Categories
ଆଜିର ଖବର ଧର୍ମ

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗୋଟିଏ ମାଠିଆ ପାଣିର ମୂଲ୍ୟ ହେଲା ଦେଢ ଲକ୍ଷ ଟଙ୍କା

ଭୁବନେଶ୍ବର: ପ୍ରଥମ ମାଠିଆ ପାଣିର ମୂଲ୍ୟ ଲକ୍ଷାଧିକ ଟଙ୍କା। ଆଉ ଦ୍ବିତୀୟ ଗରା ପାଣିର ମୂଲ୍ୟ ୪୭ ହଜାର ଟଙ୍କା। ଯେକେହି ଏ କଥା ଯେ କେହି ଶୁଣିବ ସେ ଆଶ୍ଚର୍ଯ୍ୟ ହେବ। କାରଣ ପାଣିର ମୂଲ୍ୟ ଏତେ ଟଙ୍କା କାହିଁ ପ୍ରଶ୍ନ କରିବ।

ତେବେ ଘଟଣାଟି ହେଉଛି, ଗତକାଲି ରାତିରେ ପୁରୁଣା ଭୁବନେଶ୍ବରର ମରିଚି କୁଣ୍ଡ ପାଣି ନିଲାମ କରାଯାଇଥିଲା। ବିଶ୍ବାସ ରହିଛି ଯେ, ଏହି କୁଣ୍ଡର ପାଣି ପ୍ରଭୃ ଲିଙ୍ଗରାଜ ରଥ ଯାତ୍ରା ପୂର୍ବ ରାତିରେ ଯେଉଁ ନିଃସନ୍ତାନ ମହିଳା ପାନ କରି ସ୍ନାନ କରିବେ ସେ ସନ୍ତାନପ୍ରାପ୍ତି ହେବେ। ସେଥିପାଇଁ ପ୍ରତିବର୍ଷ ଏହି ମରିଚି କୁଣ୍ଡର ପାଣି ନିଲାମ ହୋଇଥାଏ।

ଚଳିତ ବର୍ଷ ଏହି କୁଣ୍ଡର ପ୍ରଥମ ମାଠିଆ ପାଣି ୧.୩ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି। ସେହିପରି ଦ୍ବିତୀୟ ମାଠିଆ ପାଣି ୪୭ ହଜାର ଟଙ୍କାରେ ବିକ୍ରି ହୋଇଛି। ମୁକ୍ତେଶ୍ବର ମନ୍ଦିର ପ୍ରାଙ୍ଗଣରେ ଥିବା ଏହି କୁଣ୍ଡର ପାଣି ନିଲାମ ବହୁ ପ୍ରାଚୀନ ଯୁଗରୁ ପ୍ରଚଳିତ ହୋଇଆସୁଛି।

Categories
ଧର୍ମ ବିଶେଷ ଖବର

ଦୁଇ ବର୍ଷ ପରେ ଆଜି ପ୍ରଭୃ ଲିଙ୍ଗରାଜଙ୍କୁ ରଥ ଉପରେ ଦର୍ଶନ କଲେ ଭକ୍ତଗଣ

ଭୁବନେଶ୍ବର: କରୋନା କଟକଣା ଯୋଗୁଁ ଦୁଇ ବର୍ଷ ଧରି ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା ବନ୍ଦ ରହିଥିଲା। ବର୍ଷକୁ ଥରେ ଅନୁଷ୍ଠିତ ଏହ ରଥଯାତ୍ରା ଦେଖିବାକୁ ଭକ୍ତଙ୍କ ମନରେ ରହିଥିଲା ବ୍ୟାକୁଳତା। ଆଜି ଅଶୋକାଷ୍ଠମୀରେ ଏହି ଅପେକ୍ଷା ପୂର୍ଣ୍ଣ ହୋଇଛି। ଆଜି ହଜାର ହଜାର ଭକ୍ତଙ୍କ ଗହଣରେ ପ୍ରଭୃ ଲିଙ୍ଗରାଜଙ୍କ ରଥ ଗଡି ଚାଲିଥିଲା।

ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ଅପରାହ୍ନରେ ପ୍ରଭୃ ଲିଙ୍ଗରାଜ ରଥାଋଢ ହୋଇଥିଲେ। ହରିବୋଲ ହୁଳହୁଳି ମଧ୍ୟରେ ପ୍ରଭୃ ରଥକୁ ବିଜେ କରିଥିଲେ। ଏହାପରେ ବିଧି ମୁତାବିକ ରଥରେ ପ୍ରଭୃଙ୍କ ପୂଜା ଅନୁଷ୍ଠିତ ହୋଇଥିଲା। ପରେ ଚାରମାଳ ଖୋଲାଯିବା ପରେ ରଥ ଦଉଡି ସଂଯୋଗ କରାଯାଇଥିଲା।

ପରଂପରା ଅନୁଯାୟୀ ଡାହୁକ ଡାକ ଦେବା ପରେ ଭକ୍ତମାନେ ପ୍ରଭୃଙ୍କ ରଥ ଟାଣିଥିଲେ। ଦୁଇ ବର୍ଷ ପରେ ଭକ୍ତମାନେ ସିଧା ରଥଯାତ୍ରା ଦେଖିଥିବାରୁ ବେଶ ଉତ୍ସାହିତ ହୋଇପଡିଥିଲେ। ଭକ୍ତଙ୍କ ସହିତ ଆଜି ଭୁବନେଶ୍ବରର ନୂଆ ମେୟର ସୁଲୋଚନା ଦାସ, ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା, ଖୋର୍ଦ୍ଧା ଜିଲ୍ଲାପାଳ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ମଧ୍ୟ ଯୋଗଦେଇଥିଲେ।

Categories
ଧର୍ମ ବିଶେଷ ଖବର

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆଜି ରାତିରେ ଏକ କୁଣ୍ଡର ପାଣି ହଜାର ହଜାର ଟଙ୍କାରେ ହେବ ନିଲାମ

ଭୁବନେଶ୍ବର: ଆଜି ବିଳମ୍ବିତ ରାତିରେ ଭୁବନେଶ୍ବରର ଥିବା ଏକ ପ୍ରାଚୀନ କୁଣ୍ଡର ପାଣି ବିକ୍ରି ହେବ। ତାହା ପୁଣି ଷହେ କିମ୍ବା ଦୁଇ ଶହ ନୁହେଁ, ହଜାର ହଜାର ଟଙ୍କାରେ ବିକ୍ରି ହେବ। ସେହି ସ୍ଥାନଟି ହେଉଛି ପୁରୁଣା ଭୁବନେଶ୍ବରର କାରୁକାର୍ଯ୍ୟଭରା ପ୍ରସିଦ୍ଧ ମୁକ୍ତେଶ୍ବର ମନ୍ଦିର ପ୍ରାଙ୍ଗଣରେ ଥିବା ଏକ କୁଣ୍ଡ। ଏହି କୁଣ୍ଡକୁ ମରିଚି କୁଣ୍ଡ ବୋଲି କୁହାଯାଏ।

ବିଶ୍ବସ ରହିଛି ଏହି କୁଣ୍ଡର ପାଣି ଅଶୋକାଷ୍ଠମୀ ପୂର୍ବ ରାତିରେ ଗାଧୋଇଲେ ନିଃସନ୍ତନ ଦମ୍ପତି ସନ୍ତନପ୍ରାପ୍ତ ହୋଇଥାନ୍ତି। ମୁଖ୍ୟତଃ ଅଶୋକାଷ୍ଠମୀରେ ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା ହୋଇଥାଏ। ଏହି ରଥ ପ୍ରତିଷ୍ଠା ପାଇଁ ବିଳମ୍ବିତ ରାତିରେ ସେବକମାନେ ଏହି ମରିଚି କୁଣ୍ଡ ପାଣି ଏକ ଶୋଭାଯାତ୍ରାରେ ନେଇ ଥାନ୍ତି। ସେମାନେ ରଥ ପ୍ରତିଷ୍ଠା ପାଇଁ ପାଣି ନେବା ପରେ ସେହି କୁଣ୍ଡର ପାଣି ନିଲାମ ଆରମ୍ଭ ହୋଇଥାଏ।

ମୁକ୍ତେଶ୍ବର ମନ୍ଦିର କମିଟ ଏହି ନିଲାମ କରିଥାନ୍ତି। ଯେଉଁମାନେ ସନ୍ତାପ୍ରାପ୍ତି ଆଶା କରିଥାନ୍ତି ସେମାନେ ଅଶୋକାଷ୍ଠମୀ ପୂର୍ବଦିନ ଆସି ମନ୍ଦିରରେ ଅପେକ୍ଷା କରିଥାନ୍ତି। ରଥ ପ୍ରତିଷ୍ଠା ପରେ ଏହି ନିଲାମ ଡକାଯାଇଥାଏ। ପ୍ରଥମ କଳସ ପାଣି ପାଇଁ ଭକ୍ତଙ୍କର ବହୁ ଗୁରୁତ୍ବ ରହିଥାଏ। ସେଥିପାଇଁ ଏହି ପ୍ରଥମ ପାଣି ନେବା ପାଇଁ ପ୍ରତିଯୋଗୀତା ହୋଇଥାଏ।

