Categories
ଆଜିର ଖବର ଖେଳ ଜାତୀୟ ଖବର

ଫାଇନାଲ ମ୍ୟାଚରେ ସୁରକ୍ଷାରେ ତ୍ରୁଟି, ପଡ଼ିଆରେ ପ୍ରବେଶ କଲେ ପାଲେଷ୍ଟାଇନ ସମର୍ଥକ, ଧରିଲା ପୋଲିସ

ନୂଆଦିଲ୍ଲୀ: ବର୍ତ୍ତମାନ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି ଏବଂ ଏହି ଧାରା ଜାରି ରହିଛି। ଏହି ସମୟ ମଧ୍ୟରେ ଭାରତରେ ଖେଳାଯାଉଥିବା କ୍ରିକେଟ୍ ବିଶ୍ୱକପ୍ ର ଫାଇନାଲ ମ୍ୟାଚ୍ ରେ ଜଣେ ପାଲେଷ୍ଟାଇନ ସମର୍ଥକଙ୍କୁ ପୋଲିସ ଗିରଫ କରିଛି।

ବାସ୍ତବରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଆଇସିସି ବିଶ୍ୱକପର ଫାଇନାଲ ମ୍ୟାଚରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା ଯେତେବେଳେ ଜଣେ ପାଲେଷ୍ଟାଇନ ସମର୍ଥକ ସୁରକ୍ଷା କର୍ଡନ ଭାଙ୍ଗି ପଡ଼ିଆରେ ପ୍ରବେଶ କରିଥିଲେ। ତେବେ ପୋଲିସ ତାଙ୍କୁ ଗିରଫ କରିଥିଲା। ଏହାପୂର୍ବରୁ କୋଲକାତାର ଇଡେନ ଗାର୍ଡେନରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଲୋକମାନେ ପାଲେଷ୍ଟାଇନକୁ ସମର୍ଥନ କରୁଥିବା ହାତରେ ପତାକା ଧରିଥିବାର ନଜର ଆସିଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଏମର୍ଜିଂ ଏସିଆ କପ୍ ଫାଇନାଲ: କିଛି ସମୟ ପରେ ଲଢିବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ଏସୀୟ କ୍ରିକେଟ୍ ର ମହାକୁମ୍ଭ ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବ। ୨୦୨୩ ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସେପ୍ଟେମ୍ବର ୨ ତାରିଖରେ ଏକ ବଡ଼ ମ୍ୟାଚ୍ ଖେଳାଯିବ। ୨୦୨୩ ଏସିଆ କପ୍ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ଶ୍ରୀଲଙ୍କାରେ ୨୦୨୩ ଏମର୍ଜିଂ ଏସିଆ କପ୍ ମ୍ୟାଚ୍ ଖେଳାଯାଉଛି। ଆଜି ଏହି ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ଖେଳାଯିବ।

ଭାରତ-ଏ ଏବଂ ପାକିସ୍ତାନ-ଏ ଦଳ ୨୦୨୩ ଏମର୍ଜିଂ ଏସିଆ କପ୍ ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ନିଜ ନିଜ ସେମିଫାଇନାଲ ମ୍ୟାଚରେ ଆକର୍ଷଣୀୟ ବିଜୟ ପଞ୍ଜିକରଣ କରିଛନ୍ତି। ବର୍ତ୍ତମାନ ଉଭୟ ଦଳ ଆସନ୍ତାକାଲି ଟାଇଟଲ୍ ମ୍ୟାଚ୍ ଖେଳିବେ।

ଫାଇନାଲ ମ୍ୟାଚର ସମ୍ପୂର୍ଣ୍ଣ ବିବରଣୀ:

ଏବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏମର୍ଜିଂ ଏସିଆ କପ୍ ର ଫାଇନାଲ ମ୍ୟାଚ୍ ଖେଳାଯିବ। ଭାରତର ସମୟ ଅନୁଯାୟୀ ଏହି ମ୍ୟାଚ୍ ଅପରାହ୍ନ ୨ ଟାରୁ ଆରମ୍ଭ ହେବ। ଆପଣ ଷ୍ଟାର ସ୍ପୋର୍ଟସ-୧ ହିନ୍ଦୀରେ ଇଣ୍ଡିଆ ଏ ଏବଂ ପାକିସ୍ଥାନ ଏ ମ୍ୟାଚ୍ ସିଧା ପ୍ରସାରଣ ଦେଖିପାରିବେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଏମର୍ଜିଂ ଏସିଆ କପ୍ ଫାଇନାଲ ମ୍ୟାଚ: ଆସନ୍ତାକାଲି ଭାରତ-ପାକିସ୍ତାନ ମଧ୍ୟରେ ହେବ ଲଢେଇ

