ଏନସିପି କମିଟିର ସର୍ବସମ୍ମତି କ୍ରମେ ନାମାଞ୍ଜୁର ହେଲା ଶରଦ ପାୱାରଙ୍କ ଇସ୍ତଫା: ପ୍ରଫୁଲ୍ଲ ପଟେଲ

Published: May 5, 2023, 12:15 pm IST

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) କମିଟି ଶରଦ ପାୱାରଙ୍କ ଇସ୍ତଫାକୁ ନାମାଞ୍ଜୁର କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲ ଏହି ସୂଚନା ଦେଇଛନ୍ତି। ପ୍ରଫୁଲ୍ଲ ପଟେଲ କହିଛନ୍ତି ଯେ, କିଛି ଦିନ ପୂର୍ବରୁ ଶରଦ ପାୱାର ଆମକୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ର ଏକ କମିଟି ଗଠନ କରି ନୂତନ ସଭାପତି ଚୟନ କରିବାର ଦାୟିତ୍ଵ ଦେଇଥିଲେ। ଏହି କମିଟିରେ ମୋର ନାମ ପ୍ରଥମେ ଥିଲା।

ଯେତେବେଳେ ଶରଦ ପାୱାର ତାଙ୍କ ଇସ୍ତଫା ଘୋଷଣା କଲେ, ଆମେ ସମସ୍ତେ ସେହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲୁ। ସେବେଠାରୁ ତାଙ୍କୁ ଇସ୍ତଫା ପ୍ରତ୍ୟାହାର କରିବାକୁ ନିବେଦନ କରାଯାଉଛି। ଆମେ ତାଙ୍କୁ କହିଥିଲୁ ଯେ, ଆଜି କେବଳ ଦଳ ନୁହେଁ, ରାଜ୍ୟ ତଥା ଦେଶର ରାଜନୀତି ମଧ୍ୟ ତାଙ୍କୁ ଆବଶ୍ୟକ କରୁଛି। ଏନସିପି କମିଟି ଶରଦ ପାୱାରଙ୍କ ଇସ୍ତଫାକୁ ନାମାଞ୍ଜୁର କରିଛି। କମିଟିର ସମସ୍ତ ସଦସ୍ୟ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନେଇଛନ୍ତି।

Related posts