Categories
ଆଜିର ଖବର ଖେଳ ଜାତୀୟ ଖବର

ରୋହିତ ଶର୍ମାଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି ମୁମ୍ବାଇ ଇଣ୍ଡିଆନ୍ସ, ଟିମ୍ ଇଣ୍ଡିଆକୁ ମିଳିବ ପ୍ରାଥମିକତା

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କ ବିଷୟରେ ବଡ ଖବର ଆସୁଛି। ରୋହିତ ଶର୍ମାଙ୍କ ବିଷୟରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି। ଏହି ଯୋଜନା ଅଧୀନରେ ରୋହିତ ଶର୍ମା କେବଳ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଖେଳୁଥିବା ଦେଖିବାକୁ ମିଳିବେ।

ରୋହିତ ଶର୍ମା ଆସନ୍ତା ଦୁଇ ବର୍ଷର କାର୍ଯ୍ୟ ଚାପ ଉପରେ କାମ କରୁଛନ୍ତି। ରୋହିତ ଶର୍ମାଙ୍କ ନଜର ୨୦୨୩ ବିଶ୍ୱକପ ଉପରେ ଅଛି ଏବଂ ସେ ଯେକୌଣସି ମୂଲ୍ୟରେ ଭାରତ ପାଇଁ ଟାଇଟଲ ଜିତିବାକୁ ଚାହୁଁଛନ୍ତି।

ମୁମ୍ବାଇ ଇଣ୍ଡିଆନ୍ସର ଦଳ କହିଛି ଯେ, ଭାରତୀୟ ଦଳ ପାଇଁ ସେମାନଙ୍କ ଫ୍ରାଞ୍ଚାଇଜ୍ ସର୍ବଦା ଗୁରୁତ୍ୱପୂର୍ଣ୍ଣ ରହିଆସିଛି। ରୋହିତ ଶର୍ମା ଟି -୨୦ ଫର୍ମାଟରେ ପରବର୍ତ୍ତୀ ଅଧିନାୟକ ହେବାର ସମ୍ଭାବନା ରହିଛି, ତେଣୁ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ଅତି ଯତ୍ନର ସହ ବ୍ୟବହାର କରିବ।

ଆଇପିଏଲ ୧୪ ସଂସ୍କରଣ ଆରମ୍ଭ ହେବା ପରେ ରୋହିତ ଶର୍ମା ସିଏସକେ ବିରୋଧ ମ୍ୟାଚରେ ଖେଳିନଥିଲେ। ବାସ୍ତବରେ ରୋହିତ ଶର୍ମାଙ୍କୁ ବିଶ୍ରାମ ଦେବା ଏକ ଦଳର ଯୋଜନାର ଏକ ଅଂଶ ଥିଲା। ଚଳିତ ସିଜନରେ କିରଣ ପୋଲାର୍ଡ ଅନେକ ଥର ଦଳର ଦାୟିତ୍ୱ ତୁଲାଉଥିବାର ନଜର ଆସିବେ।

ରୋହିତ ଶର୍ମାଙ୍କୁ ୩୪ ବର୍ଷ ବୟସ ହୋଇଛି ଏବଂ ତାଙ୍କ କ୍ରିକେଟ୍ କ୍ୟାରିୟରରେ ଅଧିକ ସମୟ ବାକି ନାହିଁ। ରୋହିତ ଆଇପିଏଲରେ ପାଞ୍ଚଟି ଟାଇଟଲ ଜିତିଛନ୍ତି। ଏହି ଷ୍ଟାର ବ୍ୟାଟ୍ସମ୍ୟାନଙ୍କ ଆଖି ଏବେ କେବଳ ଭାରତ ପାଇଁ ବିଶ୍ୱକପ ଜିତିବା ଉପରେ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସରକାରୀ ହସ୍ପିଟାଲରେ ମାଗଣାରେ ମିଳିବ ଦ୍ଵିତୀୟ ଡୋଜ: ନୂଆ ଲୋକଙ୍କୁ ଏବେ ମିଳିବନି ଟୀକା

ଭୁବନେଶ୍ବର: ରାଜ୍ୟରେ ଦ୍ଵିତୀୟ ଡୋଜକୁ ପ୍ରାଥମିକତା ଦିଆଯିବ। ଏବେ ଆଉ ନୂଆ ଲୋକଙ୍କୁ ପ୍ରଥମ ଡୋଜ ଟୀକା ଦିଆଯିବ ନାହିଁ। ଏବେ ନୂଆ ଲୋକଙ୍କୁ ଅପେକ୍ଷା କରିବାକୁ ପଡିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ୧୮ ରୁ ୪୪ ବର୍ଷର ଲୋକଙ୍କୁ ଏବେ କେବଳ ପଞ୍ଜୀକରଣ କରିବାକୁ ପଡିବ। ରାଜ୍ୟରେ ୯୭ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଦିଆଯାଇଥିବା ବେଳେ ୮୭ ପ୍ରତିଶତ ସ୍ଵାସ୍ଥ୍ୟକର୍ମୀଙ୍କୁ ଦ୍ଵିତୀୟ ଡୋଜ ଦିଆଗଲାଣି।