ନୂଆଦିଲ୍ଲୀ: ଏସୀୟ କ୍ରିକେଟ୍ ର ମହାକୁମ୍ଭ ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବ। ୨୦୨୩ ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସେପ୍ଟେମ୍ବର ୨ ତାରିଖରେ ଏକ ବଡ଼ ମ୍ୟାଚ୍ ଖେଳାଯିବ। ୨୦୨୩ ଏସିଆ କପ୍ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ଶ୍ରୀଲଙ୍କାରେ ୨୦୨୩ ଏମର୍ଜିଂ ଏସିଆ କପ୍ ମ୍ୟାଚ୍ ଖେଳାଯାଉଛି। ଏହି ଟୁର୍ଣ୍ଣାମେଣ୍ଟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଭାରତ-ଏ ଏବଂ ପାକିସ୍ତାନ-ଏ ଦଳ ୨୦୨୩ ଏମର୍ଜିଂ ଏସିଆ କପ୍ ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ନିଜ ନିଜ ସେମିଫାଇନାଲ ମ୍ୟାଚରେ ଆକର୍ଷଣୀୟ ବିଜୟ ପଞ୍ଜିକରଣ କରିଛନ୍ତି। ବର୍ତ୍ତମାନ ଉଭୟ ଦଳ ଆସନ୍ତାକାଲି ଟାଇଟଲ୍ ମ୍ୟାଚ୍ ଖେଳିବେ।

ପ୍ରଥମ ସେମିଫାଇନାଲରେ ପାକିସ୍ତାନ ଏ ଶ୍ରୀଲଙ୍କା ଏକୁ ପରାସ୍ତ କରିଛି:

୨୦୨୩ ଏମର୍ଜିଂ ଏସିଆ କପ୍ ର ପ୍ରଥମ ସେମିଫାଇନାଲ ମ୍ୟାଚ୍ ପାକିସ୍ତାନ-ଏ ଏବଂ ଶ୍ରୀଲଙ୍କା-ଏ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ପାକିସ୍ତାନ-ଏ ଦଳ ସହଜରେ ଜିତିଥିଲା। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ-ଏ ୫୦ ଓଭରରେ ୩୨୨ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା-ଏ ଦଳ ୪୫.୪ ଓଭରରେ ମାତ୍ର ୨୬୨ ରନ୍ ସ୍କୋର କରିପାରିଥିଲା।

ଦ୍ୱିତୀୟ ସେମିଫାଇନାଲରେ ଇଣ୍ଡିଆ-ଏ ବାଂଲାଦେଶ-ଏ କୁ ପରାସ୍ତ କରିଛି:

୨୦୨୩ ଏମର୍ଜିଂ ଏସିଆ କପ୍ ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଲୋ ସ୍କୋରିଂ ହୋଇଥିଲା। ଭାରତ-ଏ ପ୍ରଥମେ ବ୍ୟାଟିଂ କରି ୪୯.୧ ଓଭରରେ ମାତ୍ର ୨୧୧ ରନ୍ କରିଥିଲା। ଏହା ପରେ ବାଂଲାଦେଶ-ଏ ଦଳ କୌଣସି ୱିକେଟ୍ ନ ହରାଇ ୭୦ ରନ୍ ସଂଗ୍ରହ କରିଥିଲା, କିନ୍ତୁ ଭାରତୀୟ ବୋଲରମାନେ ମଜବୁତ ପ୍ରତ୍ୟାବର୍ତ୍ତନ କରି ଶେଷରେ ୫୧ ରନ୍ ରେ ମ୍ୟାଚ୍ ଜିତିଥିଲେ। ଭାରତ-ଏ ପାଇଁ ନିଶାନ୍ତ ସାନ୍ଧୁ ସର୍ବାଧିକ ୫ୱିକେଟ୍ ନେଇଥିଲେ।

ଫାଇନାଲ ମ୍ୟାଚର ସମ୍ପୂର୍ଣ୍ଣ ବିବରଣୀ:

ଏବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏମର୍ଜିଂ ଏସିଆ କପ୍ ର ଫାଇନାଲ ମ୍ୟାଚ୍ ଖେଳାଯିବ। ଭାରତର ସମୟ ଅନୁଯାୟୀ ଏହି ମ୍ୟାଚ୍ ଅପରାହ୍ନ ୨ ଟାରୁ ଆରମ୍ଭ ହେବ। ଆପଣ ଷ୍ଟାର ସ୍ପୋର୍ଟସ-୧ ହିନ୍ଦୀରେ ଇଣ୍ଡିଆ ଏ ଏବଂ ପାକିସ୍ଥାନ ଏ ମ୍ୟାଚ୍ ସିଧା ପ୍ରସାରଣ ଦେଖିପାରିବେ।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ରାଉରକେଲାରେ ଜିଲ୍ଲାସ୍ତରୀୟ ହକି ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ

ରାଉରକେଲା: ହକି ବିଶ୍ୱକପ୍ ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ଜିଲ୍ଲାସ୍ତରୀୟ ହକି ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶେ ଷ ହୋଇଛି। ଗୁରୁବାର ଦିନ ରାଉରକେଲାଠାରେ ପୁରୁଷ ଓ ମହିଳା ବର୍ଗରେ ହକି ଓ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳା ଯାଇଥିଲା। ଏଥିରେ ଚାମ୍ପିୟନ ଏବଂ ରନର୍ସଅପ୍ ଟିମକୁ ଆକର୍ଷଣୀୟ ଆର୍ଥିକ ପୁରସ୍କାର ସହ ଟ୍ରଫି ଓ ମାନପତ୍ର ଦିଆଯାଇ ଉତ୍ସାହିତ କରାଯାଇଛି।

ରାଉରକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମଠାରେ ଫାଇନାଲ ମ୍ୟାଚ ଆୟୋଜନ କରାଯାଇଥିଲା। ଏଥିରେ ପୁରୁଷ ବର୍ଗରେ କୁତ୍ରା ଓ ସୁନ୍ଦରଗଡ଼ ଟିମ୍ ଭିତରେ ମ୍ୟାଚ ଖେଳାଯାଇଥିଲା। ସୁନ୍ଦରଗଡ଼କୁ ୪-୦ ଗୋଲରେ ପରାଜିତ କରି କୁତ୍ରା ଟିମ୍ ବିଜୟୀ ହୋଇଥିଲା।

ସେହିପରି ମହିଳା ବର୍ଗରେ କୁତ୍ରା ଏବଂ ଲାଠିକଟା ଟିମ୍ ଭିତରେ ମ୍ୟାଚ ଖେଳାଯାଇଥିଲା। ଲାଠିକଟାକୁ ୫-୦ ଗୋଲରେ ପରାଜିତ କରି କୁତ୍ରା ଟିମ୍ ବିଜୟୀ ହୋଇଥିଲା।

ଅନ୍ୟପଟେ ରାଉରକେଲା ଇସ୍ପାତ ଷ୍ଟାଡିୟମଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଫୁଟବଲ୍ ପ୍ରତିଯୋଗିତାର ଫାଇନାଲରେ ଚିତ୍ତାକର୍ଷକ ମ୍ୟାଚ ଦେଖିବାକୁ ମିଳିଥିଲା। ପୁରୁଷ ବର୍ଗରେ ସବଡେଗା ଚାମ୍ପିୟନ ଓ ଟାଙ୍ଗରପାଲି ବ୍ଲକ ରନର୍ସଅପ୍ ହୋଇଥିବା ବେଳେ ମହିଳା ବର୍ଗରେ ଲାଠିକଟା ଟିମ୍ ଚାମ୍ପିୟନ ଓ ସୁନ୍ଦରଗଡ଼ ଟିମ୍ ରନର୍ସଅପ୍ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଚାମ୍ପିୟନ ଏବଂ ରନର୍ସଅପ୍ ଟିମକୁ ଅଭିନନ୍ଦନ ଜଣାଇଛନ୍ତି।

ହକି ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ପୁରୁଷ ବର୍ଗରେ ଚାମ୍ପିୟନ ହୋଇଥିବା ଟିମକୁ ୧ ଲକ୍ଷ ଏବଂ ରନର୍ସଅପ୍ ଟିମକୁ ୭୫ ହଜାର ଟଙ୍କା ସହ ଟ୍ରଫି ଓ ମାନପତ୍ର ଦିଆଯାଇଛି। ସେହିପରି ମହିଳା ବର୍ଗରେ ଚାମ୍ପିୟନ ଟିମକୁ ୫୦ ହଜାର ଏବଂ ରନର୍ସଅପ୍ ଟିମକୁ ୩୦ ହଜାର ଟଙ୍କା ସହ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଛି।

ସେହିପରି ପୁରୁଷ ହକିରେ ଶ୍ରେଷ୍ଠ ଗୋଲ କିପର ଭାବେ ସୁନ୍ଦରଗଡ଼ ବ୍ଲକର ରଞ୍ଜିତ ଲାକ୍ରାଙ୍କୁ ପୁରସ୍କାର ଦିଆଯାଇଥିଲା। ସେହିପରି ଶ୍ରେଷ୍ଠ ଗୋଲ ସ୍କୋରର ଭାବେ କୁତ୍ରା ବ୍ଲକର ବିଜୟ କୁସୁମା ଏବଂ ପ୍ଲେୟର ଅଫ ଦି ମ୍ୟାଚ ଭାବେ ମୁକେଶ ଟେଟେଙ୍କୁ ପୁରସ୍କୃତ କରାଯାଇଥିଲା। ମହିଳା ହକିରେ ଶ୍ରେଷ୍ଠ ଗୋଲ କିପର ଭାବେ ଲାଠିକଟାର ମନୀଷା ତିର୍କୀ, ଶ୍ରେଷ୍ଠ ସ୍କୋରର ଭାବେ କୁତ୍ରା ବ୍ଲକର ଅଞ୍ଜଳି ମିଞ୍ଜ ଏବଂ ରେଶମା ଲାକ୍ରାଙ୍କୁ ପ୍ଲେୟର ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଥିଲା।

