Categories
ଆଜିର ଖବର ଜାତୀୟ ଖବର

ଏମସିଡି କାଉନସିଲରମାନଙ୍କୁ ମିଳିବ ୨୫,୦୦୦ ଟଙ୍କା ଭତ୍ତା, ପ୍ରସ୍ତାବ ପାରିତ, ପୂର୍ବରୁ ଥିଲା ମାତ୍ର ୩୦୦

ନୂଆଦିଲ୍ଲୀ: ଏମସିଡି ମେୟର ଶୈଲୀ ଓବରୋଇଙ୍କ ନେତୃତ୍ୱରେ ଦିଲ୍ଲୀର ୨୫୦ କାଉନସିଲର ଏକ ବଡ ଉପହାର ଗ୍ରହଣ କରିଛନ୍ତି। କାଉନସିଲରମାନେ ବର୍ତ୍ତମାନ ଗୃହର ବୈଠକରେ ଯୋଗଦେବା ପାଇଁ ୨୫,୦୦୦ ଟଙ୍କା ଭତ୍ତା ପାଇବେ। ବର୍ତ୍ତମାନ ଏହି ପରିମାଣ ପ୍ରତି ବୈଠକ ପାଇଁ ମାତ୍ର ୩୦୦ ଟଙ୍କା ଥିଲା, ଯାହାକୁ ୨୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

Categories
ବିଶେଷ ଖବର

କେରଳ ବିଧାନସଭାରେ UCC ବିରୋଧରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ

ନୂଆଦିଲ୍ଲୀ: ଦେଶରେ ୟୁନିଫର୍ମ ସିଭିଲ କୋଡ (ୟୁସିସି) ଲାଗୁ କରିବାକୁ କେନ୍ଦ୍ର ସରକାରଙ୍କ ଯୋଜନା ବିରୋଧରେ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଆଜି ବିଧାନସଭାରେ ଏକ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି, ଯାହା ସର୍ବ ସମ୍ମତି କ୍ରମେ ପାରିତ ହୋଇଛି।

କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (UDF) ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରିଛି। ଏହା ସହିତ UDF ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ଉପସ୍ଥାପିତ ହେବା ପରେ UCC ରେ ଅନେକ ସଂଶୋଧନ ଏବଂ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଛି।

ତରବରିଆ ଭାବେ ନିଆଯାଇଛି ପଦକ୍ଷେପ:

ଏହି ସଂକଳ୍ପକୁ ଉପସ୍ଥାପାନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୟୁସିସି କାର୍ଯ୍ୟକାରୀ କରିବାକୁ କେନ୍ଦ୍ରର ପଦକ୍ଷେପ ନେଇ କେରଳ ବିଧାନସଭା ଚିନ୍ତିତ ଏବଂ ନିରାଶ ହୋଇଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଏକପାଖିଆ ଏବଂ ତ୍ୱରିତ ପଦକ୍ଷେପ ବୋଲି ଶ୍ରୀ ବିଜୟନ କହିଛନ୍ତି।

UCC ର କଳ୍ପନା ସମ୍ବିଧାନ ଅନୁଯାୟୀ ନୁହେଁ- ବିଜୟନ

ସିଏମ୍ ବିଜୟନ କହିଛନ୍ତି ଯେ, ସଂଘ ପରିବାର ଯେଉଁ UCC ର କଳ୍ପନା କରିଛି, ତାହା ସମ୍ବିଧାନ ଅନୁଯାୟୀ ନୁହେଁ, ବରଂ ଏହା ହିନ୍ଦୁ ଶାସ୍ତ୍ର ‘ମନୁସ୍ମୃତି’ ଉପରେ ଆଧାରିତ। ସେ କହିଛନ୍ତି ଯେ, ‘ସଂଘ ପରିବାର ଏହାକୁ ବହୁ ପୂର୍ବରୁ ସ୍ପଷ୍ଟ କରିଛି। ସେମାନେ ସମ୍ବିଧାନ ଅନୁରୂପ କୌଣସି କାର୍ଯ୍ୟକୁ ଲାଗୁ କରିବା ପାଇଁ ଚେଷ୍ଟା କରୁନାହାଁନ୍ତି।

ସମ୍ବିଧାନ ଧାର୍ମିକ ସ୍ୱାଧୀନତାକୁ ସୁନିଶ୍ଚିତ କରେ:

ସେ କହିଛନ୍ତି ଯେ, ଯେତେବେଳେ ସମ୍ବିଧାନର ଧାରା ୨୫ ଅନୁଯାୟୀ ଧାର୍ମିକ ସ୍ୱାଧୀନତା ନିଶ୍ଚିତ ହୁଏ। ଏଭଳି ପରିସ୍ଥିତିରେ ଏହାକୁ ନିଷିଦ୍ଧ କରିବା ପାଇଁ କୌଣସି ଆଇନ ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ ହେବ।

ସହମତି ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବା ଉଚିତ୍:

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମ୍ବିଧାନର ଧାରା ୪୪ କେବଳ କହିଛି ଯେ ୟୁନିଫର୍ମ ସିଭିଲ କୋଡ ପ୍ରତିଷ୍ଠା ପାଇଁ ସରକାର ଚେଷ୍ଟା କରିବେ। ସେ କହିଛନ୍ତି ଯେ, ଲୋକଙ୍କ ମଧ୍ୟରେ ସହମତି ଭିତ୍ତିରେ ଆଲୋଚନା ଏବଂଚର୍ଚ୍ଚା ପରେ ଏଭଳି ପଦକ୍ଷେପ ନିଆଯିବା ଉଚିତ।