Categories
ଆଜିର ଖବର ଜାତୀୟ ଖବର

ସେନା ଯବାନ ମାନଙ୍କର ଅସାଧାରଣ ସାହସ, ଅତୁଟ ପ୍ରତିବଦ୍ଧତା ଏବଂ ବଳିଦାନକୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ସେନା ଦିବସ ଅବସରରେ ସେନା ଯବାନ ମାନଙ୍କର ଅସାଧାରଣ ସାହସ, ଅତୁଟ ପ୍ରତିବଦ୍ଧତା ଏବଂ ବଳିଦାନକୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

ସେନା ଦିବସ ଅବସରରେ ଆମେ ସେନା ଯବାନଙ୍କ ଅସାଧାରଣ ସାହସ, ଅତୁଟ ପ୍ରତିବଦ୍ଧତା ଏବଂ ବଳିଦାନକୁ ସମ୍ମାନ ଜଣାଉଛୁ। ଆମ ଦେଶର ସୁରକ୍ଷା ଏବଂ ଆମ ସାର୍ବଭୌମତ୍ୱକୁ ବଜାୟ ରଖିବାରେ ସେମାନଙ୍କର ନିରନ୍ତର ସମର୍ପଣ ସେମାନଙ୍କ ସାହସିକତାର ପ୍ରମାଣ। ସେମାନେ ହେଉଛନ୍ତି ଶକ୍ତି ଓ ସହନଶୀଳତାର ସ୍ତମ୍ଭ।

Categories
ଆଜିର ଖବର ଜାତୀୟ ଖବର

ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଏବଂ ଜାତୀୟ ଯୁବ ଦିବସ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ ସ୍ୱାମୀ ବିବେକାନନ୍ଦଙ୍କ ଉପରେ ତାଙ୍କର ମତ ସମ୍ପର୍କରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, “ବିଶ୍ୱ ସ୍ତରରେ ଭାରତୀୟ ଆଧ୍ୟାତ୍ମିକତା ଓ ସଂସ୍କୃତି ପ୍ରତିଷ୍ଠା କରିଥିବା ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ, ଜାତୀୟ ଯୁବ ଦିବସରେ ତାଙ୍କୁ ଶ୍ରଦ୍ଧାଞ୍ଜଳି। ଶକ୍ତି ଓ ସ୍ଫୁର୍ତ୍ତିରେ ଭରପୂର ତାଙ୍କର ଚିନ୍ତାଧାରା  ଓ ବାର୍ତ୍ତା ଯୁବପିଢ଼ିଙ୍କୁ ଯୁଗଯୁଗ ଧରି କିଛି କରିବାକୁ ପ୍ରେରଣା ଯୋଗାଇବ। “

Categories
ଆଜିର ଖବର ଜାତୀୟ ଖବର

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ତାଙ୍କ ଜନ୍ମଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି। ତାଙ୍କ ନେତୃତ୍ୱ ଏବଂ ବୌଦ୍ଧିକ ଗଭୀରତା ଆମ ଦେଶର ଗତିପଥକୁ ଏକ ମଜଭୁତ ଆକାର ଦେଇଛି। ତାଙ୍କ ଅନ୍ତର୍ଦୃଷ୍ଟି ଏବଂ ନେତୃତ୍ୱ ଅମୂଲ୍ୟ ଥିଲା ଏବଂ ବ୍ୟକ୍ତିଗତ ସ୍ତରରେ ଆମ ଆଲୋଚନା ସର୍ବଦା ସମୃଦ୍ଧ ଥିଲା। ତାଙ୍କ ନିଷ୍ଠା ଏବଂ ଜ୍ଞାନ ସର୍ବଦା ଆମ ପ୍ରଗତିର ଯାତ୍ରାରେ ଏକ ମାର୍ଗଦର୍ଶକ ହେବ।’

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ତାଙ୍କୁ  ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

‘ଜନଜାତୀୟ ଗୌରବ ଦିବସ’ ଅବସରରେ ଶ୍ରୀ ମୋଦୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଭଗବାନ ବିର୍ସା ମୁଣ୍ଡା ଜୀଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ଆଦରପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ଦେଶବ୍ୟାପୀ ମୋର ପରିବାରଜନଙ୍କୁ ଜନଜାତୀୟ ଗୌରବ ଦିବସ ଅବସରରେ ଶୁଭକାମନା।’