ଫୁଟବଲ ଟୁର୍ଣ୍ଣାମେଣ୍ଟରେ ପୁରୁଷ ବର୍ଗରେ ଶ୍ରେଷ୍ଠ ଗୋଲ କିପର ଭାବେ ସବଡେଗାର ଆକାଶ ଲାକ୍ରା, ଶ୍ରେଷ୍ଠ ସ୍କୋରର ଭାବେ ସବଡେଗା ବ୍ଳକର ଆକାଶ ଏକ୍କା ଏବଂ ପ୍ଲେୟର ଅଫ ଦି ମ୍ୟାଚ ଭାବେ ଟାଙ୍ଗରପାଲି ବ୍ଲକର ଜାମିର ଓରାମଙ୍କୁ ପୁରସ୍କାର ଦିଆଯାଇଥିଲା। ସେହିପରି ମହିଳା ବର୍ଗରେ ଶ୍ରେଷ୍ଠ ଗୋଲ କିପର ଭାବେ ଲାଠିକଟାର ଅନିତା ମୁଣ୍ଡାରୀ, ସର୍ବାଧିକ ଗୋଲ ସ୍କୋରର ତଥା ପ୍ଲେୟର ଅଫ ଦି ମ୍ୟାଚ ଭାବେ ଲାଠିକଟା ବ୍ଲକର ଅଞ୍ଜଳି ବରୁହାଙ୍କୁ ପୁରସ୍କାର ଦିଆଯାଇଥିଲା।

ଏହି ମ୍ୟାଚରେ ବରିଷ୍ଠ ହକି ତାରକା ତଥା ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ଶୁଭଦ୍ରା ପ୍ରଧାନ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।
ଫାଇନାଲ ମ୍ୟାଚରେ ରାଉରକେଲାର ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟକ, ବଣାଇଁର ମାନ୍ୟବର ବିଧାୟକ ଲକ୍ଷ୍ମଣ ମୁଣ୍ଡା, ତଲସରାର ମାନ୍ୟବର ବିଧାୟକ ଭବାନିଶଙ୍କର ଭୋଇ, ବୀରମିତ୍ରପୁରର ମାନ୍ୟବର ବିଧାୟକ ଶଙ୍କର ଓରାମ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ ଏବଂ ଉପାଧ୍ୟକ୍ଷ କମଲ ଲାକ୍ରା ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନ, ରାଉରକେଲା ଷ୍ଟିଲ ପ୍ଳାଣ୍ଟର ଡିଆଇସି ଅତନୁ ଭୌମିକ ଏବଂ ଜେନେରାଲ ମ୍ୟାନେଜର ବିଜୟ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ।

ହକି ବିଶ୍ୱକପ୍ ଲାଗି ସୁନ୍ଦରଗଡ଼ ଜିଲ୍ଲାର ଯୁବପିଢ଼ିଙ୍କ ଭିତରେ ବିଶେଷ ଉତ୍ସାହ ସୃଷ୍ଟି କରିବା ଲାଗି ଗ୍ରାମପଞ୍ଚାୟତ ସ୍ତରରୁ ହକି ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ କରାଯାଇଥିଲା। ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ହକି ଲାଗି ୮୧୩ଟି ଟିମ୍ ପଞ୍ଜୀକରଣ କରିଥିଲେ। ସେହିପରି ଫୁଟବଲ ପ୍ରତିଯୋଗିତା ଲାଗି ୧୧୦୦ରୁ ଅଧିକ ଟିମ୍ ପଞ୍ଜୀକରଣ କରିଥିଲେ। ପଞ୍ଚାୟତ ସ୍ତରରେ ଭଲ ପ୍ରଦର୍ଶନ କରିଥିବା ଟିମକୁ ନେଇ ବ୍ଲକ ଏବଂ ପରେ ଜିଲ୍ଲାସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା।

ସୁନ୍ଦରଗଡ଼ଠାରେ ଜିଲ୍ଲାସ୍ତରୀୟ ହକି ଏବଂ ଫୁଟବଲ ପ୍ରତିଯୋଗିତାର ପୁଲ ମ୍ୟାଚ ଖେଳା ଯାଇଥିଲା। ଏଥିରେ ଉଭୟ ପୁରୁଷ ଏବଂ ମହିଳା ବର୍ଗରୁ ୮ଟି ଲେଖାଏଁ ଟିମ୍ ସେମିଫାଇନାଲକୁ ଆସିଥିଲେ। ରାଉରକେଲାରେ ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ ଆୟୋଜନ କରାଯାଇଥିଲା।

