ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷା ସର୍ଭେ ନିମନ୍ତେ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର

Published: Apr 18, 2023, 9:54 pm IST

ଭୁବନେଶ୍ୱର: ଭୁବନେଶ୍ଵର ବ୍ଲକରେ ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷା ସର୍ଭେ ନିମନ୍ତେ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଭୁବନେଶ୍ଵର ପଞ୍ଚାଯତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ରାଜ୍ୟ ସରକାର ଆସନ୍ତା ମଇ ୧ ତାରିଖରୁ ମଇ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପଛୁଆ ବର୍ଗଙ୍କ ସାମାଜିକ ଶିକ୍ଷା ସର୍ଭେ ଆରମ୍ଭ କରିବାକୁ ଯାଉଥିବା ପରିପ୍ରେକ୍ଷୀରେ ଭୁବନେଶ୍ଵର ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି।

ଉକ୍ତ ପ୍ରଶିକ୍ଷଣ ଶିବିରରେ ୮୪ ଜଣ ଅଙ୍ଗନୱାଡି କର୍ମୀ ଏବଂ ୮ ଜଣ ସୁପରଭାଇଜର ଯୋଗ ଦେଇଥିଲେ। ଭୁବନେଶ୍ଵର ବିଡିଓ ସମ୍ପଦ କୁମାର ଦଳାଇ ସର୍ଭେ କରିବା ପ୍ରଣାଳୀ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ସର୍ଭେ କାର୍ଯ୍ୟରେ ନିରପେକ୍ଷତା ଅବଲମ୍ବନ କରି ତଥ୍ୟ ସଂଗ୍ରହ ନିମନ୍ତେ ନିଯୋଜିତ ଅଧିକାରୀ ମାନଙ୍କୁ ସେ ପରାମର୍ଶ ଦେଇଥିଲେ।

ସିଡିପିଓ କବିତା ମହାପାତ୍ର, ମଙ୍ଗଳ ସଂପ୍ରସାରଣ ଅଧିକାରୀ ଅନନ୍ୟା ଆଚାର୍ଯ୍ୟ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୋନାଲୀ ପ୍ରିୟଦର୍ଶିନୀ, ଆଇସିଡିଏସ ସୁପରଭାଇଜର ପ୍ରଜ୍ଞା ପାରମିତା ଦାଶ ପ୍ରମୁଖ ୪ ଜଣ ମାଷ୍ଟର ଟ୍ରେନର ଭାବରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ମୁଖ୍ୟତଃ ଅଙ୍ଗନୱାଡି କର୍ମୀ ମାନଙ୍କ ଦ୍ଵାରା ଏହି ସର୍ଭେ କରାଯିବ।

Related posts