Categories
ଆଞ୍ଚଳିକ

ହାଇସ୍କୁଲ ପ୍ରଧାନଶିକ୍ଷକଙ୍କ ବ୍ଲକ୍‌ସ୍ତରୀୟ ପ୍ରଶିକ୍ଷଣ ଶିବିର

ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ବିଦ୍ୟାଳୟ ଶିକ୍ଷା ପ୍ରାଧୂକରଣ କର୍ତ୍ତୃପକ୍ଷ (ଓସେପା), ଜିଲ୍ଲା ଶିକ୍ଷା ବିଭାଗର ପରାମର୍ଶକ୍ରମେ ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକଙ୍କ ବ୍ଳକସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ଆସିକା ବ୍ଲକ୍ ଓ ଏନ୍‌ଏସି ଅଧୀନ ୩୫ ହାଇସ୍କୁଲର ପ୍ରଧାନଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍‌ରାଣୀ ମହାନ୍ତି, ସହକାରୀ ଗୋଷ୍ଠୀ ଶିକ୍ଷାଧୂକାରୀ ବିଭୁନନ୍ଦନ ପଣ୍ଡା ଓ ଭାଗିରଥୀ ପାତ୍ର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଜଲି ମହାପାତ୍ର ପ୍ରମୁଖ ଏଥିରେ ଯୋଗ ଦେଇଥିଲେ।

ଶିବିରରେ ୫-ଟିରେ ରୂପାନ୍ତରିତ ହୋଇଥିବା ସ୍କୁଲଗୁଡିକର ସୁପରିଚାଳନା ଓ ଶୈକ୍ଷିକ ବାତାବରଣ ସୃଷ୍ଟି, ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପୁରସ୍କାର ଯୋଜନାର ସଫଳ ରୂପାୟନ, ସ୍ମାର୍ଟସ୍କୁଲରେ ରୂପାନ୍ତରୀକରଣ ହେବାକୁ ଥିବା ସ୍କୁଲଗୁଡିକର ନିର୍ମାଣ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବା, ହାଇସ୍କୁଲଗୁଡ଼ିକର ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ସାଙ୍କକୁ ଶୈକ୍ଷିକ କ୍ଷେତ୍ରରେ ଉନ୍ନତି କରିବା, ସମସ୍ତ ମାଧ୍ଯମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଗଠିତ ହେବାକୁ ଥିବା ଜିଜ୍ଞାସା, କୌଶଳୀ, ସାହିତ୍ୟ ସୃଜନୀ ଓ କ୍ରୀଡ଼ାଙ୍ଗନ ଆଦି ବିଷୟରେ ୪ କ୍ଲବର ଗଠନ ଓ ଆଭିମୁଖ୍ୟ, ମୋ ସ୍କୁଲ କାର୍ଯ୍ୟକ୍ରମର ସଫଳ ରୂପାୟନ, ବିଦ୍ୟାଳୟରେ ଲାଗୁ ହୋଇଥିବା ହାଉସ୍ ସିଷ୍ଟମ୍, ବାଇସାଇକେଲ ବଣ୍ଟନ ଓ ଷ୍ଟିକରିଂ, ସ୍କୁଲରେ ଷ୍ଟୁଡେଣ୍ଟ ମ୍ୟାପିଂ ରିପୋର୍ଟ, ନାମଲେଖା, ସ୍କୁଲ ଫିଡ୍‌ବ୍ୟାକ୍, ଷ୍ଟୁଡେଣ୍ଟ ଲିଡର୍‌ସିପ୍ ଆଓ୍ବାର୍ଡ ସମେତ ବିଭିନ୍ନ ଶିକ୍ଷା କଲ୍ୟାଣକାରୀ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶିବଶଙ୍କର ଜେନା, ସିମାଞ୍ଚଳ ସେଠୀ, ସତ୍ୟନାରାୟଣ ସେଠୀ, ସରୋଜ କୁମାର ନାୟକ, ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଗୋବିନ୍ଦ ଚନ୍ଦ୍ର ଆଚର୍ଯ୍ୟ, ଅଶୋକ କୁମାର ପାଢୀ, ତାରାପ୍ରସାଦ ମିଶ୍ର, ପ୍ରଦୀପ କୁମାର ମହାପାତ୍ର, ଚିତ୍ତରଂଜନ ଷଡଙ୍ଗୀ, ଅଶୋକ କୁମାର ଦାଶ, ପ୍ରଦୀପ କୁମାର ଶତପଥୀ, ଅବନୀ କାନ୍ତ ତ୍ରିପାଠୀ, ସରୋଜକାନ୍ତ ମିଶ୍ର, ହିମାଂଶୁ ଶେଖର ମୁନୀ, ବିଭୁପ୍ରସାଦ ପଣ୍ଡା, ରାମକୃଷ୍ଣ ପଣ୍ଡା, ପ୍ରଦୀପ କୁମାର ପରିଡା, ଗୌରୀଶଙ୍କର ଗୌଡ, ଅଶୋକ କୁମାର ସେଠୀ, ରାଜୀବ ଲୋଚନ ସେଠୀ, ନାରାୟଣ ମହାପାତ୍ର, ଭାଗିରଥୀ ଷଡଙ୍ଗୀ, ହାଡୁବନ୍ଧୁ ମହାରଣା, ସ୍ନେହଲତା ଆଚାର୍ଯ୍ୟଙ୍କ ସମେତ ବହୁ ପ୍ରଧାନଶିକ୍ଷକ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ସଂସାଧାନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର ଉଦଯାପିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକସଂପର୍କ ଏବଂ ଜିଲ୍ଲା ସଂସ୍କୃତି ବିଭାଗ ର ମିଳିତ ଆନୁକୂଲ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଦୁଇ ଜଣିଆ ପ୍ରଶିକ୍ଷଣ ଶିବିର ରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଖୋର୍ଦ୍ଧା ଜ୍ୟୋତ୍ସାମୟୀ ଆଚାର୍ଯ୍ୟ ଶିବିର ର ଲକ୍ଷ ଏବଂ ଉଦ୍ଦେଶ୍ୟ ଉପରେ ଆଲୋଚନା କରିବା ସହ ଆସନ୍ତା ସେପ୍ଟେମ୍ବର ୧୫ ରୁ ୩୦ ମଧ୍ୟରେ ପ୍ରତ୍ୟେକ ଗ୍ରାମରେ ସରକାରଙ୍କ ବିଭନ୍ନ ଯୋଜନା ଲୋକ କଳା ମାଧ୍ୟମରେ ସମସ୍ତ ଗ୍ରାମରେ ପହଞ୍ଚେଇବାର ପାଇଁ କଳାକାରମାନଙ୍କୁ ଆହ୍ବାନ କରିଥିଲେ।