Categories
ଆଜିର ଖବର ଖେଳ ଜାତୀୟ ଖବର

ଶେଷ ହେଲା ଆଇପିଏଲର ୧୫ ତମ ସଂସ୍କରଣ: ଜାଣନ୍ତୁ କାହାକୁ କେଉଁ ପୁରଷ୍କାର ଏବଂ ମିଳିଲା କେତେ ଟଙ୍କା

ନୂଆଦିଲ୍ଲୀ: ଗତକାଲି ରାତିରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ସାତ ୱିକେଟରେ ପରାସ୍ତ କରି ଗୁଜୁରାଟ ଟାଇଟାନ୍ସ ଚାମ୍ପିୟନ ହୋଇଛି। ପ୍ରଥମେ ବୋଲିଂ କରୁଥିବାବେଳେ ଗୁଜୁରାଟ ରାଜସ୍ଥାନ ରୟାଲ୍ସକୁ ମାତ୍ର ୧୩୦ ରନରେ ଅଟକାଇଥିଲା ଏବଂ ପରେ ସହଜରେ ଏହି ଲକ୍ଷ୍ୟ ହାସଲ କରିଥିଲା। ଆଇପିଏଲ୍ ଚାମ୍ପିଅନ୍ ହେବା ପରେ ଗୁଜୁରାଟର ଖେଳାଳିମାନେ ଦୀର୍ଘ ସମୟ ଧରି ପଡ଼ିଆରେ ବିଜୟ ଉତ୍ସବ ପାଳନ କରିବାକୁ ଲାଗିଥିଲେ।

ଏହା ପରେ ପୁରସ୍କାର ବିତରଣ ଉତ୍ସବ ଆସିଥିଲା, ଯେଉଁଥିରେ ଏହି ସଂସ୍କରଣର ବିଜେତା ଦଳ (ଆଇପିଏଲ୍ ୨୦୨୨ ବିଜେତା) ୨୦ କୋଟି ଟଙ୍କା ପୁରସ୍କାର ରାଶି ପାଇଥିଲା। ଏହା ସହିତ ଏହି ସଂସ୍କରଣର ବିଭିନ୍ନ ବର୍ଗର ଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। କିଏ କେଉଁ ପୁରସ୍କାର ପାଇଲା ଏବଂ କେତେ ପୁରସ୍କାର ରାଶି ଦିଆଗଲା? ଏଠାରେ ସମ୍ପୂର୍ଣ୍ଣ ବିବରଣୀ ପଢନ୍ତୁ ..

– ଚାମ୍ପିଅନ୍- ଗୁଜୁରାଟ ଟାଇଟାନ୍ସ (୨୦ କୋଟି)

– ରନର୍ ଅପ୍- ରାଜସ୍ଥାନ ରୟାଲ୍ସ (୧୨.୫ କୋଟି)

– ସର୍ବାଧିକ ମୂଲ୍ୟବାନ ଖେଳାଳି- ଜୋସ୍ ବଟଲର୍ (୧୦ ଲକ୍ଷ)

– ଅରେଞ୍ଜ କ୍ୟାପ୍ ବିଜେତା- ଜୋସ୍ ବଟଲର୍ (୧୦ ଲକ୍ଷ)

– ପର୍ପଲ କ୍ୟାପ୍ ବିଜେତା- ୟୁଜବେନ୍ଦ୍ର ଚହଲ (୧୦ ଲକ୍ଷ)

– ଶ୍ରେଷ୍ଠ କ୍ୟାଚ- ଇଭିନ୍ ଲୁଇସ୍ (୧୦ ଲକ୍ଷ)

– ସର୍ବାଧିକ ଚୌକା ମାରିଥିବା ଖେଳାଳି- ଜୋସ୍ ବଟଲର୍ (୧୦ ଲକ୍ଷ)

– ଦ୍ରୁତତମ ବୋଲର- ଲକି ଫର୍ଗୁସନ୍ (୧୦ ଲକ୍ଷ)

– ପାୱାରପ୍ଲେରେ ସର୍ବୋତ୍ତମ ପ୍ରଦର୍ଶନ କରିଥିବା ଖେଳାଳି- ଜୋସ୍ ବଟଲର୍ (୧୦ ଲକ୍ଷ)

– ଗେମ୍ ଚେଞ୍ଜର ପୁରସ୍କାର- ଜୋସ୍ ବଟଲର୍ (୧୦ ଲକ୍ଷ)

– ସିଜନର ସୁପର ଷ୍ଟ୍ରାଇକର୍- ଦୀନେଶ କାର୍ତ୍ତିକ (ଟାଟା ପୁଞ୍ଚ)

