Categories
ଆଜିର ଖବର ଜାତୀୟ ଖବର

ଭୁବନେଶ୍ବରରେ ଅଭିନବ ଢଙ୍ଗରେ ପାଳନ ହେଲା ‘ଫାଦର୍ସ ଡେ’

ଭୁବନେଶ୍ୱର : ପ୍ରତିବର୍ଷ ଜୁନ୍ ମାସ ତୃତୀୟ ସପ୍ତାହ ରବିବାର ଦିନ ପାଳନ ହୁଏ ବିଶ୍ୱ ପିତୃଦିବସ। ପିତା ସ୍ୱର୍ଗ, ପିତା ଧର୍ମ, ପିତା ହିଁ ପରମ ତପ, ପିତରି ପ୍ରତୀମା ପନ୍ନେ, ପ୍ରିୟନ୍ତେ ସର୍ବ ଦେବତା। ପିତାଙ୍କ ସ୍ଥାନ ସମସ୍ତ ଦେବତାଙ୍କଠାରୁ ଉଚ୍ଚରେ । ସେ ପରମଠାରୁ ଅଧିକ । ପିତାଙ୍କ ସମ୍ମାନ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ବିଶ୍ୱର ବିଭିନ୍ନ ସ୍ଥାନରେ ପିତୃ ଦିବସ ବା ପାଳନ ହେଉଛି ‘ଫାଦରସ୍ ଡେ’। ଜୀବନରେ ମାଆଙ୍କ ମହତ୍ୱ ଯେତେ ବାପାଙ୍କ ମହତ୍ୱ ସେତେ ମୂଲ୍ୟବାନ୍।

‘ଫାଦରସ୍ ଡେ’ ବାପାଙ୍କ ପାଇଁ ଦିନଟିଏ ଏହି ପରିପ୍ରେକ୍ଷୀରେ ‘ସାହଯ୍ୟ’ ଅନୁଷ୍ଠାନର ସଭାପତି ଡ. ଲିଙ୍ଗରାଜ ସାହୁ ତାଙ୍କ ପିତୃ ସ୍ୱର୍ଗତ ଲକ୍ଷ୍ମୀଧର ସାହୁଙ୍କ ସ୍ମରଣରେ ଆୟୁର୍ବେଦ ଚାରା ରୋପଣ ଓ ବଂଟନ କାର୍ଯ୍ୟ କରାଯାଇଥିଲା। ସାହଯ୍ୟ ଅନୁଷ୍ଠାନ ଓ ଏୟାରପୋର୍ଟ ଥାନା ପକ୍ଷରୁ ମିଳିତ ଭାବେ ଆୟୁବେର୍ଦ ଚାରା ରୋପଣ କରାଯାଇଥିଲା। ଥାନା ଅଧିକାରୀ ଉମାକାନ୍ତ ପ୍ରଧାନ ଏହାକୁ ଉଦ୍‌ଘାଟନ କରି ଥାନା ପରିସରରେ ଚାରା ରୋପଣ କରିଥିଲେ।

ସାହାଯ୍ୟର କାର୍ଯ୍ୟକାରୀ ସଭାପତି ସମାଜସେବୀ ସରୋଜ ସାହୁ, ଥାନା ଏସ୍‌ଆଇ ଶୁଭେନ୍ଦୁ କୁମାର ଗିରି, ପ୍ରତିମା ଖଟୁଆ, ରାଜଲକ୍ଷ୍ମୀ ବେହେରା ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିଥିଲେ। ସେହିପରି ଆଜି ସୁନ୍ଦରପଦା ହାଇଟେକ୍ ଅଂଚଳରେ ବହୁ ଲୋକଙ୍କୁ ବାସଙ୍ଗ, ଡାଲଚିନି, ଗିଲୟ, ଅଶ୍ୱଗନ୍ଧା, ଦୁଲାଭା, ସମୀ, ଅର୍ଜୁନ, ଗଙ୍ଗଶିଉଳି, ଅଶୋକା, ବଚ ଆଦି ଚାରା ବଂଟନ କରାଯାଇ ପରିବେଶ ସୁସ୍ଥ ରହିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା।