Categories
ଆଜିର ଖବର ଜାତୀୟ ଖବର

ମୋଦୀ ସରକାରରେ ମନ୍ତ୍ରୀ ହେବେ କି ଏନସିପି ନେତା?, ଜାଣନ୍ତୁ କ’ଣ କହିଲେ ପ୍ରଫୁଲ୍ଲ ପଟେଲ

ମୁମ୍ବାଇ: ରବିବାର ଦିନ ମହାରାଷ୍ଟ୍ର ରାଜନୀତିରେ ଭୂକମ୍ପ ପରେ ଏବେ ଅନୁମାନ କରାଯାଉଛି ଯେ ରାଷ୍ଟ୍ରବାଦୀ କଂଗ୍ରେସ ଦଳର ନେତା ମଧ୍ୟ ମୋଦୀ ସରକାରରେ ମନ୍ତ୍ରୀ ହୋଇପାରନ୍ତି। ତେବେ ଏପର୍ଯ୍ୟନ୍ତ କେହି ଏ ବାବଦରେ କୌଣସି ଅଫିସିଆଲ୍ ନିଶ୍ଚିତକରଣ ଦେଇନାହାଁନ୍ତି।

ପ୍ରକାଶ ଯେ, ଶାସକ ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ୱର ଅନେକ ପର୍ଯ୍ୟାୟ ବୈଠକ ପରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳର ଅଦଳବଦଳକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ରୀୟ ମନ୍ତ୍ରୀପରିଷଦ ବୈଠକରେ ଆଜି ଅଧ୍ୟକ୍ଷତା କରିବେ।

ବରିଷ୍ଠ ଏନସିପି ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରଫୁଲ୍ଲ ପଟେଲଙ୍କୁ ସମ୍ଭାବ୍ୟ ମନ୍ତ୍ରୀ ଭାବରେ ଦେଖାଯାଉଛି। ପଟେଲଙ୍କୁ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଅତି ନିକଟତର ବିବେଚନା କରାଯାଉଥିଲା କିନ୍ତୁ ସେ ଶରଦଙ୍କୁ ଛାଡି ଅଜିତ ପାୱାରଙ୍କ ସହ ହାତ ମିଳାଇଥିଲେ।

ଏନସିପି ନେତା ପ୍ରଫୁଲ୍ଲ ପଟେଲ କହିଛନ୍ତି ଯେ ଆମେ ଏକନାଥ ସିନ୍ଦେ ଏବଂ ଦେବେନ୍ଦ୍ର ଫଡନାଭିସ୍ ଙ୍କ ସହ ସରକାର ଗଠନ କରିଛୁ। ମୁଁ ବର୍ତ୍ତମାନ ସ୍ଥିର କରିବି ଯେ, ମୋତେ ଦିଲ୍ଲୀ ଯିବାକୁ ହେବ କି ନାହିଁ। ଆମେ ଦିଲ୍ଲୀ ବିଷୟରେ କିଛି ଆଲୋଚନା କରିନାହୁଁ, କେବଳ ମହାରାଷ୍ଟ୍ରରେ ଆମ ସରକାର ଗଠନ ବିଷୟରେ ଆଲୋଚନା କରିଛୁ।

ଏହା ବ୍ୟତୀତ ମହାରାଷ୍ଟ୍ରରେ ଉପମୁଖ୍ୟମନ୍ତ୍ରୀ ଭାବେ ଅଜିତ ପାୱାରଙ୍କ ଶପଥ ଗ୍ରହଣ କରିବା ସହିତ ଦେବେନ୍ଦ୍ର ଫଡନାଭିସ୍ ଙ୍କୁ କେନ୍ଦ୍ର ସରକାରରେ ଆଣିବା ନେଇ କଳ୍ପନା ଜଳ୍ପନା ଜୋର ଧରିଛି। ବିଜେପି ସୂତ୍ରରୁ ଜଣାପଡିଛି ଯେ, ଯେତେବେଳେ ମୋଦୀ ତାଙ୍କ ମନ୍ତ୍ରୀ ପରିଷଦକୁ ଅଦଳବଦଳ କରିବାକୁ ନିଷ୍ପତ୍ତି ନେବେ, ସେତେବେଳେ ସହଯୋଗୀମାନଙ୍କୁ କ୍ୟାବିନେଟରେ ପ୍ରତିନିଧିତ୍ୱ ଦିଆଯିବ।

Categories
ଆଜିର ଖବର ଜାତୀୟ ଖବର

ନିର୍ବାଚନ ପୂର୍ବରୁ ଏନସିପିରେ ହଲଚଲ, ସୁପ୍ରିୟା ସୁଲେ ଏବଂ ପ୍ରଫୁଲ୍ଲ ପଟେଲଙ୍କୁ ମିଳିଲା ବଡ଼ ଦାୟିତ୍ଵ

ମୁମ୍ବାଇ: ଲୋକସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିରେ ଏକ ବଡ଼ ହଲଚଲ ସୃଷ୍ଟି ହୋଇଛି। ସୁପ୍ରିୟା ସୁଲେ ଏବଂ ପ୍ରଫୁଲ୍ଲ ପଟେଲଙ୍କୁ ଏନସିପିର କାର୍ଯ୍ୟକାରୀ ସଭାପତି କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଏନସିପି କମିଟିର ସର୍ବସମ୍ମତି କ୍ରମେ ନାମାଞ୍ଜୁର ହେଲା ଶରଦ ପାୱାରଙ୍କ ଇସ୍ତଫା: ପ୍ରଫୁଲ୍ଲ ପଟେଲ

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) କମିଟି ଶରଦ ପାୱାରଙ୍କ ଇସ୍ତଫାକୁ ନାମାଞ୍ଜୁର କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲ ଏହି ସୂଚନା ଦେଇଛନ୍ତି। ପ୍ରଫୁଲ୍ଲ ପଟେଲ କହିଛନ୍ତି ଯେ, କିଛି ଦିନ ପୂର୍ବରୁ ଶରଦ ପାୱାର ଆମକୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ର ଏକ କମିଟି ଗଠନ କରି ନୂତନ ସଭାପତି ଚୟନ କରିବାର ଦାୟିତ୍ଵ ଦେଇଥିଲେ। ଏହି କମିଟିରେ ମୋର ନାମ ପ୍ରଥମେ ଥିଲା।

ଯେତେବେଳେ ଶରଦ ପାୱାର ତାଙ୍କ ଇସ୍ତଫା ଘୋଷଣା କଲେ, ଆମେ ସମସ୍ତେ ସେହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲୁ। ସେବେଠାରୁ ତାଙ୍କୁ ଇସ୍ତଫା ପ୍ରତ୍ୟାହାର କରିବାକୁ ନିବେଦନ କରାଯାଉଛି। ଆମେ ତାଙ୍କୁ କହିଥିଲୁ ଯେ, ଆଜି କେବଳ ଦଳ ନୁହେଁ, ରାଜ୍ୟ ତଥା ଦେଶର ରାଜନୀତି ମଧ୍ୟ ତାଙ୍କୁ ଆବଶ୍ୟକ କରୁଛି। ଏନସିପି କମିଟି ଶରଦ ପାୱାରଙ୍କ ଇସ୍ତଫାକୁ ନାମାଞ୍ଜୁର କରିଛି। କମିଟିର ସମସ୍ତ ସଦସ୍ୟ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନେଇଛନ୍ତି।