ସୂଚନା, ଶିକ୍ଷା ଏବଂ ଯୋଗାଯୋଗ ଉପକ୍ରମରେ ଆୟୋଜିତ ଜିଲ୍ଲା ବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କ ରେ କଳାକାର ମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିବ। ସମସ୍ତ କଳାକାର ଙ୍କୁ ସୁଯୋଗ ଦିଆଯିବ ବୋଲି ମତବ୍ୟକ୍ତ କରିବା ସହ ମାର୍ଗ ଦର୍ଶିକା ବିଷୟରେ ଆଲୋକପାତ କରିଥିଲେ।‌ପ୍ରମୁଖ ଆଠ ଗୋଟି ଯୋଜନାର ରୂପରେଖ କବିତା ମାଧ୍ୟମରେ କଳାକାର ମାନଙ୍କୁ ଦିଗଦର୍ଶନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଶିକ୍ଷା ଅଧିକାରୀ ସ୍ନିଗ୍ଧା ମିଶ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶରତ କୁମାର ପରିଡ଼ା ଏବଂ ଵିଭୁଦତ୍ତ ସାହୁ, ଏ ଡ଼ି ଏ ରାଜେନ୍ଦ୍ର କାହାର, ଡ଼ି ଏମ୍ ଏସ ଓ ପ୍ରଶିକ୍ଷଣ ଦେଇଥିଲେ।

ରାଜ୍ୟ ସଂସାଧାନର ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ନିଶାଙ୍କ ସମସ୍ତଙ୍କୁ ଉଦବୋଧନ ଦେବା ସହ କାର୍ଯ୍ୟକ୍ରମ ବିଷୟରେ ଆଲେଚନା କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ କାର୍ଯ୍ୟକ୍ରମ ସାଫଲ୍ୟମଣ୍ଡିତ କରିବାକୁ ସମସ୍ତଙ୍କ ସହ ଆଲୋଚନା କରିଥିଲେ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲା ସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର ଉଦଘାଟିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ସଂସାଧନ ସଭ୍ୟଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଏହାକୁ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା ଓ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଦଲ ମହାନ୍ତି ଉଦଘାଟନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ପାରମ୍ପରିକ ଲୋକ କଳା ମାଧ୍ୟମରେ ସରକାରଙ୍କର ବିବିଧ ଜନ କଲ୍ୟାଣକାରୀ ଯୋଜନା ଗୁଡିକୁ ଜନ ସାଧାରଣ ଙ୍କ ନିକଟରେ ପହଞ୍ଚାଇବାରେ ଏହି ଶିବିର ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ। ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ଅବଗତ ହେବା ସହ ନିଜ ଲୋକକଳା ମାଧ୍ୟମରେ ଏହାକୁ ଲୋକ ମାନଙ୍କୁ ସଚେତନ କରିବା ଯାହା ଦ୍ବାରା ହିତାଧିକାରୀଙ୍କ ଉପକୃତ ସହଜ ହୋଇ ପାରିବ ବୋଲି କହିଥିଲେ।

ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଦଲ ମହାନ୍ତି ସାଧାରଣ ଲୋକ ମାନଙ୍କୁ ସଚେତନ କରିବାର ଏହା ଏକ ଅଭିନବ ପଦକ୍ଷେପ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ସମାଧାନ ହେବା ସହ ଅଧିକ ରୁ ଅଧିକ ହିତାଧିକାରୀ ଉପକୃତ ହୋଇପାରିବେ ବୋଲି କହିଥିଲେ। ମୁଖ୍ୟ ପ୍ରଶିକ୍ଷକ ଭାବେ ଡଃ ପ୍ରଶାନ୍ତ କୁମାର ଦାଶ, DPHO, ଏବଂ ପ୍ରସନ୍ନ କୁମାର ମହାପାତ୍ରଙ୍କ ତରଫରୁ ସ୍ବାସ୍ଥ୍ୟ ବିଭାଗର ବିଜୁ ସ୍ଵାସ୍ଥ୍ୟ ଯୋଜନା ଏବଂ ଆମ ହସ୍ପିଟାଲ ଯୋଜନା/ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ମମତା ଯୋଜନା/ଡ଼ି,ପି ଏମ ,ଓ ଏଲ ଏମଙ୍କ କାର୍ଯ୍ୟାଳୟ ତରଫରୁ ମିଶନ ଶକ୍ତି ଉପରେ , /ସାମାଜିକ ସୁରକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ତରଫରୁ ମଧୁବାବୁ ପେନସନ ଯୋଜନା , ବିଧବା ପେନସନ, ବିକଳାଙ୍ଗ ପେନସନ ଯୋଜନା ଏବଂ 30 ବର୍ଷ ପର୍ଯ୍ୟନ୍ତ ଅବିବାହିତ ଝିଅ ଙ୍କ ପାଇଁ ସରକାର ଙ୍କ ଯୋଜନା ଇତ୍ୟାଦି ଉପରେ ବିସ୍ତୃତ ଭାବେ
ପ୍ରଶିକ୍ଷଣ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଉଦ୍ଦେଶ୍ୟ ଓ ସଚେତନତା ସମ୍ପର୍କରେ ବିଭିନ୍ନ ଉଦାହରଣ ପ୍ରଦାନ କରିଥିଲେ।

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୋତ୍ସାମୟୀ ଆଚାର୍ଯ୍ୟ ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଭୁବନେଶ୍ୱର ଜିତେନ୍ଦ୍ରିୟ ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।