– ସର୍ବାଧିକ ଛକା ମାରିଥିବା ଖେଳାଳୀ- ଜୋସ୍ ବଟଲର୍ (୧୦ ଲକ୍ଷ)

– ଉଦୀୟମାନ ଖେଳାଳି- ଉମ୍ରାନ ମଲିକ (୧୦ ଲକ୍ଷ)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଡବ୍ଲୁଟିସି ଫାଇନାଲ: ଦ୍ଵିତୀୟ ପାଳିରେ ଭାରତ ୧୭୦/୧୦, ନ୍ୟୁଜିଲାଣ୍ଡ ସାମ୍ନାରେ ୧୩୯ ରନର ବିଜୟ ଲକ୍ଷ୍ୟ

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପ ଫାଇନାଲ ମ୍ୟାଚ ଜାରି ରହିଛି। ଆଜି ଷଷ୍ଠ ଦିନରେ (ରିଜର୍ଭ ଡେ’) ଭାରତର ଦ୍ଵିତୀୟ ପାଳିର ଖେଳ ଶେଷ ହୋଇଯାଇଛି। ଦ୍ଵିତୀୟ ପାଳିରେ ଭାରତ ମାତ୍ର ୧୭୦ ରନରେ ସମସ୍ତ ୱିକେଟ ହରାଇଛି। ଫଳରେ ନ୍ୟୁଜିଲାଣ୍ଡ ସମ୍ମୁଖରେ ୧୩୯ ରନର ବିଜୟ ଲକ୍ଷ୍ୟ ଦେଇଛି ବିରାଟ ବାହିନୀ।

ତେବେ ନ୍ୟୁଜିଲାଣ୍ଡକୁ ଏହି ଐତିହାସିକ ମ୍ୟାଚ ଜିତିବାକୁ ହେଲେ ୫୩ ଓଭରରେ ୧୩୯ ରନ ସଂଗ୍ରହ କରିବାକୁ ଥିବା ବେଳେ ଭାରତକୁ ଚମ୍ପିୟାନ ହେବା ପାଇଁ ୧୦ ଟି ୱିକେଟ ଆବଶ୍ୟକ।

ଦ୍ଵିତୀୟ ପାଳିରେ ଭାରତ ପକ୍ଷରୁ ରୋହିତ ଶର୍ମା ୩୦ ରନ ସଂଗ୍ରହ କରିଥିବା ବେଳେ ଶୁବମାନ ଗିଲ ୮ ରନ, ଚେତେଶ୍ଵର ପୂଜାରା ୧୫ ରନ, ବିରାଟ କୋହିଲୀ ୧୩ ରନ, ଅଜିଙ୍କ୍ୟ ରାହାଣେ ୧୫ ରନ, ରିଷଭ ପନ୍ତ ୪୧ ରନ, ରବୀନ୍ଦ୍ର ଜାଡ଼େଜା ୧୬ ରନ, ରବିଚନ୍ଦ୍ରନ ଅଶ୍ଵିନୀ ୭ ରନ, ମହମ୍ମଦ ଅଶ୍ଵିନୀ ୧୩ ରନ, ଯଶପ୍ରିତ ବୁମରା ଶୂନ୍ୟରେ ଆଉଟ ହୋଇଥିଲେ।

ସେହିଭଳି ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ ସାଉଦୀ ସର୍ବାଧିକ ୪ ଟି ୱିକେଟ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ ୩ ଟି, କାଇଲ ଜାମିସନ ୨ ଟି ଏବଂ ନୀଲ ୱାଗ୍ନର ୧ ଟି ୱିକେଟ ଅକ୍ତିଆର କରିଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଡବ୍ଲୁଟିସି ଫାଇନାଲ: ଋଷଭ ପନ୍ତ ଆଉଟ ହେବା ପରେ ଖେଳପ୍ରେମୀ ହେଲେ ନିରାଶ, ଟ୍ବିଟରରେ ଏଭଳି ଲେଖିଲେ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିରୋଧରେ ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପର ଫାଇନାଲ ମ୍ୟାଚରେ ଭାରତର ତାରକା ଖେଳାଳି ଋଷଭ ପନ୍ତ ବିଫଳ ହୋଇଛନ୍ତି। ସେ ପ୍ରଥମ ପାଳିରେ ମାତ୍ର ୪ ରନରେ ଆଉଟ ହୋଇଯାଇଥିଲେ। ସେ କାଇଲ ଜେମିସନଙ୍କ ଶିକାର ହୋଇଥିଲେ। ପନ୍ତ ଆଉଟ ହେବ ପରେ ଟିମ ଇଣ୍ଡିଆର ବିପଦ ବଢିଯାଇଥିଲା। ସେ ୨୨ ଟି ବଲର ସାମ୍ନା କରିଥିଲେ। ନ୍ୟୁଜିଲାଣ୍ଡର ଦ୍ରୁତ ବୋଲରଙ୍କୁ ସେ ସାମ୍ନା କରିବା ପାଇଁ ସଂଘର୍ଷ କରିଥିବା ଦେଖାଯାଇଥିଲା। ଜେମିସନଙ୍କ ବାହାର ଯାଉଥିବା ବଲକୁ ପନ୍ତ ଖେଳିବା ପାଇଁ ପ୍ରୟାସ କରିଥିଲେ। କିନ୍ତୁ ସ୍ଲିପରେ ଟମ ଲାଥମଙ୍କ ଦ୍ଵାରା ସେ କ୍ୟାଚ ଆଉଟ ହୋଇଯାଇଥିଲେ।

