Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନଙ୍କୁ ମିଳିଲା ନୂଆ ଦାୟିତ୍ବ

ଭୁବନେଶ୍ୱର: ସାରା ଓଡ଼ିଶାରେ “ଦେଶ ପାଇଁ ଦାନ” ଅଭିଯାନର କାର୍ଯ୍ୟକ୍ରମକୁ ସୁଗମ ଏବଂ ସଫଳ କରିବା ପାଇଁ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ସୁପାରିଶକୁ ଏଆଇସିସି ଅନୁମୋଦନ କରି ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନଙ୍କୁ ଉକ୍ତ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି ।

ଏହା ସହିତ କାର୍ଯ୍ୟକ୍ରମର ବିଭିନ୍ନ ଦିଗର ତଦାରଖ ତଥା ପରିଚାଳନା ପାଇଁ ବ୍ୟକ୍ତି ବିଶେଷଙ୍କୁ ନେଇ ଏକ କମିଟି ଗଠନ କରିବାକୁ ଶ୍ରୀ ହରିଚନ୍ଦନଙ୍କୁ ଅନୁମତି ଦିଆଯାଇଛି ବୋଲି ପିସିସି ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ଏକ ପ୍ରେସବିଜ୍ଞପ୍ତି ରେ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଖ୍ୟାତ ଐତିହାସିକ ଫକୀର ହରିଚନ୍ଦନ ଜନ୍ମ ଶତବାର୍ଷିକ ପାଳିତ

ଭୁବନେଶ୍ୱର: ଗତକାଲି ଫକୀର ହରିଚନ୍ଦନ ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠାନର ସଭାପତି ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜୟଦେବ ଭବନ ଠାରେ ଫକୀର ହରିଚନ୍ଦନ ଜନ୍ମ ଶତ ବାର୍ଷିକ ପାଳିତ ହୋଇଯାଇଛି। ପ୍ରଥମେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ସ୍ୱର୍ଗତ ଫକୀର ହରିଚନ୍ଦନଙ୍କର ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରାଗଲା।

ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ସମ୍ନାନନୀୟ ନ୍ୟାୟମୃର୍ତି ଶଶୀକାନ୍ତ ମିଶ୍ର କହିଥିଲେ ଯେ ଫକୀର ହରିଚନ୍ଦନଙ୍କର ଦୁଇଖଣ୍ଡ ଇତିହାସ ପୁସ୍ତକ “ଓଡ଼ିଶା ଇତିହାସର ଅନାଲୋଚିତ ଅଧ୍ୟାୟ” ଏବଂ “ଖୋର୍ଦ୍ଧା ଇତିହାସର ଅନ୍ତରାଳେ” ମୋତେ ଇତିହାସ ଲେଖିବାକୁ ପ୍ରେରଣା ଦେଇଛି। ସେ ଭିନ୍ନ ଦୃଷ୍ଟିରେ ଇତିହାସ ଲେଖନ୍ତି।  ତାଙ୍କ ଜୀବନର କୃତି ଓ କୀର୍ତିକୁ ଗବେଷଣା କରି ଅଧିକରୁ ଅଧିକ ପ୍ରସାର କରିପାରିଲେ ତାହାହିଁ ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

ସେହିପରି ସମ୍ମାନୀତ ଅତିଥି ଭାବେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ଡଃ ଚନ୍ଦ୍ରଶଖର ତ୍ରିପାଠୀ କହିଥିଲେ ଯେ ଫକୀର ହରିଚନ୍ଦନ ଓଡ଼ିଆ ହିସାବରେ ଯେଉଁ ଇତିହାସ ବୋଧଥିଲା, ଦୃଷ୍ଟିଭଙ୍ଗୀଥିଲା ଏବଂ ମଣିଷ ହିସାବରେ ଯେଉଁ ଗୌରବ ଥିଲା ଓ ଭାରତୀୟ ହିସାବରେ ଯେଉଁ ଆତ୍ମ ବୋଧ ଥିଲା ତାଙ୍କୁ ସେଥିପାଇଁ ଭାରତୀୟ ଇତିହାସ ସଂକଳନ ସମିତି ତାଙ୍କୁ ପୁରସ୍କୃତ କରିଥିଲା।

ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଡଃ ଅରବିନ୍ଦ ପଟ୍ଟନାୟକ କହିଥିଲେ ଯେ ଫକୀର ମୋହନ ମୂଳରୁ ଥିଲେ କୃତୀଛାତ୍ର। ଛାତ୍ରବସ୍ଥାରୁ ସେ ଦାସକାଠିଆ ବାଲାଙ୍କ ପାଇଁ ଗୀତ ଲେଖିଥିଲେ, ଡ୍ରାମାରେ ଅଭିନୟ କରୁଥିଲେ ଏବଂ ବହୁମୁଖି ପ୍ରତିଭାର ଅଧିକାରୀ ଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସେ ଥିଲେ ସହପାଠୀ।

ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପ୍ରଖ୍ୟାତ ଐତିହାସିକ ତଥା ଉଚ୍ଚଶିକ୍ଷା ବିଭାଗର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ କହିଥିଲେ ଯେ ଦୈନିକ ପ୍ରଜାତନ୍ତ୍ରରେ ତାଙ୍କର ସନ୍ଦର୍ଭ ପଢ଼ି ସେ ବିସ୍ମିତ ହୋଇଯାଉଥିଲେ। ସେ ତାଙ୍କର ପ୍ରତିଭା ପ୍ରତି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ସେ କ’ଣ ନଥିଲେ। ସେ ଥିଲେ ଐତିହାସିକ, କବି, ଔପନ୍ୟାସିକ, ନାଟ୍ୟକାର, ସମାଜସେବୀ, ଶିକ୍ଷକ, ଶିକ୍ଷାବିତ ଓ ରାଜନୀତଜ୍ଞ।

ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ବିଶିଷ୍ଠ ସଙ୍ଗିତଜ୍ଞ ଲକ୍ଷ୍ମୀକାନ୍ତ ପାଲିତ ଫକୀର ହରିଚନ୍ଦନଙ୍କର ପ୍ରିୟ କବି ଗୋଦାବରିଶ ମହାପାତ୍ରଙ୍କର “ଓଠକଙ୍କାଳ, ଜାଗକଙ୍କାଳ” କବିତା ଗାନକରିଥିଲେ। ଏହି ଉତ୍ସବରେ ଫକୀର ହରିଚନ୍ଦନଙ୍କର ଇତିହାସ ପୁସ୍ତକ “ଖୋର୍ଦ୍ଧା ଇତିହାସର ଅନ୍ତରାଳେ”ର ଇଂରାଜୀ ଅନୁବାଦ “ଦ ମିଷ୍ଟ୍ରିଜ୍ ଅଫ ଦ ହିଷ୍ଟ୍ରି ଅଫ ଖୋର୍ଦ୍ଧା”ର ଉନ୍ମୋଚନ ହୋଇଥିଲା।

ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଫକୀର ହରିଚନ୍ଦନଙ୍କର ସମାଜସେବା ଓ ରାଜନୈତିକ ଜୀବନ ଉପରେ ଆଲୋକପାତ କରିଥିଲେ। ପୂର୍ବତନ ପ୍ରଶାସକ ତଥା ଶିକ୍ଷାବିତ ଶ୍ରୀ ସହଦେବ ଜୟସିଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମସ୍ତଙ୍କୁ ଅନୁଷ୍ଠାନ ପକ୍ଷରୁ ଡଃ ମିହିର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ଐତିହାସିକ ସତ୍ୟବାଦୀ ବଳିଆର ସିଂଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ, ଲଲାଟେନ୍ଦୁ ମହାପାତ୍ର, ଚିନ୍ମୟ ବେଉରା, ଶୁଭେନ୍ଦୁ ମହାନ୍ତି, ପ୍ରଦୀପ ହରିଚନ୍ଦନ, ଚିନ୍ମୟ ସୁନ୍ଦର ଦାସ, ଲିଙ୍ଗରାଜ ସାହୁ, ସୁଶାନ୍ତ ତ୍ରିପାଠୀ, ପ୍ରକାଶ ମିଶ୍ର, ବାଙ୍କନିଧି ବେହେରା, ଦୀପକ ସାହୁ, ସରୋଜ ପରିଡ଼ା, ତରୁଣ ମିଶ୍ର, ଜ୍ଞାନ ପଟ୍ଟନାୟକ, ଜୟକୃଷ୍ଣ ପଟ୍ଟନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଶିକ୍ଷାବିତ, କବି, ସାହିତ୍ୟିକ, ଛାତ୍ର, ଲେଖକ ଅଂଶଗ୍ରହଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ କଂଗ୍ରେସର ଭାରତ ଯୋଡ଼ୋ ପଦଯାତ୍ରା:  ୨୬ ଟି ଜିଲ୍ଲାରେ ଚାଲିବେ ୨୨୫୦ କିଲୋମିଟର

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଭାରତ ଯୋଡ଼ୋ- ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ଏହି ପ୍ରସ୍ତୁତି ବୈଠକରେ ପୂର୍ବତନ ପିସିସି ସଭାପତି, ଏଆଇସିସି କର୍ମକର୍ତା, ପୂର୍ବତନ ଏଆଇସିସି କର୍ମକର୍ତା, ପୂର୍ବତନ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ, ବରିଷ୍ଠ କଂଗ୍ରେସ ନେତୃବୃନ୍ଦ, ସାଂସଦ, ବିଧାୟକ, ସାଂସଦ ପ୍ରାର୍ଥି, ବିଧାୟକ ପ୍ରାର୍ଥି, ଜିଲ୍ଲା କଂଗ୍ରେସ ସଭାପତି, ଜିଲ୍ଲା ସଂଯୋଜକ, ରାଜ୍ୟ ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟ ମାନେ ଅଂଶଗ୍ରହଣ କରିଥିଲେ। ଶ୍ରୀ ଜୟରାମ ରମେଶ ଭାରତ ଯୋଡ଼ୋ ଯାତ୍ରା ସଂପର୍କରେ ସୂଚନା ଦେଇଥିଲେ। ଭାରତ ଯୋଡ଼ୋ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ କହିଥିଲେ।

ଭାରତ ଯୋଡ଼ୋ ପଦଯାତ୍ରାକୁ ଓଡ଼ିଶାରେ ଆଗେଇ ନେବାପାଇଁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ତାଙ୍କ ଯୋଜନା ସଂପର୍କରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ଏହି ଯାତ୍ରା ରାଜ୍ୟର ୨୬ ଟି ଜିଲ୍ଲାର ୨୨୫୦ କି.ମି. ପଦଯାତ୍ରା ଏବଂ ପ୍ରତିଦିନ ୨୦ କି.ମି. ପଦଯାତ୍ରା ହେବ। ଏହି ପଦଯାତ୍ରା ୧୦୦ ଦିନ ଧରି ଅନୁଷ୍ଠିତ ହୋଇ ଜାନୁଆରୀ ୩୦ ତାରିଖରେ ଭୁବନେଶ୍ୱରରେ ସମାପ୍ତ ହେବ ବୋଲି ସେ ପ୍ରକାଶ କରିଥିଲେ।