ଯୋଜନା,ମିଶନ ଶକ୍ତିର ଡିପିସି ମହିଳା ମାନଙ୍କ ସାମାଜିକ ଓ ଆର୍ଥିକ ସଶକ୍ତିକରଣ ଏବଂ ଜିଲ୍ଲା ସୂଚନା,ଶିକ୍ଷା ଓ ଯୋଗାଯୋଗ ବା ଆଇ ଇ ସି ମାଧ୍ୟମରେ ସରକାରଙ୍କ ର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା କୁ ଲୋକ ମାନଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟ ରେ ଏହି ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିରରେ ସମସ୍ତ ବ୍ଲକର ସିଡିପିଓ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତି ଓ ବରିଷ୍ଠ କଳାକାର ମାନେ ଯୋଗ ଦେଇଥିଲେ।

ଏହି ପ୍ରଶିକ୍ଷଣ ଶିବିର ପରେ ବ୍ଲକ ସ୍ତରରେ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଥିବା ଲୋକକଳା ଦଳ ମାନଙ୍କୁ ପ୍ରଶିକ୍ଷିତ କରାଯିବା ସହ କଳାର ବିକାଶ କରାଯାଇ କଳାକାର ମାନଙ୍କୁ ପ୍ରୋତ୍ସାହିତ କରାଯୀବ ବୋଲି ସଂସ୍କୃତି ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ଲୋକକଳା ମାଧ୍ୟମରେ ଜନ ସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ଚଳିତ ମାସ ୧୫ ତାରିଖରୁ ସମସ୍ତ ଗ୍ରାମ ପଞ୍ଚାୟାତରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏଥିନିମନ୍ତେ ସମସ୍ତ ଆର୍ଥିକ ସହଯୋଗ ପ୍ରଦାନ କରାଯାଉଥିବା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆନୁଷଙ୍ଗିକ ସହଯୋଗ ପ୍ରଦାନ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ରଣପୁର: ବ୍ଲକସ୍ତରୀୟ ପାଚିକା ଓ ସହାୟିକା ପ୍ରଶିକ୍ଷଣ ଶିବିର ଉଡାଯାପିତ

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକର ପାଚିକା ତଥା ସହାୟିକା ମାନଙ୍କ ନିମନ୍ତେ ଖାଦ୍ୟ ନିରାପତ୍ତା ଓ ସ୍ବଚ୍ଛତା ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଆଜି ଉଦଯାପିତ ହୋଇ ଯାଇଛି। ରାଜ୍ୟ ଗଣଶିକ୍ଷା ବିଭାଗ ଓ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଅଭିଯାନ ଆନୁକୂଲ୍ୟରେ ଏହି ପ୍ରଶିକ୍ଷଣ ଶିବିରରେ ଅନୁଷ୍ଠିତ ହୋଇ ଯାଇଛି।

ଏହି ତାଲିମ କାର୍ଯ୍ୟକ୍ରମ ରଣପୁର ବ୍ଲକରେ ଦୁଇ ଦିନ ଧରି ୯ ଟି କେନ୍ଦ୍ରରେ ତାଲିମ କାର୍ଯ୍ୟ ଚାଲିଥିଲା। ରଣପୁର ବ୍ଲକ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଚାଲିଥିବା ତାଲିମ କାର୍ଯ୍ୟକୁ ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ମିଶ୍ର, ଶକ୍ତି ପ୍ରସାଦ ଆଚାର୍ଯ୍ୟ, କୈଳାଶ ଚନ୍ଦ୍ର ମାଝୀ, ସୁଶୀଲ କୁମାର ରଣା, ରାମଚନ୍ଦ୍ର ବେହେରା ଏହି ତାଲିମ କାର୍ଯ୍ୟରେ ପ୍ରଶିକ୍ଷକ ଭାବେ ପାଚିକା ଓ ସହାୟିକାମାନଙ୍କୁ ତାଲିମ ପ୍ରଦାନ କରିଥିଲେ।

ସେହିପରି କେରଣ୍ଡାଟାଙ୍ଗୀ ବାଳକୃଷ୍ଣ ବିଦ୍ୟା ପୀଠରେ ଅଶୋକ କୁମାର ବେହେରା, ମୟୂରଝାଲିଆ ନୋଡାଲ ଉଚ୍ଚ ବିଦ୍ୟାଳୟରେ ମାଳତୀ ସାହୁ, ରାଜସୁନାଖଳାରେ ପବିତ୍ର ମୋହନ ସାମନ୍ତରାୟ, ଦର୍ପନାରାୟଣପୁର ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟରେ ପଦ୍ମ ଚରଣ ସେଠି, ମଝିଆଖଣ୍ଡ ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅଶୋକ କୁମାର ବେହେରା, କୁଲାସର ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟରେ ରସାନନ୍ଦ ବେହୁରା, ଲୋଧାଚୁଆ ଉଚ୍ଚ ଉଚ୍ଚ ବିଦ୍ୟାଳୟରେ ମଦନ ମୋହନ ବେହେରା ପ୍ରମୁଖ ପ୍ରଶିକ୍ଷକ ଭାବେ ତାଲିମ ପ୍ରଦାନ କରିଥିଲେ।

ଏହି ତାଲିମରେ ପାଚିକା ଓ ସହାୟିକାମାନଙ୍କୁ ପରିଷ୍କାର ପରିଚ୍ଛନ୍ନତା, ରୋଷେଇ ସାମଗ୍ରୀର ଉପଯୁକ୍ତ ବ୍ୟବହାର ଇତ୍ୟାଦି ଉପରେ ତାଲିମ ପ୍ରଦାନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ମଧ୍ୟାହ୍ନଭୋଜନ ସମ୍ପର୍କିତ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ପିଲାଙ୍କୁ ମିଳିବ ପୋଷଣଯୁକ୍ତ ଖାଦ୍ୟ