Categories
ଆଜିର ଖବର ଜାତୀୟ ଖବର

ରାଜମାତା ବିଜୟା ରାଜେ ସିନ୍ଧିଆଙ୍କୁ ତାଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ରାଜମାତା ବିଜୟ ରାଜେ ସିନ୍ଧିଆଙ୍କୁ ତାଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ରାଜମାତା ବିଜୟ। ରାଜେ ସିନ୍ଧିଆ ତାଙ୍କ ସାରା ଜୀବନକୁ ଜନ କଲ୍ୟାଣ ଏବଂ ଜାତିର ସେବା ପାଇଁ ଉତ୍ସର୍ଗ କରିଛନ୍ତି। ଗରିବ ଓ ବଞ୍ଚିତଙ୍କ ପାଇଁ ତାଙ୍କ ଉଦ୍ୟମ ସମସ୍ତଙ୍କୁ ଏକ ସଶକ୍ତ ଭାରତ ଗଠନ ଲାଗି ପ୍ରେରଣା ଯୋଗାଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରି କହିଛନ୍ତି ଯେ, ‘ରାଜମାତା ବିଜୟ। ରାଜେ ସିନ୍ଧିଆଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି। ସେ ତାଙ୍କ ସମଗ୍ର ଜୀବନକୁ ଜନ କଲ୍ୟାଣ ଏବଂ ଜାତିର ସେବା ପାଇଁ ଉତ୍ସର୍ଗ କରିଥିଲେ। ଗରିବ ଓ ବଞ୍ଚିତ ଲୋକଙ୍କ ପାଇଁ ତାଙ୍କ ଉଦ୍ୟମ ଏକ ସଶକ୍ତ ଭାରତ ନିର୍ମାଣରେ ସମସ୍ତଙ୍କୁ ପ୍ରେରିତ କରେ’।

Categories
ଆଜିର ଖବର ଜାତୀୟ ଖବର

ଭାରତ ରତ୍ନ ନାନାଜୀ ଦେଶମୁଖଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଭାରତ ରତ୍ନ ନାନାଜୀ ଦେଶମୁଖଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ନାନାଜୀ ଦେଶମୁଖ ତାଙ୍କ ଜୀବନକୁ ଦେଶର ଗ୍ରାମାଞ୍ଚଳ ଏବଂ ଆଦିବାସୀ କ୍ଷେତ୍ରର ବିକାଶ ଲାଗି ଉତ୍ସର୍ଗ କରିଥିଲେ। ତାଙ୍କ ବଳିଦାନ ଏବଂ ସେନା ସବୁ ପିଢ଼ି ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଶ୍ରୀ ମୋଦୀ କହିଛନ୍ତି।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଭାରତ ରତ୍ନ ନାନାଜୀ ଦେଶମୁଖଙ୍କ ଜୟନ୍ତୀରେ ତାଙ୍କୁ ଆଦରପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ସେ ଦେଶର ଗ୍ରାମାଞ୍ଚଳ ଏବଂ ଆଦିବାସୀ କ୍ଷେତ୍ରର ବିକାଶ ଲାଗି ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ତାଙ୍କ ବଳିଦାନ ଏବଂ ସେନା ସବୁ ପିଢ଼ି ପ୍ରେରଣାର ଉତ୍ସ ହୋଇ ରହିବ।’

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ସିଙ୍ଗାପୁର ପୂର୍ବତନ ପ୍ରଧାନମନ୍ତ୍ରୀ ଲି କଆନ୍ ୟୁଙ୍କୁ ତାଙ୍କ ୧୦୦ ତମ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ସିଙ୍ଗାପୁର ପୂର୍ବତନ ପ୍ରଧାନମନ୍ତ୍ରୀ ଲି କଆନ୍ ୟୁଙ୍କୁ ତାଙ୍କ ୧୦୦ ତମ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରି କହିଛନ୍ତି ଯେ, ‘ ଲି କଆନ୍ ୟୁଙ୍କୁ ତାଙ୍କ ୧୦୦ ତମ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ସିଙ୍ଗାପୁରର ପରିବର୍ତ୍ତନରେ ତାଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ତାଙ୍କ ଦୂରଦୃଷ୍ଟି, ନିରନ୍ତର ପ୍ରୟାସ ତାଙ୍କ ମହାନତାର ପ୍ରମାଣ। ତାଙ୍କ କାମ ବିଶ୍ୱନେତାଙ୍କୁ ପ୍ରେରଣା ଦେବା ଜାରି ରଖିବ।’

Categories
ଆଜିର ଖବର ଜାତୀୟ ଖବର

ଲୋକମାନ୍ୟ ତିଲକଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାନ୍ୟ ତିଲକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସ୍ୱାଧୀନତା ସଂଗ୍ରାମରେ ତାଙ୍କ ସାହସ, ସଂଘର୍ଷ, ଉତ୍ସର୍ଗ ସର୍ବଦା ଦେଶବାସୀଙ୍କୁ ପ୍ରେରିତ କରିବ ବୋଲି କହିଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କରି କହିଛନ୍ତି ଯେ, ‘ପୂର୍ଣ୍ଣ ସ୍ୱରାଜ ଦାବିରେ ବିଦେଶୀ ଶାସନର ମୁଳଦୁଆକୁ ଦୋହଲାଇ ଦେଇଥିବା ଦେଶର ଅମର ଯୋଦ୍ଧା ଲୋକମାନ୍ୟ ତିଲକଙ୍କୁ କୋଟି କୋଟି ପ୍ରଣାମ। ସ୍ୱାଧୀନତା ସଂଗ୍ରାମରେ ତାଙ୍କ ସାହସ, ସଂଘର୍ଷ, ଉତ୍ସର୍ଗ ସର୍ବଦା ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ।’

