ସୂଚନା ଦେଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ନୂଆଦିଲ୍ଲୀ: ୨୦୨୧-୨୨ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚଳନ ସମ୍ପତ୍ତି ୨୬.୧୩ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ଗୁଜୁରାଟର ଆବାସିକ ପ୍ଲଟରେ ସେ ଏହି ସମ୍ପତ୍ତି ଦାନ କରିଛନ୍ତି, ଯାହା ପରେ ତାଙ୍କର କୌଣସି ଅସ୍ଥାବର ସମ୍ପତ୍ତି ନାହିଁ। PMO ପକ୍ଷରୁ କୁହାଯାଇଛି ଯେ, ମାର୍ଚ୍ଚ ୨୦୨୧ ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଚଳନ ସମ୍ପତ୍ତି ୧,୯୭,୬୮,୮୮୫ ରୁ ୨,୨୩,୮୨,୫୦୪ ଟଙ୍କାକୁ ବୃଦ୍ଧି ପାଇଛି। ଏଥିରେ ସ୍ଥିର ଜମା, ବ୍ୟାଙ୍କ ବାଲାନ୍ସ, ଜାତୀୟ ସଞ୍ଚୟ ପ୍ରମାଣପତ୍ର, ଜୀବନ ବୀମା ପଲିସି, ଅଳଙ୍କାର ଏବଂ ନଗଦ ଅନ୍ତର୍ଭୁକ୍ତ।

ରିପୋର୍ଟରେ କୁହାଯାଇଛି ଯେ ଅସ୍ଥାବର ସମ୍ପତ୍ତି ସ୍ତମ୍ଭରେ ପିଏମ ମୋଦୀଙ୍କୁ NIL ଭାବରେ ଦର୍ଶାଯାଇଛି। ଏହାର ତଳେ ଏକ ନୋଟ୍ ଅଛି, ଯେଉଁଥିରେ ଲେଖା ଅଛି, ରିଅଲ୍ ଇଷ୍ଟେଟ୍ ସର୍ଭେ ନମ୍ବର ୪୦୧/ଏ ଅନ୍ୟ ତିନିଜଣ ମିଳିତ ମାଲିକଙ୍କ ସହ ମିଳିତ ଭାବରେ କରାଯାଇଥିଲା, ପ୍ରତ୍ୟେକଙ୍କର ସମାନ ଅଂଶ ୨୫ ପ୍ରତିଶତ ରହିଥିଲା, ଯାହା ବର୍ତ୍ତମାନ ଦାନ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ପିଏମ ମୋଦୀ ୪୫ ଗ୍ରାମ ଓଜନ ବିଶିଷ୍ଟ ପ୍ରାୟ ଚାରିଟି ସୁନା ମୁଦି ଘୋଷଣା କରିଛନ୍ତି, ଯାହାର ମୂଲ୍ୟ ୧,୭୩,୦୬୩ ଟଙ୍କା, ଯାହା ଏକ ବର୍ଷ ପୂର୍ବେ ୧, ୪୮,୩୩୧ ଟଙ୍କା ଥିଲା।