ଭୁବନେଶ୍ୱର: ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କୁ ସ୍ୱାସ୍ଥ୍ୟକର ଓ ନିରାପଦ ମଧ୍ୟାହ୍ନଭୋଜନ ଯୋଗାଇଦେବା ଲକ୍ଷ୍ୟରେ ଭୁବନେଶ୍ୱରସ୍ଥିତ ମିଶନ୍‌ ଶକ୍ତି ଭବନ ପରିସରରେ ଶୁକ୍ରବାର ଏକ ଦୁଇଦିନିଆ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି। ଭାରତ ସରକାରଙ୍କ ପିଏମ୍‌-ପୋଷଣ, ୟୁଏନ୍‌ ୱାଲର୍ଡ ଫୁଡ୍‌ ପ୍ରୋଗ୍ରାମ୍‌ ଏବଂ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମିଳିତ ଅନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କୁ ପୋଷଣଯୁକ୍ତ ମଧ୍ୟାହ୍ନ ଭୋଜନ ଯୋଗାଇବା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।

ଏହି ଅବସରରେ ଯାଜପୁର, ବାଲେଶ୍ୱର ଏବଂ ଢେଙ୍କାନାଳ ଜିଲ୍ଲାରୁ ଆସିଥିବା ମାଷ୍ଟର ଟ୍ରେନର୍‌ମାନେ ଅଂଶଗ୍ରହଣ କରି ସୁରକ୍ଷିତ ଏବଂ ସ୍ୱାସ୍ଥ୍ୟକର ପରିବେଶରେ କିଭଳି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯିବ ସେନେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ୱାଲର୍ଡ ଫୁଡ୍‌ ପ୍ରୋଗ୍ରାମ୍‌ର ଭାରତ ନିର୍ଦ୍ଦେଶିକା ଏଲିଜାବେଥ୍‌ ଫରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ସ୍କୁଲ୍‌ ଯାଉଥିବା ପିଲାମାନଙ୍କ ପାଇଁ ପୋଷଣଯୁକ୍ତ ଖାଦ୍ୟର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଓଡ଼ିଶାର ପ୍ରତ୍ୟେକ ପିଲାଙ୍କୁ ସୁଷମ ଖାଦ୍ୟ ଯୋଗାଇଦେବା ଲକ୍ଷ୍ୟରେ ଭାରତ ସରକାର, ୱାଲର୍ଡ ଫୁଡ୍‌ ପ୍ରୋଗ୍ରାମ୍‌ ଏବଂ ଓଡ଼ିଶା ସରକାର ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି। ସୁଷମ ଖାଦ୍ୟ ସମସ୍ତଙ୍କର ଅଧିକାର ଏବଂ ନିଜ ନାଗରିକମାନଙ୍କୁ ଖାଦ୍ୟ ନିରାପତ୍ତା ଯେଗାଇ ଦେବାରେ ଭାରତ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଥିବା ଏଲିଜାବେଥ୍‌ ଫରେ କହିଥିଲେ।

ୱାଲର୍ଡ ଫୁଡ୍‌ ପ୍ରୋଗ୍ରାମ୍‌ ଏବଂ ଓଡ଼ିଶା ସରକାର ମିଳିତ ଭାବରେ ପ୍ରସ୍ତୁତ କରିଥିବା FoSafMDM ମୋବାଇଲ୍‌ ଆପ୍ଲିକେସନ୍‌ ତୃଣମୁଳ ସ୍ତରରେ କାମ କରୁଥିବା ପାଚିକା ଏବଂ ସ୍କୁଲ୍‌ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଖାଦ୍ୟ ନିରାପତ୍ତା ଏବଂ ଖାଦ୍ୟପ୍ରସ୍ତୁତ ସମୟରେ ସ୍ୱଚ୍ଛତା ଅଭ୍ୟାସ ସମ୍ପର୍କରେ ଅବଗତ କରିବ। ପ୍ରଯୁକ୍ତିିବିଦ୍ୟାର ଉପଯୋଗରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ଆହୁରି ସୁ-ବ୍ୟବସ୍ଥିତ କରିବାକୁ ଉଦ୍ୟମ କରାଯାଉଛି । ଚାଉଳର ପୌଷ୍ଟିକ ମୂଲ୍ୟରେ ଉନ୍ନତି ଆଣିବା ପାଇଁ ଚାଉଳରେ ଅଣୁ-ପୋଷକ ମିଶ୍ରଣ ତଥା ରାଇସ୍‌ ଫର୍ଟିଫିକେସନ୍‌ ପ୍ରକ୍ରିୟାକୁ ଓଡ଼ିଶା ସରକାର ଗୁରୁତ୍ୱ ଦେଉଛନ୍ତି। ମଧ୍ୟାହ୍ନ ଭୋଜନରେ ପିଲାମାନେ ଯେପରି ଫର୍ଟିଫାଏଡ୍‌ ଚାଉଳ ପାଇପାରିବେ ତାହା ପାଚିକା, ସହାୟିକା ଏବଂ ପ୍ରଧାନ ଶିକ୍ଷକ-ଶିକ୍ଷୟିତ୍ରୀମାନେ ସୁନିଶ୍ଚିତ କରିବେ। ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ଅନୁଯାୟୀ ସମସ୍ତ ବିଦ୍ୟାଳୟକୁ ଫର୍ଟିଫାଏଡ୍‌ ଚାଉଳ ଯୋଗାଇବା ଉପରେ ଏଠାରେ ଗୁରୁତ୍ୱାରୋପ କରାଯାଇଥିଲା।