ଏହି ପଦଯାତ୍ରାର ସୁପରିଚାଳନା ପାଇଁ ଜିଲ୍ଲା ସଂଯୋଜକ, ବ୍ଲକ ସଂଯୋଜକ ଏବଂ ପଂଚାୟତ ସଂଯୋଜକ, ବୁଥ ସଂଯୋଜକ, ବିଭାଗ, ପ୍ରକୋଷ୍ଠ ଓ ଛାମୁଆ ସଂଗଠନ ମାନଙ୍କର ସଂଯୋଜକ ନିଯୁକ୍ତି ହୋଇଛନ୍ତି। ପଦଯାତ୍ରା ସମୟରେ ପଂଚାୟତ ସ୍ତରରୁ ସାଧାରଣ ଜନତା ଆସି କିପରି ଏହି ଯାତ୍ରାରେ ଯୋଡ଼ି ହେବେ ତାର ଯୋଜନା ପ୍ରସ୍ତୁତ ହୋଇଛି। ପଦଯାତ୍ରା ସମୟରେ ବ୍ୟାପକ ପରିମାଣରେ ପ୍ରଚାରପତ୍ର ଜନସଚେତନା ପାଇଁ ବଂଟନ କରାଯିବ। ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପଟ୍ଟନାୟକ ପଦଯାତ୍ରା ସମୟରେ ସେ ଅଂଚଳର ସବୁବର୍ଗର ଲୋକଙ୍କ ସହିତ ଆଲୋଚନା କରିବେ।

ଏହି ବୈଠକରେ ଓଡ଼ିଶା ପ୍ରଭାରୀ ଉପସ୍ଥିତ ରହି ବିଭିନ୍ନ ପଦାଧିକାରୀ ମାନଙ୍କର ଦାୟିତ୍ୱ ସଂପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିଆରଓ ନିରୋଜ ଡାଙ୍ଗି, ଏଆଇସିସି ସଂପାଦକ ରୁଦ୍ର ରାଜୁ, ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶ୍ରୀ ଜୟଦେବ ଜେନା, ଶ୍ରୀ ପ୍ରସାଦ ହରିଚନ୍ଦନ, ସୁଶ୍ରୀ ସୁଶିଳା ତିରିଆ, ଡା. ରାମଚନ୍ଦ୍ର ଖୁଂଟିଆ, ଶ୍ରୀ ଶରତ ରାଉତ, ଶ୍ରୀ ସୁରେଶ କୁମାର ରାଉତରାୟ, ଶ୍ରୀ ତାରାପ୍ରସାଦ ବାହିନୀପତି, ଶ୍ରୀ ସନ୍ତୋଷ ସିଂ ସାଲୁଜା ଯୋଗ ଦେଇଥିଲେ।

ସେହିପରି ଶ୍ରୀ ରମେଶ ଜେନା, ଶ୍ରୀ ରାଜନ ଏକା, ଶ୍ରୀ ଭୁଜବଳ ମାଝୀ, ଶ୍ରୀ ସୁରେଶ କୁମାର ମହାପାତ୍ର, ଶ୍ରୀ ଗଣେଶ୍ୱର ବେହେରା, ଶ୍ରୀ ରବିନ୍ଦ୍ର କୁମାର ସେଠୀ, ଶିବାନନ୍ଦ ରାୟ, ବିଶ୍ୱଜିତ ଦାଶ, ମନୋରଞ୍ଜନ ଦାଶ, ମାନସ ଚୌଧୁରୀ, ଲଲାଟେନ୍ଦୁ ମହାପାତ୍ର, ବିଜୟଲକ୍ଷ୍ମୀ ସାହୁ, ସୁରେନ୍ଦ୍ର ସିଂ ଭୋଇ, ନବଜ୍ୟୋତି ପଟ୍ଟନାୟକ, ଅଭିଷେକ ମହାନନ୍ଦ, ଉମବଲ୍ଲଭ ରଥ, ବନ୍ଦିତା ପରିଡ଼ା, ୟାସିର ନୱାଜ, ସ୍ମୃତି ରଞ୍ଜନ ଲେଙ୍କା, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ମନୋଜ ରାଉତ, ସୁବ୍ରତ ମହାପାତ୍ର, ଅଶୋକ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତନ ପିସିସି ସଭାପତିଙ୍କ ସହଧର୍ମିଣୀ ମମତା ମଞ୍ଜରୀ ଜେନାଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକ ପାଳିତ