ପ୍ରଥମ ପାଣି ସର୍ବାଧିକ ଟଙ୍କା ଦେବା ପାଇଁ ଥିବା ଶ୍ରଦ୍ଧାଳୁଙ୍କୁ ସେବକମାନେ କୁଣ୍ଡରୁ ଆଣି ପ୍ରଦାନ କରିଥାନ୍ତି। ଏହି ପାଣିକୁ ନେଇ ସନ୍ତାନପ୍ରାପ୍ତି ଆଶାରେ ଥିବା ମହିଳା ମନ୍ଦିର ପଛକୁ ଯାଇ ସ୍ନାନ କରିଥାନ୍ତି। ଏପରି କଲେ ନିଃସନ୍ତାନ ଦୋଷରୁ ମୁକ୍ତି ମିଳେ ବୋଲି ବିଶ୍ବାସ ରହିଛି। ଏହାପରେ ଅନ୍ୟ ଅପେକ୍ଷାରତ ମହିଳାମାନେ ସେହିପରି କମ ଟଙ୍କାରେ ନିଲାମ ଡାକି ଏହି ପାଣି ଗ୍ରହଣ କରିଥାନ୍ତି।

ପ୍ରତି ବର୍ଷ ପ୍ରଥମ କଳସ ପାଣି ପ୍ରାୟ ଲକ୍ଷେ କିମ୍ବା ସତୁରି ହଜାର ପର୍ଯ୍ୟନ୍ତ ଟଙ୍କା ଦେଇ ମହିଳାମାନେ କିଣିଥାନ୍ତି। ଏହିଦିନ ସେହି ମରିଚି କୁଣ୍ଡରୁ ପ୍ରାୟ କୋଡିଏରୁ ତିରିଶି କଳସ ପାଣି ବିକ୍ରି କରାଯାଇଥାଏ। ଏହି ପରଂପରା କାହିଁ କେଉଁ କାଳରୁ ପ୍ରଚିଳିତ ହୋଇ ଆସୁଛି। ଏ ନେଇ ଏକ୍ରାମ ପୁରାଣରେ ମଧ୍ୟ ମରିଚି କୁଣ୍ଡ ପାଣିର ମହାତ୍ମା ବର୍ଣ୍ଣନା କରାଯାଇଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆସନ୍ତାକାଲି ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା, ଜାଣନ୍ତୁ କେତେବେଳେ କଣ ହେବ

ଭୁବନେଶ୍ବର: ଆସନ୍ତାକାଲି ହେଉଛି ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା। ଯାହାକୁ ଋକୁଣା ରଥଯାତ୍ରା ବୋଲି କୁହାଯାଏ। ପୁରୀ ରଥଯାତ୍ରା ପରେ ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା ବେଶ ଗୁରୁତ୍ବ ରହିଛି। ଏହି ରଥଯାତ୍ରା ପାଇଁ ପ୍ରଭୃ ଲିଙ୍ଗରାଜ ମନ୍ଦିର ପ୍ରଶାସନ ତରଫରୁ ସମୟ ନିର୍ଘଣ୍ଟ ପ୍ରକାଶ ପାଇଛି। ସେହି ଅନୁସାରେ ଆସନ୍ତାକାଲି ବିଭିନ୍ନ ପୂଜାନୀତି ସମୟ ହେଲା

 ରଥଯାତ୍ରା ଏପ୍ରିଲ ୯ ତାରିଖ ଶନିବାର

ମଙ୍ଗଳା ଆଳତି ସାହାଣ ମେଲା- ଭୋର ୫ଟାରୁ ୬ଟା ୩୦ ମିନିଟ

ସକାଳ ଧୂପ- ସକାଳ ୯ଟା ୧୫

ଯାତ୍ରା ପୂଜା- ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୦

ପହଣ୍ଡି ବିଜେ ଓ ରଥାଋଢ – ମଧ୍ୟାହ୍ନ ୧୨ଟା ୩୦ରୁ ୧ଟା ୩୦ ମିନିଟ ମଧ୍ୟରେ

ରଥରେ ପୂଜା- ୧ଟା ୩୦ ମିନିଟରୁ ୩ଟା ୩୦ ମିନିଟ

ରଥଟଣା- ୩ଟା ୩୦ ମିନିଟ

ଶ୍ରୀରାମେଶ୍ବର ମନ୍ଦିରକୁ ବିଜେ- ସଂଧ୍ୟା ୭ଟା ୩୦ ମିନିଟ