ଓଡ଼ିଶା ପିଏମ୍‌-ପୋଷଣ ଓଡ଼ିଶା ରାଜ୍ୟ ନୋଡାଲ୍‌ ଅଫିସର ଶ୍ରୀ ରଘୁରାମ ଆର୍‌ ଆୟର ସ୍ୱାଗତ ଅଭିଭାଷଣ ପ୍ରଦାନ କରି ପିଲାମାନଙ୍କ ମଧ୍ୟରେ ରକ୍ତହୀନତା ଏବଂ ଅପପୁଷ୍ଟି ରୋଗର ଦୂରୀକରଣ ପାଇଁ ଓଡ଼ିଶାରେ ମଧ୍ୟାହ୍ନ ଭୋଜନରେ ଆହାର ବିବିଧକରଣ ଉପରେ ଗୁରୁତ୍ୱ ଦିଆଯାଉଥିବା କହିଥିଲେ। ଭବିଷ୍ୟତ ପିଢ଼ିଙ୍କ ପାଇଁ ପୋଷଣ ନିରାପତ୍ତା ହାସଲ କରିବାକୁ ଓଡ଼ିଶା ସରକାର ମଧ୍ୟାହ୍ନ ଭୋଜନରେ ମାଣ୍ଡିଆର ଅନ୍ତର୍ଭୁକ୍ତିକରଣ ଏବଂ ବିଦ୍ୟାଳୟଗୁଡ଼ିକରେ ପୋଷଣ ଉଦ୍ୟାନ ପ୍ରତିଷ୍ଠା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ଶ୍ରୀ ଆୟର୍‌ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଶ୍ରୀ ଭୈରବ ସିଂ ପଟେଲ, ଶ୍ରୀମତୀ ସସ୍ମିତା ପଟ୍ଟନାୟକ ଏବଂ ୱାଲର୍ଡ ଫୁଡ୍‌ ପ୍ରୋଗ୍ରାମ୍‌ର ଓଡ଼ିଶା କାର୍ଯ୍ୟାଳୟ ମୁଖ୍ୟ ଶ୍ରୀ ହିଂମାଶୁ ଏସ୍‌ ବଳ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମ ଦିବସରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ସମୟରେ ପରିଷ୍କାରପରିଚ୍ଛନ୍ନ ରହିବା, ଉତ୍ତମ ଗୁଣବତ୍ତାଯୁକ୍ତ ଖାଦ୍ୟ ପ୍ରସ୍ତୁତ କରିବା, ଉତ୍କୃଷ୍ଟ ମାନର ସାମଗ୍ରୀ ବ୍ୟବହାର କରିବା, ରୋଷେଇ ପ୍ରଣାଳୀ, ଆବର୍ଜନା ପରିଚାଳନା, ମଧ୍ୟାହ୍ନ ଭୋଜନରେ ମାଣ୍ଡିଆ ଏବଂ ପୋଷଣ ଉଦ୍ୟାନ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ଅଂଶଗ୍ରହଣ କରିଥିବା ସଦସ୍ୟମାନଙ୍କୁ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ ଏବଂ ନଖରାସ୍ଥିତ ଅକ୍ଷୟପାତ୍ର ଫାଉଣ୍ଡେସନ୍‌ ଟ୍ରଷ୍ଟର ସେଣ୍ଟ୍ରାଲାଇଜଡ୍‌ କିଚେନ୍‌କୁ ପରିଦର୍ଶନରେ ନିଆଯିବ।

Categories
ଆଜିର ଖବର ରାଜ୍ୟ ଖବର

ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷା ସର୍ଭେ ନିମନ୍ତେ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର: ଭୁବନେଶ୍ଵର ବ୍ଲକରେ ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷା ସର୍ଭେ ନିମନ୍ତେ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଭୁବନେଶ୍ଵର ପଞ୍ଚାଯତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ରାଜ୍ୟ ସରକାର ଆସନ୍ତା ମଇ ୧ ତାରିଖରୁ ମଇ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପଛୁଆ ବର୍ଗଙ୍କ ସାମାଜିକ ଶିକ୍ଷା ସର୍ଭେ ଆରମ୍ଭ କରିବାକୁ ଯାଉଥିବା ପରିପ୍ରେକ୍ଷୀରେ ଭୁବନେଶ୍ଵର ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି।

ଉକ୍ତ ପ୍ରଶିକ୍ଷଣ ଶିବିରରେ ୮୪ ଜଣ ଅଙ୍ଗନୱାଡି କର୍ମୀ ଏବଂ ୮ ଜଣ ସୁପରଭାଇଜର ଯୋଗ ଦେଇଥିଲେ। ଭୁବନେଶ୍ଵର ବିଡିଓ ସମ୍ପଦ କୁମାର ଦଳାଇ ସର୍ଭେ କରିବା ପ୍ରଣାଳୀ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ସର୍ଭେ କାର୍ଯ୍ୟରେ ନିରପେକ୍ଷତା ଅବଲମ୍ବନ କରି ତଥ୍ୟ ସଂଗ୍ରହ ନିମନ୍ତେ ନିଯୋଜିତ ଅଧିକାରୀ ମାନଙ୍କୁ ସେ ପରାମର୍ଶ ଦେଇଥିଲେ।

ସିଡିପିଓ କବିତା ମହାପାତ୍ର, ମଙ୍ଗଳ ସଂପ୍ରସାରଣ ଅଧିକାରୀ ଅନନ୍ୟା ଆଚାର୍ଯ୍ୟ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୋନାଲୀ ପ୍ରିୟଦର୍ଶିନୀ, ଆଇସିଡିଏସ ସୁପରଭାଇଜର ପ୍ରଜ୍ଞା ପାରମିତା ଦାଶ ପ୍ରମୁଖ ୪ ଜଣ ମାଷ୍ଟର ଟ୍ରେନର ଭାବରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ମୁଖ୍ୟତଃ ଅଙ୍ଗନୱାଡି କର୍ମୀ ମାନଙ୍କ ଦ୍ଵାରା ଏହି ସର୍ଭେ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ରୋଟାରୀ କ୍ଲବ୍ ସଭାପତି ଏବଂ ସମ୍ପାଦକଙ୍କ ପାଇଁ ଆୟୋଜିତ ହେଲା ରାଜ୍ୟ ପ୍ରଶିକ୍ଷଣ ଶିବିର “ବାହୁବଳୀ”