ସେହିଭଳି ସମ୍ମୁଖ ଯୋଦ୍ଧାଙ୍କ ମଧ୍ୟରେ ପ୍ରଥମ ଡୋଜ ୯୭ ପ୍ରତିଶତ ନେଇଥିବା ବେଳେ ଦ୍ଵିତୀୟ ଡୋଜ ୮୫ ପ୍ରତିଶତ ନେଇଛନ୍ତି। ରାଜ୍ୟରେ ମୋଟ ୪୫ ବର୍ଷରୁ ଉର୍ଦ୍ଧ୍ଵ ବର୍ଗରେ ମୋଟ ୧ କୋଟି ୧୬ ଲକ୍ଷ ଲୋକ ଅଛନ୍ତି। ସେମାନଙ୍କ ମଧ୍ୟରୁ ୪୩ ଲକ୍ଷ ୫୫ ହଜାର ଲୋକ ପ୍ରଥମ ଡୋଜ ନେଇଥିବା ବେଳେ ୨୩ ଲକ୍ଷ ୪୩ ହଜାର ଲୋକ ଦ୍ଵିତୀୟ ଡୋଜ ପାଇଁ ଅପେକ୍ଷାରତ ଅଛନ୍ତି। ଏଯାବତ ୫ ଲକ୍ଷ ୯୬ ହଜାର ଲୋକ ଦ୍ଵିତୀୟ ଡୋଜ ନେଇସାରିଲେଣି। ପାଖାପାଖି ୧୭ ଲକ୍ଷ ଲୋକ ଦ୍ଵିତୀୟ ଡୋଜ ନେବାକୁ ଅପେକ୍ଷାରେ ଅଛନ୍ତି।

ତେବେ କୋଭାକ୍ସିନ ଟୀକା କେବଳ ଭୁବନେଶ୍ଵର ମହାନଗର ଅଞ୍ଚଳରେ ଦିଆଯାଉଛି। ଓଡ଼ିଶାକୁ କୋଭାକ୍ସିନ ଟୀକା ଆସୁଥିବାରୁ ଟିକାରଣ ଚାଲିଛି। ଏହି ଟୀକାର ଦ୍ଵିତୀୟ ଡୋଜ ଦେବାରେ ଏଯାଏଁ କିଛି ଅସୁବିଧା ନାହିଁ। କିନ୍ତୁ କୋଭିସିଲ୍ଡ ଆସିବାରେ ବିଳମ୍ବ ହେଉଥିବାରୁ ଟୀକା ଦେବାରେ ମଧ୍ୟ ବିଳମ୍ବ ହେଉଛି।

ଘରୋଇ ହସ୍ପିଟାଲରେ ପ୍ରଥମ ଡୋଜ ନେଇଥିବା ଲୋକ ସରକାରୀ ହସ୍ପିଟାଲରେ ଦ୍ଵିତୀୟ ଡୋଜ ନେଇପାରିବେ। ଏପ୍ରିଲ ୩୦ ତାରିଖ ସୁଦ୍ଧା ଘରୋଇ ହସ୍ପିଟାଲରେ ପ୍ରଥମ ଡୋଜ ନେଇଥିଲେ, ଦ୍ଵିତୀୟ ଡୋଜ ସରକାରୀ ହସ୍ପିଟାଲରେ ଦ୍ଵିତୀୟ ଡୋଜ ମାଗଣାରେ ନେଇପାରିବେ ନେଇପାରିବେ। ସେଥିପାଇଁ କେବଳ ଆଡମିନିଷ୍ଟ୍ରେସନ ଚାର୍ଜ ଭାବେ ଲୋକଙ୍କୁ କେବଳ ୧୦୦ ଟଙ୍କା ଦେବାକୁ ପଡିବ। ଭୁବନେଶ୍ବରକୁ ଛାଡି ରାଜ୍ୟର ବାକି ୩୦ ଟି ଜିଲ୍ଲାରେ କୋଭିସିଲ୍ଡ ଟୀକା ଦିଆଯାଉଥିବାରୁ ସମସ୍ୟା ଉପୁଜୁଛି। ରାଜ୍ୟ ସରକାର ଆଉ ୧୫ ଲକ୍ଷ ଟୀକା ଡୋଜ ଦେବାକୁ କେନ୍ଦ୍ରକୁ ନିବେଦନ କରିଛନ୍ତି।

ଗତ ମଙ୍ଗଳବାର ଦିନ ଓଡ଼ିଶାକୁ ଏକ ଲକ୍ଷ ଟୀକା ଡୋଜ ମିଳିଥିବା ବେଳେ ୧୫ ଦିନ ଭିତରେ ଆଉ ୬ରୁ ୭ ଲକ୍ଷ ଟୀକା ଡୋଜ ମିଳିବା ନେଇ ଆଶା କରାଯାଉଛି। ଟୀକା ଆସିଲେ ନୂଆ ଲୋକଙ୍କୁ ଟୀକା ଦିଆଯିବ। ଏନେଇ ଏସିଏସ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।