ଭୁବନେଶ୍ୱର : ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଜୟଦେବ ଜେନାଙ୍କ ସହଧର୍ମିଣୀ ସ୍ୱର୍ଗତା ଶ୍ରୀମତୀ ମମତା ମଞ୍ଜରୀ ଜେନାଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରୀମତୀ ଜେନାଙ୍କ ଏକ ସ୍ମୃତିସଭା ଆୟୋଜିତ ହେବା ସହ ଏକ ସ୍ମରଣିକା ମଧ୍ୟ ଉନ୍ମୋଚନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ କହିଥିଲେ ଯେ, ଜଣେ ଶିକ୍ଷକରୁ ବିଧାୟକ, ମନ୍ତ୍ରୀ, ପ୍ରଦେଶ କଂଗ୍ରେସ ସଭାପତି ଏବଂ ଅଖିଳ ଭାରତ କଂଗ୍ରେସ କମିଟିର ସମ୍ପାଦକ ହେବା ପର୍ଯ୍ୟନ୍ତ ଶ୍ରୀ ଜେନା ଯେଉଁ ସଫଳ ଯାତ୍ରା କରିଛନ୍ତି ସେହି ସଫଳତା ପଛରେ ମମତା ମଞ୍ଜରୀ ଜେନାଙ୍କ ଅମୂଲ୍ୟ ଏବଂ ଦିବ୍ୟ ପ୍ରେରଣା ରହିଥିଲା। ପୂଜାର୍ଚ୍ଚନା, ଅତିଥି ଚର୍ଚ୍ଚା, ବୃକ୍ଷରୋପଣ, ଦୁଃଖିରଙ୍କିଙ୍କୁ ସାହାଯ୍ୟ, ପରିପାରର ଦାୟିତ୍ୱକୁ ସଠିକ୍ ନିର୍ବାହ ଥିଲା ତାଙ୍କ ସୁଗୁଣର ବୈଶିଷ୍ଟ୍ୟ।

ଶ୍ରୀ ଜେନାଙ୍କ ପରିବାରରେ ମମତାଙ୍କ ଉପସ୍ଥିତି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଅନୁପସ୍ଥିତିର ଏକ ଭାବପୂର୍ଣ୍ଣ ଫରକ ସେ ଅବତାରଣା କରିଥିଲେ। ପ୍ରତିବର୍ଷ ୧୦ ହଜାର ଗୌରଭକ୍ତଙ୍କୁ ନେଇ ଶଙ୍ଖଣାରେ ଯେଉଁ ଅଷ୍ଟପ୍ରହରୀ ହେଉଥିଲା ତାହାକୁ ଶ୍ରମତୀ ଜେନା ପରିଚାଳନା କରୁଥିଲେ।

ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଶ୍ରୀ ଚିରଞ୍ଜିବୀ ବିଶ୍ୱାଳ ଯୋଗଦେଇ କହିଥିଲେ ଯେ, ଜେନା ପରିବାରଙ୍କର ଜଣେ ଘନିଷ୍ଠ ବନ୍ଧୁ ଭାବରେ ସେ ମମତା ମଞ୍ଜରୀଙ୍କର ସ୍ନେହଭାଜନ ହୋଇଥିଲେ। ଜୟଦେବ ବାବୁଙ୍କ ପରିବାର ସହ ତାଙ୍କର ୪୦ବର୍ଷର ସମ୍ପର୍କର ସ୍ମୃତିକୁ ରୋମନ୍ଥନ କରି ସେ କହିଥିଲେ, ‘ମମତା’ ହିଁ ଜୟଦେବ ବାବୁଙ୍କ ଜୀବନ ବିକାଶର ପ୍ରେରଣାଦାୟିନୀ ଓ ପ୍ରଚ୍ଛଦପଟର ମଣିଷ ।