ଭୁବନେଶ୍ଵର: ସମାପ୍ତ ହୋଇଯାଇଛି ହୋଟେଲ ସ୍ବସ୍ତି ପ୍ରିମିୟମଠାରେ ଅନୁଷ୍ଠିତ ହୋଇଥିବା ରୋଟାରୀ ଇଣ୍ଟରନ୍ୟାସନାଲ ଡିଷ୍ଟ୍ରିକ୍ଟ ୩୨୬୨ର ପ୍ରଶିକ୍ଷଣ ଶିବିର “ବାହୁବଳୀ” (PETs / SETs)। ଯେଉଁଥିରେ ୧୨୦ ରୋଟାରୀ କ୍ଲବର ସଭାପତି ଏବଂ ସମ୍ପାଦକଙ୍କୁ ମିଳିଲା ତାଲିମ। ପ୍ରଥମ ମହିଳା ରୋଟାରୀ ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି, ରୋଟାରୀ ବର୍ଷ ୨୩-୨୪ ପାଇଁ ରାଜ୍ୟରେ ଥିବା ୪୫୦୦ ରୋଟାରିୟାନସ୍ ମାନଙ୍କୁ ବିଶ୍ୱରେ ଆଶା ସୃଷ୍ଟି କରିବା ପାଇଁ ଉତ୍ସାହିତ କରିଥିଲେ।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରୋଟାରୀ ଇଣ୍ଡିଆର ଗର୍ବ ତଥା ରୋଟାରୀ ଆନ୍ତର୍ଜାତୀୟ ସଭାପତି ୨୧-୨୨, ଶେଖର ମେହେଟ୍ଟା ଯୋଗଦେଇଥିଲେ। ବାହାରକୁ ଯାଇ ସେବା କରିବାକୁ ସମସ୍ତଙ୍କୁ ପ୍ରେରଣା ଯୋଗାଇଥିଲେ।

ଅତିଥି ତଥା ସମ୍ମାନିତ ପିଡିଜି ରୋନ୍ ଡେନହମ୍, WASRAGs ର ଚେୟାର୍ ଏମିରିଟସ୍, ଯିଏ କି ଜଳ ଏବଂ ପରିମଳ ବ୍ୟବସ୍ଥାରେ କାର୍ଯ୍ୟ କରୁଥିବା ସର୍ବ ବୃହତ ଫେଲୋସିପ୍ ଗ୍ରୁପ୍, ରାଜ୍ୟରେ ନିଆଯାଇଥିବା ଆନ୍ତର୍ଜାତୀୟ ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲେ। ଦଶ ଜଣ ଅତୀତର ବିଶିଷ୍ଟ ରୋଟାରୀ ସଭାପତିମାନେ କ୍ଲବ ଲିଡରମାନଙ୍କୁ ତାଲିମ ଦେଇଥିଲେ।

ଏକ ସ୍ୱତନ୍ତ୍ର କର୍ପୋରେଟ ପ୍ୟାନେଲ, ସିଆଇଏଲ ଅଧ୍ୟକ୍ଷ ଶଶି ଶେଖର ମହାନ୍ତି ଏବଂ ଟାଟା ଷ୍ଟିଲର ଅମ୍ବିକା ପ୍ରସାଦ ନନ୍ଦା, ହେଡ ସିଏସଆର ଓଡିଶା ସହ ସହଯୋଗ ଓ ଅନୁବନ୍ଧନ ସମ୍ଭାବନା ଉପରେ ବିଚାର ବିମର୍ଶ କରିଥିଲେ। ଏହି ବର୍ଷ ପାଇଁ ସ୍ଥାୟୀ ସେବା ପ୍ରକଳ୍ପଗୁଡିକ ଡିଷ୍ଟ୍ରିକ୍ଟ ସର୍ଭିସ ପ୍ରକଳ୍ପ ଚେୟାରମ୍ୟାନ, ତନ୍ମୟ ମହାନ୍ତିଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିଲା।

ଏହି ତାଲିମ ଶିବିର ଡିଷ୍ଟ୍ରିକ୍ଟ ପ୍ରଶିକ୍ଷକ ଡ. କୁମାର ମହାନ୍ତି, ଡିଷ୍ଟ୍ରିକ୍ଟ ସମ୍ପାଦକ ଅଶୁତୋଷ ରଥ, ଅଧ୍ୟକ୍ଷ ଇନ୍ଦ୍ରଜିତ୍ ସାହୁଙ୍କ ଦ୍ୱାରା ଏବଂ ଭୁବନେଶ୍ୱର ରାଜଧାନୀର ରୋଟାରୀ କ୍ଲବ ଏବଂ ଭଦ୍ରକର ରୋଟାରୀ କ୍ଲବ ଦ୍ୱାରା ଆୟୋଜିତ ହୋଇଥିଲା।  ରାଜ୍ୟର ଅଗ୍ରଗତି ପାଇଁ ଏକ ବିଶେଷ ଚିହ୍ନ ଭାବରେ, ରୋଟାରିୟାନସ୍ ମାନେ ଉତ୍କଳ ଦିବସ ପାଳନ କରିଥିଲେ।

ରାଜ୍ୟ ସଂଗୀତ ଗାନ କରାଯାଇଥିଲା ଏବଂ ଆଦୃତ ଅନାଥ ଆଶ୍ରମର ଅନ୍ତେବାସୀଙ୍କ ଦ୍ୱାରା ଏକ ପ୍ରଦର୍ଶନ ରୋଟାରିୟାନସ୍ ମାନଙ୍କୁ “ନିଜ ଠାରୁ ବଡ ସେବା” ଯାହା ରୋଟାରୀର ଲକ୍ଷ ବୋଲି ମନେ ପକାଇ ଦେଇଦେଇଥିଲା।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ସୋଆରେ ବିଶ୍ୱସ୍ତରୀୟ ଆଥଲେଟ୍ ଲାଓ ଚିନ୍ ମେଙ୍ଗଙ୍କ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର: କ୍ରୀଡା ଓ କ୍ରୀଡାବିତ୍‌ମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡ଼ାକୁ ନେଇ ନିଜର କ୍ୟାରିୟର ଗଢ଼ିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ମାଲେସିଆର ପ୍ରଖାତ ଆଥଲେଟ୍ ତଥା ଟ୍ରେନର ଲାଓ ଚିନ୍ ମେଙ୍ଗ। ଏହି ଅବସରରେ ପିରିଓଡାଇଜେସନ ଓ ପ୍ଲାନିଂ ଟ୍ରେନିଂର କର୍ମଶାଳାର ଆୟୋଜନ କରାଯାଇଛି। ବୁଧବାର ଏହି କର୍ମଶାଳାର ଶୁଭାରମ୍ଭ ହୋଇଛି।

