ଭୁବନେଶ୍ୱର: କୋଷ୍ଟାଲ ହାଇୱେ ଓ ଚିଲିକା ମୁହାଣ ଉନ୍ନୟନ ବିଷୟକୁ ନେଇ କଂଗ୍ରେସ ଭବନଠାରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଗଣମାଧ୍ୟମକୁ ନିଜ ବକ୍ତବ୍ୟରେ ଶ୍ରୀ ହରିଚନ୍ଦନ କହିଲେ ଯେ, ଖୋର୍ଦ୍ଧା ବିଧାୟକ ନିଜ ଗ୍ରାମ ବଡପୋଖରିଆ ଠାରୁ କୋଷ୍ଟାଲ ହାଇୱେ ପାରାଦ୍ୱୀପ ପର୍ଯ୍ୟନ୍ତ ବିସ୍ତାରିତ ହେବ। ଏଥିରେ ରାଜ୍ୟ ତଥା ମୋର ନିର୍ବାଚନ ମଣ୍ଡଳୀର ସ୍ୱାର୍ଥ ସମ୍ବଳିତ ଥିବାରୁ ସମ୍ମିଳନୀ ଆୟୋଜନ କରିବା ଉଦ୍ଦେଶ୍ୟ।
କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ୨୦୧୫ ମସିହାରେ ଗୋପାଳପୁରରୁ ଦିଘା ପର୍ଯ୍ୟନ୍ତ ରାସ୍ତାର ଘୋଷଣା କରିଥିଲେ କିନ୍ତୁ ଏବେ ତାହା ଦିଘାରୁ ପାରାଦ୍ୱୀପ ବାଦ ପଡିଛି। କାହିଁକି ବାଦ ପଡିଛି ସରକାରଙ୍କ ପାଖରେ କୌଣସି ଉତ୍ତର ନାହିଁ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହିତ ହେଲେ ଏହି ଉପକୂଳ ଅଞ୍ଚଳରେ ଏକ ଭୁତାତ୍ୱିତ ଭୁଚଳନ ସୃଷ୍ଟି ହୁଏ ଏବଂ ତାହା ଫଳରେ ଚିଲିକା ଋଷିକୁଲ୍ୟା ଆଦି ହ୍ରଦ ଓ ନଦନଦୀ ମାନଙ୍କର ମୁହାଣ ମାନଙ୍କରେ ଛୋଟ ଛୋଟ ବାଲି ପାହାଡ ସୃଷ୍ଟି ହେଇ ପାଣି ନିଷ୍କାସନକୁ ରୋକେ।
ଏ ସବୁର ବିକାଶ ପାଇଁ ବିଶ୍ୱ ବ୍ୟାଙ୍କ ତରଫରୁ ଏକ ପାଇଲଟ ପ୍ରୋଜେକ୍ଟ ତିଆରି ହୋଇଥିଲା। ଯାହା ଇଣ୍ଟେଗ୍ରେଟେଡ଼ କୋଷ୍ଟାଲ ମ୍ୟାନେଜମାଣ୍ଟ ଜୋନାଲ ପ୍ରୋଜେକ୍ଟ ICMZP ତରଫରୁ ଚିଲିକା ଋଷିକୁଲ୍ୟା ମୁହାଣର ବିକାଶ ପାଇଁ ଚିଲିକା ଉନ୍ନୟନ କତୃପକ୍ଷଙ୍କୁ ବା CDA କୁ ଦାୟିତ୍ୱ ଦିଆଯାଇଥିଲା। ଆପଣ ଜାଣିବା କଥା, ଚିଲିକା ଉନ୍ନୟନ ସଂସ୍ଥା ଓଡିଶା ରାଜ୍ୟ ବଜେଟରେ ଅନ୍ତର୍ଭୁକ୍ତ ନୁହେଁ। ତାର ଅନୁଦାନ ଏବଂ ଆକଳନ ଭିନ୍ନ।
ତେବେ ବିଶ୍ୱ ବ୍ୟାଙ୍କ ତରଫରୁ ଉକ୍ତ ପ୍ରକଳ୍ପ ପାଇଁ ୧୨୫ କୋଟି ଟଙ୍କା ଅନୁଦାନ ଦିଆଯାଇଥିଲା। ତେବେ ପ୍ରଶ୍ନ ଉଠୁଛି ସେହି ୧୨୫ କୋଟି ଟଙ୍କା କଣ ଖର୍ଚ୍ଚ କରାଗଲା ନା ହରିଲୁଟ କରାଗଲା। ସରକାର ଏହାର ଜବାବ ଦେବେ କି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ ପଚାରିବା ସହ ସବିଶେଷ ତଥ୍ୟ ଏବଂ ବିବରଣୀ ଆଗକୁ ପ୍ରକାଶ କରାଯିବ ବୋଲି ପ୍ରକାଶ କରିଥିଲେ।


