Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରାର୍ଥୀ ଘୋଷଣା ନେଇ ଦୁଇ ପ୍ରମୁଖ ଦଳ ଭିତରେ ଛକାଛକି, ବିଜେଡି ଅସନ୍ତୁଷ୍ଠଙ୍କୁ ଅନେଇ ରହିଛି ବିଜେପି

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ଦଳ ସଂପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରକାଶ କରି ନାହାଁନ୍ତି। କେବଳ ବିଜେଡି ତାହାର 15 ଲୋକସଭା ଏବଂ 72 ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି। ସେହିପରି ବିଜେପି ସଂପୂର୍ଣ୍ଣ ଭାବେ ଲୋକସଭା ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଧାନସଭାର ଗୋଟିଏ ମଧ୍ୟ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହିଁ। ସେହିପରି କଂଗ୍ରେସ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରି ନାହିଁ।

ତେବେ ବିଶେଷ ସୁତ୍ର ଅନୁସାରେ ବିଜେଡିର ପ୍ରାର୍ଥୀ ତାଲିକାକୁ ଉଭୟ ବିଜେପି ଓ କଂଗ୍ରେସ ଅନେଇ ରହିଛନ୍ତି। କାରଣ ହେଲା ବିଜେଡିରେ ବିଧାୟକ ପ୍ରାର୍ଥୀ ହେବା ପାଇଁ ରହିଛନ୍ତି ବହୁ ଆଶାୟୀ। ସେମାନଙ୍କର ନିଜ ନିଜ ନିର୍ବାଚନ ମଣ୍ଡଳିରେ କିଛି ନା କିଛି ସଂଗଠନ ରହିଛି। ସେଥିପାଇଁ ବିଜେଡି ଜଣଙ୍କ ନାମ ଘୋଷଣା କରିବା ପରେ ଅନ୍ୟମାନେ ଅସନ୍ତୁଷ୍ଠ ହୋଇ ଦଳ ଛାଡିବେ। ସେହିମାନଙ୍କୁ ଉଭୟ ବିଜେପି ଓ କଂଗ୍ରେସ ଟିକେଟ ଦେବ ବୋଲି ଅନେଇ ରହିଛନ୍ତି।

ଅନ୍ୟପଟେ ବିଜେଡି ଏହି କଥା ଜାଣିବା ପରେ ସେମାନଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରୁ ନାହିଁ। ବର୍ତ୍ତମାନ ବିଜେଡି 72 ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେଇଥିଲେ ମଧ୍ୟ ଅନ୍ୟ 75ଟି ଆସନ ବିବାଦୀୟ ରହିଛି। ଅର୍ଥାତ ଏହି ଆସନରେ ବିଜେଡିର ଆଶାୟୀଙ୍କ ସଂଖ୍ୟା ଅଧିକ। କାଳେ ସେମାନଙ୍କୁ ଟିକେଟ ନ ଦେଲେ ଦଳ ଛାଡି ଦେବେ ସେଥିପାଇଁ ବିଜେଡି ମଧ୍ୟ ତାଲିକାକୁ ଜାବୁଡି ଧରିଛି। ମୁଖ୍ୟତଃ ବିଜେପି ଘୋଷଣା କରିବା ପରେ ବିଜେଡି ତାହାର ତାଲିକା ଖୋଲିବ ବୋଲି ଜଣାପଡିଛି।

ବିଜେଡି ପାଇଁ ବର୍ତ୍ତମାନ ଭୁବନେଶ୍ବରର ତିନି ବିଧାନସଭା ଆସନରେ ପ୍ରାର୍ଥୀ ଦେବା କଷ୍ଟକର ହୋଇପଡିଛି। କାରଣ ଏହି ତିନୋଟି ଆସନରେ ଆଶାୟୀଙ୍କ ଦାବୀ ଜୋରଦାର ହୋଇଛି। ଭୁବନେଶ୍ବରର ଉତ୍ତରରେ ବିଜେଡି ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଟିକେଟ ପାଇବେ ନାହିଁ ବୋଲି ଜାଣିବା ପରେ ଦଳ ଛାଡି ଦେଇଛନ୍ତି। ହେଲେ ଅନ୍ୟ ଆସନରେ ଆଶାୟୀ ଏବେ ବିଜେଡି ଟିକେଟକୁ ଅନେଇ ରହିଛନ୍ତି। କୌଣସି କାରଣରୁ ବିଜେଡି ଟିକେଟ ନ ଦେଲେ ସେମାନେ ଦଳ ଡିଆଁ ଆରମ୍ଭ କରିଦେବେ।

