ଉପେନ୍ଦ୍ର ବଳିୟାରସିଂହ
ଭୁବନେଶ୍ଵର: ଶ୍ରୀରାମ ଚନ୍ଦ୍ର ବନବାସ ସମୟରେ ଚିତ୍ରକୁଟରେ ଥିଲେ। ଲକ୍ଷ୍ମଣ ଜୀ ଫଳମୂଳ ଆଣିବା ପାଇଁ ଜଙ୍ଗଲକୁ ଯାଇଥିଲେ। ସୀତା ଜୀ ଓ ରାମ ଜୀ କୌଣସି ଏକ ବିଷୟରେ ଚର୍ଚ୍ଚା କରୁଥିଲେ। ସିତାଜୀ ହଠାତ କହିଲେ, “ପ୍ରଭୁ କ୍ଷମା କରିବେ, ଗୋଟିଏ କଥା କହିବି?”
ପ୍ରଭୁ କହିଲେ,”କୁହ।
ସୀତା କହିଲେ, “ମୋର ଚରଣ ଆପଣଙ୍କ ଚରଣ ଠାରୁ ବେଶୀ ସୁନ୍ଦର!
ଶ୍ରୀରାମ ଜୀ କହିଲେ, “ଏହା କିପରି ହୋଇପାରିବ? ମୋର ଚରଣ ସବୁଠାରୁ ସୁନ୍ଦର! ଯଦି ଭଗବାନ ସ୍ଵୀକାର କରି ନେଇଥାନ୍ତେ, ତାହେଲେ କୌଣସି କଥା ନଥିଲା।”
କିନ୍ତୁ ପ୍ରଭୁଙ୍କର କଥା ଶୁଣି ଉଭୟଙ୍କ ମଧ୍ୟରେ ମତାନ୍ତର ହେଲା। ଶେଷକୁ ସ୍ଥିର ହେଲା ଯେ, ଲକ୍ଷଣଙ୍କ ନିଷ୍ପତ୍ତି ହିଁ, ଉଭୟଙ୍କର ମାନ୍ୟ ହେବ। କାରଣ ସେ ହିଁ ଉଭୟଙ୍କର ଚରଣର ସେବା କରନ୍ତି।
ଲକ୍ଷ୍ମଣ ଫଳମୂଳ ଧରି କୁଟୀରକୁ ଫେରିଲେ। ଶ୍ରୀରାମ କହିଲେ, “ଗୋଟିଏ ତକରାଳ ହୋଇଛି। ତୁ ହିଁ ଉଚିତ ନ୍ୟାୟ ଦେଇପାରିବୁ।”
ଲକ୍ଷ୍ମଣ କହିଲେ, “ପ୍ରଭୁ ଆଜ୍ଞା ହେଉ।” ଶ୍ରୀରାମ କହନ୍ତି, ଲକ୍ଷ୍ମଣ ସୀତା କହୁଛନ୍ତି, ତାଙ୍କ ଚରଣ ସୁନ୍ଦର। ମୁଁ କହୁଛି ମୋ ଚରଣ ସୁନ୍ଦର। ତୁ ତ ଉଭୟ ଚରଣ ସେବା କରୁଛୁ। ତୁ କୁହ, କାହାର ଚରଣ ସୁନ୍ଦର।
ଲକ୍ଷ୍ମଣ ଜୀ କହିଲେ ପ୍ରଭୁ, “ଏହି ସଙ୍କଟ ଭିତରେ ମୋତେ ପକାନ୍ତୁ ନାହିଁ। ଆପଣ ଉଭୟେ ଏହାର ସମାଧାନ କରନ୍ତୁ।”
ଶ୍ରୀରାମ କହିଲେ, “ତୁ କୁହ। ତୁ ବୈରାଗୀ ଅଟୁ। ତୁ ତ୍ୟାଗୀ ସନ୍ଥ ଅଟୁ। ତୋର ନିଷ୍ପକ୍ଷ ନ୍ୟାୟ ଆମକୁ ସ୍ଵୀକାର ଅଟେ। ନିର୍ଭୟ ହୋଇ କୁହ।”
ଲକ୍ଷ୍ମଣ ଜୀ ଧର୍ମ ସଙ୍କଟରେ ପଡିଗଲେ। କାହାର ପକ୍ଷ ନେବେ। ଜଣଙ୍କର ପକ୍ଷ ନେଲେ, ଅନ୍ୟ ଜଣେ ଦୁଃଖୀ ହେବେ। ଶେଷରେ ସେ ରାମଙ୍କ ଚରଣ ଧରି ସୀତାଙ୍କ ଚରଣ ଆଡକୁ ନିର୍ଦ୍ଦେଶ କରି କହିଲେ, ଏ ଚରଣ (ଶ୍ରୀରାମ ଚରଣ) ଠାରୁ ସେ ଚରଣ (ସୀତା ଚରଣ) ସୁନ୍ଦର।
ସୀତା ଖୁସି ହୋଇଗଲେ।
ଲକ୍ଷ୍ମଣ ଜୀ କହିଲେ, “ମାତା ଖୁସି ହୁଅନ୍ତୁ ନାହିଁ। ଶ୍ରୀରାମଙ୍କ ଚରଣ ଯୋଗୁଁ ହିଁ ଆପଣଙ୍କର ଚରଣର ମୂଲ୍ୟ ବଢିଯାଇଛି। ଶ୍ରୀରାମଙ୍କ ଚରଣ ବିନା ଆପଣଙ୍କର ଚରଣ ସୁନ୍ଦର ଲାଗିବ ନାହିଁ। ଅର୍ଥାତ ଲକ୍ଷ୍ମଣ କହୁଛନ୍ତି, “ଉଭୟଙ୍କର ଚରଣ ସୁନ୍ଦର। ପରସ୍ପର ପରିପୂରକ।
ଲକ୍ଷ୍ମଣ କହିଲେ,”ଆଚରଣ ଦ୍ଵାରା ହିଁ ଚରଣ ସୁନ୍ଦର ଲାଗେ। ସେହି ଚରଣ ତଳେ ନିଜକୁ ସମର୍ପଣ କରିବାକୁ ଇଚ୍ଛା ହୁଏ। ଆପଣମାନଙ୍କର ଆଚରଣ ଯୋଗୁଁ ହିଁ ଆଜି ସମସ୍ତେ ସେହି ଚରଣ ତଳେ ଆଶ୍ରୟ ନେବାକୁ ଚାହାନ୍ତି।