Categories
ଆଞ୍ଚଳିକ

ବାଣପୁର ବ୍ଳକ୍ ସ୍ତରୀୟ ପ୍ରେରଣା ପ୍ରଶିକ୍ଷଣ ଉଦଯାପିତ

ବାଣପୁର: ବାଣପୁର ବ୍ଳକ୍ ଅଧିନସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ ବାଣପୁର -୧ ଠାରେ ପଞ୍ଚ ଦିବସୀୟ ପ୍ରଶିକ୍ଷଣ ଶିବିର “ପ୍ରେରଣା ” ଗତ ୧୦ ତାରିଖ ଠାରୁ ଆରମ୍ଭ ହୋଇ ୧୪ ତାରିଖ ରେ ଉଦଯାପିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା ଉକ୍ତ ପ୍ରଶିକ୍ଷଣ ବାଣପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ନୂତନ ଭାବେ ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରୁ ୪୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନୂତନ ପଦ୍ଧତିରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ସମ୍ବଳ ଶିକ୍ଷକ ତଥା ସାଧନ କର୍ମୀ ସନ୍ତୋଷ କୁମାର ଷଡଙ୍ଗୀ, ବିଭୂତି ଭୂଷଣ ଦାଶ, ଦିଲ୍ଲୀପ କୁମାର ନିଶଙ୍କ , ସୁମତୀ ଘଡାଇ ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ବ୍ଳକ୍ ଶିକ୍ଷା ଅଧିକାରିଣୀ ସି ଏଚ୍ ବିଜୟା ଲକ୍ଷ୍ମୀ, ପ୍ରଧାନ ଶିକ୍ଷୟିତ୍ରୀ ଝରଣା ଓଝା, ବି ଆର୍ ସି ସି ପ୍ରଭାତ କୁମାର ସେଠୀ ଉକ୍ତ ପ୍ରଶିକ୍ଷଣ ଶିବିରରେ ଯୋଗଦାନ କରି ପ୍ରଶିକ୍ଷାର୍ଥୀ ମାନଙ୍କୁ ପ୍ରେରଣା ପ୍ରଶିକ୍ଷଣ ର ଉଦ୍ଦେଶ୍ୟ କିପରି ଭାବରେ ବିଦ୍ୟାଳୟ ମାନଙ୍କରେ ପ୍ରତିଫଳିତ ହେବ ସେଥିପାଇଁ ସମସ୍ତେ ଚେଷ୍ଟିତ ହେବା ପାଇଁ ପରାମର୍ଶ ଦେଇଥିଲେ। ଉଭୟ ଶିଶୁ ଓ ରାଷ୍ଟ୍ରର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶିକ୍ଷକ ମାନଙ୍କୁ ପ୍ରେରଣା ଦେବା ଅନର୍ବାର୍ଯ୍ୟ ଅଟେ। ପରିଶେଷରେ ସମସ୍ତ ପ୍ରଶିକ୍ଷାର୍ଥୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।