ତେବେ ଏହି ଛକାଛକି ଭିତରେ ବର୍ତ୍ତମାନ ବିଜେପି ଯେଉଁ ଯେଉଁ ଆସନରେ ତାଙ୍କ ପ୍ରାର୍ଥୀଙ୍କ ସଂଗଠନ ରହିଛି ସେଗୁଡିକ ଘୋଷଣା କରିବ ବୋଲି ଜଣାପଡିଛି। ହେଲେ ଏମିତି ଅନେକ ଆସନ ରହିଛି ଯାହା ବିଜେପି ପାଖରେ ସେପରି କେହି ଦବଦବା ଥିବା ପ୍ରାର୍ଥୀ ନାହାଁନ୍ତି। ସେଥିପାଇଁ ଦଳ ସେହି ଆସନ ପାଇଁ ବିଜେଡିର ଅସନ୍ତୁଷ୍ଠଙ୍କୁ ଅନେଇ ରହିଛି।

Categories
ଆଜିର ଖବର ଜାତୀୟ ଖବର

୫୮ ପ୍ରାର୍ଥୀଙ୍କ ତୃତୀୟ ତାଲିକା ପ୍ରକାଶ କଲା ବିଜେପି, କଂଗ୍ରେସ ଛାଡିଥିବା ୩ ନେତାଙ୍କୁ ଦେଲା ଟିକେଟ୍

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ତୃତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୫୮ ଜଣ ପ୍ରାର୍ଥୀଙ୍କୁ ବିଜେପି ଟିକେଟ ଦେଇଛି। ବିଜେପି ଖଣ୍ଡେଲାରୁ ସୁଭାଷ ମିଲ, ବଲ୍ଲଭନଗରରୁ ଉଦୟ ଲାଲ ଡାଙ୍ଗି ଏବଂ କରୌଲୀରୁ ଦର୍ଶନ ସିଂ ଗୁର୍ଜରଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ସୁମିତ୍ରା ପୁନିଆଙ୍କୁ ମଧ୍ୟ ଦଳ ଟିକେଟ ଦେଇଛି। ଗତକାଲି ଅର୍ଥାତ୍ ବୁଧବାର ଦିନ ଏହି ତିନିଜଣ ବିଜେପିରେ ଯୋଗ ଦେଇଥିଲେ ଏବଂ ଗୋଟିଏ ଦିନ ପରେ ଦଳ ସେମାନଙ୍କୁ ଟିକେଟ୍ ଦେଇଛି। ତୃତୀୟ ତାଲିକାରେ ବିଜେପି କୌଣସି ସାଂସଦଙ୍କୁ ସ୍ଥାନ ଦେଇନାହିଁ। ଦଳ ଜୟପୁରର ହାୱାମହଲ ଆସନରୁ ମହନ୍ତ ବାଲ ମୁକନ୍ଦାଚାର୍ଯ୍ୟ ଏବଂ ସର୍ଦ୍ଦାରପୁରାର ଅଶୋକ ଗେହଲୋଟଙ୍କ ବିରୋଧରେ ମହେନ୍ଦ୍ର ସିଂ ରାଠୋରଙ୍କୁ ଟିକେଟ ଦେଇଛି।

ତୃତୀୟ ତାଲିକାରେ ବରିଷ୍ଠ କଂଗ୍ରେସ ଦଳର ନେତା ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ବିରୋଧରେ ବିଜେପି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଗେହଲୋଟର ବିଧାନସଭା ନିର୍ବାଚନମଣ୍ଡଳୀ ସି ସର୍ଦ୍ଦାରପୁରରୁ ଡକ୍ଟର ମହେନ୍ଦ୍ର ସିଂ ରାଠୋରଙ୍କୁ ବିଜେପି ଟିକେଟ ଦେଇଛି। ସଚିନ ପାଇଲଟଙ୍କ ବିରୋଧରେ ବିଜେପି ମଧ୍ୟ ପ୍ରାର୍ଥୀ କରିଛି। ଅଜିତ ସିଂ ମେହେଟ୍ଟାଙ୍କୁ ତାଙ୍କ ଟନ୍କ ସିଟରୁ ବିଜେପି ଟିକେଟ ଦେଇଛି। ଏଥର ପାର୍ଟି ଟନକରୁ ୟୁନିସ୍ ଖାନଙ୍କ ଟିକେଟ୍ ବାତିଲ କରିଛି।