ପନ୍ତଙ୍କ ଆଉଟ ହେବ ପରେ ଭାରତୀୟ ଖେଳପ୍ରେମୀ ନିରାଶ ହୋଇଥିଲେ। ପନ୍ତ କେବଳ ବ୍ୟାଟିଂ ପିଚରେ ଖେଳିପାରିବେ ବୋଲି ଟ୍ବିଟରରେ ଅନେକ ଖେଳପ୍ରେମୀ ଲେଖିଥିଲେ। ସ୍ପାଇଡ଼ର ମ୍ୟାନ ଆସିଲେ ଆଉ ସ୍ପାଇଡ଼ର ମ୍ୟାନ ଫେରିଗଲେ ବୋଲି ଜଣେ ୟୁଜର ଲେଖିଥିଲେ। ରିଷଭ ପନ୍ତ ଆଉଟ ହେବା ପରେ ଏଭଳି ଅନେକ ଖେଳପ୍ରେମୀ ନିରାଶ ହୋଇ ଟ୍ବିଟରରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମରୁ ଭଲ ଖେଳ ଆରମ୍ଭ କରିଥିବା ବେଳେ ଗତକାଲି ଖେଳ ସମାପ୍ତ ହେବା ପର୍ଯ୍ୟନ୍ତ ୩ ଟି ୱିକେଟ ହରାଇ ୧୪୬ ରନ ସଂଗ୍ରହ କରିଥିଲା। କିନ୍ତୁ ଆଜି ଖେଳ ଆରମ୍ଭ ହେବା ପରେ ଭାରତୀୟ ଖେଳାଳି ବ୍ୟାଟିଂରେ ବିଫଳ ହୋଇଥିଲେ। ମାତ୍ର ୨୧୭ ରନରେ ଭାରତୀୟ ଦଳ ସମସ୍ତ ୱିକେଟ ହରାଇଥିଲା।

ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ ଜେମିସନ ସର୍ବାଧିକ ୫ ଟି ୱିକେଟ ଅକ୍ତିଆର କରିଥିଲେ। ତେବେ ଖବର ଲେଖା ହେବା ଯାଏଁ ନ୍ୟୁଜିଲାଣ୍ଡ ଦଳ କୌଣସି ୱିକେଟ ନହରାଇ ୫୭ ସଂଗ୍ରହ କରି ଦଳକୁ ମଜବୁତ ସ୍ଥିତିରେ ରଖିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଡବ୍ଲୁଟିସି ଫାଇନାଲ ମ୍ୟାଚରେ ବର୍ଷା ଆଶଙ୍କା: ମ୍ୟାଚ ଡ୍ର’ ହେଲେ କେଉଁ ଦଳ ହେବ ଚମ୍ପିୟାନ, ଜାଣନ୍ତୁ ଆଇସିସିର ନିୟମ

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପ ଫାଇନାଲ ମ୍ୟାଚରେ ବର୍ଷା ସମ୍ଭାବନା ଯୋଗୁଁ ଖେଳାପ୍ରେମୀମାନେ ଚିନ୍ତାରେ ପଡିଛନ୍ତି। ଇଂଲଣ୍ଡର ସାଉଥେମ୍ପଟନରେ ଲଗାତର ବର୍ଷା ଯୋଗୁଁ ପ୍ରଥମ ଦିନର ଖେଳ ବାଧାପ୍ରାପ୍ତ ହୋଇଛି।

ତେବେ ଆଗାମୀ ଦିନରେ ଆହୁରି ବର୍ଷା ହେବା ସମ୍ଭାବନା ଥିବାରୁ ଫାଇନାଲ ମ୍ୟାଚକୁ ନେଇ ଆଶଙ୍କା ବଢିଛି। ପ୍ରଥମ ଦିନ ଖେଳ ବାତିଲ ହୋଇଥିଲେ ମଧ୍ୟ ଆଉ ୫ ଦିନ ଖେଳ ବାକି ଅଛି। ଇଂଲଣ୍ଡ ଜଳବାୟୁର ସ୍ଥିତିକୁ ଦେଖି ପୂର୍ବରୁ ଆଇସିସି ଏହି ମ୍ୟାଚ ପାଇଁ ଆଉ ଏକ ରିଜର୍ଭ ଡେ’ ର ବ୍ୟବସ୍ଥା କରିଥିଲା। ଏହି ମ୍ୟାଚ ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ବେଳେ ୨୩ ତାରିଖଟି ରିଜର୍ଭ ଡେ’ ଭାବେ ଆଇସିସି ଘୋଷଣା କରିଥିଲା।

