ଦୁଇ ବର୍ଷ ପରେ ଆଜି ପ୍ରଭୃ ଲିଙ୍ଗରାଜଙ୍କୁ ରଥ ଉପରେ ଦର୍ଶନ କଲେ ଭକ୍ତଗଣ

Published: Apr 9, 2022, 9:46 pm IST

ଭୁବନେଶ୍ବର: କରୋନା କଟକଣା ଯୋଗୁଁ ଦୁଇ ବର୍ଷ ଧରି ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା ବନ୍ଦ ରହିଥିଲା। ବର୍ଷକୁ ଥରେ ଅନୁଷ୍ଠିତ ଏହ ରଥଯାତ୍ରା ଦେଖିବାକୁ ଭକ୍ତଙ୍କ ମନରେ ରହିଥିଲା ବ୍ୟାକୁଳତା। ଆଜି ଅଶୋକାଷ୍ଠମୀରେ ଏହି ଅପେକ୍ଷା ପୂର୍ଣ୍ଣ ହୋଇଛି। ଆଜି ହଜାର ହଜାର ଭକ୍ତଙ୍କ ଗହଣରେ ପ୍ରଭୃ ଲିଙ୍ଗରାଜଙ୍କ ରଥ ଗଡି ଚାଲିଥିଲା।

ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ଅପରାହ୍ନରେ ପ୍ରଭୃ ଲିଙ୍ଗରାଜ ରଥାଋଢ ହୋଇଥିଲେ। ହରିବୋଲ ହୁଳହୁଳି ମଧ୍ୟରେ ପ୍ରଭୃ ରଥକୁ ବିଜେ କରିଥିଲେ। ଏହାପରେ ବିଧି ମୁତାବିକ ରଥରେ ପ୍ରଭୃଙ୍କ ପୂଜା ଅନୁଷ୍ଠିତ ହୋଇଥିଲା। ପରେ ଚାରମାଳ ଖୋଲାଯିବା ପରେ ରଥ ଦଉଡି ସଂଯୋଗ କରାଯାଇଥିଲା।

ପରଂପରା ଅନୁଯାୟୀ ଡାହୁକ ଡାକ ଦେବା ପରେ ଭକ୍ତମାନେ ପ୍ରଭୃଙ୍କ ରଥ ଟାଣିଥିଲେ। ଦୁଇ ବର୍ଷ ପରେ ଭକ୍ତମାନେ ସିଧା ରଥଯାତ୍ରା ଦେଖିଥିବାରୁ ବେଶ ଉତ୍ସାହିତ ହୋଇପଡିଥିଲେ। ଭକ୍ତଙ୍କ ସହିତ ଆଜି ଭୁବନେଶ୍ବରର ନୂଆ ମେୟର ସୁଲୋଚନା ଦାସ, ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା, ଖୋର୍ଦ୍ଧା ଜିଲ୍ଲାପାଳ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ମଧ୍ୟ ଯୋଗଦେଇଥିଲେ।

Related posts