ଏହି କର୍ମଶାଳାରେ ବିଭିନ୍ନ ଅନୁଷ୍ଠାନରୁ ଆସିଥିବା କୋଚମାନଙ୍କୁ କିଭଳି କୋଚିଂ ଓ ଟ୍ରେନିଂ ଦିଆଯିବ ସେ ନେଇ ମାଲେସିଆର ଏହି ପ୍ରଖାତ ଟ୍ରେନର ଆଲୋକପାତ କରିଛନ୍ତି। ଗ୍ରାସ ରୁଟର ଖେଳାଳିଙ୍କୁ କିଭଳି ଶାରୀରିକ ଓ ମାନସିକ ସ୍ତରରେ ସଶକ୍ତ କରାଯାଇପାରିବ ଓ ବିନା ଚାପରେ ଖେଳାଳି କିଭଳି ନିଜକୁ ଖାପଖୁଆଇ ପାରିବେ ସେ ନେଇ ଟ୍ରେନିଂ ଦେବେ ଲାଓ ଚିନ୍ ମେଙ୍ଗ।

ଉଦ୍‌ଘାଟନୀ ଉତ୍ସବରେ ସୋଆର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଯୋଗ ଦେଇ କହିଥିଲେ ଯେ କେବଳ ଶିକ୍ଷା ନୁହେଁ, ବରଂ ପ୍ରତ୍ୟେକ ବ୍ୟକ୍ତିଙ୍କର ଶିକ୍ଷା ସହିତ ଶାରୀରିକ ବିକାଶ ହେବା ମଧ୍ୟ ଜରୁରୀ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଉପ-କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ କହିଥିଲେ ଯେ ବର୍ତମାନ ରାଜ୍ୟ କ୍ରୀଡା ଦିଗରେ ବେଶ ସଫଳତା ପାଇଛି। ତେଣୁ ଯୁବ ଖେଳାଳିଙ୍କୁ କ୍ରୀଡାରେ ସାମିଲ କରି ସେମାନଙ୍କର ଶାରୀରିକ ଓ ମାନସିକ ବିକାଶ କରିବା ଫଳରେ ଯୁବ ଖେଳାଳିଙ୍କୁ କ୍ରୀଡା ଦିଗରେ ବେଶି ଭଲ ପ୍ରଶିକ୍ଷଣ ଦେଇ ଭଲ ଖେଳାଳି ସୃଷ୍ଟି କରିବାରେ ସହାୟକ ହୋଇପାରିବ।

ସେହିପରି ଅନ୍ୟତମ ଅତିଥି ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ କହିଥିଲେ ଯେ ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ରୂପରେଖ ଦେବା ନିମନ୍ତେ ବିଶ୍ୱବିଦ୍ୟାଳୟରେ କ୍ରୀଡ଼ାକୁ ଅଧିକ ପ୍ରୋତ୍ସାହନ ଦିଆଯିବ।

ଟ୍ରେନର ଲାଓ ଚିନ ମେଙ୍ଗଙ୍କ ପ୍ରଶିକ୍ଷଣ ଆଗାମୀ ଦିନରେ ଓଡିଆ ଖେଳାଳିଙ୍କ ନିମନ୍ତେ ବେଶ ସହାୟକ ହେବ। ଶେଷରେ ସ୍ପୋଟର୍ସ ଅଫିସର ସୁନିତା ବର୍ମା ଏହି କର୍ମଶାଳାର ଉଦ୍‌ଘାଟନୀ ଉତ୍ସବରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ୪ ଦିନ ଧରି ଜାରୀ ରହିବ।

Categories
ଆଞ୍ଚଳିକ

ସିଫାରେ ସାମର୍ଥ୍ୟ ନିର୍ମାଣ ଓ ସଂରକ୍ଷଣ ନୀତି ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର: ସଂରକ୍ଷଣ ଓ ଅନ୍ୟାନ୍ୟ ସେବା ସଂପର୍କିତ ସାମର୍ଥ୍ୟ ନିର୍ମାଣ ସମ୍ବନ୍ଧୀୟ ଏକ ୫ ଦିନିଆ ପ୍ରଶିକ୍ଷଣ ଶିବିର କୌଶଲ୍ୟାଗଙ୍ଗସ୍ଥିତ କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ କେନ୍ଦ୍ର ଠାରେ ଉଦ୍‌ଘାଟିତ ହୋଇଯାଇଛି। କଟକ-ଭୁବନେଶ୍ୱରରେ ଅବସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ସଂସ୍ଥାନ ଗୁଡ଼ିକରେ କାର୍ଯ୍ୟରତ ପ୍ରାୟ ୫୦ ଜଣ କର୍ମଚାରୀ ଏହି ପ୍ରଶିକ୍ଷଣ ଶିବିରରେ ଭାଗ ନେଉଛନ୍ତି। ମାନବ ସମ୍ବଳ ବିକାଶ ତତ୍ୱାବଧାନରେ ଅନୁଷ୍ଠିତ ହେଉଥିବା ଏହି ପ୍ରଶିକ୍ଷଣ ଶିବିର ଏପ୍ରିଲ ୬ ରୁ ୧୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ସିଫା, ଆଇଆଇଡବ୍ଲ୍ୟୁଏମ୍‌, ସିୱା, ଏନ୍‌ଆର୍‌ଆର୍‌ଆଇ ର କର୍ମଚାରୀମାନେ ଏଥିରେ ଭାଗ ନେଉଛନ୍ତି। ସିଫାର ଭାରପ୍ରାପ୍ତ ନିର୍ଦ୍ଦେଶକ ଡଃ ପି. ଦାସ ଏହି ପ୍ରଶିକ୍ଷଣ ଶିବିରକୁ ଉଦ୍‌ଘାଟନ କରିଥିଲେ। ସିଫାର ମୁଖ୍ୟ ପ୍ରଶାସନିକ ଅଧିକାରୀ ବି. କେ. ସିହ୍ନା, ବରିଷ୍ଠ ବୈଜ୍ଞାନିକ ଡଃ ଦେବବ୍ରତ ପଣ୍ଡା, ବିତ ଅଧିକାରୀ ଏସ୍‌. ଏସ୍‌. ମହାପାତ୍ର ଏହାକୁ ସଂଯୋଜନା କରୁଛନ୍ତି।