ଆଇସିସି ମୁତାବକ, ଯେତେବେଳେ ପ୍ରଥମ ୫ ଦିନରେ ମୋଟ ୩୦ ଘଣ୍ଟା ଖେଳାଯାଇପାରିବ ନାହିଁ, ସେତେବେଳ ଏହି ରିଜର୍ଭ ଡେ’ ର ବ୍ୟବହାର କରାଯାଇପାରିବ। ବର୍ତ୍ତମାନ ପ୍ରଥମ ଦିନର ଖେଳ ବାଧାପ୍ରାପ୍ତ ହୋଇଥିବାରୁ ଏହି ଦିନର ସମସ୍ତ ଓଭର ଭରଣ କରିବା ପାଇଁ ପ୍ରତ୍ୟେକ ଦିନ ଅତିରିକ୍ତ ଓଭର ଖେଳାଯିବ। ଏହାପରେ ମଧ୍ୟ ଅବଶିଷ୍ଟ ଖେଳ ପାଇଁ ରିଜର୍ଭ ଡେ’ ର ବ୍ୟବହାର କରାଯାଇପାରିବ।

ଏହାପରେ ଯଦି ମ୍ୟାଚ ଡ୍ର କିମ୍ବା ଟାଇ ରହେ, ତେବେ ଦୁଇ ଦଳକୁ ସଂଯୁକ୍ତ ବିଜେତା ଭାବେ ଘୋଷଣା କରାଯିବ। ଆଇସିସି ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପ ଆରମ୍ଭ ହେବା ପୂର୍ବରୁ ଆଇସିସି ଏଭଳି ନିଷ୍ପତ୍ତି ୨୦୧୮ ମସିହା ଜୁନ ମାସରେ ନେଇଥିଲା।

Categories
ଆଜିର ଖବର ଖେଳ ଜାତୀୟ ଖବର

ଏହି ଗ୍ରାଉଣ୍ଡରେ ଖେଳାଯିବ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଡବ୍ଲୁଟିସି ଫାଇନାଲ ମ୍ୟାଚ

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ବିଶ୍ଵ ଟେଷ୍ଟ ଚମ୍ପିୟାନଶିପର ଫାଇନାଲ ମ୍ୟାଚର ସ୍ଥାନ ଚୁଡାନ୍ତ ହୋଇଛି। ଆଜି ଅନ୍ତରାଷ୍ଟ୍ରୀୟ କ୍ରିକେଟ କାଉନ୍ସିଲ(ଆଇସିସି) ଏନେଇ ସୂଚନା ଦେଇଛି। ଫାଇନାଲ ମ୍ୟାଚ ଇଂଲଣ୍ଡର ସାଉଥେମ୍ପ୍ଟନରେ ଖେଳାଯିବ ବୋଲି ଆଇସିସି ଆଜି ସ୍ପଷ୍ଟ କରିଦେଇଛି। ସାଉଥେମ୍ପ୍ଟନର ହାମ୍ପଶାୟର ସ୍ଥିତ ବାଉଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜୁନ ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ମ୍ୟାଚ ଖେଳାଯିବ। ଏହା ପୂର୍ବରୁ ବିଶ୍ଵ ଟେଷ୍ଟ ଚମ୍ପିୟାନଶିପର ଫାଇନାଲ ମ୍ୟାଚ ଲଣ୍ଡନର ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯିବ ବୋଲି ସ୍ଥିର ହୋଇଥିଲା।

ତେବେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ ସାଉଥେମ୍ପ୍ଟନରେ ଖେଳାଯିବ ବୋଲି ସୋମବାର ଦିନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଥିଲେ। ଏହି ନିଷ୍ପତ୍ତି ବହୁ ଦିନ ପୂର୍ବରୁ ନିଆଯାଇଥିଲା ବୋଲି ଗାଙ୍ଗୁଲି କହିଥିଲେ। କରୋନା ମହାମାରୀ କାରଣରୁ ଏଭଳି ନିଷ୍ପତ୍ତି ହୋଇଛି, କାରଣ ବର୍ତ୍ତମାନ ଖେଳାଯିବାକୁ ଥିବା ପଡ଼ିଆ ପାଖରେ ହୋଟେଲର ସୁବିଧା ଅଛି ବୋଲି ସେ କହିଥିଲେ।