Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ତ୍ରିନିଦାଦ ଓ ଟୋବାଗୋ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ 
ଅନ୍ତରାଷ୍ଟ୍ରୀୟ

ତ୍ରିନିଦାଦ ଓ ଟୋବାଗୋ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ 

July 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସିନେଟ ପ୍ରେସିଡେଣ୍ଟ ମହାମହିମ ୱାଡେ ମାର୍କ ଏବଂ ଗୃହର ବାଚସ୍ୱତି ଜଗଦେଓ ସିଂହଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିନିଦାଦ ଓ ଟୋବାଗୋ (ଟି ଆଣ୍ଡ ଟି) ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ତ୍ରିନିଦାଦ ଓ ଟୋବାଗୋର ସଂସଦକୁ ସମ୍ବୋଧିତ କରିବାରେ ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ। ଏହି ଅବସର ଭାରତ-ତ୍ରିନିଦାଦ ଓ ଟୋବାଗୋ ଦ୍ୱିପାକ୍ଷିକ ସମ୍ପର୍କର ମାଇଲଖୁଣ୍ଟ ହୋଇ ରହିବ।

ମାନନୀୟ ସଦନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ପକ୍ଷରୁ ସଦସ୍ୟମାନଙ୍କୁ ସ୍ୱତନ୍ତ୍ର ସଦିଚ୍ଛା ଜଣାଇଥିଲେ। ତାଙ୍କୁ ସର୍ବୋଚ୍ଚ ଜାତୀୟ ସମ୍ମାନ ପ୍ରଦାନ କରାଯାଇଥିବାରୁ ସେ ତ୍ରିନିଦାଦ ଓ ଟୋବାଗୋର ଜନସାଧାରଣଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଇଥିଲେ। ଭାରତୀୟ ଗଣତନ୍ତ୍ରର ଜୀବନ୍ତତାକୁ ବର୍ଣ୍ଣନା କରି ସେ ଉଲ୍ଲେଖ କରିଥିଲେ, ଗଣତନ୍ତ୍ରର ସ୍ରଷ୍ଟା ଭାବେ ଭାରତ ଏହି ଅଭ୍ୟାସକୁ ଏହାର ସଂସ୍କୃତି ଓ ଜୀବନର ଅଭିନ୍ନ ଅଂଶରେ ପରିଣତ କରିଛି। ସେ ଉଲ୍ଲେଖ କରିଥିଲେ, ଏହି ପନ୍ଥା ଭାରତୀୟ ବିବିଧତାକୁ ସଫଳ ଓ ସମୃଦ୍ଧ କରିଛି। ଏହା ସମସ୍ତ ଚିନ୍ତାଧାରାର ଅସ୍ତିତ୍ୱ ବଞ୍ଚାଇ ରଖିଛି ଏବଂ ସଂସଦୀୟ ଆଲୋଚନା ଏବଂ ସାର୍ବଜନୀନ ତର୍କକୁ ସମୃଦ୍ଧ କରିଛି।

ତ୍ରିନିଦାଦ ଓ ଟୋବାଗୋକୁ ସଫଳ ଗଣତାନ୍ତ୍ରିକ ଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ । ସେ କହିଥିଲେ, ତ୍ରିନିଦାଦ ଓ ଟୋବାଗୋର ଜନସାଧାରଣ ସ୍ୱାଧୀନତାର ରାସ୍ତାରେ ଏକଜୁଟ ହୋଇ ଛିଡ଼ା ହୋଇଥିବାରୁ ଭାରତ ନିଜକୁ ସମ୍ମାନିତ ମନେ କରୁଛି । ସେ ଗୁରୁତ୍ୱାରୋପ କରି କହିଥିଲେ, ଦୁଇ ଦେଶ ମଧ୍ୟରେ ଗଭୀର ବନ୍ଧନ ରହିଛି । ଦୁଇ ଗଣତନ୍ତ୍ର ମଧ୍ୟରେ ଥିବା ଘନିଷ୍ଠ ସମ୍ବନ୍ଧକୁ ଉଲ୍ଲେଖ କରି ସେ କହିଥିଲେ, ଏହା ଭାରତ ଦ୍ୱାରା ଉପହାର ଦିଆଯାଇଥିବା ବାଚସ୍ପତିଙ୍କ ଚେୟାରରେ ପ୍ରତିବିମ୍ବିତ ହେଉଛି । ଦ୍ୱିପାକ୍ଷିକ ସଂସଦୀୟ ଆଦାନପ୍ରଦାନକୁ ବଢ଼ାଇବାକୁ ପ୍ରଧାନମନ୍ତ୍ରୀ ଆଗ୍ରହ ପ୍ରକାଶ କରିଥିଲେ । ଗୃହରେ ମହିଳା ସାଂସଦମାନଙ୍କ ଉଲ୍ଲେଖନୀୟ ଉପସ୍ଥିତିରେ ସନ୍ତୋଷ ପ୍ରକାଶ କରିଥିଲେ । ସଂସଦ ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ ପାଇଁ ଭାରତ ନେଇଥିବା ଐତିହାସିକ ପଦକ୍ଷେପ ସମ୍ପର୍କରେ ସେ ଗୁରୁତ୍ୱାରୋପ କରିଥିଲେ । ଭାରତର ତଳସ୍ତରରେ କିପରି ମହିଳା ମାନେ ନେତୃତ୍ୱ ନେଉଛନ୍ତି ତାହା ସେ ବର୍ଣ୍ଣନା କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ଦେଶର ସ୍ୱାୟତ୍ତ ସଂସ୍ଥା ଗୁଡ଼ିକରେ ୧୫ ଲକ୍ଷ ନିର୍ବାଚିିତ ମହିଳା କିପରି କ୍ଷମତା ପାଇପାରିଛନ୍ତି ସେ ନେଇ ଗୁରୁତ୍ୱାରୋପ କରିଥିଲେ ।

ମାନବତା ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ୱାନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ । ଶାନ୍ତିପ୍ରିୟ ସମାଜ ପ୍ରତି ବଡ଼ ବିପଦ ହୋଇଥିବା ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ବିଶ୍ୱ ସମୁଦାୟ ଏକାଠି ହେବାକୁ ସେ ଆହ୍ୱାନ ଦେଇଥିଲେ । ବୈଶ୍ୱିକ ପ୍ରଶାସନର ସଂସ୍କାର ଏବଂ ଗ୍ଲୋବାଲ ସାଉଥକୁ ତାର ହକ୍ ଦେବାନେଇ ସେ ଆଗ୍ରହ ପ୍ରକାଶ କରିଥିଲେ । ଭାରତ-କାରିକମ୍ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ସେ ପ୍ରତିବଦ୍ଧତା ଜଣାଇଥିଲେ ।

ତ୍ରିନିଦାଦକୁ ଭାରତୀୟଙ୍କ ଆଗମନର ୧୮୦ ବର୍ଷ ପୂର୍ତ୍ତି ଏବେ ପାଳନ ହେଉଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ, ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ଶତାବ୍ଦୀ ପୁରୁଣା ବନ୍ଧନର ଭିତ୍ତି ଉପରେ ଆଧାରିତ ଏବଂ ଏହା ଅଧିକ ଗଭୀର ଓ ସମୃଦ୍ଧ ହୋଇଚାଲିବ ।

ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.