Categories
ଆଜିର ଖବର ଜାତୀୟ ଖବର

ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦାଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କରି କହିଛନ୍ତି ଯେ, ‘ଦେଶର ମହାନ ସୁପୁତ୍ର ଚନ୍ଦ୍ରଶେଖର ଆଜାଦଙ୍କୁ ତାଙ୍କ ଜୟନ୍ତୀରେ କୋଟି କୋଟି ପ୍ରଣାମ। ମାତୃଭୂମିର ରକ୍ଷା ପାଇଁ ତାଙ୍କ ବଳିଦାନର କାହାଣୀ ସର୍ବଦା ଦେଶବାସୀଙ୍କୁ ପ୍ରେରିତ କରିବ।’

Categories
ଆଜିର ଖବର ଜାତୀୟ ଖବର

ଜନ୍ମବାର୍ଷିକୀରେ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘ମହାନ ରାଷ୍ଟ୍ରବାଦୀ ଚିନ୍ତକ, ଶିକ୍ଷାବିତ୍ ଏବଂ ଭାରତୀୟ ଜନସଂଘ ସଂସ୍ଥାପକ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ଶତ ଶତ ପ୍ରଣାମ। ଏକ ସଶକ୍ତ ଭାରତବର୍ଷର ନିର୍ମାଣ ପାଇଁ ସେ ନିଜ ଜୀବନ ସମର୍ପିତ କରିଦେଇଥିଲେ। ତାଙ୍କ ଆଦର୍ଶ ଏବଂ ସିଦ୍ଧାନ୍ତ ଦେଶର ସବୁ ପିଢ଼ିକୁ ପ୍ରେରିତ କରିବ।’

Categories
ଆଜିର ଖବର ଜାତୀୟ ଖବର

ଜରୁରିକାଳୀନ ପରିସ୍ଥିତିକୁ ବିରୋଧ କରି ଗଣତାନ୍ତ୍ରିକ ଭାବନା ରଖିଥିବା ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଆମ ସମ୍ବିଧାନ ଯେଉଁ ମୂଲ୍ୟବୋଧ ପାଇଁ ଉତ୍ସବ ପାଳିଥାଏ ଗଣତନ୍ତ୍ରର କଳା ଦିନ ତାହାର ସମ୍ପୂର୍ଣ୍ଣ ବିପରୀତ ଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ଦେଶରେ ଏମର୍ଜେନ୍ସି ଲାଗୁ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘ଦେଶରେ ଜରୁରିକାଳୀନ ପରିସ୍ଥିତିକୁ ବିରୋଧ କରି ଆମ ଗଣତାନ୍ତ୍ରିକ ଆତ୍ମାକୁ ମଜଭୁତ କରିବା ପାଇଁ କାର୍ଯ୍ୟ କରିଥିବା ସେହି ସମସ୍ତ ସାହସୀ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି।

ଆମ ଇତିହାସରେ ଏମର୍ଜେନ୍ସିର ସେହି କଳାଦିନ ସର୍ବଦା ସ୍ମରଣୀୟ ହୋଇ ରହିବ, ଯାହା ଆମ ସମ୍ବିଧାନ ଉତ୍ସବ ପାଳୁଥିବା ମୂଲ୍ୟବୋଧର ସମ୍ପୂର୍ଣ୍ଣ ବିପରୀତ।

Categories
ଆଜିର ଖବର ଜାତୀୟ ଖବର

ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ନୂଆଦିଲ୍ଲୀ: ଗାନ୍ଧୀ ଜୟନ୍ତୀ ଅବସରରେ ସାରା ଦେଶରେ କାର୍ଯ୍ୟକ୍ରମ ଆୟୋଜନ କରି ବାପୁଙ୍କୁ ସ୍ମରଣ କରାଯାଉଛି। ବାପୁଙ୍କୁ ପ୍ରଣାମ କରିବା ପାଇଁ ରାଜଘାଟରେ ନେତାଙ୍କ ସମାବେଶ ହୋଇଛି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ ରାଜ ଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ରାଜଘାଟରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମହାତ୍ମା ଗାନ୍ଧୀଙ୍କୁ ତାଙ୍କର ୧୫୩ ତମ ଜନ୍ମ ବାର୍ଷିକୀରେ ଅଭିବାଦନ ଜଣାଇଛନ୍ତି। ଏହି ଅବସରରେ ଖଦି ଏବଂ ହସ୍ତତନ୍ତ ସାମଗ୍ରୀ କିଣିବାକୁ ପ୍ରଧାନମନ୍ତ୍ରୀ ମଧ୍ୟ ନିବେଦନ କରିଛନ୍ତି।

ଅକ୍ଟୋବର ୨ ତାରିଖ ଦିନ ସାରା ଦେଶରେ ଗାନ୍ଧୀ ଜୟନ୍ତୀ ଭାବରେ ପାଳନ କରାଯାଏ। ମହାତ୍ମା ଗାନ୍ଧୀ ଅକ୍ଟୋବର ୨ ତାରିଖ ୧୮୬୯ ରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ।