Categories
ଅନ୍ତରାଷ୍ଟ୍ରୀୟ ଧର୍ମ ବିଶେଷ ଖବର

‘ଗୁଡ ଫ୍ରାଇ ଡେ’ ଯୀଶୁଙ୍କ ବଳିଦାନ ଦିବସ ଭାବରେ ପାଳନ କରାଯାଏ, ଜାଣନ୍ତୁ ଏହି ଦିନର ମହତ୍ତ୍ଵ

ନୂଆଦିଲ୍ଲୀ: ଆଜି ସମଗ୍ର ବିଶ୍ଵରେ ‘ଗୁଡ ଫ୍ରାଇ ଡେ’ ପାଳନ କରାଯିବ। ସାଧାରଣତଃ ସମସ୍ତ ପର୍ବ ଧୂମଧାମ ଏବଂ ଖୁସିରେ ପାଳନ କରାଯାଏ। କିନ୍ତୁ ‘ଗୁଡ ଫ୍ରାଇ ଡେ’ ଏପରି ଏକ ପର୍ବ, ଯାହା ପ୍ରଭୁ ଯୀଶୁଙ୍କ ବଳିଦାନ ଦିବସ ଭାବରେ ପାଳନ କରାଯାଏ। ସେଥିପାଇଁ ଏହାକୁ କଳା ଶୁକ୍ରବାର ମଧ୍ୟ କୁହାଯାଏ ଏବଂ ଏହି ଦିନ ଲୋକମାନେ ପ୍ରଭୁ ଯୀଶୁଙ୍କ ବଳିଦାନକୁ ସ୍ମରଣ କରି ଶୋକ କରନ୍ତି।

‘ଗୁଡ ଫ୍ରାଇ ଡେ’ ଦିନ ପ୍ରଭୁ ଯୀଶୁଙ୍କୁ ଫାଶୀରେ ଚଢାଇ ଦିଆଗଲା। ସେଥିପାଇଁ ଲୋକମାନେ ଏହି ଦିନକୁ ଶୋକ ଭାବରେ ପାଳନ କରନ୍ତି। ଏହି କାରଣରୁ ଶୁକ୍ରବାର ଦିନ ସାଧାରଣ ଦିନ ପରି ଚର୍ଚ୍ଚରେ ଘଣ୍ଟି ବଜାଇବା ପରିବର୍ତ୍ତେ କାଠ ନକ୍ ବଜାଯାଏ ଏବଂ ଫାଶୀ ଚୟନ କରି ପ୍ରଭୁ ଯୀଶୁଙ୍କୁ ସ୍ମରଣ କରାଯାଇଥାଏ।

‘ଗୁଡ ଫ୍ରାଇ ଡେ’ କ’ଣ?:

‘ଗୁଡ ଫ୍ରାଇ ଡେ’ କଳା ଶୁକ୍ରବାର, ଗ୍ରେଟ ଫ୍ରାଇ ଡେ ଏବଂ ହୋଲି ଫ୍ରାଇ ଡେ ଭଳି ନାମରେ ମଧ୍ୟ ଜଣାଶୁଣା। ଯହୁଦୀ ଶାସକମାନେ ଯୀଶୁଙ୍କୁ ଅନେକ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇଥିଲେ। ବିଶ୍ୱାସ କରାଯାଏ ଯେ ଯେଉଁ ଦିନ ପ୍ରଭୁ ଯୀଶୁ କାଠରେ ନିର୍ମିତ ଫାଶୀରେ ଝୁଲିଥିଲେ, ସେହି ଦିନ ଶୁକ୍ରବାର ଥିଲା। ଫାଶୀରେ ଝୁଲିବା ଓ ନିର୍ଯାତନା ଦିଆଯିବା ପରେ ମଧ୍ୟ ଯୀଶୁ ତାଙ୍କର ଶେଷ ଶବ୍ଦରେ କହିଥିଲେ, ‘ହେ ଈଶ୍ବର ସେମାନଙ୍କୁ କ୍ଷମା କରନ୍ତୁ, କାରଣ ସେମାନେ କ’ଣ କରୁଛନ୍ତି ଜାଣନ୍ତି ନାହିଁ’। ହେ ପିତା! ମୁଁ ମୋର ପ୍ରାଣକୁ ତୁମ ହାତରେ ସମର୍ପଣ କରେ ମୃତ୍ୟୁ ପୂର୍ବରୁ ମଧ୍ୟ ଯୀଶୁଙ୍କ ପାଟିରୁ କ୍ଷମା ଏବଂ କଲ୍ୟାଣର ବାର୍ତ୍ତା ବାହାରିଥିଲା।

ଯୀଶୁଙ୍କୁ କାହିଁକି ଶୂଳୀରେ ଚଢାଇ ଦିଆଗଲା?:

ଖ୍ରୀଷ୍ଟିଆନ ଧର୍ମର ପବିତ୍ର ପୁସ୍ତକ ବାଇବଲ ଅନୁଯାୟୀ ପ୍ରଭୁ ଯୀଶୁ ମାନବଜାତିର କଲ୍ୟାଣ ପାଇଁ ପ୍ରେମ, ଜ୍ଞାନ ଏବଂ ଅହିଂସା ବାର୍ତ୍ତା ଦେଇଥିଲେ। ଏଭଳି ପରିସ୍ଥିତିରେ, ଯୀଶୁଖ୍ରୀଷ୍ଟଙ୍କ ପ୍ରତି ଲୋକ ଆକର୍ଷିତ ହେବାରେ ଲାଗିଲେ। ଯୀଶୁଙ୍କ ବଢୁଥିବା ଲୋକପ୍ରିୟତା ଯହୁଦୀମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିବାକୁ ଲାଗିଲା ଏବଂ ସେମାନେ ଅନୁଭବ କଲେ ଯେ ଯୀଶୁଙ୍କ ଲୋକପ୍ରିୟତା ହେତୁ ସେମାନଙ୍କ ଶକ୍ତି ସେମାନଙ୍କଠାରୁ ଛଡ଼ାଇ ନିଆଯାଇପାରେ। ସେଥିପାଇଁ ଯହୁଦୀମାନେ ଯୀଶୁଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇଥିଲେ ଏବଂ ଏହା ପରେ ତାଙ୍କୁ ଶୂଳୀରେ ଚଢାଇ ଦିଆଗଲା। ମାନବଜାତିର କଲ୍ୟାଣ ପାଇଁ ଯୀଶୁ ନିଜ ଜୀବନକୁ ଉତ୍ସର୍ଗ କଲେ।

‘ଗୁଡ ଫ୍ରାଇ ଡେ’ର ମହତ୍ତ୍ଵ:

‘ଗୁଡ ଫ୍ରାଇ ଡେ’ ପୂର୍ବରୁ, ଖ୍ରୀଷ୍ଟିଆନମାନେ ୪୦ ଦିନ ଉପବାସ କରନ୍ତି। ଏହି ସମୟରେ, କିଛି ଲୋକ କେବଳ ଶୁକ୍ରବାର ଦିନ ଉପବାସ ରଖନ୍ତି। ଏହାକୁ ଲେଣ୍ଟ କୁହାଯାଏ। ‘ଗୁଡ ଫ୍ରାଇ ଡେ’ ଦିନ, ଚର୍ଚ୍ଚକୁ ସଜାଯାଇ ସ୍ୱତନ୍ତ୍ର ପ୍ରାର୍ଥନା କରାଯାଏ। ଏହି ଦିନ ଲୋକମାନେ କଳା ପୋଷାକ ପିନ୍ଧି ଚର୍ଚ୍ଚକୁ ଯାଆନ୍ତି, ସମବେଦନା ଜଣାନ୍ତି ଏବଂ ସେମାନଙ୍କର ପାପ ପାଇଁ ଯୀଶୁଙ୍କୁ କ୍ଷମା ମାଗନ୍ତି। ଶୁଭ ଶୁକ୍ରବାର ପରେ ପରବର୍ତ୍ତୀ ରବିବାରରେ ଇଷ୍ଟର ପାଳନ କରାଯାଏ।

Categories
Christmas22 ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ସାରା ଓଡ଼ିଶାରେ ହର୍ଷ ଓ ଆନନ୍ଦରେ ପାଳିତ ହେଉଛି ‘ବଡଦିନ’

ଭୁବନେଶ୍ବର: ସାରା ଓଡ଼ିଶାରେ ବେଶ୍‌ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହେଉଛି ବଡଦିନ। ପ୍ରଭୁ ଯୀଶୁଙ୍କର ଜନ୍ମଦିନ ଅର୍ଥାତ୍‌ ବଡଦିନ ପାଇଁ ସାରା ରାଜ୍ୟରେ ଏକ ଖୁସିର ଉତ୍ସବ ଲାଗି ରହିଛି। ଏହି ଅବସରରେ ବିଭିନ୍ନ ଚର୍ଚ୍ଚ ପକ୍ଷରୁ ସ୍ବତନ୍ତ୍ର ପ୍ରାର୍ଥନା ଓ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇଛି। ଆଜି ମଧ୍ୟରାତ୍ରିରେ ପ୍ରଭୁ ଯୀଶୁଙ୍କର ଜନ୍ମ ହୋଇଥିବାବେଳେ ଏହାକୁ ବେଶ୍‌ ସ୍ବତନ୍ତ୍ର ଢଙ୍ଗରେ ପାଳନ କରିଛନ୍ତି ଖ୍ରୀଷ୍ଟିଆନ୍‌ ଧର୍ମାବଲମ୍ବୀମାନେ।

ବଡ଼ଦିନ ଅବସରରେ ରାଜ୍ୟର ବିଭିନ୍ନ ଚର୍ଚ୍ଚଗୁଡ଼ିକରେ ଆଲୋକସଜ୍ଜା କରାଯିବା ସହିତ କ୍ରିସମାସ ଟ୍ରି, ମହମବତୀ ଓ ଘଣ୍ଟି ଦ୍ବାରା ସଜାଯାଇଛି। ଗତକାଲି ମଧ୍ୟରାତ୍ର ପର୍ଯ୍ୟନ୍ତ ବିଭିନ୍ନ ଚର୍ଚ୍ଚଗୁଡ଼ିକରେ ବିଶେଷ ପ୍ରାର୍ଥନା କରାଯାଇଥିଲା। ଏଥିରେ ହଜାର ହଜାର ଖ୍ରୀଷ୍ଟଧର୍ମାବଲମ୍ବୀମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଚର୍ଚ୍ଚ ପକ୍ଷରୁ ଭଜନ, ପ୍ରାର୍ଥନା, ଗୀତ ଓ ଉପହାର ଆଦାନ ପ୍ରଦାନ  କରାଯାଇଥିଲା। ଭୁବନେଶ୍ବର କଟକ ବ୍ୟତୀତ, ବାଲେଶ୍ବର, ବ୍ରହ୍ମପୁର, ରାଉରକେଲା, କନ୍ଧମାଳ ଆଦି ସହରଗୁଡ଼ିକରେ ବେଶ୍‌ ଶାନ୍ତିପୂର୍ଣ୍ଣ ଭାବରେ ବଡଦିନ ପାଳନ କରାଯାଉଛି। ଏହି ଅବସରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ବଡଦିନର ଶୁଭେଚ୍ଛା ଜଣାଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବଡ ଦିନ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କନ୍ଧମାଳରେ ବଡ଼ଦିନ ଉପଲକ୍ଷେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଡିସେମ୍ବର ୨୫ରେ ମେଷ, ସିଂହ, କନ୍ୟା ଓ ମକର ରାଶିଙ୍କ ଭାଗ୍ୟ ଖୋଲିବ, ଜାଣନ୍ତୁ ଆପଣଙ୍କ ରାଶି ସମ୍ବନ୍ଧରେ

ଭୁବନେଶ୍ବର: ଡିସେମ୍ବର ୨୫ ଅର୍ଥାତ୍‌ ବଡଦିନ। ଆଜିର ଦିନରେ ପ୍ରଭୁ ଯୀଶୁ ଧରାବତରଣ କରିଥିଲେ। ଆଜି ଦିନଟି ବହୁତଶୁଭ। ତେବେ ଆସନ୍ତୁ ଜାଣିବା ଆପଣଙ୍କ ରାଶି କ’ଣ କହୁଛି–

ମେଷ ରାଶି: ମେଷ ରାଶିରେ ମଙ୍ଗଳର ଗୋଚର ହୋଇସାରିଛି। ଆପଣ ଆଜି ସକାରାତ୍ମକ ଶକ୍ତିର ଅନୁଭବ କରିବେ। ଆଜି ଆପଣ ସମ୍ପର୍କକୁ ମଜବୁତ୍‌ କରିବା ପାଇଁ ଚେଷ୍ଟା କରନ୍ତୁ।

ବୃଷ ରାଶି: ବୃଷ ରାଶିର ବ୍ୟକ୍ତିମାନେ ଆଜି ନିଜ ମିତ୍ରମାନଙ୍କସହିତ ଭଲ ସମୟ ବ୍ୟତୀତ କରିବେ। ପରିବାରରେ ଖୁସିର ମାହୋଲ୍‌ ରହିବ। ଯଦି ଆପଣ  କାହାକୁ ଉପହାର ଦେବାକୁ ଚାହୁଁଛନ୍ତି ତେବେ ଆଜି ଦିନର ଉପହାର ଦିଅନ୍ତୁ ଭଲ ରହିବ।

ମିଥୁନ ରାଶି: ମିଥୁନ ରାଶିର ବ୍ୟକ୍ତିବିଶେଷଙ୍କୁ ଚିନ୍ତା ମୁକ୍ତ ରହିବା ପାଇଁ ମନରେ ସକାରାତ୍ମକ ବିଚାର ଆଣନ୍ତୁ। ଆଜି ଆପଣଙ୍କୁ ଯିଏ ହୃଦୟରୁ ପସନ୍ଦ କରନ୍ତି ତାଙ୍କୁ ଧନ୍ୟବାଦ ଦିଅନ୍ତୁ। ଆପଣ ଦିନଟିଖୁସିରେ କଟିବ।

କର୍କଟ ରାଶି: ଏହି ରାଶିର ଲୋକମାନେ ଆଜି ପାର୍ଟି କରିପାରନ୍ତି। ଆପଣଙ୍କ ଖୁସିମିଜାଜ ଗୁଣ ପାଇଁ ଆପଣଙ୍କୁ ସମେସ୍ତ ବହୁତ ସ୍ନେହ କରନ୍ତି।

ସିଂହ ରାଶି: ସିଂହରାଶିର ବ୍ୟକ୍ତିମାନେ ଆଜିନିଜ ମନର କଥା ଶୁଣନ୍ତୁ। ଯଦି ଆପଣ କାହାକୁ ପ୍ରେମ କରୁଛନ୍ତି ତେବେ ପ୍ରକାଶ କରନ୍ତୁ। ଲାଭର ସ୍ଥିତି ମଧ୍ୟ ରହିଛି। କ୍ରୋଧ କରନ୍ତୁନି।

କନ୍ୟା ରାଶି: ଆଜି ଆପଣଙ୍କୁ ଉପହାର ମିଳିପାରେ। ସାଙ୍ଗ ସାଥୀମାନଙ୍କ ସହିତ ପାର୍ଟି ମଧ୍ୟ କରିପାରନ୍ତି।

ତୁଳା ରାଶି: ତୁଳା ରାଶିର ବ୍ୟକ୍ତିମନେ ଆଜି ବାହାରକୁ ବୁଲିଯିବାର କାର୍ଯ୍ୟକ୍ରମ କରିପାରନ୍ତି। ସମସ୍ତଙ୍କୁ କ୍ରିସମାସର ଶୁଭେଚ୍ଛା ଜଣାନ୍ତୁ। ଯଦି ଆପଣଙ୍କ ବସ୍‌ ଆପଣଙ୍କ ଉପରେ ରାଗିଛନ୍ତି ତେବେ କିଛି ଉପହାର ଦେଇ ତାଙ୍କୁ ରାଗ ଶାନ୍ତ କରନ୍ତୁ।

ବିଛା ରାଶି: ଏହି ରାଶିର ବ୍ୟକ୍ତିମାନେ ଆଜି ଏକୁଟିଆ ନ ରହି ନିଜ ଜୀବନସାଥୀ ସହିତ ରୁହନ୍ତୁ। ଯଦି ଅବିବାହିତା ଥିବେ ତେବେ ନିଜ ଜୀବନସାଥୀଙ୍କ ସହିତ ନିଜ ଭବିଷ୍ୟତ ସମ୍ପର୍କରେ ଯୋଜନା ପ୍ରସ୍ତୁତ କରନ୍ତୁ। ଚିନ୍ତାରୁ ମୁକ୍ତ ରୁହନ୍ତୁ।

ଧନୁ ରାଶି: ଧନୁ ରାଶିର ଲୋକମାନେ ଆଜି କିଛି ମାମଲାରେ ସାବଧାନତା ଅବଲମ୍ବନ କରନ୍ତୁ। ଯାନବାହନ ଚଲାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ଆଜି ଦିନରେ ଏପରି କିଛି କରନ୍ତୁ, ଯେଉଁଥିରେ ଆପଣଙ୍କ ମାନ ସମ୍ମାନ ବଢିବ।

ମକର ରାଶି: ଏହି ରାଶିର ଲୋକମାନଙ୍କ ପାଇଁ ଆଜି ଦିନଟି ବେଶ୍‌ ଭଲରେ କଟିବ। ଆପଣଙ୍କ ବିଚାରକୁ ସମସ୍ତେ ପ୍ରଶଂସା କରିବେ। ଆଜି ହୃଦୟ ଖୋଲି ଶୁଭକାମନା ଜଣାନ୍ତୁ।

କୁମ୍ଭ ରାଶି: ଏହି ରାଶିର ଲୋକମାନେ ଆଜି ଆନନ୍ଦ ମଜା ମଜଲିସ୍‌ରେ ଦିନ କାଟିପାରନ୍ତି।

ମୀନ ରାଶି: ଏହି ରାଶିର ବ୍ୟକ୍ତିମାନେ ଆଜି ସବୁ ଭୁଲ୍‌ ବୁଝାମଣାକୁ ଭୁଲି ସମ୍ପର୍କ ସ୍ଥାପନ କରନ୍ତୁ। ଆପଣଙ୍କ ହୃଦୟ ବଡ, କ୍ଷମା କରି ନୂଆ ସମ୍ପର୍କ ଆରମ୍ଭ କରନ୍ତୁ।