ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ

Published: Oct 2, 2022, 10:38 am IST

ନୂଆଦିଲ୍ଲୀ: ଗାନ୍ଧୀ ଜୟନ୍ତୀ ଅବସରରେ ସାରା ଦେଶରେ କାର୍ଯ୍ୟକ୍ରମ ଆୟୋଜନ କରି ବାପୁଙ୍କୁ ସ୍ମରଣ କରାଯାଉଛି। ବାପୁଙ୍କୁ ପ୍ରଣାମ କରିବା ପାଇଁ ରାଜଘାଟରେ ନେତାଙ୍କ ସମାବେଶ ହୋଇଛି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ ରାଜ ଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ରାଜଘାଟରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମହାତ୍ମା ଗାନ୍ଧୀଙ୍କୁ ତାଙ୍କର ୧୫୩ ତମ ଜନ୍ମ ବାର୍ଷିକୀରେ ଅଭିବାଦନ ଜଣାଇଛନ୍ତି। ଏହି ଅବସରରେ ଖଦି ଏବଂ ହସ୍ତତନ୍ତ ସାମଗ୍ରୀ କିଣିବାକୁ ପ୍ରଧାନମନ୍ତ୍ରୀ ମଧ୍ୟ ନିବେଦନ କରିଛନ୍ତି।

ଅକ୍ଟୋବର ୨ ତାରିଖ ଦିନ ସାରା ଦେଶରେ ଗାନ୍ଧୀ ଜୟନ୍ତୀ ଭାବରେ ପାଳନ କରାଯାଏ। ମହାତ୍ମା ଗାନ୍ଧୀ ଅକ୍ଟୋବର ୨ ତାରିଖ ୧୮୬୯ ରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ।

Related posts