Categories
ଆଞ୍ଚଳିକ

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ଚିଲିକା ନିର୍ବାଚନମଣ୍ଡଳୀରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଭାରତୀୟ ଜନତା ପାର୍ଟି ଓଡିଶା ପ୍ରଦେଶ ପ୍ରଶିକ୍ଷଣ ବିଭାଗ ତରଫରୁ ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପୃଥକ ପୃଥକ ଭାବେ ଦୁଇ ଗୋଟି ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡ଼. ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ବାଣପୁର ଏନ.ଏ.ସି ଏବଂ ଚିଲିକା ବ୍ଲକ ନିମାଇଁମଲ୍ଲ ଗାଁରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ପ୍ରଶିକ୍ଷଣ ଶିବିରରେ ଡ଼. ପାତ୍ର ସମସ୍ତ କର୍ମୀଙ୍କୁ ଏକତା, ଏକାଗ୍ରତା ଓ ଏକାତ୍ମ ଭାବ ସହକାରେ କିପରି ଦଳକୁ ସୁଦୃଢ଼ କରାଯାଇପାରିବ ଓ ସମସ୍ତେ କିପରି ନିଜର ଦକ୍ଷତା ପ୍ରତିପାଦନ କରିପାରିବେ ତାହା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇବା ସହ ସେଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ମୂଳଲକ୍ଷ୍ୟ ବୋଲି ସମସ୍ତଙ୍କୁ ସୂଚିତ କରାଇଥିଲେ।

ଏହି ଶିବିରରେ ରାଜ୍ୟ ବିଜେପି ସାଧରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ସମସ୍ତ କର୍ମୀ ମାନଙ୍କୁ ଆଗାମୀ ଦିନରେ ଦଳକୁ ମଜଭୁତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଭିନ୍ନ ଜନମଙ୍ଗଳକାରି ଯୋଜନା ଗୁଡିକର ଲାଭ କିପରି ସାଧାରଣ ଜନତା ଉଠାଇପାରିବେ ତାହା ଉପରେ ପରାମର୍ଶ ଦେଇଥିଲେ।

ଅନ୍ୟାନ୍ୟ ଅତିଥି ଭାବେ ଉକ୍ତ ଶିବିରରେ ବିଜେପି ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ଜିଲ୍ଲା ସମ୍ପାଦକ ବିଦୁ୍ତ୍ କୁମାର କାଣ୍ଡି, ଜିଲ୍ଲା ଉପସଭାପତି ବିଜୟ ବିଶ୍ଵାଳ, ବାଣପୁର ନଗର ମଣ୍ଡଳ ପରାମର୍ଶଦାତା ଭାସ୍କର ନାୟକ, ସଭାପତି ଭଗବାନ ପ୍ରଧାନ, ସମ୍ପାଦକ ସୁକାନ୍ତ ସାହୁ, ଚିରଞ୍ଜିବି ପରିଡ଼ା, ନନ୍ଦକିଶୋର ମିଶ୍ର, ନଗର ଯୁବମୋର୍ଚ୍ଚା ସଭାପତି ରାଜକିଶୋର ସାହୁ ଆଦି ଉପସ୍ଥିତ ରହିବା ସହ ଶତାଧିକ ପୁରୁଷ ଓ ମହିଳା କର୍ମୀମାନେ ପ୍ରଶିକ୍ଷଣ ଶିବିରରେ ଭାଗନେଇଥିଲେ।

Categories
ଆଞ୍ଚଳିକ

ପୁରୁଣା ବ୍ରହ୍ମପୁର ମଣ୍ଡଳ ତରଫରୁ ବିଜେପିର ମଣ୍ଡଳସ୍ତରୀୟ ପ୍ରଶିକ୍ଷଣ ଶିବିର

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ପୁରୁଣା ବ୍ରହ୍ମପୁର ମଣ୍ଡଳ ତରଫରୁ ମଣ୍ଡଳ ସଭାପତି ବିନାୟକ ରଥଙ୍କ ପୌରୋହିତ୍ୟରେ ଗଂଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଓ ବରିଷ୍ଠ ନେତା କାହ୍ନୁଚରଣ ପତିଙ୍କ ଉପସ୍ଥିତିରେ ମଣ୍ଡଳସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।

ଏଥିରେ ବିଜେପିର ଇତିହାସ ସଂପର୍କରେ ବାଳକୃଷ୍ଣ ସାମନ୍ତରାୟ, ଆମର ଦାୟିତ୍ୱ ସମ୍ବନ୍ଧରେ ରାଜେଶ ସାହୁ, ଭାରତର ବୈଚାରିକ ମୁଖ୍ୟଧାରା ସମ୍ବନ୍ଧରେ ମହନ୍ତ ଚିନ୍ମୟାନନ୍ଦ, ବ୍ୟକ୍ତିତ୍ୱ ବିକାଶ ସମ୍ବନ୍ଧରେ ଗଙ୍ଗାଧର ଶତପଥୀ, ଅନ୍ତ୍ୟୋଦୟ ସମ୍ବନ୍ଧରେ ମଦନ ମୋହନ ପାତ୍ର, ସାମାଜିକ ଗଣମାଧ୍ୟମର ପ୍ରଭାବୀ ଉପଯୋଗ ସଂପର୍କରେ ସିଦ୍ଧାନ୍ତ ଗଙ୍ଗଦେବ, ଆତ୍ମନିର୍ଭରଶୀଳତା ଉପରେ ନିରଞ୍ଜନ ପାଣିଗ୍ରାହୀ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ। କାର୍ଯ୍ୟକ୍ରମକୁ ପ୍ରଭାତ କିରଣ ଷଡ଼ଙ୍ଗୀ ସଂଯୋଜନା କରିଥିବାବେଳେ ଶିବ ଶଙ୍କର ଶତପଥୀ ମଂଚ ପରିଚାଳନା କରିଥିଲେ।