Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କେରଳ ବିଧାନସଭାରେ UCC ବିରୋଧରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ
ବିଶେଷ ଖବର

କେରଳ ବିଧାନସଭାରେ UCC ବିରୋଧରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ

August 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦେଶରେ ୟୁନିଫର୍ମ ସିଭିଲ କୋଡ (ୟୁସିସି) ଲାଗୁ କରିବାକୁ କେନ୍ଦ୍ର ସରକାରଙ୍କ ଯୋଜନା ବିରୋଧରେ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଆଜି ବିଧାନସଭାରେ ଏକ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି, ଯାହା ସର୍ବ ସମ୍ମତି କ୍ରମେ ପାରିତ ହୋଇଛି।

କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (UDF) ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରିଛି। ଏହା ସହିତ UDF ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ଉପସ୍ଥାପିତ ହେବା ପରେ UCC ରେ ଅନେକ ସଂଶୋଧନ ଏବଂ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଛି।

ତରବରିଆ ଭାବେ ନିଆଯାଇଛି ପଦକ୍ଷେପ:

ଏହି ସଂକଳ୍ପକୁ ଉପସ୍ଥାପାନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୟୁସିସି କାର୍ଯ୍ୟକାରୀ କରିବାକୁ କେନ୍ଦ୍ରର ପଦକ୍ଷେପ ନେଇ କେରଳ ବିଧାନସଭା ଚିନ୍ତିତ ଏବଂ ନିରାଶ ହୋଇଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଏକପାଖିଆ ଏବଂ ତ୍ୱରିତ ପଦକ୍ଷେପ ବୋଲି ଶ୍ରୀ ବିଜୟନ କହିଛନ୍ତି।

UCC ର କଳ୍ପନା ସମ୍ବିଧାନ ଅନୁଯାୟୀ ନୁହେଁ- ବିଜୟନ

ସିଏମ୍ ବିଜୟନ କହିଛନ୍ତି ଯେ, ସଂଘ ପରିବାର ଯେଉଁ UCC ର କଳ୍ପନା କରିଛି, ତାହା ସମ୍ବିଧାନ ଅନୁଯାୟୀ ନୁହେଁ, ବରଂ ଏହା ହିନ୍ଦୁ ଶାସ୍ତ୍ର ‘ମନୁସ୍ମୃତି’ ଉପରେ ଆଧାରିତ। ସେ କହିଛନ୍ତି ଯେ, ‘ସଂଘ ପରିବାର ଏହାକୁ ବହୁ ପୂର୍ବରୁ ସ୍ପଷ୍ଟ କରିଛି। ସେମାନେ ସମ୍ବିଧାନ ଅନୁରୂପ କୌଣସି କାର୍ଯ୍ୟକୁ ଲାଗୁ କରିବା ପାଇଁ ଚେଷ୍ଟା କରୁନାହାଁନ୍ତି।

ସମ୍ବିଧାନ ଧାର୍ମିକ ସ୍ୱାଧୀନତାକୁ ସୁନିଶ୍ଚିତ କରେ:

ସେ କହିଛନ୍ତି ଯେ, ଯେତେବେଳେ ସମ୍ବିଧାନର ଧାରା ୨୫ ଅନୁଯାୟୀ ଧାର୍ମିକ ସ୍ୱାଧୀନତା ନିଶ୍ଚିତ ହୁଏ। ଏଭଳି ପରିସ୍ଥିତିରେ ଏହାକୁ ନିଷିଦ୍ଧ କରିବା ପାଇଁ କୌଣସି ଆଇନ ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ ହେବ।

ସହମତି ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବା ଉଚିତ୍:

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମ୍ବିଧାନର ଧାରା ୪୪ କେବଳ କହିଛି ଯେ ୟୁନିଫର୍ମ ସିଭିଲ କୋଡ ପ୍ରତିଷ୍ଠା ପାଇଁ ସରକାର ଚେଷ୍ଟା କରିବେ। ସେ କହିଛନ୍ତି ଯେ, ଲୋକଙ୍କ ମଧ୍ୟରେ ସହମତି ଭିତ୍ତିରେ ଆଲୋଚନା ଏବଂଚର୍ଚ୍ଚା ପରେ ଏଭଳି ପଦକ୍ଷେପ ନିଆଯିବା ଉଚିତ।

ucc UDF କେରଳ ବିଧାନସଭା ପ୍ରସ୍ତାବ ପାରିତ
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ସଂକଟର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଲେ ପଦକ୍ଷେପ

May 12, 2026

ମାତୃତ୍ଵ ଲାଭ ପରେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ମହିଳାଙ୍କୁ ସଶକ୍ତ କରିଛି ଜିଓ

May 12, 2026

ଜୁଲାଇ ପହିଲାରୁ ଭିବି – ଜି ରାମ ଜି ଆଇନ୍

May 12, 2026

ସୁନା ମୂଲ୍ୟରେ ସବୁଠାରୁ ବଡ଼ ହ୍ରାସ କେବେ ଘଟିଥିଲା ? ଜାଣନ୍ତୁ ସୁନାର ମୂଲ୍ୟ ହ୍ରାସର ଇତିହାସ ବିଷୟରେ

May 12, 2026
Latest News

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.