ବର୍ତ୍ତମାନ ପର୍ଯ୍ୟନ୍ତ ୧୮୨ ଟି ଆସନରେ ଘୋଷଣା, ତଥାପି ୧୫ ଟି ସିଟ୍ ବାକି ଅଛି:

ଏହାପୂର୍ବରୁ ବିଜେପି ଦୁଇଟି ତାଲିକା ପ୍ରକାଶ କରି ମୋଟ ୧୨୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ଏହି ତୃତୀୟ ତାଲିକା ପରେ ରାଜ୍ୟର ୨୦୦ ବିଧାନସଭା ଆସନ ମଧ୍ୟରୁ ମୋଟ ୧୮୨ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ୧୮ ଜଣ ପ୍ରାର୍ଥୀଙ୍କ ନାମ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ମଧ୍ୟପ୍ରଦେଶ ନିର୍ବାଚନ: ବିଜେପି ଜାରି କଲା ଚତୁର୍ଥ ପ୍ରାର୍ଥୀ ତାଲିକା, ଏହି ଆସନରୁ ଲଢିବେ ମୁଖ୍ୟମନ୍ତ୍ରୀ ଶିବରାଜ

ନୂଆଦିଲ୍ଲୀ: ଏହି ସମୟର ସବୁଠାରୁ ବଡ ଖବର ମଧ୍ୟପ୍ରଦେଶରୁ ଆସୁଛି। ନିର୍ବାଚନ ଆୟୋଗଙ୍କ ଦ୍ଵାରା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଭାରତୀୟ ଜନତା ପାର୍ଟି ମଧ୍ୟପ୍ରଦେଶ ପାଇଁ ଚତୁର୍ଥ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ସମୁଦାୟ ୫୭ ନାମ ଅଛି, ଯେଉଁଥିରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସମେତ ଅନେକ ବଡ ଚେହେରା ଅନ୍ତର୍ଭୁକ୍ତ। ଏହି ତାଲିକା ପ୍ରକାଶ ପାଇବା ପରେ ଏହା ସ୍ପଷ୍ଟ ହୋଇଛି ଯେ, ଶିବରାଜ ସିଂ ଚୌହାନ ବୁଦ୍ଧନି ଆସନରୁ ନିର୍ବାଚନ ଲଢିବେ। ମଧ୍ୟପ୍ରଦେଶ ସହିତ ବିଜେପି ଛତିଶଗଡ ଏବଂ ରାଜସ୍ଥାନ ପାଇଁ ପ୍ରାର୍ଥୀ ତାଲିକା ମଧ୍ୟ ପ୍ରକାଶ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ଚୁଡାନ୍ତ ପ୍ରାର୍ଥୀ ତାଲିକା : ପ୍ରତ୍ୟାହାର କଲେନି କୌଣସି ପ୍ରାର୍ଥୀ

ରମେଶ ମହାନ୍ତି

ଜଗତସିଂହପୁର : ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀର ଉପନିର୍ବାଚନ ନିମନ୍ତେ ୯ଜଣ ପ୍ରାର୍ଥୀ ନିଜର ନାମାଙ୍କନପତ୍ର ଦାଖଲ କରିଥିଲେ। ସୋମବାର ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବାବେଳେ କୌଣସି ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନାହାନ୍ତି। ପ୍ରାର୍ଥୀପତ୍ର ଦାଖଲ କରିଥିବା ପ୍ରାର୍ଥୀମାନେ ହେଲେ- ବିଜେଡି ଦଳରୁ ବିଜୟ ଶଙ୍କର ଦାସ , ବିଜେପି ଦଳରୁ ରାଜକିଶୋର ବେହେରା , କଂଗ୍ରେସ ଦଳରୁ ହିମାଂଶୁ ଭୂଷଣ ମଲ୍ଲିକ , ଭାରତୀୟ କମ୍ୟୁନିଷ୍ଟ ପାର୍ଟିରୁ ବିଜୟ କୁମାର ଭୋଇ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ଅର୍ଜୁନ ଚରଣ ବେହେରା , ରବିନ୍ଦ୍ର ନାଥ ସେଠୀ , ରମେଶ ଚନ୍ଦ୍ର ମଲ୍ଲିକ , ସଚିତ୍ର ମଲ୍ଲିକ , ଗୋଲାପ ମଞ୍ଜରୀ ଭୋଇ ।