ଶେଷ ହେଲା ଆଇପିଏଲର ୧୫ ତମ ସଂସ୍କରଣ: ଜାଣନ୍ତୁ କାହାକୁ କେଉଁ ପୁରଷ୍କାର ଏବଂ ମିଳିଲା କେତେ ଟଙ୍କା

Published: May 30, 2022, 10:58 am IST

ନୂଆଦିଲ୍ଲୀ: ଗତକାଲି ରାତିରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ସାତ ୱିକେଟରେ ପରାସ୍ତ କରି ଗୁଜୁରାଟ ଟାଇଟାନ୍ସ ଚାମ୍ପିୟନ ହୋଇଛି। ପ୍ରଥମେ ବୋଲିଂ କରୁଥିବାବେଳେ ଗୁଜୁରାଟ ରାଜସ୍ଥାନ ରୟାଲ୍ସକୁ ମାତ୍ର ୧୩୦ ରନରେ ଅଟକାଇଥିଲା ଏବଂ ପରେ ସହଜରେ ଏହି ଲକ୍ଷ୍ୟ ହାସଲ କରିଥିଲା। ଆଇପିଏଲ୍ ଚାମ୍ପିଅନ୍ ହେବା ପରେ ଗୁଜୁରାଟର ଖେଳାଳିମାନେ ଦୀର୍ଘ ସମୟ ଧରି ପଡ଼ିଆରେ ବିଜୟ ଉତ୍ସବ ପାଳନ କରିବାକୁ ଲାଗିଥିଲେ।

ଏହା ପରେ ପୁରସ୍କାର ବିତରଣ ଉତ୍ସବ ଆସିଥିଲା, ଯେଉଁଥିରେ ଏହି ସଂସ୍କରଣର ବିଜେତା ଦଳ (ଆଇପିଏଲ୍ ୨୦୨୨ ବିଜେତା) ୨୦ କୋଟି ଟଙ୍କା ପୁରସ୍କାର ରାଶି ପାଇଥିଲା। ଏହା ସହିତ ଏହି ସଂସ୍କରଣର ବିଭିନ୍ନ ବର୍ଗର ଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। କିଏ କେଉଁ ପୁରସ୍କାର ପାଇଲା ଏବଂ କେତେ ପୁରସ୍କାର ରାଶି ଦିଆଗଲା? ଏଠାରେ ସମ୍ପୂର୍ଣ୍ଣ ବିବରଣୀ ପଢନ୍ତୁ ..

– ଚାମ୍ପିଅନ୍- ଗୁଜୁରାଟ ଟାଇଟାନ୍ସ (୨୦ କୋଟି)

– ରନର୍ ଅପ୍- ରାଜସ୍ଥାନ ରୟାଲ୍ସ (୧୨.୫ କୋଟି)

– ସର୍ବାଧିକ ମୂଲ୍ୟବାନ ଖେଳାଳି- ଜୋସ୍ ବଟଲର୍ (୧୦ ଲକ୍ଷ)

– ଅରେଞ୍ଜ କ୍ୟାପ୍ ବିଜେତା- ଜୋସ୍ ବଟଲର୍ (୧୦ ଲକ୍ଷ)

– ପର୍ପଲ କ୍ୟାପ୍ ବିଜେତା- ୟୁଜବେନ୍ଦ୍ର ଚହଲ (୧୦ ଲକ୍ଷ)

– ଶ୍ରେଷ୍ଠ କ୍ୟାଚ- ଇଭିନ୍ ଲୁଇସ୍ (୧୦ ଲକ୍ଷ)

– ସର୍ବାଧିକ ଚୌକା ମାରିଥିବା ଖେଳାଳି- ଜୋସ୍ ବଟଲର୍ (୧୦ ଲକ୍ଷ)

– ଦ୍ରୁତତମ ବୋଲର- ଲକି ଫର୍ଗୁସନ୍ (୧୦ ଲକ୍ଷ)

– ପାୱାରପ୍ଲେରେ ସର୍ବୋତ୍ତମ ପ୍ରଦର୍ଶନ କରିଥିବା ଖେଳାଳି- ଜୋସ୍ ବଟଲର୍ (୧୦ ଲକ୍ଷ)

– ଗେମ୍ ଚେଞ୍ଜର ପୁରସ୍କାର- ଜୋସ୍ ବଟଲର୍ (୧୦ ଲକ୍ଷ)

– ସିଜନର ସୁପର ଷ୍ଟ୍ରାଇକର୍- ଦୀନେଶ କାର୍ତ୍ତିକ (ଟାଟା ପୁଞ୍ଚ)

– ସର୍ବାଧିକ ଛକା ମାରିଥିବା ଖେଳାଳୀ- ଜୋସ୍ ବଟଲର୍ (୧୦ ଲକ୍ଷ)

– ଉଦୀୟମାନ ଖେଳାଳି- ଉମ୍ରାନ ମଲିକ (୧୦ ଲକ୍ଷ)

Related posts