Categories
ଆଜିର ଖବର ରାଜ୍ୟ ଖବର

ଗୃହପାଳିତ ପଶୁଙ୍କ ସୁରକ୍ଷା ପାଇଁ ଆସିଲା ୧୮୧ ମୋବାଇଲ୍ ପ୍ରାଣୀ ଚିକିତ୍ସା ୟୁନିଟ୍

ଭୁବନେଶ୍ବର: ରାଜ୍ୟରେ ପ୍ରାଣୀ ଚିକିତ୍ସାକୁ ସୁଗମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବନ ପଟ୍ଟନାୟକ ନେଇଛନ୍ତି ନୂଆ ପଦକ୍ଷେପ। ସେ ଏକଥାରେ ରାଜ୍ୟରେ ୧୮୧ ମୋବାଇଲ୍ ପ୍ରାଣୀ ଚିକିତ୍ସା ୟୁନିଟ୍ ଉଦଘାଟନ କରିଛନ୍ତି।

ଏହି ମୋବାଇଲ୍ ୟୁନିଟ୍ ଗୁଡିକ ପ୍ରାଣୀ ଚିକିତ୍ସା ପ୍ରତିଷ୍ଠାନଠାରୁ ଦୂର ସ୍ଥାନରେ ଅବସ୍ଥିତ ଗାଁର ପଶୁପାଳନ ତଥା କୃଷକମାନଙ୍କୁ ଦ୍ୱାରଦେଶରେ ପ୍ରାଣୀ ଚିକିତ୍ସା ସେବା ଯୋଗାଇବା ପାଇଁ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି। ଏହି ନୂତନ ଯାନଗୁଡିକ ମୁଖମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଅଧୀନରେ ପଶୁମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ବ୍ୟବହୃତ ହେବ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଓଡ଼ିଶା ସରକାର ପଶୁପାଳକଙ୍କ ଜୀବନକୁ ଅଧିକ ଆରାମଦାୟକ କରିବା, ଆୟ ବଢାଇବା ଏବଂ ମୁହଁରେ ହସ ଆଣିବା ପାଇଁ ନିରନ୍ତର ଉଦ୍ୟମ କରୁଛନ୍ତି। ପଶୁ ସମ୍ପଦ ବିକାଶ କ୍ଷେତ୍ର କୃଷକ, ମହିଳା ଏସଏଚଜି ଏବଂ ଉଦ୍ୟୋଗୀମାନଙ୍କ ପାଇଁ ପରବର୍ତ୍ତୀ ସ୍ତରର ଅଭିବୃଦ୍ଧି କରାଯିବ ବୋଲି ନବୀନ କହିଛନ୍ତି।

Categories
ବିଶେଷ ଖବର

ନିର୍ମାଣାଧିନ ପ୍ରାଣୀ ଚିକିତ୍ସାଳୟଗୁଡ଼ିକ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବାକୁ ମନ୍ତ୍ରୀ ସ୍ୱାଇଁଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ନିର୍ମାଣଧିନ ସମସ୍ତ ପ୍ରାଣୀ ଚିକିତ୍ସାଳୟଗୁଡ଼ିକ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସଂପୃକ୍ତ ନିର୍ମାଣକାରୀ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟରେ ପ୍ରାଣୀମାନଙ୍କୁ ଉନ୍ନତ ଚିକିତ୍ସାସେବା ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟରେ ୧୭୫ଟି ନୂତନ ବ୍ଲକ୍‌ ପ୍ରାଣୀଚିକିତ୍ସା ଡିସ୍‌ପେନ୍‌ସାରୀ, ଜିଲ୍ଲା ପ୍ରାଣୀଚିକିତ୍ସା ଡିସ୍‌ପେନ୍‌ସାରୀ ଏବଂ ପ୍ରାଣୀଚିକିତ୍ସା ହସ୍‌ପିଟାଲ୍‌ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଉଥିବାବେଳେ ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ ନିର୍ମାଣର ଅଗ୍ରଗତି ସଂପର୍କରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମୀକ୍ଷା କରିଥିଲେ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ମାଣ କାର୍ଯ୍ୟକୁ ଯଥାଶୀଘ୍ର ସାରିବା ପାଇଁ ଓସିିସିଏଲ୍‌, ଓଏସ୍‌ଆଇସି, ଏନ୍‌ପିସିସି ଆଦି ପବ୍ଲିକ୍‌ ସେକଫର ଅଣ୍ଡରଟେକିଂ ସଂସ୍ଥାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ନିର୍ମାଣକାର୍ଯ୍ୟର ଅଗ୍ରଗତି ସଂପର୍କରେ ବିଭାଗୀୟ ଅଧିକାରୀମାନେ ନିୟମିତ ନିରୀକ୍ଷଣ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବା ପରେ ତୃତୀୟ ପକ୍ଷ ଦ୍ୱାରା ସମସ୍ତ ନିର୍ମାଣ କାର୍ଯ୍ୟର ମୂଲ୍ୟାଙ୍କନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।
ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ନିର୍ମାଣାଧିନ ଡିସ୍‌ପେନ୍‌ସାରୀଗୁଡ଼ିକର ସଦ୍ୟତମ ସ୍ଥିତି ସଂପର୍କରେ ସୂଚନା ଦେଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ, ଓସିସିଏଲ୍‌, ଓଏସ୍‌ଆଇସି, ଏନ୍‌ପିସିସି ଆଦି ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।
Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ପ୍ରାଣୀ ଚିକିତ୍ସାଳୟରେ ଭୟଙ୍କର ଅଗ୍ନିକାଣ୍ଡ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ପ୍ରାଣୀ ଚିକିତ୍ସାଳୟରେ ଆଜି ଅପରାହ୍ନରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ବର୍ତ୍ତମାନ କାର୍ଯ୍ୟାଳୟ ପରିସରରେ ନିଆଁ ଲାଗିଯାଇଥିବା ବେଳେ ଏହା ହୁତୁ ହୁତୁ ହୋଇ ଜାଳିବାରେ ଲାଗିଛି। ଅନ୍ୟପକ୍ଷରେ କାର୍ଯ୍ୟାଳୟ ଭିତରୁ କାଚ ଏବଂ ଅନ୍ୟାନ୍ୟ ଜିନିଷ ଫାଟୁଥୁବାର ଦେଖାଯାଇଛି।

ଆଖପାଖ ଅଞ୍ଚଳର ଜନସାଧାରଣ ଭୟଭୀତ ଅବସ୍ଥାରେ ଥିବାବେଳେ ଅଞ୍ଚଳବାସି ଅଗ୍ନିଶମ ବିଭାଗକୁ ଖବର ଦେଇବାପରେ ବର୍ତ୍ତମାନ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚିଥିବା ଜଣାପଡିଛି।

ତେବେ ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ସୌଭାଗ୍ୟବଶତଃ ଅଗ୍ନିକାଣ୍ଡ ସମୟରେ କୌଣସି କର୍ମଚାରୀ ଉପସ୍ଥିତ ନଥିବା କୁହାଯାଉଛି।